ଗ୍ରାମବାସୀଙ୍କ ବାରଣ୍ଡାରେ ଚାଲିଛି ଅଙ୍ଗନଓ୍ବାଡି କେନ୍ଦ୍ର

ରାୟଗଡ଼ା ଅଫିସ, ୨୬।୧ – ପିଲାମାନଙ୍କୁ ପ୍ରାକ୍‌ ସ୍କୁଲ ଶୈକ୍ଷିକ ବାତାବରଣ ଦେବାକୁ କେନ୍ଦ୍ର ସରକାର ଅଙ୍ଗନଓ୍ବାଡି କେନ୍ଦ୍ରର ପରିକଳ୍ପନା କରିଥିଲେ। ଏଥିପାଇଁ କୋଟି କୋଟି ଟଙ୍କା ମଧ୍ୟ ଖର୍ଚ୍ଚ କରୁଛନ୍ତି। କିନ୍ତୁ କେତେକ ସ୍ଥାନରେ ଏଥିରେ ବ୍ୟତିକ୍ରମ ଦେଖାଦେଉଛି। ସରକାରଙ୍କ ଏହି କଳ୍ପନା କେତେକାଂଶରେ ଫେଲ୍‌ ମାରୁଛି। ରାୟଗଡ଼ା ଜିଲା ସଦର ବ୍ଲକ ପିତାମହଲ ପଞ୍ଚାୟତ ଅଧୀନ ବେହେରାଗୁଡ଼ା ଗ୍ରାମରେ ଏପରି ଦୃଶ୍ୟ ଦେଖିବାକୁ ମିଳୁଛି। ଦୁଃଖର ବିଷୟ ଯେ, ଦଳିତ ବର୍ଗର ପିଲାମାନଙ୍କୁ ଗାଁର କେତେଜଣ ଉଚ୍ଚ ଜାତିର ଲୋକେ ନିଜ ପିଣ୍ଡାରେ ବସିବାକୁ ସୁଯୋଗ ଦେଉ ନ ଥିବା ସୂଚନା ମିଳିଛି। ୨୦୦୬ରେ ଏହି ଅଙ୍ଗନଓ୍ବାଡି କେନ୍ଦ୍ର ସ୍ଥାପନ କରାଯାଇଥିଲା। ୩ରୁ ୬ବର୍ଷ ମଧ୍ୟରେ ଏଠାରେ ୩୦ଜଣ ପିଲା ଅଛନ୍ତି। କେନ୍ଦ୍ରଟି ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି। ତେଣୁ ପିଲାମାନଙ୍କୁ ନେଇ ଗାଁ ଲୋକଙ୍କ ବାରଣ୍ଡାରେ ବସି ପଢାଇବାକୁ ବାଧ୍ୟ ହେଉଛି ବୋଲି ଅଙ୍ଗନଓ୍ବାଡି କର୍ମୀ ରୀତା କୁମାରୀ ସିଂ କହିଛନ୍ତି। ୪ବର୍ଷ ହେବ ଏପରି ଭାବେ ପାଠପଢା ଚାଲିଛି। ଉଚ୍ଚ ଜାତିର ଲୋକମାନେ ଦଳିତ ବର୍ଗର ପିଲାମାନଙ୍କୁ ସେମାନଙ୍କ ବାରଣ୍ଡାରେ ବସିବାକୁ ଦେଉନାହାନ୍ତି । ତେଣୁ କେତେଜଣ ଦଳିତ ବର୍ଗର ଲୋକେ ସେମାନଙ୍କ ପିଲାଙ୍କୁ ଅଙ୍ଗନଓ୍ବାଡି ପଠାଉନାହାନ୍ତି ବୋଲି ସେ କହିଛନ୍ତି। ଅଙ୍ଗନଓ୍ବାଡି ସହାୟିକା ନିଜ ଘରେ ରୋଷେଇ କରି ଆଣି ପିଲାମାନଙ୍କୁ ଦେଇଥାନ୍ତି। କେନ୍ଦ୍ରର ଏଭଳି ଅବସ୍ଥା ସମ୍ପର୍କରେ ବିଭିନ୍ନ ସମୟରେ ଅଧିକାରୀମାନଙ୍କୁ ଜଣାଯାଇଛି, କିନ୍ତୁ କୌଣସି ସୁଫଳ ମିଳିନି। ଗାଁ ନିକଟରେ ଥିବା ସରକାରୀ ବିଦ୍ୟାଳୟରେ ଅଙ୍ଗନଓ୍ବାଡି କେନ୍ଦ୍ର ଚଳାଇବାକୁ ସୁପରଭାଇଜର ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଆମ ପିଲାଙ୍କ ପାଇଁ ସ୍ଥାନ ଅଭାବ ରହିଛି, ଅଲଗା ବ୍ୟବସ୍ଥା କର ବୋଲି ସ୍କୁଲ ପ୍ରଧାନଶିକ୍ଷକ କହିଥିବା ଅଙ୍ଗନଓ୍ବାଡି କର୍ମୀ କହିଛନ୍ତି। ଅଙ୍ଗନଓ୍ବାଡି କେନ୍ଦ୍ର ନ ଥିବାରୁ ଗର୍ଭବତୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଆଦି ହୋଇ ପାରୁନି ବୋଲି ଗ୍ରାମବାସୀ କହିଛନ୍ତି। ଏ ସବୁ ସମସ୍ୟା ନେଇ ଭାରପ୍ରାପ୍ତ ସିଡ଼ିପିଓ ମୀନାକ୍ଷୀ ଦାସ କହିଛନ୍ତି, ମୁଁ ନୂତନଭାବେ ଏହି ଦାୟିତ୍ୱ ନେଇଛି। ଅଙ୍ଗନଓ୍ବାଡି କେନ୍ଦ୍ର ମରାମତି ପାଇଁ ଅର୍ଥ ମଞ୍ଜୁର ହୋଇଛି ବୋଲି ସୂଚନା ମିଳିଥିବା ସେ କହିଛନ୍ତି। ଭଙ୍ଗା ଘରେ ପାଠ ପଢ଼ାଯିବା ନିୟମ ନ ଥିବାରୁ ପିଲାମାନଙ୍କୁ ବାହାରେ ପଢାଯାଉଛି ବୋଲି ସେ କହିଛନ୍ତି। ଦଳିତ ବର୍ଗର ପିଲାମାନଙ୍କୁ ଉଚ୍ଚ ଜାତିର ଲୋକେ ଘର ବାରଣ୍ଡାରେ ବସାଉ ନ ଥିବା ଘଟଣା ସମ୍ପର୍କରେ ସରପଞ୍ଚ ସୁରମା ପ୍ରଧାନଙ୍କୁ ପଚାରିବାରୁ ସେ କହିଛନ୍ତି ଏ ନେଇ ତାଙ୍କ ପାଖରେ କେହି ଅଭିଯୋଗ କରିନାହାନ୍ତି। ସବୁକିଛି ଠିକ୍‌ଠାକ ଚାଲିଛି। ଏପରି ଘଟଣା ତାଙ୍କ ନଜରକୁ ଆସିଲେ ସେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ସୁଭଦ୍ରାର ପଞ୍ଚମ କିସ୍ତି ବଣ୍ଟନ, ବଲାଙ୍ଗୀରର ୩ ମହିଳା ସ୍ବାବଲମ୍ବୀ ହୋଇଥିବାରୁ…

ବଲାଙ୍ଗୀର,୨୮ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ନେଇ ଜିଲାସ୍ତରୀୟ କାର୍ଯ୍ୟକ୍ରମ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ଅଡିଟୋରିୟମରେ ଅନୁଷ୍ଠିତ…

ଗଞ୍ଜାମର ୯ ଲକ୍ଷରୁ ଊର୍ଦ୍ଧ୍ୱ ମହିଳାଙ୍କ ଖାତାକୁ ଗଲା ୪୬୩ କୋଟି ୩୨ ଲକ୍ଷ ସୁଭଦ୍ରା ଟଙ୍କା, ବେବି-କବିତାଙ୍କ ସହ ମୁଖ୍ୟମନ୍ତ୍ରୀ କଥା ହୋଇ…

ଛତ୍ରପୁର,୨୮ା୮(ଦିଲ୍ଲୀପ ସାମଲ): ପବିତ୍ର ରାଖି ପୂର୍ଣ୍ଣିମା ଅବସରରେ ଛତ୍ରପୁରସ୍ଥିତ ଗଞ୍ଜାମ ଜିଲା ପରିଷଦର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲାସ୍ତରୀୟ ସୁଭଦ୍ରା ଯୋଜନାର ୫ମ କିସ୍ତି ଅର୍ଥରାଶି ବଣ୍ଟନ…

୧ ଲିଟର ପେଟ୍ରୋଲ ବିକ୍ରିରେ କେତେ ଟଙ୍କା ପାଆନ୍ତି ପେଟ୍ରୋଲ ପମ୍ପ ମାଲିକ? ଜାଣିଲେ ଆଶ୍ଚର୍ଯ୍ୟ ହେବେ…

ନୂଆଦିଲ୍ଲୀ,୨୮।୮: ଯଦି ଆପଣ ଭାବୁଛନ୍ତି ଯେ ପେଟ୍ରୋଲ ପମ୍ପ ମାଲିକ ଟ୍ୟାଙ୍କର ଭର୍ତ୍ତି ପେଟ୍ରୋଲ ଆଣି ପ୍ରତି ଲିଟରରେ ୧୦-୧୨ ଟଙ୍କା ରୋଜଗାର କରନ୍ତି, ତେବେ ତାହା…

ସେପ୍ଟେମ୍ବରରେ ବଦଳିବ ବଡ଼ ଗ୍ରହଙ୍କ ଚଳନ: ୮ ରାଶିଙ୍କୁ ମିଳିବ ଶୁଭଫଳ, ୪ ରାଶି ରୁହନ୍ତୁ ସତର୍କ

ଜ୍ୟୋତିଷ ଦୃଷ୍ଟିରୁ ସେପ୍ଟେମ୍ବର ମାସକୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି। ଏହି ମାସରେ ୪ଟି ବଡ଼ ଗ୍ରହ ନିଜ ରାଶି ପରିବର୍ତ୍ତନ କରିବେ। ମାସ ଆରମ୍ଭରେ…

ପାଣିଡଙ୍ଗର ଜଳ ପ୍ରକଳ୍ପ ଦାବିରେ ଗଣ ପ୍ରତିବାଦ

ଗୁଣପୁର,୨୮ା୮(ସୁଜାତା ପାଢ଼ୀ): ସିପିଆଇ (ଏମ୍‌ଏଲ) ଲିବରେଶନ ପକ୍ଷରୁ ବଂଶଧାରା ନଦୀ ଗୁଡ଼ାରୀର ପାଣି ଡଙ୍ଗରଠାରେ ଜଳ ପ୍ରକଳ୍ପ ନିର୍ମାଣ ଦାବିରେ ଶୁକ୍ରବାର ଗୁଣପୁର ନୂଆ ବସ୍‌ଷ୍ଟାଣ୍ଡଠାରେ ଏକ…

ଟିଏ, ଡିଏ ନାଁରେ କରିଥିଲେ ଦେଢ଼କୋଟି ଟଙ୍କା ଚଳୁ, ଡାଟା ଏଣ୍ଟ୍ରି ଅପରେଟରଙ୍କୁ ବାନ୍ଧିଲା ପୋଲିସ

କଟକ,୨୮ା୮(ପ୍ରଭୁକଲ୍ୟାଣ ପାଲ): ଟିଏ, ଡିଏ ନାଁରେ ଦେଢ଼ କୋଟି ଟଙ୍କା ଚଳୁ କରି ଶେଷରେ ବନ୍ଧା ହୋଇଛନ୍ତି ଡାଟା ଏଣ୍ଟ୍ରି ଅପରେଟର। ଅନ୍ୟ ଲୋକଙ୍କ ଦରମାରେ ନିଜେ…

ଆଜି କମିଛି ସୁନା ଦର! ରୁପା ଦରରେ ବି ବଡ଼ ପରିବର୍ତ୍ତନ; ଚେକ୍ କରନ୍ତୁ ନୂଆ ମୂଲ୍ୟ…

ରାଖୀ ପୂର୍ଣ୍ଣିମା ଅବସରରେ ସୁନା ଓ ରୁପା ଦରକୁ ନେଇ ଆସିଲା ବଡ଼ ଖବର। କାଲି ଅପେକ୍ଷା ଆଜି କମିଛି ସୁନା ଦର। କିଣିବା ପୂର୍ବରୁ ଏଠାରେ…

୭-୮% ଦୁନିଆ ଶେଷ! ୨୦୨୬କୁ ନେଇ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଚର୍ଚ୍ଚାରେ, ଆଉ କ’ଣ ହେବା ବାକି?

ନୂଆଦିଲ୍ଲୀ,୨୮।୮: ନେପାଳରେ ଭୟଙ୍କର ବନ୍ୟା ସହ ବିଶ୍ୱର ବିଭିନ୍ନ ସ୍ଥାନରେ ଲଗାତାର ପ୍ରାକୃତିକ ବିପର୍ଯ୍ୟୟ ଘଟୁଥିବା ବେଳେ ପୁଣିଥରେ ଚର୍ଚ୍ଚାକୁ ଆସିଛି ବୁଲଗେରିଆର ଅନ୍ଧ ଭବିଷ୍ୟବକ୍ତା ବାବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri