ଗ୍ରନ୍ଥାଗାର : ଜ୍ଞାନର ଗନ୍ତାଘର

ପ୍ରୀତିମୟ ସାହୁ

ଗ୍ରନ୍ଥାଗାର ଓ ସୂଚନା ବିଜ୍ଞାନ କ୍ଷେତ୍ରରେ ଶିୟାଲୀ ରାମାମୃତ ରଙ୍ଗନାଥନ୍‌ଙ୍କ ଅବଦାନ ବିଶ୍ୱବ୍ୟାପୀ ଅତୁଳନୀୟ। ଭାରତୀୟ ଗ୍ରନ୍ଥାଗାର, ଗ୍ରନ୍ଥାଗାର ବିଜ୍ଞାନ, ଗ୍ରନ୍ଥାଗାରିକ ସଂପ୍ରଦାୟ ପାଇଁ ଜୀବନବ୍ୟାପୀ ସାଧନା ହେତୁ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି। ଗ୍ରନ୍ଥାଗାରର ଜନକ ଭାବେ ଜଣାଶୁଣା ରଙ୍ଗନାଥନ୍‌ ତାମିଲନାଡୁର ଛୋଟିଆ ସହର ଶିୟାଲୀରେ ୧୨ ଅଗଷ୍ଟ ୧୮୯୨ରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ଜନ୍ମଦିବସକୁ ଜାତୀୟ ଗ୍ରନ୍ଥାଗାରିକ ଦିବସ ରୂପେ ପାଳନ କରାଯାଉଛି। ଗଣିତଜ୍ଞ ଭାବେ ତାଙ୍କ ଚାକିରି ଜୀବନ ଆରମ୍ଭ ହୋଇଥିଲା। ପରେ ବିଶ୍ୱବିଦ୍ୟାଳୟରେ ଲାଇବ୍ରେରିଆନ୍‌ ଭାବେ ଯୋଗ ଦେଇଥିଲେ। ଏହି ବିଷୟରେ ଅଧିକ ଗବେଷଣା ପାଇଁ ସେ ଲଣ୍ଡନ ଗସ୍ତ କରିଥିଲେ। ସେଠାରୁ ଫେରି ଭାରତରେ ପାଠାଗାରକୁ ଆଧୁନିକୀକରଣ କରିବା ସହ ଲୋକାଭିମୁଖୀ କରିବା ଦିଗରେ ଚେଷ୍ଟା କରିଥିଲେ।
ବର୍ତ୍ତମାନ ଲାଇବ୍ରେରି କହିଲେ ଯେତେ ଲୋକ ବୁଝିବେ, ପାଠାଗାର କହିଲେ ସେତେ ଲୋକ ବୁଝିବେ ନାହିଁ। ଅଭିଧାନ ଦେଖିଲେ ଗ୍ରନ୍ଥକୁଟ, ଗ୍ରନ୍ଥାଳୟ, ଗ୍ରନ୍ଥକୁଟୀ, ଗ୍ରନ୍ଥାଗାର, ପୁସ୍ତକାଗାର ଇତ୍ୟାଦି ପାଠାଗାରର ପ୍ରତିଶବ୍ଦ। ପାଠାଗାରକୁ ଜ୍ଞାନର ଗନ୍ତାଘର ବୋଲି କୁହାଯାଏ। କେବଳ ଜ୍ଞାନ ନୁହେଁ, ଏହା ଖବର ଏବଂ ମନୋରଞ୍ଜନର ଭଣ୍ଡାର କହିଲେ ଅତ୍ୟୁକ୍ତି ହେବ ନାହିଁ। ବ୍ୟକ୍ତିର ପଠନ ଅଭ୍ୟାସକୁ ବଳବତ୍ତର କରିବା ପାଇଁ ପାଠାଗାରର ଭୂମିକା ଗୁରୁତ୍ୱପୂର୍ଣ୍ଣ। ପାଠାଗାର ହେଉଛି ଶିକ୍ଷାର ପୀଠସ୍ଥଳୀ, ଜ୍ଞାନର ଭଣ୍ଡାର। ଏହା ମାଧ୍ୟମରେ ସଭ୍ୟତାର କ୍ରମବିକାଶର ସ୍ବରୂପ ପ୍ରକଟିତ। ଏହା ଅନସ୍ବୀକାର୍ଯ୍ୟ ଯେ, ଏକ ସମୁନ୍ନତ ସମାଜରେ ବାସ କରୁଥିବା ଜନସାଧାରଣଙ୍କ ପାଇଁ ଏକ ଉତ୍ତମ ପାଠାଗାରର ଉପାଦେୟତା ଅଛି। ନିଜସ୍ବ ଜ୍ଞାନ, ବୁଦ୍ଧି, ଅବିରତ ଶିକ୍ଷାର ପ୍ରଚେଷ୍ଟା ଏବଂ ସମାଜରେ ସୁଯୋଗ ତଥା ସହଯୋଗର ମନୋବୃତ୍ତି ବଢାଇବାରେ ଏହା ସହାୟକ ହୋଇଥାଏ।
ଆଜିର ଏହି ଇଣ୍ଟରନେଟ୍‌ ସୋସିଆଲ ମିଡିଆ ଏବଂ ମୋବାଇଲ ଆପ୍‌ସ ଯୁଗରେ ଇ-ବୁକ୍‌, ଇ-ଜର୍ନାଲ ପାଠାଗାର ବିକଳ୍ପ ଭାବେ ଉଭା ହେଲାଣି। ଗୋଟିଏ ବଟନ୍‌ ଚିପିବା ମାତ୍ରେ ସମସ୍ତ ତଥ୍ୟ ସହଜରେ ଉପଲବ୍ଧ ହୋଇପାରୁଛି। ଫଳସ୍ବରୂପ ଯୁବପିଢ଼ି ପାଠାଗାରଠୁ ଦୂରେଇ ଯାଉଛନ୍ତି। ତେବେ ଇ-ବୁକ୍‌ ଯେ ପାଠକର ସମ୍ପୂର୍ଣ୍ଣ ଆବଶ୍ୟକତାକୁ ଅଚିରେ ପୂରଣ କରିପାରିବ, ଏହା ଅସମ୍ଭବ। କାରଣ ଇଣ୍ଟରନେଟ୍‌ରୁ ମିଳୁଥିବା ତଥ୍ୟ ସମ୍ବନ୍ଧରେ ଅନେକ ଜ୍ଞାନ ବହୁ ଲୋକଙ୍କ ପାଖରେ ନ ଥାଏ। ଗ୍ରନ୍ଥାଗାରରୁ କୌଣସି ପ୍ରବନ୍ଧ ଖୋଜିବା ପାଇଁ ଚେଷ୍ଟା କରାଗଲେ ଏହା ସଙ୍ଗେ ସଙ୍ଗେ ମିଳିପାରିଥାଏ। ମାତ୍ର ଇଣ୍ଟରନେଟ୍‌ରେ କେଉଁ ସର୍ଚ୍ଚ ସାଇଟ୍‌ରେ ଏହି ସମ୍ବନ୍ଧୀୟ ଠିକ୍‌ ପ୍ରବନ୍ଧ ଅଛିନ୍‌, ତାହା ଖୋଜିପାରିବା କଷ୍ଟକର। ଏଥିସହିତ ଏଥିରେ ତଥ୍ୟ ସବୁ ସମୟରେ ଅପ୍‌ଟୁଡେଟ୍‌ ହୋଇ ନ ଥାଏ। ମାତ୍ର ଗ୍ରନ୍ଥାଗାରରେ ତାରିଖ, ମାସ, ବର୍ଷ ଆକାରରେ ଏହି ପ୍ରବନ୍ଧ ସବୁ ସଂରକ୍ଷିତ ହୋଇ ରହିଥାଏ। ଏପରି କି ପୁସ୍ତକ ନେବା ଆଣିବାରେ ସହଜ ହେବା ସହ ସବୁ ସମୟରେ ତାରିଖ, ମାସ ଓ ବର୍ଷ ଆକାରରେ ଏହି ପ୍ରବନ୍ଧ ସବୁ ସାଇତା ହୋଇ ରହିଥାଏ। ଇ-ବୁକ୍‌ରେ ଏହା ସମ୍ଭବ ହୋଇପାରିନଥାଏ, ଏଥିସହିତ ଏହା ମଧ୍ୟ ଅଧିକ ବ୍ୟବସାୟସାପେକ୍ଷ। ଛାପା ବହିର ଇତିହାସ ହଜାର ହଜାର ବର୍ଷ ପୁରୁଣା, ମାତ୍ର ଇଣ୍ଟରନେଟ୍‌ ମାଧ୍ୟମରେ ସବୁ ପୁରୁଣା ବହି, ତଥ୍ୟ ସଂରକ୍ଷଣ କରାଯାଇଛି କି ନାହିଁ ତାହା ସନ୍ଦେହ ଘେରରେ।
ଶେଷରେ କୁହାଯାଇପାରେ, ଭାଷାର ସମୃଦ୍ଧି ସାଧନରେ ପାଠାଗାରର ଭୂମିକା ଗୁରୁତ୍ୱପୂର୍ଣ୍ଣ। କେବଳ ପାଠାଗାର ପ୍ରତିଷ୍ଠା କରି ପାଠକ ସୃଷ୍ଟି ନ କଲେ, ପାଠାଗାର ପ୍ରତିଷ୍ଠାର ମୂଳଲକ୍ଷ୍ୟ ଅପୂରଣୀୟ ହୋଇରହିଯିବ। ଶିୟାଲୀ ରାମାମୃତ ରଙ୍ଗନାଥନ୍‌ ଗ୍ରନ୍ଥାଗାରକୁ ପାରମ୍ପରିକ ରକ୍ଷଣଶୀଳତାରୁ ମୁକ୍ତ କରି ଆଧୁନିକତାର ସ୍ପର୍ଶ ଦେବା ପାଇଁ ଚେଷ୍ଟା ଚଳାଇଥିଲେ। ଫଳସ୍ବରୂପ ଆଜିର ଗ୍ରନ୍ଥାଗାର ଯୁଗ ସହିତ ତାଳ ଦେଇ ସୂଚନା ଓ ପ୍ରଯୁକ୍ତିବିଦ୍ୟାକୁ ବ୍ୟବହାର କରି ଡିଜିଟାଲ ଲାଇବ୍ରେରିରେ ରୂପାନ୍ତରିତ ହୋଇଛି। ଏବେ ବହୁ ସଂସ୍ଥା ନିଜ ସେବାକୁ ଲୋକାଭିମୁଖୀ କରିବାକୁ ସୋସିଆଲ୍‌ ମିଡିଆ ଉପଯୋଗ କରୁଛନ୍ତି। ଯଦି ସୋସିଆଲ୍‌ ମିଡିଆକୁ ଡିଜିଟାଲ ଲାଇବ୍ରେରି ସହିତ ଯୋଡ଼ି ଦିଆଯାଏ, ତା’ହେଲେ ବହୁ ପାଠକ ଉପକୃତ ହୋଇପାରିବେ। ଗ୍ରନ୍ଥାଗାରିକମାନେ ଦକ୍ଷତାର ସହିତ ଠିକ୍‌ ତଥ୍ୟ ଠିକ୍‌ ସମୟରେ ବ୍ୟବହାର କରି ପାଖରେ ପହଞ୍ଚାଇପାରିଲେ ସେବା ସାର୍ଥକ ହେବ। ଶିୟାଲୀ ରାମାମୃତ ରଙ୍ଗନାଥନ୍‌ ପୁସ୍ତକ ପଠନ ପାଇଁ ଭାରତରେ ଏକ ଆନ୍ଦୋଳନ ସୃଷ୍ଟି ଲାଗି ପ୍ରୟାସ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭୋଟ ପାଇଁ ନିମନ୍ତ୍ରଣ ପତ୍ର। କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗୁଛି କି! ହେଲେ ଏହା କୌଣସି ମନଗଢ଼ା କଥା ନୁହେଁ, ବରଂ ପ୍ରତି ଘରେ ଘରେ...

ଶାନ୍ତି ପ୍ରତିଷ୍ଠାରେ ଭିଟୋ ବାଧକ

ଜନାର୍ଦ୍ଦନ ବନ୍ଦ୍ୟୋପାଧ୍ୟାୟ ଦ୍ୱିତୀୟ ବିଶ୍ୱଯୁଦ୍ଧର ଭୟାବହତା ଏବଂ ବିପୁଳ ଧନଜୀବନ କ୍ଷୟରୁ ଶିକ୍ଷାଲାଭକରି ପୃଥିବୀରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ଉଦ୍ଦେଶ୍ୟରେ ୫ ପ୍ରମୁଖ ରାଷ୍ଟ୍ର ଯଥା-ବ୍ରିଟେନ୍‌,...

ବ୍ୟକ୍ତି ନୁହେଁ, ଦେଶ ସର୍ବୋପର

ବୃହସ୍ପତି ସାମଲ ଆରମ୍ଭରୁ ମୌର୍ଯ୍ୟ, ଗୁପ୍ତ, ଚୋଳ, ଚାଲୁକ୍ୟ, କୁଶାଣଙ୍କ ଭଳି ବ଼ଂଶାନୁକ୍ରମିକ ରାଜାରାଜୁଡ଼ା ଶାସନ ପରେ ବାହ୍ୟ ଆକ୍ରମଣକାରୀ ଖିଲ୍ଲିଜ, ତୋଗଲକ ଓ ମୋଗଲ...

କାନାଡ଼ାରେ ଶିଖ୍‌

ଭାରତ ଓ କାନାଡ଼ା ସମ୍ପର୍କ ପୁଣି ବିଗିଡ଼ିବାରେ ଲାଗିଲାଣି। ୨୦୨୩ ଜୁନ୍‌ରେ କାନାଡ଼ାର ବ୍ରିଟିଶ କଲମ୍ବିଆସ୍ଥିତ ଏକ ଗୁରୁଦ୍ୱାରାରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ କୁହାଯାଉଥିବା ହରଦୀପ ସିଂ...

ଏଇ ଭାରତରେ

ଉତ୍ତରପ୍ରଦେଶର ଭାରତୀୟ ବନ ସେବା (ଆଇଏଫ୍‌ଏସ୍‌) ଅଧିକାରୀ ବିକାଶ ନାୟକ ଇକୋଟୁରିଜମ୍‌କୁ ପ୍ରୋତ୍ସାହିତ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି। ବଡ଼ କଥା ହେଉଛି ଏକ...

ତୁମ ଆଡ଼େ କେମିତ

ଡ. ଦ୍ୱିତୀ ଚନ୍ଦ୍ର ସାହୁ ସକାଳୁ ସକାଳୁ ମନେ ପଡ଼ିଗଲା କି କ’ଣ ଦୂର ବାଟ ବନ୍ଧୁ ଜଣେ ଫୋନ୍‌ କଲେ। ଚାଲି ଚାଲି ମୋବାଇଲର...

ଓଡ଼ିଶାରେ ଭାଷା

ଲୋକନାଥ ପଣ୍ଡା ଫେବୃଆରୀ ମାସରେ ତିନିଦିନ ଧରି ଭୁବନେଶ୍ୱରଠାରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ବହୁ ଆଡ଼ମ୍ବରରେ ଅନୁଷ୍ଠିତ ହୋଇଥିଲା। ଇତିମଧ୍ୟରେ ଓଡ଼ିଆ ବିଶ୍ୱବିଦ୍ୟାଳୟ...

ଓଡ଼ିଆପ୍ରେମୀ ନାହାନ୍ତି

ଓଡ଼ିଶାରେ ନିର୍ବାଚନ ଚାଲିଥିବା ବେଳେ ଏବେ ‘ଅସ୍ମିତା’ ସର୍ବାଧିକ ବ୍ୟବହୃତ ଶବ୍ଦ ପାଲଟିଯାଇଛି। ସବୁ ଦଳ ଏହି ପ୍ରସଙ୍ଗକୁ ନେଇ ପରସ୍ପରକୁ ଦୋଷାରୋପ କରୁଛନ୍ତି। ସାହିତ୍ୟ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri