ଘରୁ ବାହାରିଲା ୩୫ ନାଗଛୁଆ

ଧାମନଗର, ୨୭।୬ (ଡି.ଏନ.ଏ.) – ଧାମନଗର ଗୋଖାଦିକି ସାହିର ଲକ୍ଷ୍ମୀଧର ମଳିକଙ୍କ ମାଟିଘରୁ ବୁଧବାର ୩୫ଟି ନାଗ ଛୁଆ ଉଦ୍ଧାର କରାଯାଇଛି। ଦୁଇ ତିନିଦିନ ଧରି ଲକ୍ଷ୍ମୀଧରଙ୍କ ଘରେ ନାଗଛୁଆ ଖେଳୁଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ। ପରିବାର ଲୋକେ ଭୟରେ ଘର ଛାଡ଼ି ପଡ଼ୋଶୀଙ୍କ ଘରେ ଆଶ୍ରୟ ନେଇ ସାପଧରାଳିଙ୍କୁ ଖବର ଦେଇଥିଲେ। ସ୍ନେକହେଲ୍ପର ସେକ୍‌ ମିର୍ଜା ବୁଧବାର ପହଞ୍ଚି ଲକ୍ଷ୍ମୀଧରଙ୍କ ୫ ବଖରା ମାଟିଘରକୁ ସମ୍ପୂର୍ଣ୍ଣ ତାଡ଼ି ଦେଇ ସାପଗାତରୁ ନାଗଛୁଆ ଉଦ୍ଧାର କରିଥିଲେ। ହେଲେ ନାଗ କି ନାଗୁଣୀ ଧରା ପଡ଼ି ନ ଥିବାରୁ ଭୟର ବାତାବରଣ ରହିଛି। ଅପରାହ୍ନରେ ଏହି ବ୍ଲକର ଆନନ୍ଦପୁରଠାରେ ସାପ ବାହାରିବାର ସନ୍ଧାନ ମିଳିବା ପରେ ସେକ୍‌ ମିର୍ଜା ସେଠାକୁ ଯାଇ ସାପ ଖୋଜିବାରେ ଲାଗିପଡ଼ିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ଶୋଇଥିବାବେଳେ ମାଡ଼ି ଆସିଲା ବିପଦ: ଆକାଶରୁ ଖସିଲା ମୃତ୍ୟୁ, ଗୋଟିଏ ପରିବାରର…

ନୀଳଗିରି,୨୦ା୭(ପ୍ରଶାନ୍ତ କୁମାର ବିଶ୍ୱାଳ): ଘରେ ଶୋଇଥିବା ଅବସ୍ଥାରେ ରବିବାର ରାତିରେ ହଠାତ୍‌ ହେଲା ବଜ୍ରପାତ। ଏହି ବଜ୍ରପାତରେ ଗୋଟିଏ ପରିବାରର ୮ ଜଣଙ୍କ ମଧ୍ୟରୁ ୫ ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri