Posted inଭଦ୍ରକ

ଗୋସମ୍ପଦକୁ ନେଇ ଚିନ୍ତାରେ ଚାଷୀ

ବନ୍ତ, ୨୩।୮ (ସ୍ବ.ପ୍ର.)- ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ଗାଈଗୋରୁ ଏବେ ଅଜଣା ରୋଗରେ ଆକ୍ରାନ୍ତ ହୋଇଛନ୍ତି। ବ୍ଲକର ବନ୍ତ, ନିଳୋକ, ରାମଚନ୍ଦ୍ରପୁର, ଆଡିଆ, ପୁରୁଷଣ୍ଢ, କାଦବରାଙ୍ଗ, ଅଣିଜୋ ସମେତ ବହୁ ପଞ୍ଚାୟତରେ ଗୋରୁଙ୍କଠାରେ ଏହି ରୋଗ ଦେଖାଯାଇଛି। ଏହା ସଂକ୍ରାମକ ଭଳି ଗୋଟିଏ ଗାଈରୁ ଅନ୍ୟକୁ ବ୍ୟାପି ଚାଲିଛି। ଗୋସମ୍ପଦକୁ ନେଇ ଚାଷୀମାନେ ଚିନ୍ତାରେ ପଡ଼ିଯାଇଛନ୍ତି। ଅନ୍ୟପକ୍ଷେ ପ୍ରାଣୀ ଚିକିତ୍ସକଙ୍କୁ କାଳିଆ ଯୋଜନାରେ ନିଯୁକ୍ତ କରାଯାଇ ଥିବାରୁ ଆକ୍ରାନ୍ତ ଗୋରୁଙ୍କ ଚିକିତ୍ସାରେ ସମସ୍ୟା ସୃଷ୍ଟି ହେଉଛି।
ଗତ କିଛିଦିନ ଧରି ଗାଈଗୋରୁଙ୍କ ଶରୀରରେ ଆବୁ ସୃଷ୍ଟି ହେଉଛି ଓ ପରେ କ୍ରମଶଃ ବୃଦ୍ଧି ପାଇ ବଡ଼ ଆକାର ଧାରଣ କରି ତାହା ଫାଟିଯାଇ କ୍ଷତରେ ପରିଣତ ହେଉଛି। ଏଥିରେ ଆକ୍ରାନ୍ତ ଗୋରୁ ଚଳପ୍ରଚଳ କରିପାରୁ ନ ଥିବା ସହ ଖାଦ୍ୟ ମଧ୍ୟ ଖାଉ ନ ଥିବା ଗୋପାଳକମାନେ ପ୍ରକାଶ କରିଛନ୍ତି। କେତେକ ବାଛୁରୀ ଏଥିରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ଜଣାଯାଇଛି। କେତେକ ପ୍ରାଣୀ ଚିକିତ୍ସକ କେଉଁ ରୋଗ ଜାଣିପାରୁ ନ ଥିବାବେଳେ ଅନ୍ୟ କେତେକ ଏହାକୁ ବସନ୍ତ ରୋଗର ଲକ୍ଷଣ ବୋଲି ମତ ଦେଇଛନ୍ତି। ତେବେ ବିଭାଗ ପକ୍ଷରୁ ଅଦ୍ୟାବଧି ପ୍ରତିଷେଧକ ଟୀକାର ବ୍ୟବସ୍ଥା କରାଯାଇ ନ ଥିବା ଗୋପାଳକମାନେ ଅଭିଯୋଗ କରିଛନ୍ତି। ଅପରପକ୍ଷେ ବ୍ଲକରେ ମାତ୍ର ୧୦ ଜଣ ପ୍ରାଣୀ ଚିକିତ୍ସକ ନିଯୁକ୍ତ ଥିବାବେଳେ ସେମାନଙ୍କୁ କାଳିଆ ଯୋଜନାରେ ନିୟୋଜିତ କରାଯାଇଛି। ଫଳରେ ଚିକିତ୍ସା କ୍ଷେତ୍ରରେ ବାଧା ସୃଷ୍ଟି ହେଉଥିବାରୁ ଚାଷୀମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଚିକିତ୍ସକମାନଙ୍କ୍‌ୁ ତୁରନ୍ତ କାଳିଆ ଯୋଜନା ଡ୍ୟୁଟିରୁ ଅପସାରଣ କରି ଗୋ ଚିକିତ୍ସାରେ ନିୟୋଜିତ କରାଇବାକୁ ଚାଷୀ ମହଲରେ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

ହାଇୱାକୁ ଧକ୍କା ଦେଲା ବାଇକ୍‌: ଚାଲିଗଲା ଫାର୍ମାସିଷ୍ଟଙ୍କ ଜୀବନ

ତିହିଡି,୨୩।୪(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ଫତେପୁର ଛକ ନିକଟରେ ଏକ ହାଇୱାକୁ ବାଇକ ଧକ୍କା ଦେଇଛଇ। ଏଥିରେ ଜଣେ ଫାର୍ମାସିଷ୍ଟଙ୍କର ମୃତ୍ୟୁ ଘଟିଥିବା ବେଳେ...

ପୁନରୁଦ୍ଧାର ଅପେକ୍ଷାରେ କୁଣ୍ଡିନଈ

ତିହିଡ଼ି,୨୧।୪(ସଞ୍ଜିତ ବଳ)ଦିନ ଥିଲା କୁଣ୍ଡିନଈ ପାଇଁ ୯ ପଞ୍ଚାୟତ ଶସ୍ୟଶ୍ୟାମଳା ହେଉଥିଲା। ପାର୍ଶ୍ୱବର୍ତ୍ତୀ ଗଁାର ଲୋକଙ୍କ ଜୀବନ ଜୀବିକା ସହ ଯୋଡ଼ି ହୋଇଥିଲା ଏହି ନଦୀ।...

ଭଣ୍ଡାରିପୋଖରୀରେ ନୂଆ-ପୁରୁଣା

ବନ୍ତ,୧୭।୪ (ହରିନାରାୟଣ ମହାନ୍ତି):ସାଧାରଣ ନିର୍ବାଚନରେ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରରେ ଏଥର ହେବ ନୂଆ-ପୁରୁଣା ଲଢ଼େଇ। ବିଜେଡି ପକ୍ଷରୁ ଭଦ୍ରକ ବିଧାୟକ ସଞ୍ଜୀବ କୁମାର...

ଭଦ୍ରକ ଲୋକ ସଭା କ୍ଷେତ୍ର: ରଣାଙ୍ଗନରେ ଅନନ୍ତ, ଅଭିମନ୍ୟୁ, ମଞ୍ଜୁଲତା

ଭଦ୍ରକ,୧୫ା୪(ସନାତନ ରାଉତ): ଭଦ୍ରକ ଲୋକ ସଭା ଆସନରେ ଭାଜପା ଓ ବିଜେଡି ପୁରୁଣା ପ୍ରାର୍ଥୀଙ୍କୁ ଦୋହରାଇଥିବା ବେଳେ କଂଗ୍ରେସ ଶନିବାର ପୂର୍ବତନ ଏମ୍‌ପି ଅନନ୍ତ ପ୍ରସାଦ...

ଡିଭାଇଡର୍‌ ଉପରେ ଚଢ଼ିଗଲା କାର୍‌, ଚାଲିଗଲା ବାପ-ଝିଅଙ୍କ ଜୀବନ, ୩ ଗୁରୁତର

ଭଦ୍ରକ,୧୪ା୪(ସନାତନ ରାଉତ): ପୁରୀରୁ ଖଡ଼ଗପୁର ଆସୁଥିବା ଏକ କାର୍‌ ରବିବାର ଭାରସାମ୍ୟ ହରାଇ ଡିଭାଇଡର ଉପରେ ଚଢ଼ି ଯିବାରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ...

ବ୍ରିଜ୍‌ରୁ ଖସିଲା କଦଳୀ ବୋଝେଇ ଟ୍ରକ୍‌

ଭଦ୍ରକ,୧୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ଗେଲପୁର ଓଭର ବ୍ରିଜରୁ ତଳକୁ ଶୁକ୍ରବାର ଖସି ପଡ଼ିଛି କଦଳୀ ବୋଝେଇ ଟ୍ରକ୍‌। ଟ୍ରକର ଆଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri