ଚଢା ଦରରେ ବିକ୍ରି ହେଉଛି ୟୁରିଆ: ବସ୍ତା ପ୍ରତି ୨୬୬ ପରିବର୍ତ୍ତେ ନେଉଛନ୍ତି ୩୬୦ ଟଙ୍କା

ନୟାଗଡ଼ ଅଫିସ,୩ା୮: ନୟାଗଡ଼ ବ୍ଲକ ଇଟାମାଟିର ଏକ ସାର ବିକ୍ରୟ କେନ୍ଦ୍ରରୁ ଜଣେ ଚାଷୀ ଶୁକ୍ରବାର ୟୁରିଆ ବସ୍ତା ପିଛା ୩୬୦ ଟଙ୍କାରେ କିଣିଥିଲେ। ଚାଷୀ ଜଣକ ଏତେ ଟଙ୍କା କାହିଁକି ନେଉଛ ବୋଲି ପଚାରିବାରୁ ଦୋକାନୀ ଗାଡ଼ି ଖର୍ଚ୍ଚ ବାବଦକୁ ନିଆଯାଉଛି ବୋଲି କହିଥିଲେ। ଅନ୍ୟ ଉପାୟ ନ ଥିବାରୁ ଚାଷୀ ଜଣକ ସାର କିଣିବାକୁ ବାଧ୍ୟ ହୋଇଥିବା କହିଥିଲେ। କେବଳ ଇଟାମାଟି ନୁହେଁ ଜିଲାର ବିଭିନ୍ନ ସ୍ଥାନରେ ୟୁରିଆ ବସ୍ତା ପିଛା ୩୫୦ରୁ ୩୬୦ ଟଙ୍କାରେ ବିକ୍ରି ହେଉଛି। ସାରା ଦେଶରେ ଏହି ସାର ବସ୍ତାପିଛା ୨୬୬ ଟଙ୍କା ବିକ୍ରି କରିବା ପାଇଁ ନିୟମ ରହିଛି। ହେଲେ ବେପାରୀମାନେ ମନଇଚ୍ଛା ଦରରେ ବିକ୍ରି କରୁଛନ୍ତି। ଅନ୍ୟ ସାର ଠିକ୍‌ ମୂଲ୍ୟରେ ମିଳୁଥିବା ବେଳେ ୟୁରିଆ ଚଢ଼ା ଦରରେ ବିକ୍ରି ହେଉଥିବା ଦେଖିବାକୁ ମିଳିଛି। ଜିଲାରେ ସ୍ବଳ୍ପ ବର୍ଷା ସାଙ୍ଗକୁ ଚାଷ ଆରମ୍ଭରୁ ସାର କଳାବଜାର ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି। ଏହି ପରିପ୍ରେକ୍ଷୀରେ ଜିଲା ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ସାର କଳାବଜାର ରୋକିବା ପାଇଁ ଚାଷୀମାନେ ଦାବି କରିଛନ୍ତି।
୭ କମ୍ପାନୀ ସହିତ ହୋଇଛି ଚୁକ୍ତି- ଚଳିତବର୍ଷ ନୟାଗଡ଼ ଜିଲାରେ ୧ ଲକ୍ଷ ୩ ହଜାର ହେକ୍ଟର ଜମିରେ ଚାଷ କରାଯାଇଛି। ଜିଲାର ଚାଷୀମାନଙ୍କୁ ସାର ଯୋଗାଇଦେବା ପାଇଁ ୭ କମ୍ପାନୀ ସହିତ ଚୁକ୍ତି କରାଯାଇଛି। ସେଗୁଡିକ ହେଲା ସିଆଇଏଲ୍‌, ଜିଏସ୍‌ଏଫ୍‌ସି, ଇଫ୍‌କୋ, ଆଇପିଏଲ୍‌, ଏନ୍‌ଏଫ୍‌ସିଏଲ୍‌, ଏନ୍‌ଏଫ୍‌ଏଲ୍‌ ଓ ପିପିଏଲ୍‌। ସାର ବିକ୍ରୟ ପାଇଁ ୧୧ଟି ଘରୋଇ ହୋଲସେଲର କାଉଣ୍ଟର ଓ ୨୪୮ଟି ରିଟେଲର କାଉଣ୍ଟର ରହିଛି। ସେହିଭଳି ୯୭ଟି ପ୍ରାଥମିକ ସେବା ସମବାୟ ସମିତି (ପ୍ୟାକ୍ସ)ରେ ୟୁରିଆ, ଏନ୍‌ପିକେ, ଡିଏପି, ଗ୍ରୋମୋର ଆଦି ସାର ବିକ୍ରୟ କରାଯାଉଛି। କଳାବଜାର ସହ ଚାଷୀମାନେ ଯେପରି ସାର ପାଇବାରେ ଅସୁବିଧା ନ ଭୋଗନ୍ତି ସେଥିପ୍ରତି ସମବାୟ ସଂସ୍ଥାଗୁଡ଼ିକ ନଜର ରଖିବାକୁ କୁହାଯାଇଛି। ମାତ୍ର ଜିଲାରେ ଥିବା ସମବାୟ ସଂସ୍ଥା ଏଥିପ୍ରତି ଧ୍ୟାନ ଦେଉ ନ ଥିବା ଚାଷୀମାନେ ଅଭିଯୋଗ କରୁଛନ୍ତି। ଜିଲାରେ ମୋଟ ୫ ହଜାର ମେଟ୍ରିକ୍‌ ଟନ୍‌ ୟୁରିଆ ଆବଶ୍ୟକ ଥିବାବେଳେ ବର୍ତ୍ତମାନ ସୁଦ୍ଧା ୩ ହଜାର ମେଟ୍ରିକ୍‌ ଟନ୍‌ ଯୋଗାଇ ଦିଆଯାଇଛି। ଅନ୍ୟାନ୍ୟ ସାର ଆବଶ୍ୟକତା ଅନୁସାରେ ମହଜୁଦ ରହିଛି। ସାର ଚଢ଼ା ଦରରେ ବିକ୍ରି ହେବା ନେଇ ଦାୟିତ୍ୱରେ ଥିବା ନୟାଗଡ ଡିଡିଏ ଲକ୍ଷ୍ମୀ ନାରାୟଣ ଦାସଙ୍କୁ ପଚାରିବାରୁ ସେ କହନ୍ତି, ଯେଉଁମାନେ ସାର କଳାବଜାର କରୁଥିବେ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।
କାହିଁକି ଚଢ଼ା ଦରରେ ବିକ୍ରୟ ହେଉଛି ସାର- ୟୁରିଆ ବସ୍ତା ପିଛା ୨୬୬ ଟଙ୍କାରେ ବିକ୍ରୟ ହେବା କଥା। ପ୍ୟାକେଟରେ ମଧ୍ୟ ଏହି ଦାମ୍‌ ଉଲ୍ଲେଖ ରହିଛି। ଜିଲାରେ ସାର ମହଜୁଦ ରଖିବା ପାଇଁ ବିଭିନ୍ନ କମ୍ପାନୀର ର଼୍ୟାକ ପଏଣ୍ଟ ନ ଥିବାରୁ ସରକାରୀ ଓ ବେସରକାରୀ ଡିଲରମାନେ ବ୍ରହ୍ମପୁର ଓ କଟକ ଗୋଦାମରୁ ଆଣୁଛନ୍ତି। ଫଳରେ ପରିବହନ ବାବଦକୁ ସାର ବସ୍ତା ପିଛା ୨୦ ଟଙ୍କା ଖର୍ଚ୍ଚ ହେଉଛି। ଏହା ପରେ ଜିଲାର ଅନ୍ୟ ବ୍ଲକକୁ ପରିବହନ ହେବା ଦ୍ୱାରା ଆଉ ୨୦ ଟଙ୍କା ଅଧିକ ଖର୍ଚ୍ଚ ହେଉଛି। ଏହିଭଳି ସାର ବସ୍ତା ପିଛା ୩୦୬ ଟଙ୍କା ପଡ଼ୁଛି। ବେପାରୀମାନେ ୨୦ଟଙ୍କା ଲାଭ ରଖି ବିକୟ କରିବା କଥା। ମାତ୍ର ତାହା ନ କରି କେଉଁଠି ୩୫୦ ତ ଆଉ କେଉଁଠି ୩୬୦ ଟଙ୍କାରେ ବିକ୍ରୟ କରୁଛନ୍ତି। ଏପରି କି ଦୋକାନୀମାନେ ମଧ୍ୟ ଚାଷୀମାନଙ୍କୁ ରସିଦ୍‌ ଦେଉନାହାନ୍ତି। କାରଣ ରସିଦ୍‌ ଦେଲେ ସେମାନଙ୍କୁ ୨୬୬ ଟଙ୍କାର ଦେବାକୁ ପଡ଼ିବ।
୯୭ ପ୍ୟାକ୍ସ କରିନାହାନ୍ତି ଲାଇସେନ୍ସ- ନୟାଗଡ଼ ଜିଲାରେ ଥିବା ୧୪୭ ପ୍ୟାକ୍ସରୁ ୯୭ଟି ସାର ବିକ୍ରୟ ପାଇଁ ଲାଇସେନ୍ସ କରିନାହାନ୍ତି। ବାକି ୫୦ଟି ସମିତି ଲାଇସେନ୍ସ କରିଛନ୍ତି। ଉକ୍ତ ୯୭ ସେବା ସମବାୟ ସମିତିରୁ ଅଧିକାଂଶଙ୍କ ଗୋଦାମ ଘର ନ ଥିବା ଓ କିଛି ସମିତି ଭଙ୍ଗା ଘରେ ଚାଲୁଥିବାରୁ ସେମାନେ ସାର ବିକ୍ରୟ ପାଇଁ ଲାଇସେନ୍ସ କରି ନ ଥିବା ଜଣାପଡ଼ିଛି। ସମିତି ସମ୍ପାଦକମାନେ ଲାଇସେନ୍ସ କରି ନ ଥିବାରୁ ଘରୋଇ ଲାଇସେନ୍ସପ୍ରାପ୍ତ ଦେକାନୀମାନେ ମନଇଚ୍ଛା ଚଢ଼ା ଦରରେ ସାର ବିକ୍ରୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ନୟାଗଡ଼ ଡବଲ ମର୍ଡର: ଦୋଷୀଙ୍କୁ ଫାଶୀ

ନୟାଗଡ଼,୨୬ା୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ହୋଇଥିବା ଡବଲ ମର୍ଡର ଘଟଣାରେ ଶୁକ୍ରବାର ଓଡ଼ଗାଁ ଏଡିଜେ କୋର୍ଟ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଦୋଷୀ ନିରଞ୍ଜନ ମଲ୍ଲିକଙ୍କୁ...

ଚାଷୀ ଦେଉଛନ୍ତି ଜଳକର, ଜମିରେ ମାଡୁନି ପାଣି

ନୂଆଗାଁ,୨୬।୪( ଧନେଶ୍ୱର ସାହୁ): ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦେବା ପାଇଁ ସରକାର ଅନେକ କୋଟି ଟଙ୍କା ବ୍ୟୟ କରୁଛନ୍ତି। ଜଳସେଚନ ପ୍ରକଳ୍ପ ନିର୍ମାଣ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଶାଳଭଙ୍ଗା ଜଙ୍ଗଲରୁ ଟାକେରା ଘାଟି ରାସ୍ତା ଅସୁରକ୍ଷିତ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକର ଶାଳଭଙ୍ଗା ଜଙ୍ଗଲରୁ ଟାକେରା ଘାଟି ପଶୁ ଓ ମଣିଷଙ୍କ ପାଇଁ ବିପଦ ସାଜିଛି। ୬ ବର୍ଷରେ ଗୋଟିଏ ବାଘ...

ନିମ୍ନମାନର କାମ ଅଭିଯୋଗ ପରେ ଭଙ୍ଗାଗଲା ପୋଲ

ନୂଆଗାଁ,୨୫।୪ (ଧନେଶ୍ୱର ସାହୁ)ନୟାଗଡ଼ ଜିଲା ନୂଆଗାଁ ବ୍ଲକ ସିମିଳିସାହିଠାରୁ ବାଲଣ୍ଡା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ନିର୍ମାଣରେ ଅନିୟମିତତା ହେଉଥିବା ଅଭିଯୋଗ ହେଉଥିଲା। ଉକ୍ତ ରାସ୍ତାର ଅଭୟପୁରଠାରେ...

‘ଟିକେଟ ନ ମିଳିଲେ ସ୍ବାଧୀନ ଭାବେ ଲଢ଼ିବେ ଅନୁଭବ’

ଖଣ୍ଡପଡ଼ା,୨୩ା୪(ଅଜୟ କୁମାର ମହାରଣା):ନୟାଗଡ଼ ଜିଲାର ବିଭିନ୍ନ ବିଧାନସଭା କ୍ଷେତ୍ର ପାଇଁ ବିଜେଡି ପ୍ରାର୍ଥୀ ଚୟନ କରିସାରିଥିବାବେଳେ ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀ ଘୋଷଣା ବାକି ରହିଛି। ବିଜେଡି ପକ୍ଷରୁ...

ବିଜେଡି, କଂଗ୍ରେସର ଅଭିଜ୍ଞ, ଭାଜପାର ନୂଆ ପ୍ରାର୍ଥୀ

ନୟାଗଡ,୨୨।୪(ଲୋକନାଥ ମିଶ୍ର):ନୟାଗଡ଼ ଜିଲାର ଦଶପଲ୍ଲା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ଓ କଂଗ୍ରେସର ଦୁଇ ଅଭିଜ୍ଞ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିବାବେଳେ ଭାଜପାର ନୂଆମୁହଁ ସହ ଲଢ଼େଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri