Posted inରାଜ୍ୟ

ଗୋହିରିଆପଡ଼ା ଗ୍ରାମରେ ଅସବର୍ଣ୍ଣ-ସବର୍ଣ୍ଣ ବିବାଦ: ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ଅସବର୍ଣ୍ଣ ପରିବାର

ନୟାଗଡ଼ ଅଫିସ,୬ା୭: ନୟାଗଡ଼ ଜିଲା ଫତେଗଡ଼ ଥାନା ଗୋହିରିଆପଡ଼ା ଗ୍ରାମରେ ଅସବର୍ଣ୍ଣ ସବର୍ଣ୍ଣ ବିବାଦ ଦେଖାଦେଇଛି। ସବର୍ଣ୍ଣ ଲୋକମାନେ ଅସବର୍ଣ୍ଣ ଲୋକମାନଙ୍କୁ ଆକ୍ରମଣ କରିଥିଲେ ମଧ୍ୟ ପୋଲିସ ଏ ଦିଗରେ ପଦକ୍ଷେପ ନେଉନାହିଁ। ଫତେଗଡ଼ ପୋଲିସ ହାତବାନ୍ଧି ବସିଥିବା ବେଳେ ଜୀବନ ପ୍ରତି ବିପଦ ଥିବାରୁ ଅସବର୍ଣ୍ଣ ଲୋକମାନେ ଗ୍ରାମ ବାହାରେ ରହୁଥିବା ଅଭିଯୋଗ କରିଛନ୍ତି। ସେମାନେ ନ୍ୟାୟ ପାଇଁ ଶୁକ୍ରବାର ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ହୋଇଥିବା ଅଭିଯୋଗ ଅନୁସାରେ, ଗୋହିରିଆପଡ଼ା ଗ୍ରାମର ଭୀମ ମଳିକଙ୍କ ମା’ ପ୍ରମିଳାଙ୍କ ନାମରେ ଏକ ଘରଡ଼ିହ ଜାଗା ରହିଛି। ଉକ୍ତ ଜାଗାକୁ ଗ୍ରାମର ସବର୍ଣ୍ଣ ବ୍ୟକ୍ତି କପିଳା ଦାଶ ଓ ତାଙ୍କ ପୁଅ ଦେବାଶିଷ ମାଡ଼ିବସିବାକୁ ଯୋଜନା କରିଥିବା ଅଭିଯୋଗ ହୋଇଛି। ଏପରି କି ବିଭିନ୍ନ ସମୟରେ ଉକ୍ତ ଜାଗାକୁ ଜବରଦଖଲ କରିବା ପାଇଁ ବାଡ଼ ବୁଜିବା ସହ ଧମକଚମକ ଦେଇଥାନ୍ତି। ଜୁନ୍‌ ୨୨ ତାରିଖ ପୂର୍ବାହ୍ନ ୧୦ଟାରେ ଉକ୍ତ ଗ୍ରାମର କପିଳା ଓ ତାଙ୍କ ପୁଅ ଦେବାଶିଷ ଭୀମଙ୍କ ଘରକୁ ଆସିଥିଲେ। ଭୀମ ଓ ତାଙ୍କ ପୁଅମାନେ କେହି ଘରେ ନ ଥିବାରୁ ସେମାନେ ଉକ୍ତ ଜମି ନିକଟକୁ ଯାଉଥିଲେ। ଏହା ଦେଖି ଭୀମଙ୍କ ସ୍ତ୍ରୀ ମେଘି ପ୍ରତିରୋଧ କରିବାରୁ ସେମାନେ ତାଙ୍କୁ ଗାଳି କରିବା ସହିତ ଧମକଚମକ ଦେଇ ପଳାଇଥିଲେ। ଏ ନେଇ ମେଘି ଫତେଗଡ଼ ଥାନାରେ ଅଭିଯୋଗ କରିବାକୁ ଯାଇଥିଲେ ମଧ୍ୟ କପିଳ ଓ ତାଙ୍କ ପୁଅଙ୍କ ବିରୋଧରେ ଥାନା ଅଧିକାରୀ କୌଣସି ମାମଲା ରୁଜୁ କରି ନ ଥିଲେ। ଏହାପରେ ୨୭ ତାରିଖରେ ଦେବାଶିଷ ଓ ତାଙ୍କର କିଛି ସହଯୋଗୀ ଭୀମଙ୍କ ସାନପୁଅ ବିପିନ କୁମାର ମଳିକଙ୍କୁ କଟୁରିରେ ଆକ୍ରମଣ କରିଥିଲେ। ବିପିନଙ୍କ ଖୁଡ଼ୀ ସସ୍ମିତା ଏହାକୁ ବିରୋଧ କରିବାରୁ ଦେବାଶିଷ ତାଙ୍କୁ ମଧ୍ୟ ଗାଳି କରିଥିଲେ। ଦେବାଶିଷଙ୍କ ସାଙ୍ଗରେ ଆସିଥିବା ୮ ଜଣ ବ୍ୟକ୍ତି ବିପିନଙ୍କୁ ଘୋଷାରି ନେଇ ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ମାଡ଼ ମାରିଥିଲେ। ଏହାପରେ ପରିବାର ଲୋକେ ବାହାରେ ଥିବାରୁ ଖବର ପାଇ ଫତେଗଡ଼ ପୋଲିସକୁ ଜଣାଇଥିଲେ। ପୋଲିସ ଗ୍ରାମରେ ପହଞ୍ଚତ୍ ବିପିନଙ୍କୁ ଉଦ୍ଧାର କରି ଫେରିଯାଇଥିଲା। ଏହାପରେ ବିପିନ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହୋଇଥିଲେ। ଉକ୍ତ ସନ୍ଧ୍ୟାରେ ସେମାନେ ଏସ୍‌ପିଙ୍କ ନିକଟକୁ ଯାଇଥିବା ବେଳେ ଏସ୍‌ପି ନ ଥିବାରୁ ଅତିରିକ୍ତ ଏସ୍‌ପିଙ୍କୁ ଭେଟି ଏ ବିଷୟରେ ଜଣାଇଥିଲେ। ୨୮ ତାରିଖରେ ଫତେଗଡ ଥାନାରେ ମାମଲା ରୁଜୁ ହୋଇଥିଲେ ମଧ୍ୟ ପୋଲିସ ଏପର୍ଯ୍ୟନ୍ତ ସବର୍ଣ୍ଣ ଲୋକଙ୍କୁ ଗିରଫ କରିନାହିଁ। ଫଳରେ ସେହି ଦିନଠାରୁ ଅସବର୍ଣ୍ଣ ପରିବାର ଲୋକେ ଗ୍ରାମ ବାହାରେ ବନ୍ଧୁବାନ୍ଧବଙ୍କ ଘରେ ରହୁଛନ୍ତି। ଏଭଳି ସ୍ଥିତିରେ ଗତ ୩ ତାରିଖରେ ରାଶନ ସାମଗ୍ରୀ ପାଇଁ ମେଘି ଗ୍ରାମକୁ ଯାଇଥିଲେ। ସେଠାରେ ଦେବାଶିଷଙ୍କ ପରିବାର ଲୋକେ ତାଙ୍କୁ ଘେରି ଗାଳିଗୁଲଜ କରିଥିଲେ। ଫଳରେ ଜୀବନ ପ୍ରତି ବିପଦ ଥିବାରୁ ପରିବାର ଲୋକେ ଗ୍ରାମ ବାହାରେ ରହୁଛନ୍ତି। ଶୁକ୍ରବାର ରାଷ୍ଟ୍ରୀୟ ଦଳିତ ମହାସଂଘର ରାଜ୍ୟ ଉପସଭାପତି ଦେବରାଜ ନାଏକଙ୍କ ନେତୃତ୍ୱରେ ପରିବାର ଲୋକେ ଏସ୍‌ପିଙ୍କଠାରେ ଅଭିଯୋଗ କରିଛନ୍ତି। ଏସ୍‌ପି ଶଶିଭୂଷଣ ଶତପଥୀ ଏହାର ତଦନ୍ତ କରିବେ ବୋଲି ସେମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଏ ନେଇ ଫତେଗଡ଼ ଥାନା ଅଧିକାରୀ ନିରଞ୍ଜନ ଧିରଙ୍କୁ ପଚାରିବାରୁ ଥାନାରେ ଦୁଇଟି ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଥିବା କହିଥିଲେ। ଅସବର୍ଣ୍ଣ ବ୍ୟକ୍ତି କରିଥିବା ଅଭିଯୋଗ ଆଧାରରେ ୧୦୭/୧୯ରେ ମାମଲା ରୁଜୁ କରାଯାଇଥିବା ବେଳେ ସବର୍ଣ୍ଣ ବ୍ୟକ୍ତିଙ୍କ ଅଭିଯୋଗ ଆଧାରରେ ୧୦୮/୧୯ରେ ଆଉ ଏକ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଥିବା ସେ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ନୋ ପାର୍କିଂ ଜୋନ୍‌ ଚିହ୍ନଟ କରିବ ବିଏମ୍‌ସି

ଭୁବନେଶ୍ୱର, ୨୭।୪ (ବନ୍ଦନା ସେଠୀ): ସହରସାରା ଏବେ ବେଆଇନ ପାର୍କିଂ। ଗଳିକନ୍ଦିଠାରୁ ଆରମ୍ଭ କରି ରାଜରାସ୍ତା ପର୍ଯ୍ୟନ୍ତ ଯିଏ ଯେଉଁଠି ପାରୁଛି ଗାଡ଼ି ରଖି ଦେଉଛି।...

ଆନ୍ଦୋଳନ ପରେ ରେଗୁଲାର ପିଲାଙ୍କ ପରୀକ୍ଷା ଘଞ୍ଚିଲା

ଭୁବନେଶ୍ୱର, ୨୭।୪(ଅସମାପିକା ସାହୁ): ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

୩୯ ଲୋକ ସଭା, ୨୨୬ ବିଧାନସଭା ପ୍ରାର୍ଥୀଙ୍କ ନାମାଙ୍କନ

ଭୁବନେଶ୍ୱର,୨୭ା୪(ଅନିଲ ଦାସ): ରାଜ୍ୟରେ ମେ’ ୧୩ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଲୋକ ସଭା...

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri