ଘରୋଇ ବସ୍‌ ଧର୍ମଘଟ ସ୍ଥଗିତ

ଭୁବନେଶ୍ୱର,୧୭ା୧(ବ୍ୟୁରୋ):ବିଭିନ୍ନ ଦାବି ନେଇ ମଙ୍ଗଳବାରଠାରୁ ରାଜ୍ୟବ୍ୟାପୀ ହେବାକୁ ଥିବା ପ୍ରସ୍ତାବିତ ବସ୍‌ ଧର୍ମଘଟକୁ ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ସ୍ଥଗିତ ରଖିବାକୁ ଘୋଷଣା କରିଛି। ବସ୍‌ ଚଳାଚଳ ପୂର୍ବଭଳି ସ୍ବାଭାବିକ ରହିବ। ଦାବି ପୂରଣ ନେଇ ସରକାରଙ୍କ ସହ ଆଲୋଚନା ପରେ ସଂଘ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।
ପ୍ରାଥମିକ ପର୍ଯ୍ୟାୟରେ ୩ଟି ଦାବି ପୂରଣ ହୋଇଛି। ସ୍କ୍ରାପିଂ ପଲିସିକୁ ୧୫ରୁ ୨୦ ବର୍ଷକୁ ବଢ଼ାଇବାକୁ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି ଦିନ ସମୟରେ ସ୍ଲିପର କୋଚ୍‌ ଚଳାଇବା ଏବଂ ଟ୍ରାନ୍ସଫର ଅଫ୍‌ ପର୍‌ମିଟ ଭଳି ଦାବି ପୂରଣ ହୋଇଥିବା ସଂଘ ପକ୍ଷରୁ କୁହାଯାଇଛି।
ଅନ୍ୟ ଦାବିଗୁଡ଼ିକ ପାଇଁ ସରକାର ସମୟ ନେଇଛନ୍ତି। ସଂଘ ପକ୍ଷରୁ ୧୦ ଦଫା ଦାବି ନେଇ ଜାନୁୟାରୀ ୧୭ରେ ଧର୍ମଘଟର ଡାକରା ଦିଆଯାଇଥିଲା। ଆସନ୍ତା ମାର୍ଚ୍ଚ ୩୧ ସୁଦ୍ଧା ଦାବି ପୂରଣ ନ ହେଲେ ପୁଣି ସଂଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଘରୋଇ ବସ୍‌ ମାଲିକ ସଂଘ ମୁଖପାତ୍ର ଦେବାଶିଷ ନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୀଘା ଜଗନ୍ନାଥ ମନ୍ଦିରରୁ ହଟିଲା ‘ଧାମ’ ଶବ୍ଦ, ଏବେ ଏହି ନାମରେ…

କୋଲକାତା,୧୦ା୬: ଶେଷରେ ଦୀଘା ଜଗନ୍ନାଥ ମନ୍ଦିରରୁ ହଟିଛି ‘ଧାମ’ ଶବ୍ଦ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅନୁରୋଧକ୍ରମେ ଘୋଷଣା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ସେ…

ଝିଅର ନିର୍ବନ୍ଧ ପୂର୍ବରୁ ହଠାତ୍‌ ଫେରାର୍‌ ହୋଇଗଲେ ମାଆ, ହ଼୍ବାଟସଆପ୍‌ ଷ୍ଟାଟସ୍‌ ଦେଖି ସ୍ୱାମୀ କାବା!

ମୁମ୍ୱାଇ,୧୦।୬: ଝିଅର ନିର୍ବନ୍ଧକୁ ଥିଲା ଆଉ ମାତ୍ର ୫ ଦିନ। ପ୍ରସ୍ତୁତିରେ ଲାଗିପଡ଼ିଥିଲା ପୂରା ପରିବାର। ନିର୍ବନ୍ଧ ପାଇଁ ସମ୍ପର୍କୀୟମାନେ ବି ଘରକୁ ଆସୁଥାନ୍ତି। ସେପଟେ ଚାଲିଥାଏ…

ODI ସିରିଜ ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଖରାପ ଖବର: ବାଦ ପଡ଼ିଲେ ହାର୍ଦ୍ଦିକ ପାଣ୍ଡ୍ୟା, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୦।୬: ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ଜୁନ ୧୩ରୁ ଆରମ୍ଭ ହେବାକୁ ଯାଉଛି। ତଥାପି, ସିରିଜ ପୂର୍ବରୁ ଟିମ ଇଣ୍ଡିଆକୁ…

ଚମକାଇଲା ଆଜିର ନୂଆ ତେଲଦର! ଟାଙ୍କି ଫୁଲ୍‌ କରିବା ପୂର୍ୱରୁ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୧୦।୬: ବୁଧବାର, ୧୦ ଜୁନରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ସ୍ଥିର ରହିଥିଲେ ମଧ୍ୟ, ସାମ୍ପ୍ରତିକ ଦିନଗୁଡ଼ିକରେ ହୋଇଥିବା ପ୍ରବଳ ବୃଦ୍ଧି ସାଧାରଣ ଜନତାଙ୍କ ଅଣ୍ଟା…

ଅଧିନାୟକ ପଦ ଛାଡି କ୍ରିକେଟରୁ ବିଦାୟ ଦେବେ ବେନ ଷ୍ଟୋକ୍ସ! ନାଇଟ କ୍ଲବ ଘଟଣା ପରେ କ୍ରିକେଟଙ୍କ ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି

ନୂଆଦିଲ୍ଲୀ,୧୦।୬: କ୍ରିକେଟ ଇତିହାସର ସର୍ବୋତ୍ତମ ଅଲରାଉଣ୍ଡରମାନଙ୍କ ମଧ୍ୟରୁ ଜଣେ ବେନ ଷ୍ଟୋକ୍ସ ଖୁବ ଶୀଘ୍ର ତାଙ୍କର ଅବସର ଘୋଷଣା କରିପାରନ୍ତି। ରିପୋର୍ଟ ଅନୁସାରେ ଷ୍ଟୋକ୍ସ ଟେଷ୍ଟ ଅଧିନାୟକ…

ପ୍ରତିବର୍ଷ ଜଣ୍ଡିସ ବ୍ୟାପୁଛି: ନିୟମିତ ଯାଞ୍ଚ ହେଉନାହିଁ ପାଣି ପାଇପ ଲାଇନ

ଭଞ୍ଜନଗର,୧୦।୬(ବାବୁଲା ପ୍ରଧାନ): ରାଜ୍ୟର ସମସ୍ତ ଘରକୁ ସରକାର ପାଇପ ଯୋଗେ ବିଶୁଦ୍ଧ ପାଣି ଯୋଗାଇଦେବା ଲକ୍ଷ୍ୟ ରଖିଛନ୍ତି। ଉକ୍ତ ଲକ୍ଷ୍ୟକୁ ରଖି ରାଜ୍ୟରେ ଅନେକ ବଡ ବଡ…

ନିଶାସେବନରେ ଝଡି ଯାଉଛି ଅମୂଲ୍ୟ ଜୀବନ, ମୁକ୍ତି ପାଇଁ ପଞ୍ଚାୟତ ପକ୍ଷରୁ…

ମହାକାଳପଡ଼ା,୧୦ା୬(ପ୍ରତାପ ଚନ୍ଦ୍ର ସ୍ବାଇଁ): ନିଶାପାନ କରି ଯୁବ ସମାଜ ପଥଭ୍ରଷ୍ଟ। ଏହାକୁ ଦୃଢ଼ ଭାବେ ବିରୋଧ ସହ ସମାଜ ପାଇଁ ସଚେତନତା ବାର୍ତ୍ତା ପ୍ରଦାନ ପାଇଁ ମଙ୍ଗଳବାର…

୩୫ ଚୌକା, ୯ ଛକା ସହ ୨୧୦ ରନର ଏକ ଇନିଂସ… ବୈଭବ ସୂର୍ଯ୍ୟବଂଶୀ ନୁହେଁ ଗର୍ଜିଲା ତାଙ୍କ ବନ୍ଧୁଙ୍କ ବ୍ୟାଟ

ନୂଆଦିଲ୍ଲୀ,୧୦।୬: ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ଆଇପିଏଲ ୨୦୨୬ରେ ତାଙ୍କର ଚମତ୍କାର ବ୍ୟାଟିଂ ପ୍ରଦର୍ଶନ ଦ୍ୱାରା କେବଳ ଲୋକଲୋଚନକୁ ଆସି ନଥିଲେ ବରଂ ଭାରତୀୟ ଜାତୀୟ ଦଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri