ଚନ୍ଦ୍ରୟାନ-୨ରେ ଲାଲବାଗ ରାଜା

ମୁମ୍ବାଇ: ଭାଦ୍ରବ ଶୁକ୍ଳପକ୍ଷରେ ଗଣେଶ ଚତୁର୍ଥୀ ପଡ଼ୁଥିବା ବେଳେ ଚଳିତ ବର୍ଷ ସେପ୍ଟେମ୍ବର ୨ରେ ଏହା ପାଳନ କରାଯିବ। ଏନେଇ ପଲ୍ଲୀଠାରୁ ଆରମ୍ଭ କରି ସହର ସବୁ ଚଳଚଞ୍ଚଳ ହୋଇପଡ଼ିଛି। ତେବେ ଗଣେଶ ଚତୁର୍ଥୀ ଆସିଲେ ପ୍ରଥମେ ମୁମ୍ବାଇର ଲାଲବାଗ ରାଜାଙ୍କ କଥା ମନରେ ଆସେ। ୧୯୩୪ରୁ ମୁମ୍ବାଇର ପରେଲ ଅଞ୍ଚଳରେ ବହୁ ଆଡ଼ମ୍ବରରେ ଗଣେଶ ଚତୁର୍ଥୀ ପାଳନ କରାଯାଇଆସୁଛି। ଲାଲବାଗର ରାଜାଙ୍କୁ ଏଠାରେ ବିରାଜମାନ କରାଇ ଦୀର୍ଘ ୧୦ ଦିନ ଧରି ଧୁମ୍‌ଧାମ୍‌ରେ ଗଣପତିଙ୍କ ପୂଜାର୍ଚ୍ଚନା କରାଯାଇଥାଏ। ଆଉ ୧୧ ଦିନରେ ଏକ ବଡ଼ ଶୋଭାଯାତ୍ରାରେ ମୁମ୍ବାଇ ଗିରଗାଁଓ ଚୌପାଟିରେ ଗଣପତି ବାପ୍ପାଙ୍କ ବିସର୍ଜନ କରାଯାଇଥାଏ। ହେଲେ ଚଳିତ ବର୍ଷ ଏଠାରେ ସ୍ବତନ୍ତ୍ର ବ୍ୟବସ୍ଥାର ଆୟୋଜନ କରାଯାଇଛି। ଲାଲବାଗ ରାଜାଙ୍କ ପ୍ରତିମା ସବୁଠାରୁ ବିଶାଳକାୟ ହୋଇଥିବା ବେଳେ ଏହି ମଣ୍ଡପରେ ଚଳିତ ଥର ଥିମ୍‌ ରହିଛି ଚନ୍ଦ୍ରୟାନ-୨। ମଣ୍ଡପକୁ ବହୁ ଆଡ଼ମ୍ବରରେ ସାଜସଜ୍ଜା କରାଯାଇଥିବା ବେଳେ ଗଣେଶଙ୍କ ଚାରିପାଖରେ ମହାକାଶର ଦୃଶ୍ୟ ଦେଖିବାକୁ ମିଳିବ। ତେବେ ପ୍ରତିବର୍ଷ ଏହି ଅବସରରେ ଏଠାରେ ଭିଡ଼ ଜମୁଥିବା ବେଳେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ନେତା ମନ୍ତ୍ରୀ ଓ ସେଲିବ୍ରିଟିଙ୍କର ଏଠାକୁ ସୂଅ ଛୁଟିଥାଏ। ଗଣେଶଙ୍କ ପୂଜାର୍ଚ୍ଚନା କିମ୍ବା ତାଙ୍କର ଦର୍ଶନ ପାଇଁ ଭକ୍ତଙ୍କୁ ଲମ୍ବା ଲାଇନ ଲଗାଇବାକୁ ପଡ଼ିଥାଏ। ଅନ୍ୟପଟେ ଲାଲବାଗ ରାଜାଙ୍କ ଏକ ବିଶେଷତଃ ରହିଛି। ଏଠାରେ ଗଣେଶଙ୍କ ଦର୍ଶନ କରିବା ମାତ୍ରେ ହିଁ ଭକ୍ତଙ୍କ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ତରାଧିକାର ଟ୍ୟାକ୍ସକୁ ନେଇ ଗୋଟିଏ ବୟାନ ବଢାଇଲା କଂଗ୍ରେସର ଟେନସନ!

ନୂଆଦିଲ୍ଲୀ,୨୪।୪: ବର୍ତ୍ତମାନ ସମ୍ପତ୍ତି ବଣ୍ଟନ ଏବଂ ଉତ୍ତରାଧିକାର ଟ୍ୟାକ୍ସକୁ ନେଇ ଦେଶରେ ଅନେକ ରାଜନୈତିକ ବାକ୍‌ଯୁଦ୍ଧ ଚାଲିଛି। କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ...

ପୁଣିଥରେ କ୍ଷମା ମାଗିଲେ ବାବା ରାମଦେବ, କହିଲେ ଆଉଥରେ ହେବନି ଭୁଲ

ନୂଆଦିଲ୍ଲୀ,୨୪।୪: ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ପରେ ଯୋଗ ଗୁରୁ ବାବା ରାମଦେବ ଏବଂ ପତଞ୍ଜଳି ଆୟୁର୍ବେଦ ଲିମିଟେଡ ପରିଚାଳନା ନିର୍ଦ୍ଦେଶକ (MD) ବାଲକୃଷ୍ଣ ପୁନର୍ବାର ବିଭ୍ରାନ୍ତିକର ବିଜ୍ଞାପନ...

ମୋଦିଙ୍କୁ ଗାଳିଦେଲେ ଘରକୁ ଫେରିବନି: ବିରୋଧୀ ନେତାଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଧମକ

ମୁମ୍ବାଇ,୨୪/୪:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି କେହି ଅପଶବ୍ଦ ବ୍ୟବହାର କଲେ, ତାଙ୍କୁ ଘରକୁ ଫେରିବାକୁ ଦିଆଯିବ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ ଧମକ ଦେଇଛନ୍ତି।...

ମୁଁ ମୋଦିଙ୍କ ଭେଟିବାକୁ ଚାହେଁ, ମୋତେ ସମୟ ଦିଅନ୍ତୁ: ଖାର୍ଗେ

ନୂଆଦିଲ୍ଲୀ,୨୪।୪: ୨୦୨୪ ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରଚାର କରୁଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ମାନିଫେଷ୍ଟୋରେ ମୁସଲିମ ଲିଗର ଛାପ ଏବଂ...

ବିମାନରେ ଛୋଟ ପିଲାଙ୍କୁ ଅଭିଭାବକଙ୍କ ପାଖରେ ବସାଇବା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୨୪ା୪:ବିମାନରେ ୧୩ ବର୍ଷରୁ କମ୍‌ ବୟସର ପିଲାମାନେ ଯେପରି ସେମାନଙ୍କ ମାଆବାପା କିମ୍ବା ଅଭିଭାବକଙ୍କ ପାଖ ସିଟ୍‌ରେ ବସନ୍ତି, ତାହା ସୁନିଶ୍ଚିତ କରିବାକୁ ବେସାମରିକ ବିମାନ...

ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପାଇଁ ଆଜି ସରିବ ପ୍ରଚାର, ୮୮ ଆସନରେ ହେବ ମତଦାନ

ନୂଆଦିଲ୍ଲୀ,୨୪।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପାଇଁ ଗଣନା ଆରମ୍ଭ ହୋଇଯାଇଛି। ଦ୍ୱିତୀୟ ପର୍ଯ୍ୟାୟ ପାଇଁ ନିର୍ବାଚନୀ ପ୍ରଚାର ଆଜି...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

ନୁଡୁଲ୍ସ ପ୍ୟାକେଟ୍‌ରୁ ୨ କୋଟିର ହୀରା ଜବତ

ମୁମ୍ବାଇ,୨୪ା୪:ସୀମାଶୁଳ୍କ ବିଭାଗ ଅଧିକାରୀମାନେ ମୁମ୍ବାଇ ବିମାନବନ୍ଦରରୁ ୬.୪୬ କୋଟି ଟଙ୍କାର ସୁନା ଓ ହୀରା ଜବତ କରିଛନ୍ତି। ଜଣେ ଯାତ୍ରୀ ନୁଡୁଲ୍ସ ପ୍ୟାକେଟରେ ହୀରାକୁ ଲୁଚାଇଥିବାବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri