Posted inଜାତୀୟ

ଚନ୍ଦ୍ରୟାନ-୨ର ସଫଳତା: ଆଶା ଯେତିକି ଆଶଙ୍କା ସେତିକି

ବେଙ୍ଗାଲୁରୁ/ଓ୍ବାଶିଂଟନ,୯ା୯(ପି.ଟି.): ଚନ୍ଦ୍ରର ଦକ୍ଷିଣ ମେରୁରେ ବାଟବଣା ହୋଇଥିବା ଲ୍ୟାଣ୍ଡର ବିକ୍ରମ ଠାବ ହେବା ପରେ ଚନ୍ଦ୍ରୟାନ-୨ର ସଫଳତାକୁ ଦେଶବାସୀ ନେଇ ଯେତିକି ଆଶାବାଦୀ ହୋଇଛନ୍ତି ତଥ୍ୟାଭିଜ୍ଞ ମହଲରେ ସେତିକି ଆଶଙ୍କା ମଧ୍ୟ ସୃଷ୍ଟି ହୋଇଛି। କାରଣ ବିକ୍ରମର ଜୀବନକାଳ ୧୪ ଦିନରୁ ୨ ଦିନ ଅତିକ୍ରାନ୍ତ ହୋଇସାରିଥିବାରୁ ଅବଶିଷ୍ଟ ୧୨ ଦିନ ମଧ୍ୟରେ ଏହାସହ ପୁନଃ ଯୋଗାଯୋଗ ରକ୍ଷା କରାଯାଇ ନ ପାରିଲେ ମୂଳ ଉଦ୍ଦେଶ୍ୟ ସାଧିତ ହେବ ନାହିଁ ବୋଲି କୁହାଯାଉଛି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ବିକ୍ରମ ସହ ସମ୍ପର୍କ ପ୍ରତିଷ୍ଠା ପାଇଁ ଜୋର୍‌ଦାର ଉଦ୍ୟମ ଚଳାଇଥିବା ଏହାର ଅଧ୍ୟକ୍ଷ କେ. ଶିବନ୍‌ କହିଛନ୍ତି। ଅନ୍ୟପକ୍ଷରେ ଏହାର ସମ୍ଭାବନା ଅତି କମ୍‌ ବୋଲି ଆଉ କେତେଜଣ ବୈଜ୍ଞାନିକ ମତବ୍ୟକ୍ତ କରିଛନ୍ତି।
ମହାକାଶ ଗବେଷଣା ସଂସ୍ଥା ନାସା ଭାରତର ଦ୍ୱିତୀୟ ଚନ୍ଦ୍ର ମିଶନ ଚନ୍ଦ୍ରୟାନ-୨କୁ ପ୍ରଶଂସା କରିଛି। ଇସ୍ରୋ ସହ ମିଳିତ ଭାବେ ସୌରମଣ୍ଡଳ ଆବିଷ୍କାର ପାଇଁ ନାସା ପ୍ରସ୍ତୁତ ଥିବା କହିଛି। ଚନ୍ଦ୍ରର ଦକ୍ଷିଣ ମେରୁରେ ସୂକ୍ଷ୍ମ ଅବତରଣ ପାଇଁ ଚନ୍ଦ୍ରୟାନ-୨ର ଉଦ୍ୟମ ଅବିଶ୍ୱସନୀୟ ଓ ପ୍ରଶଂସନୀୟ। ଏଥିରୁ ଆମକୁ ପ୍ରେରଣା ମିଳିବ ବୋଲି ଇସ୍ରୋକୁ ଅଭିନନ୍ଦନ ଜଣାଇବା ସହ ନାସା ଟୁଇଟ୍‌ କରିଛି। ସେହିପରି ଚନ୍ଦ୍ର କକ୍ଷରେ ଘୂରୁଥିବା ଅର୍ବିଟରରୁ ବିକ୍ରମର ଲେଜର ଇମେଜ୍‌ ଆସିବା ପରେ ଦେଶବ୍ୟାପୀ ଉତ୍ସାହ ଦେଖିବାକୁ ମିଳିଛି। ସୋସିଆଲ ମିଡିଆ ୟୁଜର୍ସ ଗର୍ବ ଓ ଉତ୍ସାହର ସହ ତ୍ରିରଙ୍ଗା ପତାକା ସହିତ ଲ୍ୟାଣ୍ଡର ଫଟୋ ଶେୟାର କରିଛନ୍ତି। ନିଜ ପରିଚୟ ଗୋପନ ସର୍ତ୍ତରେ ଇସ୍ରୋର ଜଣେ ବୈଜ୍ଞାନିକ କହିଛନ୍ତି, ସମୟ ଗଡ଼ିଚାଲିବା ସହ ବିକ୍ରମ ସହ ସମ୍ପର୍କ ପୁନଃ ସ୍ଥାପନ କରିବା ଅତ୍ୟନ୍ତ କଠିନ ହୋଇପଡ଼ିବ। ତେବେ ଉପଯୁକ୍ତ ନିୟନ୍ତ୍ରଣ ବଳରେ ସୌର ଶକ୍ତି ବଳରେ ଏଥିରୁ ଊର୍ଜା ସୃଷ୍ଟି ହେବା ସହ ବ୍ୟାଟେରି ରିଚାର୍ଜ କରାଯାଇପାରିବ। ତେବେ ଏହାର ସମ୍ଭାବନା ବହୁତ କମ୍‌। ସେହିପରି ଇସ୍ରୋର ଅନ୍ୟ ଜଣେ ଅଧିକାରୀ କହିଛନ୍ତି, ଚନ୍ଦ୍ରପୃଷ୍ଠରେ ବିକ୍ରମ ହାର୍ଡ ଲ୍ୟାଣ୍ଡିଂ କରିଛି। ଏହା ତା’ର ୪ ଗୋଡ଼ରେ ଅବତରଣ କରିଥାଇ ନ ପାରେ। ଏଥିଯୋଗୁ ୧,୪୭୧ କେ.ଜି ଓଜନର ଲ୍ୟାଣ୍ଡର କ୍ଷତିଗ୍ରସ୍ତ ହୋଇଥିବ ବୋଲି ସେ ଆଶଙ୍କା ବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୦୦% ଭିଭିପିଏଟି ଯାଞ୍ଚ ହେବନାହିଁ

ନୂଆଦିଲ୍ଲୀ,୨୭ା୪: ମତଦାନ ବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ସହ ଭୋଟର ଭେଭିଫିଏବଲ୍‌ ପେପର ଅଡିଟ୍‌ ଟ୍ରାଏଲ (ଭିଭିପିଏଟି) ମେଶିନରୁ ବାହାରୁଥିବା ପେପର ସ୍ଲିପ୍‌ର ୧୦୦% ଯାଞ୍ଚ...

୮୮ ଆସନରେ ୬୧% ମତଦାନ

ନୂଆଦିଲ୍ଲୀ,୨୭ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଶୁକ୍ରବାର ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ମତଦାନ ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନ ୫ଟା...

ସାରା ଦେଶରେ ୟୁସିସି ଲାଗୁହେବ: ଶାହା

ଗୁନା,୨୭ା୪: କଂଗ୍ରେସ ନିର୍ବାଚନ ଇସ୍ତାହାରରେ ଧର୍ମୀୟ ପର୍ସନାଲ ଲ’କୁ କାଏମ ରଖିବା ପାଇଁ ପ୍ରତିଶ୍ରୁତି ଦେଇଥିବାବେଳେ ସାରା ଦେଶରେ ସମାନ ନାଗରିକ ସଂହିତା (ୟୁସିସି) ଲାଗୁ...

ଭାରତ ଛାଡ଼ିବାକୁ ହ୍ବାଟ୍ସଆପ୍‌ର ଚେତାବନୀ

ନୂଆଦିଲ୍ଲୀ,୨୭ା୪: ଭାରତ ସରକାର ଓ ମେଟା ମାଲିକାନାରେ ଥିବା ମେସେଜିଂ ପ୍ଲାଟ୍‌ଫର୍ମ ହ୍ବାଟ୍ସଆପ୍‌ ମଧ୍ୟରେ ବିବାଦ ତେଜିବାରେ ଲାଗିଛି। ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକ ସୂଚନାର ପ୍ରଥମ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri