ଗ୍ରାମବାସୀଙ୍କ ବାରଣ୍ଡାରେ ଚାଲିଛି ଅଙ୍ଗନଓ୍ବାଡି କେନ୍ଦ୍ର

ରାୟଗଡ଼ା ଅଫିସ, ୨୬।୧ – ପିଲାମାନଙ୍କୁ ପ୍ରାକ୍‌ ସ୍କୁଲ ଶୈକ୍ଷିକ ବାତାବରଣ ଦେବାକୁ କେନ୍ଦ୍ର ସରକାର ଅଙ୍ଗନଓ୍ବାଡି କେନ୍ଦ୍ରର ପରିକଳ୍ପନା କରିଥିଲେ। ଏଥିପାଇଁ କୋଟି କୋଟି ଟଙ୍କା ମଧ୍ୟ ଖର୍ଚ୍ଚ କରୁଛନ୍ତି। କିନ୍ତୁ କେତେକ ସ୍ଥାନରେ ଏଥିରେ ବ୍ୟତିକ୍ରମ ଦେଖାଦେଉଛି। ସରକାରଙ୍କ ଏହି କଳ୍ପନା କେତେକାଂଶରେ ଫେଲ୍‌ ମାରୁଛି। ରାୟଗଡ଼ା ଜିଲା ସଦର ବ୍ଲକ ପିତାମହଲ ପଞ୍ଚାୟତ ଅଧୀନ ବେହେରାଗୁଡ଼ା ଗ୍ରାମରେ ଏପରି ଦୃଶ୍ୟ ଦେଖିବାକୁ ମିଳୁଛି। ଦୁଃଖର ବିଷୟ ଯେ, ଦଳିତ ବର୍ଗର ପିଲାମାନଙ୍କୁ ଗାଁର କେତେଜଣ ଉଚ୍ଚ ଜାତିର ଲୋକେ ନିଜ ପିଣ୍ଡାରେ ବସିବାକୁ ସୁଯୋଗ ଦେଉ ନ ଥିବା ସୂଚନା ମିଳିଛି। ୨୦୦୬ରେ ଏହି ଅଙ୍ଗନଓ୍ବାଡି କେନ୍ଦ୍ର ସ୍ଥାପନ କରାଯାଇଥିଲା। ୩ରୁ ୬ବର୍ଷ ମଧ୍ୟରେ ଏଠାରେ ୩୦ଜଣ ପିଲା ଅଛନ୍ତି। କେନ୍ଦ୍ରଟି ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି। ତେଣୁ ପିଲାମାନଙ୍କୁ ନେଇ ଗାଁ ଲୋକଙ୍କ ବାରଣ୍ଡାରେ ବସି ପଢାଇବାକୁ ବାଧ୍ୟ ହେଉଛି ବୋଲି ଅଙ୍ଗନଓ୍ବାଡି କର୍ମୀ ରୀତା କୁମାରୀ ସିଂ କହିଛନ୍ତି। ୪ବର୍ଷ ହେବ ଏପରି ଭାବେ ପାଠପଢା ଚାଲିଛି। ଉଚ୍ଚ ଜାତିର ଲୋକମାନେ ଦଳିତ ବର୍ଗର ପିଲାମାନଙ୍କୁ ସେମାନଙ୍କ ବାରଣ୍ଡାରେ ବସିବାକୁ ଦେଉନାହାନ୍ତି । ତେଣୁ କେତେଜଣ ଦଳିତ ବର୍ଗର ଲୋକେ ସେମାନଙ୍କ ପିଲାଙ୍କୁ ଅଙ୍ଗନଓ୍ବାଡି ପଠାଉନାହାନ୍ତି ବୋଲି ସେ କହିଛନ୍ତି। ଅଙ୍ଗନଓ୍ବାଡି ସହାୟିକା ନିଜ ଘରେ ରୋଷେଇ କରି ଆଣି ପିଲାମାନଙ୍କୁ ଦେଇଥାନ୍ତି। କେନ୍ଦ୍ରର ଏଭଳି ଅବସ୍ଥା ସମ୍ପର୍କରେ ବିଭିନ୍ନ ସମୟରେ ଅଧିକାରୀମାନଙ୍କୁ ଜଣାଯାଇଛି, କିନ୍ତୁ କୌଣସି ସୁଫଳ ମିଳିନି। ଗାଁ ନିକଟରେ ଥିବା ସରକାରୀ ବିଦ୍ୟାଳୟରେ ଅଙ୍ଗନଓ୍ବାଡି କେନ୍ଦ୍ର ଚଳାଇବାକୁ ସୁପରଭାଇଜର ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଆମ ପିଲାଙ୍କ ପାଇଁ ସ୍ଥାନ ଅଭାବ ରହିଛି, ଅଲଗା ବ୍ୟବସ୍ଥା କର ବୋଲି ସ୍କୁଲ ପ୍ରଧାନଶିକ୍ଷକ କହିଥିବା ଅଙ୍ଗନଓ୍ବାଡି କର୍ମୀ କହିଛନ୍ତି। ଅଙ୍ଗନଓ୍ବାଡି କେନ୍ଦ୍ର ନ ଥିବାରୁ ଗର୍ଭବତୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଆଦି ହୋଇ ପାରୁନି ବୋଲି ଗ୍ରାମବାସୀ କହିଛନ୍ତି। ଏ ସବୁ ସମସ୍ୟା ନେଇ ଭାରପ୍ରାପ୍ତ ସିଡ଼ିପିଓ ମୀନାକ୍ଷୀ ଦାସ କହିଛନ୍ତି, ମୁଁ ନୂତନଭାବେ ଏହି ଦାୟିତ୍ୱ ନେଇଛି। ଅଙ୍ଗନଓ୍ବାଡି କେନ୍ଦ୍ର ମରାମତି ପାଇଁ ଅର୍ଥ ମଞ୍ଜୁର ହୋଇଛି ବୋଲି ସୂଚନା ମିଳିଥିବା ସେ କହିଛନ୍ତି। ଭଙ୍ଗା ଘରେ ପାଠ ପଢ଼ାଯିବା ନିୟମ ନ ଥିବାରୁ ପିଲାମାନଙ୍କୁ ବାହାରେ ପଢାଯାଉଛି ବୋଲି ସେ କହିଛନ୍ତି। ଦଳିତ ବର୍ଗର ପିଲାମାନଙ୍କୁ ଉଚ୍ଚ ଜାତିର ଲୋକେ ଘର ବାରଣ୍ଡାରେ ବସାଉ ନ ଥିବା ଘଟଣା ସମ୍ପର୍କରେ ସରପଞ୍ଚ ସୁରମା ପ୍ରଧାନଙ୍କୁ ପଚାରିବାରୁ ସେ କହିଛନ୍ତି ଏ ନେଇ ତାଙ୍କ ପାଖରେ କେହି ଅଭିଯୋଗ କରିନାହାନ୍ତି। ସବୁକିଛି ଠିକ୍‌ଠାକ ଚାଲିଛି। ଏପରି ଘଟଣା ତାଙ୍କ ନଜରକୁ ଆସିଲେ ସେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ନିୟମଗିରିରେ ଡଙ୍ଗରିଆଙ୍କ ମେଳି,ଦାବି ପୂରଣ ନ ହେଲେ ଭୋଟ ବର୍ଜନ

ରାୟଗଡ଼ା,୨୧।୩(ଆଶିଷ ରଞ୍ଜନ ପଣ୍ଡା): ନିୟମଗିରି ଅଞ୍ଚଳର ପ୍ରାୟ ୩୮ଖଣ୍ଡ ଗାଁର ଶତାଧିକ ଡଙ୍ଗରିଆ ମହିଳାପୁରୁଷ ନିୟମଗିରି ଅଞ୍ଚଳର ପାରସାଲି ପଞ୍ଚାୟତ ନିକଟରେ ଏକତ୍ରିତ ହୋଇଥିଲେ। ଉକ୍ତ...

ରାୟଗଡ଼ାରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

ରାୟଗଡ଼ା,୨୧।୪(ଆଶିଷ ରଞ୍ଜନ ପଣ୍ଡା)ଆଗାମୀ ସାଧାରଣ ନିର୍ବାଚନରେ ୩ ପ୍ରମୁଖ ଦଳ ନିଜ ନିଜର ହେଭିୱେଟ୍‌ ନେତାଙ୍କୁ ନେଇ ଅଞ୍ଚଳରେ ପ୍ରଚାର ପାଇଁ ଯୋଜନା ଚଳାଇଛନ୍ତି। ତେବେ...

ବଢ଼ିଲା ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଅଡ଼ୁଆ

ଗୁଣପୁର,୨୦ା୪(ପ୍ରଦୀପ କୁମାର ପାଢ଼ୀ): ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ୍‌ ରଘୁବାରିଠାରେ ବିଜେଡି ନେତା ଗ୍ରାମବାସୀଙ୍କୁ ମାରପିଟ କରିବା ନେଇ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ନାଁରେ...

ନଳକୂପରୁ ବାହାରୁନି ପାଣି, ଝରଣା ଭରସା

ରାୟଗଡ଼ା,୮।୪(ଆଶିଷ ରଞ୍ଜନ ପଣ୍ଡା): ଗ୍ରୀଷ୍ମଋତୁ ଆରମ୍ଭରୁ ରାୟଗଡ଼ା ଜିଲାରେ ପାନୀୟ ଜଳ ସଙ୍କଟ ଉତ୍କଟ ହେବାରେ ଲାଗିଛି। ସ୍ବାଧୀନତାର ୭୫ ବର୍ଷ ପରେ ଆଜି ବି...

ଜିଲା ବିଜେଡିରେ ବଡ଼ ପରିବର୍ତନ, ଭେଟରାନ ନେତାଙ୍କୁ ସଭାପତି ଦାୟିତ୍ୱ

ରାୟଗଡା,୫।୪(ଆଶିଷ ରଞ୍ଜନ ପଣ୍ଡା): ନିର୍ବାଚନକୁ ଆଉ ମାସେ ସମୟ ରହିଥିବା ବେଳେ ଜିଲା ବିଜେଡିରେ ପରିବର୍ତନ । ଯାହାକୁ ନେଇ ଜିଲାରେ ହଟଚମଟ ସୃଷ୍ଟି ହୋଇଛି...

ଦାଦା-ପୁତୁରା, ଅଜା-ନାତି ଲଢ଼େଇ

ଗୁଣପୁର,୫ା୪ (ପ୍ରଦୀପ କୁମାର ପାଢ଼ୀ):ରାୟଗଡ଼ା ଜିଲା ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀର ୩ ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇସାରିଛି। ବିଜେଡି ପକ୍ଷରୁ ରଘୁନାଥ...

କଂଗ୍ରେସ ତାଲିକାରୁ ଗମାଙ୍ଗ ପରିବାର ବାଦ୍‌

ଗୁଣପୁର,୩ା୪ (ପ୍ରଦୀପ କୁମାର ପାଢ଼ୀ):କଂଗ୍ରେସ ଏବଂ ଭାଜପା ପକ୍ଷରୁ ରାୟଗଡା ଜିଲା ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି। ୩ ପ୍ରମୁଖ ରାଜନୈତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri