Posted inରାଜ୍ୟ

ଗୋହିରିଆପଡ଼ା ଗ୍ରାମରେ ଅସବର୍ଣ୍ଣ-ସବର୍ଣ୍ଣ ବିବାଦ: ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ଅସବର୍ଣ୍ଣ ପରିବାର

ନୟାଗଡ଼ ଅଫିସ,୬ା୭: ନୟାଗଡ଼ ଜିଲା ଫତେଗଡ଼ ଥାନା ଗୋହିରିଆପଡ଼ା ଗ୍ରାମରେ ଅସବର୍ଣ୍ଣ ସବର୍ଣ୍ଣ ବିବାଦ ଦେଖାଦେଇଛି। ସବର୍ଣ୍ଣ ଲୋକମାନେ ଅସବର୍ଣ୍ଣ ଲୋକମାନଙ୍କୁ ଆକ୍ରମଣ କରିଥିଲେ ମଧ୍ୟ ପୋଲିସ ଏ ଦିଗରେ ପଦକ୍ଷେପ ନେଉନାହିଁ। ଫତେଗଡ଼ ପୋଲିସ ହାତବାନ୍ଧି ବସିଥିବା ବେଳେ ଜୀବନ ପ୍ରତି ବିପଦ ଥିବାରୁ ଅସବର୍ଣ୍ଣ ଲୋକମାନେ ଗ୍ରାମ ବାହାରେ ରହୁଥିବା ଅଭିଯୋଗ କରିଛନ୍ତି। ସେମାନେ ନ୍ୟାୟ ପାଇଁ ଶୁକ୍ରବାର ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ହୋଇଥିବା ଅଭିଯୋଗ ଅନୁସାରେ, ଗୋହିରିଆପଡ଼ା ଗ୍ରାମର ଭୀମ ମଳିକଙ୍କ ମା’ ପ୍ରମିଳାଙ୍କ ନାମରେ ଏକ ଘରଡ଼ିହ ଜାଗା ରହିଛି। ଉକ୍ତ ଜାଗାକୁ ଗ୍ରାମର ସବର୍ଣ୍ଣ ବ୍ୟକ୍ତି କପିଳା ଦାଶ ଓ ତାଙ୍କ ପୁଅ ଦେବାଶିଷ ମାଡ଼ିବସିବାକୁ ଯୋଜନା କରିଥିବା ଅଭିଯୋଗ ହୋଇଛି। ଏପରି କି ବିଭିନ୍ନ ସମୟରେ ଉକ୍ତ ଜାଗାକୁ ଜବରଦଖଲ କରିବା ପାଇଁ ବାଡ଼ ବୁଜିବା ସହ ଧମକଚମକ ଦେଇଥାନ୍ତି। ଜୁନ୍‌ ୨୨ ତାରିଖ ପୂର୍ବାହ୍ନ ୧୦ଟାରେ ଉକ୍ତ ଗ୍ରାମର କପିଳା ଓ ତାଙ୍କ ପୁଅ ଦେବାଶିଷ ଭୀମଙ୍କ ଘରକୁ ଆସିଥିଲେ। ଭୀମ ଓ ତାଙ୍କ ପୁଅମାନେ କେହି ଘରେ ନ ଥିବାରୁ ସେମାନେ ଉକ୍ତ ଜମି ନିକଟକୁ ଯାଉଥିଲେ। ଏହା ଦେଖି ଭୀମଙ୍କ ସ୍ତ୍ରୀ ମେଘି ପ୍ରତିରୋଧ କରିବାରୁ ସେମାନେ ତାଙ୍କୁ ଗାଳି କରିବା ସହିତ ଧମକଚମକ ଦେଇ ପଳାଇଥିଲେ। ଏ ନେଇ ମେଘି ଫତେଗଡ଼ ଥାନାରେ ଅଭିଯୋଗ କରିବାକୁ ଯାଇଥିଲେ ମଧ୍ୟ କପିଳ ଓ ତାଙ୍କ ପୁଅଙ୍କ ବିରୋଧରେ ଥାନା ଅଧିକାରୀ କୌଣସି ମାମଲା ରୁଜୁ କରି ନ ଥିଲେ। ଏହାପରେ ୨୭ ତାରିଖରେ ଦେବାଶିଷ ଓ ତାଙ୍କର କିଛି ସହଯୋଗୀ ଭୀମଙ୍କ ସାନପୁଅ ବିପିନ କୁମାର ମଳିକଙ୍କୁ କଟୁରିରେ ଆକ୍ରମଣ କରିଥିଲେ। ବିପିନଙ୍କ ଖୁଡ଼ୀ ସସ୍ମିତା ଏହାକୁ ବିରୋଧ କରିବାରୁ ଦେବାଶିଷ ତାଙ୍କୁ ମଧ୍ୟ ଗାଳି କରିଥିଲେ। ଦେବାଶିଷଙ୍କ ସାଙ୍ଗରେ ଆସିଥିବା ୮ ଜଣ ବ୍ୟକ୍ତି ବିପିନଙ୍କୁ ଘୋଷାରି ନେଇ ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ମାଡ଼ ମାରିଥିଲେ। ଏହାପରେ ପରିବାର ଲୋକେ ବାହାରେ ଥିବାରୁ ଖବର ପାଇ ଫତେଗଡ଼ ପୋଲିସକୁ ଜଣାଇଥିଲେ। ପୋଲିସ ଗ୍ରାମରେ ପହଞ୍ଚତ୍ ବିପିନଙ୍କୁ ଉଦ୍ଧାର କରି ଫେରିଯାଇଥିଲା। ଏହାପରେ ବିପିନ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହୋଇଥିଲେ। ଉକ୍ତ ସନ୍ଧ୍ୟାରେ ସେମାନେ ଏସ୍‌ପିଙ୍କ ନିକଟକୁ ଯାଇଥିବା ବେଳେ ଏସ୍‌ପି ନ ଥିବାରୁ ଅତିରିକ୍ତ ଏସ୍‌ପିଙ୍କୁ ଭେଟି ଏ ବିଷୟରେ ଜଣାଇଥିଲେ। ୨୮ ତାରିଖରେ ଫତେଗଡ ଥାନାରେ ମାମଲା ରୁଜୁ ହୋଇଥିଲେ ମଧ୍ୟ ପୋଲିସ ଏପର୍ଯ୍ୟନ୍ତ ସବର୍ଣ୍ଣ ଲୋକଙ୍କୁ ଗିରଫ କରିନାହିଁ। ଫଳରେ ସେହି ଦିନଠାରୁ ଅସବର୍ଣ୍ଣ ପରିବାର ଲୋକେ ଗ୍ରାମ ବାହାରେ ବନ୍ଧୁବାନ୍ଧବଙ୍କ ଘରେ ରହୁଛନ୍ତି। ଏଭଳି ସ୍ଥିତିରେ ଗତ ୩ ତାରିଖରେ ରାଶନ ସାମଗ୍ରୀ ପାଇଁ ମେଘି ଗ୍ରାମକୁ ଯାଇଥିଲେ। ସେଠାରେ ଦେବାଶିଷଙ୍କ ପରିବାର ଲୋକେ ତାଙ୍କୁ ଘେରି ଗାଳିଗୁଲଜ କରିଥିଲେ। ଫଳରେ ଜୀବନ ପ୍ରତି ବିପଦ ଥିବାରୁ ପରିବାର ଲୋକେ ଗ୍ରାମ ବାହାରେ ରହୁଛନ୍ତି। ଶୁକ୍ରବାର ରାଷ୍ଟ୍ରୀୟ ଦଳିତ ମହାସଂଘର ରାଜ୍ୟ ଉପସଭାପତି ଦେବରାଜ ନାଏକଙ୍କ ନେତୃତ୍ୱରେ ପରିବାର ଲୋକେ ଏସ୍‌ପିଙ୍କଠାରେ ଅଭିଯୋଗ କରିଛନ୍ତି। ଏସ୍‌ପି ଶଶିଭୂଷଣ ଶତପଥୀ ଏହାର ତଦନ୍ତ କରିବେ ବୋଲି ସେମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଏ ନେଇ ଫତେଗଡ଼ ଥାନା ଅଧିକାରୀ ନିରଞ୍ଜନ ଧିରଙ୍କୁ ପଚାରିବାରୁ ଥାନାରେ ଦୁଇଟି ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଥିବା କହିଥିଲେ। ଅସବର୍ଣ୍ଣ ବ୍ୟକ୍ତି କରିଥିବା ଅଭିଯୋଗ ଆଧାରରେ ୧୦୭/୧୯ରେ ମାମଲା ରୁଜୁ କରାଯାଇଥିବା ବେଳେ ସବର୍ଣ୍ଣ ବ୍ୟକ୍ତିଙ୍କ ଅଭିଯୋଗ ଆଧାରରେ ୧୦୮/୧୯ରେ ଆଉ ଏକ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଥିବା ସେ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?