ଘରୁ ଗୋଡ କାଢିଲେ, କାର୍ଯ୍ୟାନୁଷ୍ଠାନ

ଖୋର୍ଦ୍ଧା ଅଫିସ,୪ ।୪ : ରାଜ୍ୟରେ କୋଭିଡ19 ଆକ୍ରାନ୍ତଙ୍କ ସଂଖ୍ଯା 20ରେ ପହଞ୍ଚିଛି। ସରକାର ଟୁଇନ ସିଟି ସମେତ ଭଦ୍ରକକୁ 48ଘଣ୍ଟା ଲାଗି ସମ୍ପଣ୍ଣ ସଟଡାଉନ କରିଛନ୍ତି। ଏନେଇ ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଜିଲାପାଳ ଶିତାଂଶୁ ରାଉତ କୁହନ୍ତି କରୋନା ଭୁତାଣୁ ସଂକ୍ରମଣ ମୁକାବିଲା ଲାଗି ଜିଲା ପ୍ରଶାସନ ପକ୍ଷରୁ ବହୁବିଧ ସତର୍କତା ଅବଲମ୍ବନ କରାଯାଇଛି । ନିଜାମୁଦ୍ଦିନ ଧର୍ମମହାସଭାରେ ଖୋର୍ଦ୍ଧାରୁ 13 ଯୋଗଦାନ କରିଥିବା ଜଣାପଡିବା ପରେ ପ୍ରଶାସନ ପକ୍ଷରୁ ସେମାନଙ୍କୁ ଯୋଗାଯୋଗ କରାଯାଇଥିଲା। ସେମାନଙ୍କ ମଧ୍ୟରୁ 9 ନିଜାମୁଦ୍ଦିନ ଓ ଜଣେ ବିହାର କିଶନଗଞ୍ଜରେ କ୍ବାରାଣ୍ଟାଇନ(ସଂଘରୋଧ)ରେ ଅଛନ୍ତି । ଖୋର୍ଦ୍ଧା ବ୍ଲକ ଅଞ୍ଚଳର 3ଜଣଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେମାନଙ୍କ ସ୍ବାବ ପରୀକ୍ଷା ଲାଗି ପଠାଯାଇଛି ବୋଲି ଜିଲାପାଳ ରାଉତ କହିଛନ୍ତି।

ଲକଡାଉନରେ ସମସ୍ତେ ଘରେ ରହିବାକୁ ବାରମ୍ବାର ଅନୁରୋଧ ସତ୍ତ୍ବେ କେତେଜଣ ଜନସାଧାରଣ ଏହାକୁ ମାନିବାକୁ ନାରାଜ। ଶୁକ୍ରବାର ଠାରୁ ଅତ୍ଯାବଶ୍ଯକ ସାମଗ୍ରୀ ବିକ୍ରି ଦୁଇ ଓଳି ପରିବର୍ତ୍ତେ କେବଳ ସକାଳ 7ଠାରୁ 12ଟା ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ଦିଆଯାଇଛି। ଔଷଧ ଦୋକାନ ଓ ଦୁଗ୍ଧ ଦୁଇ ସମୟରେ ଖୋଲା ରହିବ। ବିନା ଆବଶ୍ୟକତା ରେ ଘରୁ ଗୋଡ କାଢିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ରାଉତ । ଜିଲା ସୀମା ସିଲ କରାଯାଇଛି। ସେ କହିଲେ ଯେ,ଜିଲ୍ଲା ର 190ପଞ୍ଚାୟତ ସମେତ ଖୋର୍ଦ୍ଧା, ଜଟଣୀ ପୌର ଏବଂ ବାଲୁଙ୍ଗା ଓ ବାଣପୁର ଏନଏସିରେ ମୋଟ 210ଟି ଅସ୍ଥାୟୀ ମେଡିକାଲ କେନ୍ଦ୍ର ଖୋଲାଯାଇଛି । ଜିଲ୍ଲାର ଜାମୁଝରି ଓ ଛତାବର ଠାରେ 2ଟି କ୍ବାରେଣ୍ଟାଇନ ସେଣ୍ଟର ରେ 250 ରୁ ଉର୍ଦ୍ଧ୍ବ ରହିବା ବ୍ଯବସ୍ଥା ରହିଛି । ହୋମ କ୍ବାରେଣ୍ଟାଇନ ରେ ରହିଥିବା ବିଦେଶୀ ଫେରନ୍ତା ଓ ବାହାର ରାଜ୍ୟ ରୁ ଆସିଥିବା ଜନସାଧାରଣଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ବତ୍ତର୍ମାନ ସୁଦ୍ଧା ଜିଲ୍ଲା ରୁ 46ଙ୍କ ସ୍ବାବ ପରୀକ୍ଷା ଲାଗି ପଠାଯାଇଛି ବୋଲି ଜିଲ୍ଲାପାଳ ରାଉତ କହିଛନ୍ତି । ହିତାଧିକାରୀଙ୍କୁ ଆଗୁଆ ତିନି ମାସର ଭତ୍ତା ଓ ଖାଉଟି ସାମଗ୍ରୀ ବଣ୍ଟନ ଚାଲିଛି। ଜିଲାର 18,305ପରିବାର ଙ୍କୁ 12907.98କୁଇଣ୍ଟାଲ ଚାଉଳ ଏବଂ 1,59,977 ହିତାଧିକାରୀଙ୍କୁ ଭତ୍ତା ବାବଦରେ 33କୋଟି73ଲକ୍ଷ90ହଜାର8 ଶହ ଟଙ୍କା ଦିଆଯାଇଛି। ସେବାଶ୍ରମ ବିଦ୍ଯାଳୟରେ ରହୁଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ ଖାଲି କରାଯାଇଛି । ଜିଲ୍ଲା ରେ ପୋଷ୍ଟ ମାଟ୍ରିକ ଷ୍ଟାଇପେଣ୍ଡ ବାବଦରେ 81ଲକ୍ଷ49ହଜାର5ଶହ ଟଙ୍କା ଦିଆଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି।
କେବଳ ଅତ୍ଯାବଶ୍ଯକ ସାମଗ୍ରୀ ନେଇ ଯାତାୟାତ କରୁଥିବା ଟ୍ରାନ୍ସପୋର୍ଟ ଭେହିକିଲ କୁ ଅନୁମତି ଦିଆଯାଇଛି।

ଉପ ଜିଲ୍ଲାପାଳ ଶାନ୍ତନୁ ମହାନ୍ତି କହିଲେ ଯେ,ସହରରେ ଦୁଇ ଓ ଚାରି ଚକିଆ ଯାନ ଚଳାଚଳ ଉପରେ କଟକଣା କରାଯାଇଛି । ବାଇକରେ ଆସିଲେ ଜରିମନା ଆଦାୟ କରାଯିବ। ପନିପରିବା କିଣିବା ପାଇଁ ଚାଲି କି ଆସିବା ଲାଗି ନିର୍ଦ୍ଦେଶ ଦିଆଯାଇଛି ବୋଲି ଉପ ଜିଲ୍ଲାପାଳ ଶାନ୍ତନୁ ମହାନ୍ତି କହିଛନ୍ତି । ମଧ୍ଯାହ୍ନ ପରେ କୌଣସି ଦୋକାନ ଖୋଲା ରହିଲେ ଅଥବା ବିନା କାରଣରେ କେହି ସହରରେ ବୁଲିଲେ, କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଅନ୍ଯ ପଟେ ଶନିବାର ସକାଳ ସମୟରେ ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖ, କୋପରେଟିଭ ଛକ, ଟିଏଲସି ଛକ ଓ ନୂଆ ବସଷ୍ଟାଣ୍ଡ ଛକରେ ପୋଲିସ କ୍ରେନ ସାହାଯ୍ଯ ରେ ବାଇକ ଉଠାଇଛି। ଏସପି ଅଜୟ ପ୍ରତାପ ସ୍ବାଇଁ କୁହନ୍ତି ସହରକୁ ସଂଯୋଗ କରୁଥିବା ଜାତୀୟ ରାଜପଥ କୁ ସିଲ କରାଯାଇଛି। ତିରିଶି ରୁ ଉର୍ଦ୍ଧ୍ବ ଛକ,ଗଳି ରାସ୍ତାକୁ ବ୍ଯାରିକେଡ ଦେଇ ବନ୍ଦ କରାଯାଇଛି । କୋଭିଡ19 ଉଲ୍ଲଂଘନ ନେଇ ବିଭିନ୍ନ ଥାନାରେ ପ୍ରାୟ ଶହେ ରୁ ଉର୍ଦ୍ଧ୍ବ ମାମଲା ରୁଜୁ ହୋଇଛି । ସେହିପରି ସହକାରୀ ଯୋଗାଣ ଅଧିକାରୀ ଅଜୟ ରଥ କୁହନ୍ତି କଳାବଜାରି ରୋକିବା ଲାଗି ପରିବା ହାଟ, ପରିବା ମଣ୍ଡି ରେ ନିୟମିତ ଚଢାଉ ଜାରି ରହିଛି । ବଜାର ରେ ସମସ୍ତ ସାମଗ୍ରୀ ମହଜୁଦ ରହିଛି । କେହି ବି ଭୟଭିତ ନ ହୋଇ ଅଧିକ ସାମଗ୍ରୀ ନ କିଣିବାକୁ ଏସିଏସଓ ରଥ ଅନୁରୋଧ କରିଛନ୍ତି । ସରକାରୀ ଧାର୍ଯ୍ୟ ଦର ଠାରୁ ଅଧିକ ଦରରେ ବିକ୍ରି କରିଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଖୋର୍ଦ୍ଧା ପୌର ସଂସ୍ଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ବେତପଦ୍ମା ଶତପଥୀ କୁହନ୍ତି ସହର ପରିମଳ ଓ ସ୍ବଚ୍ଛତା ଉପରେ ଗୁରୁତ୍ୱ ଦିଆଯାଉଛି। ଜନଗହଳି ସ୍ଥାନରେ ବ୍ଲିଚିଙ୍ଗ ପାଉଡର ପକାଯାଉଛି। ଅସହାୟ, ଗରିବ ବୃଦ୍ଧାଙ୍କୁ ରନ୍ଧା ଖାଦ୍ଯ, ବୁଲା ଗୋରୁଗାଈ ଙ୍କୁ ଚୋକଡ, କୁକୁର ଙ୍କୁ ଖାଇବାକୁ ଦିଆଯାଉଛି। କେତେଜଣ ସ୍ବେଚ୍ଛାସେବୀ, ସାମାଜିକ ଅନୁଷ୍ଠାନ କର୍ମୀ ମଧ୍ଯ ଲୋକ ଙ୍କୁ ରନ୍ଧା ଓ ଶୁଖିଲା ଖାଦ୍ୟ ପ୍ରଦାନ କରୁଛନ୍ତି । ସନ୍ଧ୍ୟାରେ ମେସିନ ସାହାଯ୍ଯ ରେ ଧୂଆଁ ସ୍ପ୍ରେ କରାଯାଉଛି। ପରିବା ହାଟରେ ଦୋକାନି ଙ୍କ ମଧ୍ଯରେ ଏକ ମିଟର ଦୂରତା ବ୍ଯବଧାନ ରଖାଯାଇଛି। ସେହିପରି ଔଷଧ ଦୋକାନ ଏବଂ ଗ୍ରୋସରୀ ଦୋକାନ ରେ ସମ ଦୂରତା ଲାଗି ଗୋଲେଇ ମାର୍କ କରାଯାଇଛି। ପୌର ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି । ଏଥିସହିତ ବିଭିନ୍ନ ଛକ ସ୍ଥାନରେ ପ୍ରାଚୀର ପତ୍ର, ହୋଡିଙ୍ଗ ଲଗା ଯାଇ କୋଭିଡ 19 ସମ୍ପର୍କରେ ଜନସଚେତନତା କରାଯାଉଛି ବୋଲି କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ବେତପଦ୍ମା ଶତପଥୀ କହିଛନ୍ତି। ସେହିପରି ଅଗ୍ନିଶମ ସେବା ସଂସ୍ଥା ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରାସାୟନିକ ବିଶୋଧନ କରାଯାଇଛି ବୋଲି କୁହାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ଦରବାରରେ ଓଡ଼ିଆ ପୁଅ: ଜାପାନରେ ପ୍ରଶଂସିତ ହୋଇ ଜନ୍ମମାଟି ପାଇଁ ଗୌରବ ଆଣିଲେ ଗୋଡ଼ଭଗାର ଡାକ୍ତର ଅଭିଷେକ

ଅତାବିରା,୧୦ା୧୦(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ବ୍ଲକ ଗୋଡ଼ଭଗାର ଡା. ଅଭିଷେକ ନାଏକ। ଜନ୍ମମାଟି ପାଇଁ ଆଣିଛନ୍ତି ଗର୍ବ ଓ ଗୌରବ। ସେ ବିଏଚ୍‌ୟୁସ୍ଥିତ ଇନ୍‌ଷ୍ଟିଚ୍ୟୁଟ ଅଫ…

ନୀଳମାଧବଙ୍କ ନୀତିକାନ୍ତି ବିଳମ୍ବ ନେଇ ବିବାଦୀୟ ପରିସ୍ଥିତି, ମଧ୍ୟାହ୍ନ ସାଢ଼େ ୧୨ଟା ସୁଦ୍ଧା ହୋଇନି ଆଳତି

ଖଣ୍ଡପଡ଼ା,୧୦ା୧୦(ଅଜୟ କୁମାର ମହାରଣା): ଜଗନ୍ନାଥ ସଂସ୍କୃତିର ଆଦି ଦେବତା ଭାବରେ ପ୍ରଭୁ ଶ୍ରୀ ନୀଳମାଧବ ଜୀଉ ସର୍ବଜନ ବିଦିତ। ପୁରୀ ଶ୍ରୀ ମନ୍ଦିରର ପୂଜା ନୀତି ସହ…

ବିଦ୍ୟାଳୟରେ ଅବ୍ୟବସ୍ଥା: ଚରମସୀମାରେ ଛାତ୍ରୀଛାତ୍ରଙ୍କ ଅସନ୍ତୋଷ, ବିଡିଓଙ୍କୁ ଭେଟିବାକୁ ଚାଲିଚାଲି ପଳେଇଲେ

ବାରିପଦା,୧୦ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟରେ ଅବ୍ୟବସ୍ଥାକୁ ନେଇ ଶନିବାର ଛାତ୍ରୀଛାତ୍ରଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ…

କଳିଙ୍ଗା ଘାଟି ବନ୍ଦ: ବିକଳ୍ପ ରାସ୍ତାରେ ଟ୍ରାଫିକ୍ ଜାମ୍, ଜବରଦଖଲ ହଟାଇବାକୁ ତହସିଲଦାରଙ୍କ କଡ଼ା ପଦକ୍ଷେପ

ଭଞ୍ଜନଗର,୧୦ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଓ କନ୍ଧମାଳ ଜିଲାକୁ ସଂଯୋଗ କରୁଥିବା କଳିଙ୍ଗା ଘାଟିରେ ଭୂସ୍ଖଳନ ଯୋଗୁ ଯାତାୟାତ ବନ୍ଦ ରହିଛି। ଫଳରେ ଗଞ୍ଜାମରୁ କନ୍ଧମାଳ ଏବଂ କନ୍ଧମାଳରୁ…

ଔଷଧ ସେବନ ପରେ ଆଶ୍ରମ ବିଦ୍ୟାଳୟର ୨ ଛାତ୍ର ଗୁରୁତର

ଝରିଗାଁ,୧୦ା୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ପାଲିଆ ଆଶ୍ରମ ବିଦ୍ୟାଳୟର ଦୁଇଜଣ ଛାତ୍ର ଔଷଧ ସେବନ ପରେ ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।…

ଘୂର୍ଣ୍ଣିବଳୟ ସକ୍ରିୟ: ଏହିସବୁ ଜିଲାରେ ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୧୦ା୧୦(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ସକ୍ରିୟ ରହିଛି।…

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

‘ଏବିଭିପି ପ୍ରାର୍ଥୀଙ୍କୁ ଜିତାଇବାକୁ ସରକାରୀସ୍ତରରେ ଯୋଜନା ଚାଲିଛି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ଛାତ୍ର ସଂସଦ ନିର୍ବାଚନରେ ଏବିଭିପି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସରକାରୀ ସ୍ତରରେ ଯୋଜନା ଚାଲିଛି। ଭାଜପା ବିଧାୟକ, ମନ୍ତ୍ରୀ କଲେଜ ଅଧ୍ୟକ୍ଷ, ଅଧ୍ୟାପକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?