ଗୋରୁପଲଙ୍କ ଉପରେ ଡମ୍ପର ମାଡ଼ିଗଲା: ୫ ମୃତ, ଚାଳକ ଗିରଫ

ଶଙ୍କରାଖୋଲ,୨୯ା୮ (ଡି.ଏନ୍‌.ଏ)-ଚକାପାଦ ଥାନା ପସରା ନିକଟରେ କଡ଼ିକାଡୁ ଘାଟିର ପାଣିପକା ବୁଲାଣିଆ ରାସ୍ତାରେ ବୁଧବାର ଦିନ ଗୋରୁ ପଲଙ୍କ ଉପରେ ବାଲି ବୋଝେଇ ଡମ୍ପର ମାଡିଯିବାରୁ ୫ ଗାଈ ବଳଦ ମୃତ ହୋଇଥିବା ବେଳେ ୧୫ରୁ ଅଧିକ ଗୋରୁ ଗାଈ ଆହତ ହୋଇଛନ୍ତି। ଏ ନେଇ ଚକାପାଦ ଥାନାରେ ୪୭/୧୯ରେ ମାମଲା ରୁଜୁ ହୋଇ ଡମ୍ପର ଚାଳକ ବିଧାନ ଗୌଡଙ୍କୁ ଗିରଫ କରିଥିବା ଥାନାଧିକାରୀ ତରୁଣ ତପନ ବେହେରା କହିଛନ୍ତି। ପ୍ରକାଶ ଅନୁଯାୟୀ ଟିକାବାଲିରୁ ମୁଣ୍ଡାଗାଁକୁ ବାଲି ବୋଝେଇ ଡମ୍ପର ଓଡି୦୨ଏ-୩୬୦୧ ଯାଉଥିବା ବେଳେ ଟିକାବାଲି-ଚକାପାଦ ରାସ୍ତାର ପସରା ନିକଟ ପାଣିପକା ବୁଲାଣିଆ ରାସ୍ତାରେ ଭାରସାମ୍ୟ ହରାଇ ବିପରୀତ ଦିଗରୁ ଗାଈଗୋରୁ ଗୋଠ ଆସୁଥିବା ସମୟରେ ମାଡିଯାଇଥିଲା। ଫଳରେ ଘଟଣାସ୍ଥଳରେ ୫ଗାଈଗୋରୁ ମୃତ୍ୟୁବରଣ ହୋଇଥିବା ବେଳେ ୧୫ରୁ ଅଧିକ ଗାଈଗୋରୁ ଆହତ ହୋଇଛନ୍ତି। କ୍ଷତିଗ୍ରସ୍ତ ହୋଇଥିବା ଗାଈଗୋରୁଙ୍କର ମାଲିକମାନେ ହେଲେ ପସରା ଗ୍ରାମର ଅରୁଣ ବିଷୋୟୀ, ଗଣ୍ଡା ମଲିକ, ପ୍ରାଞ୍ଜଳୀ ସାହୁ, ଖଗେଶ୍ୱର ନାୟକ ଓ ପଦ୍ମ ଚରଣ ବିଷୋୟୀଙ୍କର ଜଣାଯାଇଛି। ମୃତ ଗାଈଗୋରୁ ପସରା ପ୍ରାଣୀଧର କେନ୍ଦ୍ରର ଡାକ୍ତର ବିଭି ବିଜୟ କୁମାର ସାହୁ ଓ ସତ୍ୟ ନାରାୟଣ ପାଢୀ ଶବ ବ୍ୟବଚ୍ଛେଦ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରୁ ପ୍ରାର୍ଥୀ ଦୌଡ଼ରେ ୪ ମହିଳା

ଖୋର୍ଦ୍ଧା,୨୬ା୪(ପ୍ରଭାତ ପାଣିଗ୍ରାହୀ): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଆସନ୍ତା ମେ’୨୫ତାରିଖରେ ଭୁବନେଶ୍ୱର ଲୋକ ସଭା ସଂସଦୀୟ କ୍ଷେତ୍ରରେ ନିର୍ବାଚନ ହେବ।...

୮ ବର୍ଷ ହେଲା ସରୁନି ବିଦ୍ୟୁତ୍‌ ସବ୍‌ଷ୍ଟେଶନ କାର୍ଯ୍ୟ

କୋଣାର୍କ,୨୬।୪(ଜ୍ୟୋତିରାଜ ମହାନ୍ତି): କୋଣାର୍କ ନିକଟସ୍ଥ ସୁତନ ପଞ୍ଚାୟତର ୬ଟି ଗ୍ରାମକୁ ନିରବଛିନ୍ନ ବିଦ୍ୟୁତ୍‌ ଯୋଗାଣ ନିମନ୍ତେ ୨୦୧୬ରେ ଓପିଟିସିଏଲ୍‌ ମାଧ୍ୟମରେ ଆରମ୍ଭ ହୋଇଥିବା ସୁତନ ୩୩...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

ଚାଷୀ ଦେଉଛନ୍ତି ଜଳକର, ଜମିରେ ମାଡୁନି ପାଣି

ନୂଆଗାଁ,୨୬।୪( ଧନେଶ୍ୱର ସାହୁ): ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦେବା ପାଇଁ ସରକାର ଅନେକ କୋଟି ଟଙ୍କା ବ୍ୟୟ କରୁଛନ୍ତି। ଜଳସେଚନ ପ୍ରକଳ୍ପ ନିର୍ମାଣ...

ପ୍ରଶାସନିକ ଅବହେଳା, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ

ପଟ୍ଟାମୁଣ୍ଡାଇ, ୨୬ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଅଞ୍ଚଳରେ କାର୍ଯ୍ୟରତ ସରକାରୀ କର୍ମଚାରୀ, ଜନପ୍ରତିନିଧିମାନେ ସାମ୍ବିଧାନିକ ବିଧି ବ୍ୟବସ୍ଥାର ନୀତିନିୟମ ଓ ଆଇନକୁ ଉଲ୍ଲଂଘନ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

ମା’ଙ୍କ ସହ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କଲେ ସାଇନା

ପୁରୀ,୨୬ା୪(ଅଜିତ୍‌ ମହାନ୍ତି):ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ତାରକା ସାଇନା ନେହ୍ବାଲ୍‌ ଗୁରୁବାର ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ସାଇନା ଭୁବନେଶ୍ୱରରେ ପହଞ୍ଚିବା ପରେ ଓଡ଼ିଶା ବ୍ୟାଡ୍‌ମିଣ୍ଟନ ଫେଡେରେଶନର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri