Posted inଫୁରସତ

ଚନ୍ଦ୍ର ଅବତରଣର ଅରିଜିନାଲ ଭିଡିିଓ ବିକ୍ରି ହେଲା

ନ୍ୟୁୟର୍କ, ୨୧।୭ :୨୦ ଜୁଲାଇ, ୧୯୬୯ରେ ପ୍ରଥମେ ମଣିଷ ଚନ୍ଦ୍ରରେ ପାଦ ରଖିଥିଲା। ସେହିି ସମୟର ପ୍ରତ୍ୟେକ ମୁହୂର୍ତ୍ତକୁ ରେକର୍ଡିିଂ କରାଯାଇଥିବା ଭିଡିଓକୁ ନାସା ପକ୍ଷରୁ ନିଲାମ କରାଯାଇଛି। ନିଲାମରେ ଏହା ୧.୮୨ ମିଲିଅନ ଡଲାର (୧୨ କୋଟି ୫୩ ଲକ୍ଷ ୨୬ ହଜାର୧୧୦ ଟଙ୍କାରେ ବିକ୍ରି ହୋଇଛି)। ଭଡ଼ିିଓରେ ଆପୋଲୋ ଯାନରୁ ନିଲ୍‌ ଆର୍ମଷ୍ଟ୍ରଙ୍ଗ ଓହ୍ଲାଇ ଚନ୍ଦ୍ରରେ ପାଦ ରଖିବା ପରେ ଏଡ୍‌ଓ୍ବିନ ଆଲଡ୍ରିନ ଚାଲିବାର ତିନୋଟି ଅରିଜିନାଲ ରେକର୍ଡିଂକୁ ନିଲାମରେ ସାମିଲ କରାଯାଇଥଲା। ଏହି ଭିଡ଼ିିଓକୁ ୧୯୭୬ରେ ନାସାରେ ଇଣ୍ଟର୍ନଶିିପ୍‌ କରୁଥିବା ଜଣେ ଇଞ୍ଜତ୍ନିୟରିଂ ଛାତ୍ର ଗ୍ରେ ଜର୍ଜ ଏକ ସରକାରୀ ନିଲାମରେ ୨୧୭.୭୭ ଡଲାରରେ କିଣିଥିଲା। ଏବେ କରାଯାଇଥିବା ନିଲାମରେ ତା’ଠାରୁ ୮,୦୦୦ଗୁଣ ଅଧିକ ମୂଲ୍ୟରେ ନାସା ବିକ୍ରି କରିଛି। ଜର୍ଜ ୧,୧୫୦ ରିଲ୍‌ ମ୍ୟାଗ୍ନେଟିକ ଟେପ୍‌ କିଣିଥିଲେ। ସେଥିରେ ୬୫ଟି ଭିଡିଓ ଟେପ୍‌ ବକ୍ସ ବି ରହିଥିଲା। ଜର୍ଜ ସେତେବେଳେ ତାହାକୁ ପୁଣି ରେକର୍ଡିଂ କରିବା ପାଇଁ ଏକ ସ୍ଥାନୀୟ ଟେଲିଭିଜନ ଷ୍ଟେଶନକୁ କିଛି ବିକ୍ରି କରିଥିଲେ ଓ ଆଉ କିଛି ଦାନ କରିଦେଲେ। କିନ୍ତୁ ତାଙ୍କ ବାପା ତିନୋଟି ଭିଡିଓ ଟେପ୍‌ ବକ୍ସ ଚିହ୍ନଟ କରିବା ପରେ ସେ ତାହାକୁ ରଖିଥିଲେ ଯାହା ଏବେ ନିଲାମ କରାଯାଇଛି। ଏହି ଟେପ୍‌ର ନିଲାମ ଆରମ୍ଭ ହୋଇଥିଲା ୭୦୦,୦୦୦ ଡଲାରରୁ ଏବଂ ଶୀଘ୍ର ବଢିଯାଇ ପହଞ୍ଚତ୍ଥିଲା ୧.୮୨ ମିଲିଅନ ଡଲାରରେ।୨୦୦୮ ରେ ଜର୍ଜ ଯେତେବେଳେ ଜାଣିବାକୁ ପାଇଲେ ଯେ ନାସା ସେହି ଅରିଜିନାଲ ଟେପ୍‌ ପାଇବା ଲାଗି ଚେଷ୍ଟା କରୁଛି ସେତେବେଳେ ସେ ସେହି ଭିଡିଓକୁ ପ୍ଲେ କରିବା ଲାଗି ଏକ ଷ୍ଟୁଡିଓ ଖୋଜି ପାଇବା ପରେ ତାହାକୁ ପ୍ରଥମେ ଦେଖିଥିଲେ। ଏହାପରେ ସେହି ବର୍ଷ ତାହାକୁ ପୁଣି ପ୍ଲେ କରି ଡିଜିଟାଇଜଡ୍‌ କରାଯାଇଥିଲା, ଯାହାକୁ ଏବେ ନିଲାମ କରାଗଲା। ଏହି ନିଲାମରେ ଚନ୍ଦ୍ରକୁ ଯାଇଥିତ୍ବା ଅନ୍ୟ ମହାକାଶଚାରୀଙ୍କ ଫଟୋ, ୧୯୫୪-୧୯୭୯ ପର୍ଯ୍ୟନ୍ତ ନିଲ୍‌ ଆର୍ମଷ୍ଟ୍ରଙ୍ଗଙ୍କୁ ପ୍ରଦାନ କରାଯାଇଥବା ୟୁଏସ୍‌ ପାସପୋର୍ଟକୁ ବି ୮୧,୨୫୦ ଡଲାରରେ ବିକ୍ରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri