ଗୋଟିଏ ଦିନରେ ସାପ କାମୁଡ଼ାରେ ୮ ଆହତ

ଭଞ୍ଜନଗର,୫।୮(ଡି.ଏନ.ଏ.)-ବର୍ଷାଦିନେ ଗାତ ଗୁଡିକରେ ପାଣି ଭର୍ତ୍ତି ହୋଇଯାଉ ଥିବାରୁ ସାପ ବାହାରି ଶୁଖିଲା ସ୍ଥାନକୁ ଚାଲିଆସି ଲୋକଙ୍କୁ କାମୁଡ଼ୁଛନ୍ତି। ଏପରିକି ଘର ଭିତରକୁ ମଧ୍ୟ ପଶି ଆସୁଛନ୍ତି। ଗତ ସପ୍ତାହକ ମଧ୍ୟରେ ଭଞ୍ଜନଗର ଅଞ୍ଚଳରେ ସାପ କାମୁଡାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଆହତ ହୋଇଛନ୍ତି। ମୃତକ ହେଲେ କନ୍ଧନୂଆପଲ୍ଲୀର ଜୟ ମାଝି ଓ ଅନ୍ୟ ଜଣେ ଭଞ୍ଜନଗର ବ୍ଲକ ଡୁମାକୁମ୍ପା ଗ୍ରାମର। ରବିବାର ଗୋଟିଏ ଦିନରେ ଉପଖଣ୍ଡର ବିଭିନ୍ନ ଅଞ୍ଚଳରେ ସାପ କାମୁଡ଼ାରେ ୮ଜଣ ଆହତ ହୋଇ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେଥିମଧ୍ୟରୁ କେତେଜଣ ସୁସ୍ଥ ହୋଇ ସୋମବାର ଘରକୁ ଫେରିଛନ୍ତି। ସାପ କାମୁଡ଼ାରେ ଆହତଙ୍କ ସଂଖ୍ୟା ବଢ଼ୁଥିବାରୁ ଡାକ୍ତରଖାନାରେ ଆବଶ୍ୟକ ଔଷଧ, ଇଞ୍ଜେକ୍ସନ ମହଜୁଦ୍‌ ରଖିବା ଆବଶ୍ୟକ ହୋଇପଡିଛି। ଅନ୍ୟପକ୍ଷରେ ସାପ ଧରିବାକୁ ବନ ବିଭାଗ ପାଖକୁ ଏକାଧିକ ଫୋନ କଲ୍‌ ଆସୁଛି । କିନ୍ତୁ ଏଠାରେ ଥିବା କର୍ମଚାରୀ ଜଣଙ୍କ ପାଖରେ ଲାଇସେନ୍ସ ନ ଥିବା ଯୋଗୁ ସାପ ଧରିବାକୁ ସେ ଆଭଗର ହେଉନାହାନ୍ତି। ବିଭାଗ ପକ୍ଷରୁ ଅଞ୍ଚଳବାସୀଙ୍କ ସୁବିଧା ପାଇଁ କିଛିଦିନ ହେବ କୌଣସି ପଦକ୍ଷେପ ନିଆଯାଉନାହିଁ। ଏ ନେଇ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି । ଅବସରପ୍ରାପ୍ତ ରେଞ୍ଜର ଅନୁପମ ବାନାର୍ଜି କହିଛନ୍ତି, ବର୍ଷା ଦିନେ ସାପ ଗାତରୁ ବାହାରିବା ଯୋଗୁ ସମସ୍ୟା ହେଉଛି । ଏହି ଦିନେ ସାପ ଅଣ୍ଡା ଦିଅନ୍ତି। ତେଣୁ ଲୋକେ ନିଜ ଘର ଚତୁପାର୍ଶ୍ୱ ସଫା ରଖିବା ଆବଶ୍ୟକ। ଚାଳ ଓ ଝାଟିମାଟି ଘର ହୋଇଥିଲେ ଅଧିକ ସତର୍କ ରହିବା ଦରକାର। ରାତିରେ ଅନ୍ଧାରରେ ନ ଯାଇ ପର୍ଯ୍ୟାପ୍ତ ଆଲୁଅରେ ଯିବାକୁ ହେବ। ଘର ଚତୁପାଶ୍ୱର୍ର୍ରେ କଳା ଫିନାଇଲ, ଦାନାଦାର ପକାଇଲେ ଗନ୍ଧରେ ସାପ ଘରେ ପଶିବେ ନାହିଁ। ଶୀତଦିନେ ସାପ ପ୍ରାୟ ଗାତକୁ ଚାଲିଯାଆନ୍ତି। କାହାକୁ ସାପ କାମୁଡ଼ିଲେ ତୁରନ୍ତ ଚିକିସତ୍ା ପାଇଁ ଡାକ୍ତରଖାନା ନେବା ଆବଶ୍ୟକ। ଝଡା ଼ଫୁଙ୍କା ଅନ୍ଧବିଶ୍ୱାସ ବୋଲି ଲୋକେ ସଚେତନ ହେବା ଦରକାର ବୋଲି ବାନାର୍ଜି କହିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଗୋବିନ୍ଦ ପ୍ରଧାନ ସ୍ମୃତି ସଂସଦ ପକ୍ଷରୁ ଶିକ୍ଷା ଉପକରଣ ବଣ୍ଟନ

ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର ): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ସ୍ଥିତ ଗୋବିନ୍ଦ ପ୍ରଧାନ ସ୍ମୃତି ସଂସଦ (ଜିପିଏସଏସ ) ପକ୍ଷରୁ ରବିବାର ଅପରାହ୍ନରେ…

ପୂର୍ବ ଶତ୍ରୁତାରୁ ଆକ୍ରମଣ ପ୍ରତି ଆକ୍ରମଣ ଘଟଣା, ଜେଲ୍ ଗଲେ ୩ ଅଭିଯୁକ୍ତ

ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତ ତିଳେଶ୍ୱର ଗ୍ରାମରେ ଦୁଇ ପଡୋଶୀଙ୍କ ମଧ୍ୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗତ ଶୁକ୍ରବାର ରାତିରେ…

ଚାଷଜମିରେ କାମ କରୁଥିବା ବେଳେ ଟଳିପଡିଲେ, ଅଂଶୁଘାତରେ ଚାଲିଗଲା ଜୀବନ

ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ହନୁମାନ ମନ୍ଦିର ସାହିର ରଘୁନାଥ ଗୌଡ଼(୪୨) ରବିବାର ମଧ୍ୟାହ୍ନରେ ଅଂଶୁଘାତରେ…

ସୁନାଥରରେ ଗ୍ଯାସ ସିଲିଣ୍ଡର ବିସ୍ଫୋରଣ ଘଟଣା, ଆଠଦିନର ସଂଗ୍ରାମ ପରେ ଆଖିପୁଜିଲେ ପ୍ରଶନ

ପୁରୁଷୋତ୍ତମପୁର,୧୭ା୫(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସୁନାଥର ଗ୍ରାମରେ ସିଲିଣ୍ଡର ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଛି । ଗତ ରବିବାର ସନ୍ଧ୍ୟାରେ…

ଭାରସାମ୍ଯ ହରାଇ ଗଛକୁ ପିଟିଲା ଟ୍ରକ, ଡ୍ରାଇଭର ମୃତ

ପୁରୁଷୋତ୍ତମପୁର,୧୭ା୫( ସବିତା ମିଶ୍ର): ଗଞ୍ଜାମ ଜିଲା ପରୁଷୋତ୍ତମପୁର ଥାନା ଆନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ଯରାସ୍ତାର ବାଇଧର ମନ୍ଦିର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ବୁଲାଣି ଠାରେ ଏକ…

ଲକ୍ଷ୍ୟ ସ୍ଥିର ରହିଲେ ସଫଳତା ନିଶ୍ଚିତ ମିଳିବ, ମେଧାବୀ ଛାତ୍ରୀଛାତ୍ରଙ୍କୁ ଆହ୍ବାନ ଦେଇ…

ଭଞ୍ଜନଗର,୧୭ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଘୁମୁସର ସ୍କଲାର୍ସ ରେକୋଗନାଇଜେଶନ କମିଟି ପକ୍ଷରୁ ରବିବାର ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମାଟ୍ରିକ ପରୀକ୍ଷାରେ ଭଲ ପ୍ରଦର୍ଶନ…

ଗଞ୍ଜାମ ପୋଲିସ ଜିଲାରେ ସ୍ବତନ୍ତ୍ର ଡ୍ରାଇଭ୍‌: ୪୪୪ ଓ୍ବାରେଣ୍ଟି କାର୍ଯ୍ୟକାରୀ

ଛତ୍ରପୁର,୧୭ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ପୋଲିସ ଜିଲା ଅଧୀନରେ ଗତ ୧୧ ଦିନ ଧରି ସ୍ବତନ୍ତ୍ର ଡ୍ରାଇଭ ଯୋଗେ ପୁରୁଣା ଓ୍ବାରେଣ୍ଟି ଧରପଗଡ଼ରେ ୪୪୪ଟି ଓ୍ବାରେଣ୍ଟି ଧରି କାର୍ଯ୍ୟକାରୀ…

ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ଗ୍ରାମବାସୀଙ୍କ ସହ ଆଲୋଚନା କଲେ ବିଧାୟକ

ଗଞ୍ଜାମ,୧୭ା୫(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଯାଇ ଉନ୍ନୟନ ପ୍ରସଙ୍ଗରେ ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri