Posted inଜାତୀୟ

ଚନ୍ଦ୍ରୟାନ-୨ର ସଫଳତା: ଆଶା ଯେତିକି ଆଶଙ୍କା ସେତିକି

ବେଙ୍ଗାଲୁରୁ/ଓ୍ବାଶିଂଟନ,୯ା୯(ପି.ଟି.): ଚନ୍ଦ୍ରର ଦକ୍ଷିଣ ମେରୁରେ ବାଟବଣା ହୋଇଥିବା ଲ୍ୟାଣ୍ଡର ବିକ୍ରମ ଠାବ ହେବା ପରେ ଚନ୍ଦ୍ରୟାନ-୨ର ସଫଳତାକୁ ଦେଶବାସୀ ନେଇ ଯେତିକି ଆଶାବାଦୀ ହୋଇଛନ୍ତି ତଥ୍ୟାଭିଜ୍ଞ ମହଲରେ ସେତିକି ଆଶଙ୍କା ମଧ୍ୟ ସୃଷ୍ଟି ହୋଇଛି। କାରଣ ବିକ୍ରମର ଜୀବନକାଳ ୧୪ ଦିନରୁ ୨ ଦିନ ଅତିକ୍ରାନ୍ତ ହୋଇସାରିଥିବାରୁ ଅବଶିଷ୍ଟ ୧୨ ଦିନ ମଧ୍ୟରେ ଏହାସହ ପୁନଃ ଯୋଗାଯୋଗ ରକ୍ଷା କରାଯାଇ ନ ପାରିଲେ ମୂଳ ଉଦ୍ଦେଶ୍ୟ ସାଧିତ ହେବ ନାହିଁ ବୋଲି କୁହାଯାଉଛି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ବିକ୍ରମ ସହ ସମ୍ପର୍କ ପ୍ରତିଷ୍ଠା ପାଇଁ ଜୋର୍‌ଦାର ଉଦ୍ୟମ ଚଳାଇଥିବା ଏହାର ଅଧ୍ୟକ୍ଷ କେ. ଶିବନ୍‌ କହିଛନ୍ତି। ଅନ୍ୟପକ୍ଷରେ ଏହାର ସମ୍ଭାବନା ଅତି କମ୍‌ ବୋଲି ଆଉ କେତେଜଣ ବୈଜ୍ଞାନିକ ମତବ୍ୟକ୍ତ କରିଛନ୍ତି।
ମହାକାଶ ଗବେଷଣା ସଂସ୍ଥା ନାସା ଭାରତର ଦ୍ୱିତୀୟ ଚନ୍ଦ୍ର ମିଶନ ଚନ୍ଦ୍ରୟାନ-୨କୁ ପ୍ରଶଂସା କରିଛି। ଇସ୍ରୋ ସହ ମିଳିତ ଭାବେ ସୌରମଣ୍ଡଳ ଆବିଷ୍କାର ପାଇଁ ନାସା ପ୍ରସ୍ତୁତ ଥିବା କହିଛି। ଚନ୍ଦ୍ରର ଦକ୍ଷିଣ ମେରୁରେ ସୂକ୍ଷ୍ମ ଅବତରଣ ପାଇଁ ଚନ୍ଦ୍ରୟାନ-୨ର ଉଦ୍ୟମ ଅବିଶ୍ୱସନୀୟ ଓ ପ୍ରଶଂସନୀୟ। ଏଥିରୁ ଆମକୁ ପ୍ରେରଣା ମିଳିବ ବୋଲି ଇସ୍ରୋକୁ ଅଭିନନ୍ଦନ ଜଣାଇବା ସହ ନାସା ଟୁଇଟ୍‌ କରିଛି। ସେହିପରି ଚନ୍ଦ୍ର କକ୍ଷରେ ଘୂରୁଥିବା ଅର୍ବିଟରରୁ ବିକ୍ରମର ଲେଜର ଇମେଜ୍‌ ଆସିବା ପରେ ଦେଶବ୍ୟାପୀ ଉତ୍ସାହ ଦେଖିବାକୁ ମିଳିଛି। ସୋସିଆଲ ମିଡିଆ ୟୁଜର୍ସ ଗର୍ବ ଓ ଉତ୍ସାହର ସହ ତ୍ରିରଙ୍ଗା ପତାକା ସହିତ ଲ୍ୟାଣ୍ଡର ଫଟୋ ଶେୟାର କରିଛନ୍ତି। ନିଜ ପରିଚୟ ଗୋପନ ସର୍ତ୍ତରେ ଇସ୍ରୋର ଜଣେ ବୈଜ୍ଞାନିକ କହିଛନ୍ତି, ସମୟ ଗଡ଼ିଚାଲିବା ସହ ବିକ୍ରମ ସହ ସମ୍ପର୍କ ପୁନଃ ସ୍ଥାପନ କରିବା ଅତ୍ୟନ୍ତ କଠିନ ହୋଇପଡ଼ିବ। ତେବେ ଉପଯୁକ୍ତ ନିୟନ୍ତ୍ରଣ ବଳରେ ସୌର ଶକ୍ତି ବଳରେ ଏଥିରୁ ଊର୍ଜା ସୃଷ୍ଟି ହେବା ସହ ବ୍ୟାଟେରି ରିଚାର୍ଜ କରାଯାଇପାରିବ। ତେବେ ଏହାର ସମ୍ଭାବନା ବହୁତ କମ୍‌। ସେହିପରି ଇସ୍ରୋର ଅନ୍ୟ ଜଣେ ଅଧିକାରୀ କହିଛନ୍ତି, ଚନ୍ଦ୍ରପୃଷ୍ଠରେ ବିକ୍ରମ ହାର୍ଡ ଲ୍ୟାଣ୍ଡିଂ କରିଛି। ଏହା ତା’ର ୪ ଗୋଡ଼ରେ ଅବତରଣ କରିଥାଇ ନ ପାରେ। ଏଥିଯୋଗୁ ୧,୪୭୧ କେ.ଜି ଓଜନର ଲ୍ୟାଣ୍ଡର କ୍ଷତିଗ୍ରସ୍ତ ହୋଇଥିବ ବୋଲି ସେ ଆଶଙ୍କା ବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଦିନିକିଆ ଦଳ ଘୋଷଣା: ବିରାଟଙ୍କ ପ୍ରତ୍ୟାବର୍ତ୍ତନ, ଯଶସ୍ୱୀ ବାଦ୍

ନୂଆଦିଲ୍ଲୀ,୨୧।୬: ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ରବିବାର, ୨୧ ଜୁନ୍‌ରେ ୧୫ ଜଣିଆ ଭାରତୀୟ ଦିନିକିଆ (ODI) ଦଳ ଘୋଷଣା କରିଛି।…

କେସିଙ୍ଗା -ଟିଟିଲାଗଡ ରାସ୍ତା, ତେଲନଦୀ ବ୍ରିଜର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ, ଭାରୀଯାନ ଚଳାଚଳ ଯୋଗୁ ବ୍ରିଜ୍‌ ଭାଙ୍ଗିବାର…

କେସିଙ୍ଗା,୨୧।୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହର ସ୍ଥିତ ସିଟିଜେନ ଫୋରମ ପକ୍ଷରୁ କେସିଙ୍ଗା -ଟିଟିଲାଗଡ ରାସ୍ତା ଓ ତେଲନଦୀ ବ୍ରିଜ୍‌କୁ ନେଇ ଏକ ଖବରଦାତା ସମ୍ମିଳନୀ…

ଶରୀରକୁ ସୁସ୍ଥ, ମନକୁ ସନ୍ତୁଳିତ କରେ ଯୋଗ

ରାଇକିଆ,୨୧।୬(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକର ବିଭିନ୍ନ ସ୍ଥାନରେ ରବିବାର ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଯୋଗ ଶରୀରକୁ ସୁସ୍ଥ ରଖେ। ଏଥିସହିତ…

ବ୍ଲକସ୍ତରୀୟ ସୁଭଦ୍ରା ଶକ୍ତି ସମାବେଶ: ଲକ୍ଷପତି ଦିଦିଙ୍କୁ କରାଗଲା ସମ୍ବର୍ଦ୍ଧିତ, ଅଙ୍ଗନଓ୍ବାଡି କର୍ମୀଙ୍କୁ ମିଳିଲା ସ୍ମାର୍ଟଫୋନ

ଥୁଆମୂଳ ରାମପୁର,୨୧।୬ (ଦୁର୍ଗା କୀର୍ତ୍ତି): ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ମିଶନ ଶକ୍ତି ବିଭାଗ ଆନୁକୂଲ୍ୟରେ ଥୁଆମୂଳ ରାମପୁର ଠାରେ ବ୍ଲକ ସ୍ତରୀୟ ‘ସୁଭଦ୍ରା…

ବରଗଡ଼ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ: ସାମିଲ ହେଲେ ବିଧାୟକ-ଜିଲାପାଳ

ବରଗଡ଼,୨୧।୬(ପ୍ରେମାନନ୍ଦ ଖମାରୀ): ଅନ୍ତର୍ଜାତୀୟ ଯୋଗ ଦିବସ ରବିବାର ବରଗଡ଼ ଜିଲାର ସମସ୍ତ ବ୍ଲକ ଓ ଗ୍ରାମପଞ୍ଚାୟତ ମୁଖ୍ୟାଳୟ ତଥା ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ଉତ୍ସାହ…

ଦିଗପହଣ୍ଡି ମିନି ଷ୍ଟାଡିୟମରେ ଅନ୍ତର୍ଜାତୀୟ ଯୋଗ ଦିବସରେ ଯୋଗଦେଲେ ବିଧାୟକ ସିଦ୍ଧାନ୍ତ     

ଦିଗପହଣ୍ଡି,୨୧|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ସ୍ଥାନୀୟ ଏନଏସି ପ୍ରଶାସନ ପକ୍ଷରୁ ଆୟୋଜିତ…

ଯୋଗ ଦିବସ,ସୁସ୍ଥ ରହିବା ପାଇଁ ଯୋଗ ନିହାତି ଆବଶ୍ୟକ : ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ

ଭଞ୍ଜନଗର, ୨୧।୬ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗରସ୍ଥିତ ବେଲେଶ୍ୱର ପୀଠରେ ରବିବାର ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ…

ପୁଣି ବନ୍ଦ ହେଲା ହର୍ମୁଜ ପ୍ରଣାଳୀ, IRGC ଘୋଷଣା ପୂର୍ବରୁ କେତେ ଭାରତୀୟ ଜାହାଜ ବାହାରିଛି? ଚମକାଇ ଦେବ ସଂଖ୍ୟା

ତେହରାନ,୨୧।୬: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଶନିବାର (ଜୁନ ୨୦, ୨୦୨୬) ତିନୋଟି ଭାରତୀୟ ଅଶୋଧିତ ତୈଳ ସୁପରଟ୍ୟାଙ୍କର୍‌ ସୁରକ୍ଷିତ ଭାବରେ ହର୍ମୁଜ ପ୍ରଣାଳୀ ପାର କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri