ବନ୍ତ, ୨୩।୮ (ସ୍ବ.ପ୍ର.)- ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ଗାଈଗୋରୁ ଏବେ ଅଜଣା ରୋଗରେ ଆକ୍ରାନ୍ତ ହୋଇଛନ୍ତି। ବ୍ଲକର ବନ୍ତ, ନିଳୋକ, ରାମଚନ୍ଦ୍ରପୁର, ଆଡିଆ, ପୁରୁଷଣ୍ଢ, କାଦବରାଙ୍ଗ, ଅଣିଜୋ ସମେତ ବହୁ ପଞ୍ଚାୟତରେ ଗୋରୁଙ୍କଠାରେ ଏହି ରୋଗ ଦେଖାଯାଇଛି। ଏହା ସଂକ୍ରାମକ ଭଳି ଗୋଟିଏ ଗାଈରୁ ଅନ୍ୟକୁ ବ୍ୟାପି ଚାଲିଛି। ଗୋସମ୍ପଦକୁ ନେଇ ଚାଷୀମାନେ ଚିନ୍ତାରେ ପଡ଼ିଯାଇଛନ୍ତି। ଅନ୍ୟପକ୍ଷେ ପ୍ରାଣୀ ଚିକିତ୍ସକଙ୍କୁ କାଳିଆ ଯୋଜନାରେ ନିଯୁକ୍ତ କରାଯାଇ ଥିବାରୁ ଆକ୍ରାନ୍ତ ଗୋରୁଙ୍କ ଚିକିତ୍ସାରେ ସମସ୍ୟା ସୃଷ୍ଟି ହେଉଛି।
ଗତ କିଛିଦିନ ଧରି ଗାଈଗୋରୁଙ୍କ ଶରୀରରେ ଆବୁ ସୃଷ୍ଟି ହେଉଛି ଓ ପରେ କ୍ରମଶଃ ବୃଦ୍ଧି ପାଇ ବଡ଼ ଆକାର ଧାରଣ କରି ତାହା ଫାଟିଯାଇ କ୍ଷତରେ ପରିଣତ ହେଉଛି। ଏଥିରେ ଆକ୍ରାନ୍ତ ଗୋରୁ ଚଳପ୍ରଚଳ କରିପାରୁ ନ ଥିବା ସହ ଖାଦ୍ୟ ମଧ୍ୟ ଖାଉ ନ ଥିବା ଗୋପାଳକମାନେ ପ୍ରକାଶ କରିଛନ୍ତି। କେତେକ ବାଛୁରୀ ଏଥିରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ଜଣାଯାଇଛି। କେତେକ ପ୍ରାଣୀ ଚିକିତ୍ସକ କେଉଁ ରୋଗ ଜାଣିପାରୁ ନ ଥିବାବେଳେ ଅନ୍ୟ କେତେକ ଏହାକୁ ବସନ୍ତ ରୋଗର ଲକ୍ଷଣ ବୋଲି ମତ ଦେଇଛନ୍ତି। ତେବେ ବିଭାଗ ପକ୍ଷରୁ ଅଦ୍ୟାବଧି ପ୍ରତିଷେଧକ ଟୀକାର ବ୍ୟବସ୍ଥା କରାଯାଇ ନ ଥିବା ଗୋପାଳକମାନେ ଅଭିଯୋଗ କରିଛନ୍ତି। ଅପରପକ୍ଷେ ବ୍ଲକରେ ମାତ୍ର ୧୦ ଜଣ ପ୍ରାଣୀ ଚିକିତ୍ସକ ନିଯୁକ୍ତ ଥିବାବେଳେ ସେମାନଙ୍କୁ କାଳିଆ ଯୋଜନାରେ ନିୟୋଜିତ କରାଯାଇଛି। ଫଳରେ ଚିକିତ୍ସା କ୍ଷେତ୍ରରେ ବାଧା ସୃଷ୍ଟି ହେଉଥିବାରୁ ଚାଷୀମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଚିକିତ୍ସକମାନଙ୍କ୍ୁ ତୁରନ୍ତ କାଳିଆ ଯୋଜନା ଡ୍ୟୁଟିରୁ ଅପସାରଣ କରି ଗୋ ଚିକିତ୍ସାରେ ନିୟୋଜିତ କରାଇବାକୁ ଚାଷୀ ମହଲରେ ଦାବି କରାଯାଇଛି।
ନିଶାସକ୍ତ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବନ କଲା ପ୍ରଶାସନ, ସ୍କୁଲ ନଯାଇ ମଦ ପିଇ କରୁଥିଲେ…
ଚାନ୍ଦବାଲି,୨।୭(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ରାମପୁର ବୀଣାପାଣି ନୋଡାଲ UPME ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀନାଥ ଦାସ ନିଲମ୍ବିତ ହୋଇଛନ୍ତି । ବିଇଓ ଗୁରୁବାର…
ଫରେଷ୍ଟ ଗାଡ଼ି-ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା, ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଧାମନଗର ରେଞ୍ଜର
ଧାମନଗର, ୩୦।୬ (ସନ୍ତୋଷ କୁମାର ମହାପାତ୍ର): ଭଦ୍ରକ ଜିଲା ଧାମନଗର ଅଞ୍ଚଳରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଯାଇଛି। ଧାମନଗର ଥାନା ଅଧୀନ ୧୬ ନମ୍ବର ଜାତୀୟ…
ଛାତ୍ରୀକୁ ପେଟ୍ରୋଲ ଢାଳି ପୋଡିବାକୁ ଉଦ୍ୟମ କରୁଥିଲେ ଯୁବକ, ହଠାତ୍…
ଧୂଷୁରୀ/ଅସୁରାଳି,୩୦।୬( ଦୀପ୍ତି ରଞ୍ଜନ ନାୟକ/ସନ୍ତୋଷ ସାହୁ ) : ଧୂଷୁରୀ ଥାନା ଅଧୀନ ଫତେପୁର ପଞ୍ଚାୟତର ଫତେପୁର ଗ୍ରାମର ଜଣେ ୩୩ ବର୍ଷୀୟ ଯୁବକ ନିକଟସ୍ଥ ଗାଁର…
Archives

