ଗ୍ରାମାଞ୍ଚଳ ଭବିଷ୍ୟତ ବଦଳାଇବ ‘ମାଲିକାନା’

ବିଜୟ ଶଙ୍କର ପାଣ୍ଡେ

ଦେଶ ଏବେ କରୋନା ଭୂତାଣୁ ବିରୋଧରେ ଲଢ଼େଇ କରୁଛି। ୨୪ ମାର୍ଚ୍ଚରେ ଘୋଷିତ ଲକ୍‌ଡାଉନ ପରେ ଅଧିକାଂଶ ସରକାରୀ କାର୍ଯ୍ୟାଳୟ ମାସେ ହେବ ବନ୍ଦ ଅଛି। ବଜାରର ଚମକ ଗାଏବ ଓ ବ୍ୟବସାୟିକ କାରବାର ଠପ୍‌ ହୋଇଯାଇଛି।
ଏବେ ୨୦ଏପ୍ରିଲ ପରେ ଗୋଟିଏ ପଟେ ଦେଶର ଗ୍ରାମୀଣ ଇଲାକାରେ ଚାଷବାସ କାମ ଆରମ୍ଭ ହେବ ବା ହୋଇସାରିଛି, ଅନ୍ୟପଟେ ଟ୍ରକ ତଥା ଅନ୍ୟ ମାଲ ପରିବହନକାରୀ ଗାଡ଼ି ଚଳାଚଳ ଲାଗି କଟକଣା କୋହଳ କରାଯାଇଛି। ଆଶା କରାଯାଉଛି କି ଆଗାମୀ ଦିନରେ ଲୋକଙ୍କ ଭରପୂର ସହଯୋଗରେ ଦେଶ ନିଜ ସାମର୍ଥ୍ୟରେ ଏହି ଭୂତାଣୁକୁ ନିୟନ୍ତ୍ରଣ କରିବାରେ ସଫଳ ହେବ।
ବିଶ୍ୱବ୍ୟାପୀ ଏହି ମହାମାରୀର ପ୍ରକୋପ ସମୟରେ ଆମ ଦେଶ ଦୀର୍ଘବର୍ଷ ଧରି ଚାଲି ଆସୁଥିବା ଏକ ଅତ୍ୟନ୍ତ ବ୍ୟାପକ ଏବଂ ଗମ୍ଭୀର ସମସ୍ୟାର ସମାଧାନ କରିବା ଦିଗରେ ଆଜି ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଉଠାଇବାକୁ ଯାଉଛି। ଆଜି ପ୍ରଧାନମନ୍ତ୍ରୀ ‘ମାଲିକାନା’ ପ୍ରକଳ୍ପର ଶୁଭାରମ୍ଭ କରିବେ, ଯାହାକୁ ଗ୍ରାମୀଣ ଇଲାକାର ଭବିଷ୍ୟତ ପରିବର୍ତ୍ତନ ଦିଗରେ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ରୂପେ ଦେଖାଯାଉଛି।
ପ୍ରାଚୀନ କାଳରୁ ଗଁା ହିଁ ଭାରତୀୟ ଅର୍ଥ ବ୍ୟବସ୍ଥାର ମେରୁଦଣ୍ଡ ହୋଇ ରହିଛି। କାରଣ ଭୂ-ରାଜସ୍ବ ହିଁ ଦୀର୍ଘ ସମୟ ହେବ ରାଜ୍ୟ ଆୟର ମୁଖ୍ୟସ୍ରୋତ ପାଲଟିଛି। ସେଥିପାଇଁ ପ୍ରତ୍ୟେକ ଶାସନକାଳରେ ଭୂ-ରାଜସ୍ବ ଭଲ ଭାବେ ଆଦାୟ କରିବା ଲାଗି ଜମିର ମାଲିକାନା ସମ୍ବନ୍ଧୀୟ ହିସାବକିତାବ ଭଲ ଭାବେ ରଖିବା ଜରୁରୀ ହୋଇଯାଇଥିଲା। ଷୋଡ଼ଶ ଶତାବ୍ଦୀରେ ଶେରଶାହ ସୂରୀ ଭୂ-ରାଜସ୍ବ ଆଦାୟକୁ ବ୍ୟବସ୍ଥିତ ଢଙ୍ଗରେ କରିବା ପାଇଁ ଚାଷ ଉପଯୋଗୀ ଜମିକୁ ଭାଗଚାଷୀଙ୍କୁ ଦେବାର ପ୍ରଥା ଆରମ୍ଭ କରିଥିଲେ, ଯାହାକୁ ଭବିଷ୍ୟତରେ ଆକବରଙ୍କ ଶାସନ କାଳରେ ତୋଡରମଲ୍ଲ ବ୍ୟାପକ ରୂପେ ସୁବ୍ୟବସ୍ଥିତ କରି ଭୂ-ରାଜସ୍ବ କାରବାରକୁ ଭଲଭାବେ ସ୍ଥାପିତ କରିଥିଲେ। ଫଳରେ ଯେତେବେଳେ ଇଂରେଜମାନେ ଦେଶର ଶାସନ ଭାର ସମ୍ଭାଳିଲେ ସେମାନଙ୍କୁ ଏକ ବ୍ୟବସ୍ଥିତ ଜମି ମାଲିକାନା ସମ୍ବନ୍ଧୀୟ ପୂର୍ବପ୍ରସ୍ତୁତ ରେକର୍ଡ ମିଳିଲା। କିନ୍ତୁ ଖଜଣା ଆଦାୟକାରୀଙ୍କଠାରୁ ଅଧିକରୁ ଅଧିକ ଭୂ-ରାଜସ୍ବ ଆଦାୟ କରିବା ସେମାନଙ୍କର ଏକମାତ୍ର ଉଦ୍ଦେଶ୍ୟ ଥିଲା, ଯାହାଦ୍ୱାରା ଇଂରେଜମାନେ ଦେଶର ଅନେକ ଭାଗରେ ଜମିଦାରି ପ୍ରଥା ଏବଂ ଅନ୍ୟ ସ୍ଥାନରେ ରୟତୱାରି ବ୍ୟବସ୍ଥା କାର୍ଯ୍ୟକାରୀ କରିଥିଲେ। କିିନ୍ତୁ ଚାଷଜମିର ମାପଚୁପ ଏବଂ ଏହାର ମାଲିକାନାସ୍ବତ୍ୱ ସମ୍ବନ୍ଧରେ ଯେଉଁଠି ବିବରଣୀ ପ୍ରସ୍ତୁତ କରାଗଲା, ସେଠାରେ ଲୋକଙ୍କ ଜମିବାଡ଼ିର ମାପଚୁପ କରିବା ଓ ଏହାର ମାଲିକାନାସ୍ବତ୍ୱ ନିର୍ଦ୍ଧାରିତ କରିବାର କୌଣସି ପ୍ରୟାସ କରାଗଲା ନାହିଁ। କାରଣ ଅନେକ ଲୋକଙ୍କ ଜମିରେ ଫସଲ ହିଁ ନ ଥିଲା। ଏହି କାରଣରୁ ଚାଷ ଜମିରୁ ରାଜସ୍ବ ମଧ୍ୟ ମିଳୁ ନ ଥିଲା। କେତେକ ବ୍ୟତିକ୍ରମକୁ ବାଦ ଦେଲେ, ସ୍ବାଧୀନତା ଲାଭ ପରେ ମଧ୍ୟ ଲୋକମାନଙ୍କ ଜମିର ମାପଚୁପ ଏବଂ ସୀମା ନିର୍ଦ୍ଧାରଣ କରିବା ଅବା ରହୁଥିବା ଲୋକଙ୍କ ମାଲିକାନା ସମ୍ବନ୍ଧିତ ଅଭିଲେଖାକାର ପ୍ରସ୍ତୁତ କରିବାରେ କୌଣସି ବ୍ୟାପକ ଏବଂ ଗମ୍ଭୀର ପ୍ରୟାସ କରାଗଲା ନାହିଁ, ଯାହାର ଦୁଷ୍ପରିଣାମ ବର୍ଷ ବର୍ଷ ଧରି ଦେଶ ଭୋଗି ଆସୁଛି।
ଲୋକମାନଙ୍କ ଜମିର କୌଣସି ନକ୍ସା ଅବା ସୀମା ନ ରହିବା କାରଣରୁ ପ୍ରାଙ୍ଗଣ, ନାଳ, ନର୍ଦ୍ଦମା, ଗୋଚର, ଘର ନିର୍ମାଣ ସମ୍ବନ୍ଧୀୟ ମାମଲାର ସମାଧାନ ପାଇଁ ବିଭିନ୍ନ ପକ୍ଷଙ୍କୁ ଦେୱାନୀ ଅଦାଲତଙ୍କ ଶରଣ ନେବାକୁ ପଡୁଛି। ଏକ ସର୍ବେକ୍ଷଣ ଅନୁସାରେ ଏ ପ୍ରକାର ଦେୱାନୀ ସମ୍ବନ୍ଧୀୟ ମାମଲାର ଅନ୍ତିମ ସମାଧାନ ଲାଗି ପାଖାପାଖି ୨୦ ବର୍ଷ ଲାଗିଥାଏ। କେବଳ ଏହି ଗୋଟିଏ ତଥ୍ୟ ଏହି ପ୍ରକାରର ମାମଲାରେ ସାମିଲ ପକ୍ଷଙ୍କ ସମସ୍ୟାକୁ ସ୍ପଷ୍ଟ କରି ଦେଇଥାଏ। କେବଳ ଏତିକି ହିଁ ନୁହେଁ, ବିଶେଷଜ୍ଞଙ୍କ ଅନୁସାରେ ଆମ ଦେଶର ଦେୱାନୀ ଅଦାଲତଗୁଡ଼ିକରେ ବର୍ତ୍ତମାନ ପଡିରହିଥିବା ମୋଟ ମାମଲା ମଧ୍ୟରୁ ଅତି କମ୍‌ରେ ୪୦ ପ୍ରତିଶତ ମାମଲା ଗ୍ରାମୀଣ ଜନସଂଖ୍ୟା ସହ ଜଡିତ ମାମଲା । ଲୋକମାନଙ୍କ ଜମିର ସୀମା ନିର୍ଦ୍ଧାରଣ, ମାପଚୁପ, ମାଲିକାନା ନିର୍ଦ୍ଧାରଣ କରିବାର ପ୍ରୟାସ କେବେ କରାଯାଇ ନ ଥିବା କାରଣରୁ ଏସବୁ ମାମଲା ସୃଷ୍ଟି ହୋଇଛି।
ଏହି ଦୃଷ୍ଟିକୋଣରୁ କେନ୍ଦ୍ର ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରଣାଳୟ ଦ୍ୱାରା ଜନବସତି ଥିବା ଭୂଖଣ୍ଡରେ ରହୁଥିବା ସବୁ ଲୋକଙ୍କ ଜମିର ସୀମା ନିର୍ଦ୍ଧାରଣ କରିବା ଏବଂ ତାହାର ମାଲିକାନାକୁ ନିର୍ଦ୍ଧାରଣ କରିବା ପାଇଁ ଶୁଭାରମ୍ଭ ହେଉଥିବା ଏହି ଯୋଜନାକୁ ଏପରି ଏକ ପ୍ରୟାସ ରୂପେ ଦେଖାଯିବା ଆବଶ୍ୟକ ଯାହା ଗ୍ରାମାଞ୍ଚଳରେ ବଢ଼ୁଥିବା ବିବାଦ, ମାଲିମକଦ୍ଦମାକୁ ସମାପ୍ତ କରିବାରେ ସହାୟକ ହେବ। କେବଳ ଏହି ଗୋଟିଏ ମାତ୍ର ପଦକ୍ଷେପ ଦ୍ୱାରା ଆମର ଅଦାଲତଗୁଡ଼ିକରେ ବର୍ଷ ବର୍ଷ ଧରି ପଡ଼ି ରହିଥିବା କୋଟି କୋଟି ମାମଲାର ସହଜରେ ସମାଧାନ ହୋଇଯିବ। ସେହିପରି ଜମିର ମାଲିକାନା ସମ୍ବନ୍ଧୀୟ ଅଭିଲେଖରୁ ଜନବସତି ଜମିର ଆଧାରରେ ଗ୍ରାମୀଣ ଅର୍ଥ ବ୍ୟବସ୍ଥାକୁ ଆଗେଇ ନେବାରେ ସହାୟତା ମିଳିବ।
ଏହାସହିତ ଏହି ଯୋଜନାର ଉଦ୍ଦେଶ୍ୟ ହେବ ଗ୍ରାମୀଣ ଭାରତ ପାଇଁ ଏକ ସମନ୍ବିତ ସମ୍ପତ୍ତି ପ୍ରାମାଣିକତା ସମାଧାନ ପ୍ରଦାନ କରିବା। ଏହି ଯୋଜନା ଅନ୍ତର୍ଗତ ପଞ୍ଚାୟତିରାଜ ମନ୍ତ୍ରଣାଳୟ, ରାଜ୍ୟ ରାଜସ୍ବ ବିଭାଗ ଏବଂ ଭାରତୀୟ ସର୍ବେକ୍ଷଣ ବିଭାଗର ସହଯୋଗରେ ଡ୍ରୋନ ପ୍ରଯୁକ୍ତିର ଉପଯୋଗ କରାଯାଇ ନବୀନତମ ସର୍ବେକ୍ଷଣ ପଦ୍ଧତିରେ ଗ୍ରାମାଞ୍ଚଳର ନିବାସୀମାନଙ୍କ ଜମିର ସୀମା ନିର୍ଦ୍ଧାରଣ କରାଯିବ। ଏହା ଗାଁର ଘରୋଇ ମାଲିକମାନଙ୍କୁ ନିଜ ଘର ପାଇଁ ଋଣ ଏବଂ ଅନ୍ୟ ଆର୍ଥତ୍କ ଲାଭ ନିମନ୍ତେ ଏକ ଆର୍ଥତ୍କ ସମ୍ପତ୍ତି ରୂପେ ଜମିର ଉପଯୋଗ କରିବାର କ୍ଷମତା ପ୍ରଦାନ କରିବ। ଆହୁରି ଗାଁରେ ରହୁଥିବା ଗ୍ରାମୀଣ କ୍ଷେତ୍ରର ଅଧିକାରକୁ ରେକର୍ଡ ପ୍ରଦାନ କରିବ। ଏହି ଯୋଜନା ଅଧୀନରେ ସର୍ଭେ ଅଫ୍‌ ଇଣ୍ଡିଆ ନିଜର ଉନ୍ନତ ପ୍ରଯୁକ୍ତିର ପ୍ରୟୋଗ କରି ଡ୍ରୋନ ସାହାଯ୍ୟରେ ସମ୍ପୂର୍ଣ୍ଣ ଜନବସତିର ସର୍ବେକ୍ଷଣ କରିବ। ଏହାପରେ ସମ୍ପୂର୍ଣ୍ଣ ଭୂଖଣ୍ଡର ଏକ ଡାଟାବେସ୍‌ ପ୍ରସ୍ତୁତ କରିବ। ପରେ ଆବଶ୍ୟକତା ଅନୁସାରେ ରାଜସ୍ବ ବିଭାଗ ଏବଂ ଅନ୍ୟ ସହଯୋଗୀ ବିଭାଗଗୁଡ଼ିକର ପ୍ରତିନିଧିମାନଙ୍କ ସହିତ ଗ୍ରାମୀଣ ଲୋକଙ୍କ ଉପସ୍ଥିତିରେ ଲୋକଙ୍କ ମାଲିକାନାର ରେକର୍ଡ ପ୍ରସ୍ତୁତ କରିବ। ଏହାସହିତ ଘଟଣାସ୍ଥଳରେ ଦେଖା ଦେଉଥିବା ବିବାଦର ସମାଧାନ ପାଇଁ ମଧ୍ୟ ଏକ ବିସ୍ତୃତ ବ୍ୟବସ୍ଥା ନିର୍ଦ୍ଧାରିତ କରାଯାଇଛି। ସନ୍ତୋଷର ବିଷୟ ହେଉଛି ଯେ ନିର୍ଦ୍ଧାରିତ ପ୍ରକ୍ରିୟା ପାଳନ କରି ମହାରାଷ୍ଟ୍ର, ହରିୟାଣା, କର୍ନାଟକ ଆଦି ରାଜ୍ୟରେ ପାଇଲଟ ପ୍ରକଳ୍ପ ଭାବେ ଗ୍ରାମୀଣ ଆବାସର ମାନ ଚିତ୍ରଣ ଓ ଜମି ଅଧିକାରର ଭୂଲେଖ ପ୍ରସ୍ତୁତ କରିବାର କାର୍ଯ୍ୟ ପାଇଲଟ ପ୍ରକଳ୍ପ ସ୍ବରୂପ ଆରମ୍ଭ କରାଯାଇ ସାରିଛି। ବର୍ତ୍ତମାନ ସୁଦ୍ଧା ମିଳିଥିବା ଅଭିଜ୍ଞତା ଆଧାରରେ ଏହା କୁହାଯାଇପାରିବ ଯେ ଲୋକମାନେ ଏହି ପ୍ରୟାସକୁ ପୂର୍ଣ୍ଣମାତ୍ରାରେ ସ୍ବାଗତ କରିଛନ୍ତି ଏବଂ ଏହାର ପ୍ରଶଂସା ମଧ୍ୟ କରିଛନ୍ତି।
ଏହି ପ୍ରୟାସ ଆମ ଦେଶର ଗ୍ରାମୀଣ ଜନସଂଖ୍ୟାର ଭବିଷ୍ୟତ ପାଇଁ ଅପାର ସମ୍ଭାବନା ନିଜ ଗର୍ଭରେ ଲୁଚାଇ ରଖିଛି। ଗ୍ରାମାଞ୍ଚଳରେ ମଧ୍ୟ ସହର ଭଳି ନାଗରିକ ସୁବିଧା ପ୍ରଦାନ କରିବା ଲାଗି ଦେଶର ସରକାରମାନେ ଚିନ୍ତା କରିବା ଆରମ୍ଭ କରିବାର ସମୟ ଆସିଯାଇଛି। କାରଣ ସହର ଓ ଗଁା ମଧ୍ୟରେ ଥିବା ତାରତମ୍ୟକୁ ଆହୁରି ଅଧିକ ଦିନ ପର୍ଯ୍ୟନ୍ତ ଜାରି ରଖିବା ଦେଶ ପାଇଁ ହିତକର ହେବ ନାହିଁ।

ପୂର୍ବତନ ସଚିବ, ଭାରତ ସରକାର


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

ସିନ୍ଥେଟିକ ବୁଦ୍ଧିମତ୍ତା

ସଭ୍ୟତାକୁ ଗତିଶୀଳ କରିଥିବା ସବୁଠାରୁ ବଡ଼ ଉଦ୍ଭାବନ ହେଉଛି ଚକ। ଇତିହାସବିତ୍‌ଙ୍କ ମତରେ ଆଜି ଆମେ ଯେଉଁ ଦ୍ରୁତଗତି ସମାଜରେ ବାସ କରୁଛୁ, ତାହାର ମୂଳରେ ରହିଛି…

ବାଲ୍ୟକାଳ ବାହୁଡ଼ି ନ ଆସୁ

ସୁପ୍ରସିଦ୍ଧ ଗଜଲ ଗାୟକ ଜଗଜ୍ଜିତ ସିଂହଙ୍କର ସେଇ କାଳଜୟୀ ଗଜଲଟିର ଅନୁବାଦ ଯଦି ଆମ ଭାଷାରେ କରାଯାଏ, ତେବେ ତାହାର ଶବ୍ଦରୂପ ବୋଧହୁଏ ଏମିତି କିଛି ହେବ-…

ଅନଶନ ସହଜ ନୁହେଁ

ଏନ୍‌ଇଇଟି ପରୀକ୍ଷାରେ ଅନିୟମିତତା ଓ ଶିକ୍ଷା ବ୍ୟବସ୍ଥାରେ ଅସଙ୍ଗତି ଦେଖାଦେଇଥିବାରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ନୂଆଦିଲ୍ଲୀର ଯନ୍ତ୍ରରମନ୍ତରରେ ୨୧ ଦିନ ଆମରଣ ଅନଶନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri