ଗ୍ରାମସଭାରେ ନାଲ୍‌କୋକୁ ମିଳିତ ବିରୋଧ

ପଟ୍ଟାଙ୍ଗି,୧୯ା୬(ଡି.ଏନ୍‌.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ ସେରୁବନ୍ଧ ବକ୍ସାଇଟ୍‌ ପାହାଡ଼ ଖୋଳାକୁ ନେଇ ପ୍ରତିବାଦ ତେଜୁଛି। ବ୍ଲକର ମାଳିପୁଟ ପଞ୍ଚାୟତ କାର୍ଯ୍ୟାଳୟରେ ଆୟୋଜିତ ଗ୍ରାମସଭାରେ ଉପସ୍ଥିତ ନେତାଙ୍କଠାରୁ ଆରମ୍ଭ କରି ବିପକ୍ଷବାଦୀ ଓ ପଞ୍ଚାୟତ ବାସିନ୍ଦା ନାଲ୍‌କୋକୁ ବିରୋଧ କରିଛନ୍ତି। ନାଲ୍‌କୋକୁ ବିରୋଧ କରି ସ୍ଥାନୀୟ ସରପଞ୍ଚଙ୍କ ଜରିଆରେ ପ୍ରଶାସନକୁ ଦାବିପତ୍ର ଦେଇଛନ୍ତି ସେରୁବନ୍ଧ ସୁରକ୍ଷା ସମିତି ଓ ବ୍ଲକ କଂଗ୍ରେସ କମିଟି ସଭାପତି ନୃସିଂହନାଥ ବେହେରା। ଆଦିବାସୀଙ୍କ ସ୍ବାର୍ଥକୁ ଜଳାଞ୍ଜଳି ଦେଇ ନାଲକୋକୁ ସେରୁବନ୍ଧ ଓ ପଞ୍ଚପଟ୍ଟମାଳି ବକ୍ସାଇଟ ଖଣି ଟେକିଦେବା ପାଇଁ ହୀନ ପ୍ରୟାସକୁ ଦାବିପତ୍ରରେ ବିରୋଧ କରାଯାଇଛି।
ସୂଚନା ଅନୁଯାୟୀ, ମାଳିପୁଟ ସରପଞ୍ଚ ଜୟନ୍ତୀ ଚପାଡିଙ୍କ ଅଧ୍ୟକ୍ଷତାରେ ଜଙ୍ଗଲ ଜମିକୁ ଅଣ ଜଙ୍ଗଲ ଜମିରେ ପରିଣତ କରିବା ପାଇଁ ଗ୍ରାମସଭା ବସିଥିଲା। କିନ୍ତୁ ଏହାକୁ ପୂର୍ବତନ ଏମ୍‌ପି ଜୟରାମ ପାଙ୍ଗି, ପୂର୍ବତନ ବିଧାୟକ ରାମଚନ୍ଦ୍ର କାଡାମ, ପଞ୍ଚାୟତ ସମିତି ଅଧ୍ୟକ୍ଷ ଜଗତଜ୍ୟୋତି ପାଙ୍ଗି, ଏମ୍‌ପି ପ୍ରତିନିଧି ଚିକୁ ଦାଶ, ବାବୁଲା ବେନିଆ, ବଳରାମ ବାରିକ, ଚୈତନ୍ୟ ନନ୍ଦବାଲି, ରଞ୍ଜିତ ପାଙ୍ଗି, ସେରୁବନ୍ଧ ସୁରକ୍ଷା ସମିତିର ସଭାପତି ଭଗବାନ ଗୋଲରି, ଦୋରା ମହାସଂଘ ଜିଲା ସଭାପତି ବୈଦ୍ୟନାଥ ଗେମେଲ, କୋରାପୁଟିଆ ଜନ ସୁରକ୍ଷା ସମିତି ଉପସଭାପତି ଦାସି ନନ୍ଦିବାଲି, ହାଲ୍‌ ବିସ୍ଥାପିତ ସଂଘ ସଭାପତି ତ୍ରିଲୋଚନ ମୁଦୁଲି, ମାଳି ପର୍ବତ ସୁରକ୍ଷା ସମିତିର ପୂର୍ଣ୍ଣ ଜାନି, ଦଶରଥ ଖିଲ ବିରୋଧ କରିଥିଲେ। ଜୟରାମ ପାଙ୍ଗି କହିଥିଲେ ଯେ, ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ହାତେଇବା ପାଇଁ ରାଜ୍ୟ ସରକାର, ଜିଲା ପ୍ରଶାସନ ଓ ପୋଲିସ ସହ ହାତ ମିଶାଇ ନାଲକୋ ଯୋଜନାବଦ୍ଧ ପ୍ରୟାସ ଆରମ୍ଭ କରିଛି। ନାଲକୋ ଉକ୍ତ ବକ୍ସାଇଟ୍‌କୁ ହାତେଇ ଅନ୍ୟ କମ୍ପାନୀକୁ ବିକ୍ରି କରିବା ଚକ୍ରାନ୍ତକୁ ଆମେ ପ୍ରଶ୍ରୟ ଦେବୁନାହିଁ। ଓଏମ୍‌ସି ଓ ମୈତ୍ରୀ କମ୍ପାନୀ ପୋଲିସର ଆଶ୍ରୟ ନେଇ ଅଞ୍ଚଳବାସୀଙ୍କୁ ଭୟ ଦେଖାଉଛି। ନିଜ ଉଦ୍ଦେଶ୍ୟ ସାଧନ କରିବା ପାଇଁ ଜଙ୍ଗଲ ଜମିକୁ ଅଣ ଜଙ୍ଗଲ ଜମି ପରିଣତ କରିବା ନାଁରେ କରାଯାଉଥିବା ଗ୍ରାମସଭାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଉ ବୋଲି ସେ କହିଥିଲେ। ଅନ୍ୟପକ୍ଷରେ ଶାସକ ଦଳର କୌଣସି ନେତା ଏଥିରେ ଉପସ୍ଥିତ ନଥିଲେ। ସରକାରୀ ଅଧିକାରୀ ଭାବେ ବିଡିଓ କରୁଣାକର ପ୍ରଧାନ, ତହସିଲଦାର ଡ. ଅରୁଣ ଖଣ୍ଡା, ଅତିରିକ୍ତ ତହସିଲଦାର ମହାଦେବ ଭତ୍ରା, ରାଜସ୍ବ ନିରୀକ୍ଷକ କୈଳାସ ଗାଦବା ଉପସ୍ଥିତ ଥିଲେ। ପଞ୍ଚାୟତ ନିର୍ବାହୀ ଅଧିକାରୀ ଦିବାକର ପୁରୋହିତ ସଭା ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri