Posted inଫୁରସତ

ଗୋଟିଏ ଘର ଥିବା ସବୁଠୁ ଛୋଟ ଦ୍ୱୀପ

ବେଳେ ବେଳେ ଅନେକଙ୍କ ଇଚ୍ଛା ହେଉଥିବ ଏକ ନିରୋଳା ଦ୍ୱୀପରେ, ଏକ ସୁନ୍ଦର ଘରେ କିଛି ନିରୋଳା ମୁହୂର୍ତ୍ତ ବିତାଇବାକୁ। ହେଲେ ତାହା କେବଳ ଭାବନାରେ ରହିଯାଏ। ତେବେ ଏମିତି ଏକ ଦ୍ୱୀପ ଅଛି, ଯାହାକୁ ଦେଖିଲେ ସେ ସ୍ବପ୍ନ ପୁଣିଥରେ ଉଜାଗର ହୋଇ ଉଠିବ। ଏହି ଦ୍ୱୀପଟି ଆମେରିକା ଓ କାନାଡା ମଧ୍ୟରେ ଥିବା ହଜାର ହଜାର ଦ୍ୱୀପପୁଞ୍ଜ ମଧ୍ୟରେ ଅନ୍ୟତମ। ୩,୩୦୦ ବର୍ଗଫୁଟ୍‌ ପରିମିତ ଏହି ଦ୍ୱୀପରେ ଅଛି ଗୋଟିଏ ମାତ୍ର ଘର ଓ କିଛି ଗଛ। କାରଣ ଏହା ବ୍ୟତୀତ ଆଉ କିଛି ରହିବା ପାଇଁ ଏଠାରେ ଜାଗା ନାହିଁ। ଦ୍ୱୀପର ଆକାର ଏକ ଟେନିସ୍‌ କୋର୍ଟ ସହ ସମାନ । ତେଣୁ ଏହା ‘ଜଷ୍ଟ ରୁମ୍‌ ଏନଫ୍‌’ ନାମରେ ବି ପରିଚିତ। ଯଦିଓ ପୂର୍ବରୁ ଏହା ‘ହବ୍‌ ଆଇଲାଣ୍ଡ’ ନାମରେ ପରିଚିତ ଥିଲା। ୧୯୫୦ଦଶକରେ ସାଇଜ୍‌ଲାଣ୍ଡ ପରିବାର ଏହି ଦ୍ୱୀପକୁ କିଣିଥିଲେ। ପରେ ଏହି ପରିବାରର ଲୋକ ଏଠାରେ ଏହି ଛୋଟଘର ତିଆରି କରିଥିଲେ। ଉଦ୍ଦେଶ୍ୟ ଥିଲା ଛୁଟିରେ ଏଠାକୁ ଆସି ଶାନ୍ତିରେ କିଛି ସମୟ ବିତାଇବେ। କିନ୍ତୁ ପରବର୍ତ୍ତୀ ସମୟରେ ଏହା ଅନ୍ତର୍ଜାତୀୟ ସ୍ତରରେ ପର୍ଯ୍ୟଟକଙ୍କ ଆକର୍ଷଣ ପାଲଟିଗଲା। ସୂଚନାଯୋଗ୍ୟ ଯେ, ପୂର୍ବରୁ ‘ବିଶପ୍‌ ରକ୍‌’ ଥିଲା ପୃଥିବୀର ସବୁଠାରୁ ଛୋଟ ଦ୍ୱୀପ। ହେଲେ ଏବେ ଏହାର ଅଧା ଆକାରର ‘ଜଷ୍ଟ ରୁମ ଏନଫ୍‌’ ପୃଥିବୀର ସବୁଠୁ ଛୋଟ ଦ୍ୱୀପ ଭାବେ ପରିଚିତ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri