ଗୁଳିମାଡ଼ରେ ଆହତ କଂଗ୍ରେସ ବିଧାୟକ ପ୍ରାର୍ଥୀଙ୍କ ପ୍ରାଣ ଗଲା

ଆସିକା,୨୫ା୫(ଡି.ଏନ୍‌.ଏ.)- ସାଧାରଣ ନିର୍ବାଚନ ଭୋଟ ଗଣତି ପୂର୍ବ ରାତିରେ ଦୁର୍ବୃତ୍ତଙ୍କ ଆକ୍ରମଣ ଓ ଗୁଳିମାଡ଼ରେ ଗୁରୁତର ଆହତ ହୋଇଥିବା ଆସିକା କଂଗ୍ରେସ ବିଧାୟକ ପ୍ରାର୍ଥୀ ମନୋଜ ଜେନାଙ୍କ ମୃତ୍ୟୁ ଘଟିଛି। ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା। ଶୁକ୍ରବାର ରାତି ପ୍ରାୟ ସାଢ଼େ ୯ଟାରେ ମନୋଜଙ୍କ ମୃତଦେହ ଚିନିଶିଳ୍ପ ନୂଆଗାଁସ୍ଥିତ ବାସଭବନରେ ପହଞ୍ଚିଥିଲା। ଶତାଧିକ ସାଥୀ ଓ ସମର୍ଥକ ଶେଷ ଦର୍ଶନ କରିବା ପରେ ମୃତଦେହକୁ ଶୋଭାଯାତ୍ରାରେ ନିଆଯାଇ ଋଷିକୂଲ୍ୟା ଓ ବଡ଼ନଦୀର ସଙ୍ଗମସ୍ଥଳ ବରଗାଁ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।
ପ୍ରକାଶ ଯେ, ବୁଧବାର ରାତି ପ୍ରାୟ ୯ଟାରେ ମନୋଜ ତାଙ୍କ ସହଯୋଗୀ ଅନୀଲ ସ୍ବାଇଁଙ୍କ ସହ ଭୁବନେଶ୍ୱରରୁ କାର୍‌ରେ ଆସିକା ଫେରୁଥିଲେ। ବ୍ରହ୍ମପୁର ଲାଞ୍ଜିପଲ୍ଲୀ ୧୬ନଂ. ଜାତୀୟ ରାଜପଥ ଇସ୍କନ ମନ୍ଦିର ସମ୍ମୁଖରେ ୨ଟି ବାଇକ୍‌ରେ ଆସିଥିବା ୬ ଜଣ ଦୁର୍ବୃତ୍ତ ଅତର୍କିତ ଆକ୍ରମଣ କରିଥିଲେ। ସେମାନେ ମନୋଜଙ୍କୁ ଗୁଳିମାଡ଼ କରିବା ସହ ଗଳାକାଟି ଦେଇଥିଲେ। ମନୋଜଙ୍କ ସହ ଅନିଲ ମଧ୍ୟ ଗୁଳିମାଡ଼ର ଶିକାର ହୋଇଥିଲେ ା କାର ଡ୍ରାଇଭର ସୁଶାନ୍ତ କୁମାର ସ୍ବାଇଁ ଗୁରୁତର ଅବସ୍ଥାରେ ମନୋଜ ଓ ଅନୀଲଙ୍କୁ ତୁରନ୍ତ ବ୍ରହ୍ମପୁର ବଡ ମେଡିକାଲକୁ ନେଇ ଆସିଥିଲେ। ମନୋଜଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଅପରାଧୀମାନେ ଅପରାଧ ଘଟାଇବା ପରେ ଆନ୍ଧ୍ରପ୍ରଦେଶ ଅଭିମୁଖେ ବାଇକରେ ଚମ୍ପଟ ମାରୁଥିବା ବେଳେ ଗୋଳନ୍ଥରା ନିକଟରେ ରାସ୍ତା ଅତିକ୍ରମ କରୁଥିବା ଦୁଇଜଣ ଛାତ୍ରଙ୍କୁ ଧକ୍କା ଦେଇଥିଲେ। ଧରା ପଡ଼ିଯିବା ଭୟରେ ଦୁର୍ବୃତ୍ତମାନେ ବାଇକ ଛାଡ଼ି ଚମ୍ପଟ ମାରୁଥିବା ବେଳେ ସେମାନେ ଧରିଥିବା ଏକ ବନ୍ଧୁକ ମଧ୍ୟ ଖସି ପଡ଼ିଥିଲା। ପୋଲିସ ଉକ୍ତ ବାଇକକୁ ଯାଞ୍ଚ କରି ତଦନ୍ତ ଚଳାଇଛି। ଏଥିସହ ମନୋଜ, ଡ୍ରାଇଭର ସୁଶାନ୍ତ ଓ ଆହତ ଅନିଲଙ୍କ ମୋବାଇଲ ଫୋନକୁ ପୋଲିସ ଜବତ କରି ଟ୍ରାକିଂ କରୁଥିବା ଜଣାପଡ଼ିଛି। ୨୦୧୦ରୁ ଆସିକା ଲୋକ ସଭା ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସର ସଭାପତି ଦାୟିତ୍ୱ ଗ୍ରହଣ କରି ମନୋଜ କଂଗ୍ରେସ ଦଳୀୟ ସଙ୍ଗଠନରେ ସାମିଲ ହୋଇଥିଲେ ା ରାଜ୍ୟ କଂଗ୍ରେସର ଅନ୍ୟତମ ସମ୍ପାଦକ ଭାବେ ମଧ୍ୟ ଦାୟିତ୍ୱ ଗ୍ରହଣ କରିଥିଲେ ା ବିଧାୟକ ଆସନରେ ପ୍ରତିଦ୍ୱନ୍ଦିତା କରିବା ପରେ ତାଙ୍କୁ ରାଜନୌତିକ ଶତ୍ରୁତା ନା ଅନ୍ୟ କେଉଁ କାରଣରୁ ହତ୍ୟା କରାଯାଇଛି ତାହା ସ୍ପଷ୍ଟ ହୋଇନାହିଁ। ଗୁରୁବାରଠାରୁ ଆସିକାର ବିଜୁ ପଟ୍ଟନାୟକ ଛକ, ବସଷ୍ଟାଣ୍ଡ, ଚିନିଶିଳ୍ପ ଛକ, ନୂଆଗାଁ, କଲେଜ ଛକ ଆଦି ଅଞ୍ଚଳରେ ପୋଲିସ ମୁତୟନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୪ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

ବିରୋଧୀ କେବେ ସଫଳ ହେବେନି, ବିଜେଡି ବିପୁଳ ବିଜୟ ହାସଲ କରିବ: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଅପପ୍ରଚାର କରିବା ସହ ବିକାଶ କାମରେ ବାଧା...

ଓଡ଼ିଶାର ସାଢ଼େ ୪ କୋଟି ମୋର ପରିବାର: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ସମୟରେ ନିଜ ନିର୍ବାଚନ ମଣ୍ଡଳୀର ହିଞ୍ଜିଳିକାଟୁରେ...

ହିଞ୍ଜିଳିକାଟୁରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ବିଜେଡିର ଷ୍ଟାର ପ୍ରଚାରକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପାରମ୍ପରିକ ଆସନରୁ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଛନ୍ତି। ତାଙ୍କ ସହ ଫାଇଭ-ଟି...

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri