ଗ୍ରାମାଞ୍ଚଳରେ ଶାନ୍ତି ବଜାୟ ପାଇଁ ଏସ୍‌ପିଙ୍କୁ ଫେରାଦ

ବ୍ରହ୍ମପୁର ଅଫିସ,୨୦ା୮-ସହରତଳି ଅଞ୍ଚଳକୁ ଅଭିଯୁକ୍ତମାନେ ଏବେ ତାଙ୍କର ଆଡ୍ଡାସ୍ଥଳୀଭାବେ ବାଛିଛନ୍ତି। ବିଭିନ୍ନ ଗ୍ରାମାଞ୍ଚଳରେ ଚୋରି, ଲୁଟ ଭଳି ଘଟଣା ଘଟାଉଛନ୍ତି। ପୋଲିସକୁ ଏ ଦିଗରେ କେତେକ ମାତ୍ରାରେ ସଫଳତା ମିଳିଛି। ଅନ୍ୟପଟେ କେତେକ ପେସାଦାର ଅପରାଧୀ ଏବେବି ବିଭିନ୍ନ ଅଞ୍ଚଳରେ ଆତଙ୍କ ଖେଳାଉଛନ୍ତି। ଏହି ଧାରାରେ ନରେନ୍ଦ୍ରପୁର, ଟାଟା କଲୋନୀ, ଶୀତଳାପଲ୍ଲୀ, ବଡ଼ଗୁମୁଳା ଓ ଲକ୍ଷ୍ମୀପୁର ଇତ୍ୟାଦି ଅଞ୍ଚଳରେ ଅଭିଯୁକ୍ତମାନେ ଏବେ ଗୁଣ୍ଡାରାଜ ଚଳାଇଛନ୍ତି। ଏମାନଙ୍କୁ ଗିରଫ କରିବା ସହ ଅଞ୍ଚଳରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ସୋମବାର ଉପରୋକ୍ତ ଗଁାଗୁଡିକର ଶତାଧିକ ମହିଳା ଓ ପୁରୁଷ ବ୍ରହ୍ମପୁର ଏସ୍‌ପିଙ୍କ ନିକଟରେ ପହଞ୍ଚିଥିଲେ। ସେଠାରେ ୫ ଖଣ୍ଡ ଗ୍ରାମରୁ ଆସିଥିବା ଲୋକମାନେ ଉକ୍ତ ଅଞ୍ଚଳରେ ରହୁଥିବା ଅପରାଧୀଙ୍କୁ ଗିରଫ କରିବାକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ଉପରୋକ୍ତ ଗ୍ରାମବାସୀଙ୍କ ତରଫରୁ ଏକ ପ୍ରତିନିଧି ଦଳ ନରେନ୍ଦ୍ରପୁର ଗଁା କମିଟି ସଭାପତି ପୀତାମ୍ବର ସେଠୀ, ସମ୍ପାଦକ ନରେନ୍ଦ୍ର ନାୟକ, ଇ.ବିଜୟ, ରାଜୁ ଜେନା, ହର ସାହୁ, ପ୍ରସାଦ ରାଓ ଆଚାରୀ, ପ୍ରଫୁଲ୍ଲ ବେହେରା ଓ ଦେବରାଜ ମହାଙ୍କୁଡ ପ୍ରମୁଖ ଏସ୍‌ପି ପିନାକ ମିଶ୍ରଙ୍କ ନିକଟରେ ନିଜ ଅଞ୍ଚଳର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ସମ୍ପର୍କରେ ଗୁହାରି ଜଣାଇଥିଲେ। ପୋଲିସ ସଦାସର୍ବଦା ଲୋକଙ୍କ ସାଥୀରେ ଅଛି ଓ ରହିବ ବୋଲି ଏସ୍‌ପି ମିଶ୍ର କହିଥିଲେ। ଅପରାଧୀଙ୍କୁ ଆଦୌ ବରଦାସ୍ତ କରାଯିବ ନାହିଁ ା ଏହା ସହିତ ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ କାମ କରୁଛି ବୋଲି ସେ କହିଥିଲେ।
ସୂଚନାଯୋଗ୍ୟ, ଗତ କିଛିଦିନ ତଳେ ନରେନ୍ଦ୍ରପୁର ଗ୍ରାମରେ ଘଟିଥିବା ଗଣ୍ଡଗୋଳକୁ ନେଇ ଚମାଖଣ୍ଡି ଥାନାରେ ଅଭିଯୋଗ ହେବା ପରେ ଥାନାରେ ମାମଲା ରୁଜୁ କରାଯାଇଥିବା ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri