ଗୁଜରାଟ ସିଣ୍ଡ୍ରୋମ୍‌

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌
କେନ୍ଦ୍ରରେ ଯେତେବେଳେ ଅଧିକ ବିଶ୍ୱସ୍ତ ଅଧିକାରୀଙ୍କ ଆବଶ୍ୟକତା ପଡୁଛି ସେତେବେଳେ ମୋଦି ସରକାର ଗୁଜରାଟ ଆଡକୁ ମୁହଁାଉଛନ୍ତି। ତାଙ୍କ ସମୟରେ ରାଜଧାନୀ ଦିଲ୍ଲୀରେ ଗୁଜରାଟୀ ବାବୁମାନଙ୍କର ବିଷମାନୁପାତିକ ଉପସ୍ଥିତି ରହିଆସିଛିି। ମୋଦି ବହୁଦିନ ଧରି ଗୁଜରାଟର ମୁଖ୍ୟମନ୍ତ୍ରୀ ରହିବା ପରେ ଯେତେବେଳେ ଦେଶର ପ୍ରଧାନମନ୍ତ୍ରୀ ହେଲେ ସେତେବେଳେ ତାଙ୍କ ପ୍ରିୟ ଓ ଅନୁଗତ ବାବୁମାନେ ଧୀରେ ଧୀରେ ତାଙ୍କୁ ଅନୁସରଣ କରି ଦିଲ୍ଲୀ ଚାଲିଆସିଲେ। ଏପରିକି ଏହି ଧାରା ମୋଦିଙ୍କ ଦ୍ୱିତୀୟ ପାଳିରେ ବି ଲାଗିରହିଛି। ପ୍ରାପ୍ତ ସୂତ୍ରରୁ ଜଣାପଡ଼େ, ଗୁଜରାଟ କ୍ୟାଡର ଭାରତୀୟ ବନସେବା ଅଧିକାରୀ (ଆଏଫ୍‌ଓଏସ୍‌) ନିରଞ୍ଜନ କୁମାର ସିଂଙ୍କୁ ତୈଳ ଉଦ୍ୟୋଗ ବିକାଶ ବୋର୍ଡର ସଚିବ ଭାବେ ଯୁଗ୍ମସଚିବ ପାହ୍ୟାରେ ଦୁଇବର୍ଷ ପାଇଁ ନିଯୁକ୍ତି ଦିଆଯାଇଛି। ସେ ଦିବାକରନାଥ ମିଶ୍ରଙ୍କ ସ୍ଥାନରେ ଏହି ନିଯୁକ୍ତି ପାଇଛନ୍ତି। ନାଥ ଏହି ବର୍ଷ ବାଣିଜ୍ୟ ବିଭାଗର ଯୁଗ୍ମସଚିବ ଭାବେ ବଦଳି ହେବା ପରେ ପଦଟି ଖାଲି ପଡ଼ିଥିଲା। ୧୯୮୭ ବ୍ୟାଚ୍‌ର ଅଧିକାରୀ ସିଂ ଖଣି ମନ୍ତ୍ରଣାଳୟରେ ଯୁଗ୍ମସଚିବ ରହିବା ସହ କେନ୍ଦ୍ର ଓ ରାଜ୍ୟର ବିଭିନ୍ନ ପଦରେ ଦାୟିତ୍ୱ ନିର୍ବାହ କରିଛନ୍ତି। ତୈଳ ଉଦ୍ୟୋଗ ବିକାଶ ଅଧିନିୟମ, ୧୯୭୪ ଅନୁଯାୟୀ ୧୯୭୫ ଜାନୁୟାରୀ ୧୩ରେ ତୈଳ ଉଦ୍ୟୋଗ ବିକାଶ ବୋର୍ଡ ଗଠନ କରାଯାଇଥିତ୍ଲା। ଉଦ୍ୟୋଗର ବିକାଶ ଲାଗି ଆବଶ୍ୟକ ଆର୍ଥିକ ସହାୟତା ଯୋଗାଇ ଦେବା ଏହି ବୋର୍ଡ ଗଠନର ଲକ୍ଷ୍ୟ। ଏହା ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରଣାଳୟର ପ୍ରଶାସନିକ ନିୟନ୍ତ୍ରଣରେ ରହି କାର୍ଯ୍ୟ କରୁଛି।
ଡିଓପିଟି ଛାଟ
ମୋଦି ସରକାର ଧୀରେ ଧୀରେ ପ୍ରଶାସନରେ ଥିବା ଅଳିଆ ସଫା କରିବାରେ ଲାଗିଛନ୍ତି। ଅପାରଗ ତଥା ଦୁର୍ନୀତି ଅଭିଯୁକ୍ତ ଅଧିକାରୀମାନଙ୍କୁ ବିଦାକରିବା ସରକାରଙ୍କ ମୁଖ୍ୟ ଲକ୍ଷ୍ୟ। ଏହି କିଛିମାସ ଭିତରେ ଅନେକ ଟିକସ ବାବୁ ଏପରି କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇଛନ୍ତି। ଗତ ସେପ୍ଟେମ୍ବର ମାସରେ ଦୁର୍ନୀତି ଓ ଅନ୍ୟ ଅଭିଯୋଗ ଥିବା ୧୫ ଜଣ ବରିଷ୍ଠ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ଚଳିତବର୍ଷ ଜୁନ୍‌ମାସ ସୁଦ୍ଧା ସରକାର କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡର ୧୨ ଜଣ ଅଧିକାରୀଙ୍କ ସମେତ ୪୯ ଜଣ ଉଚ୍ଚପାହ୍ୟାର ଟିକସ ବାବୁଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି। ଏବେ ମୋଦି ସରକାର ଏହି ଧାରାକୁ ବ୍ୟାପକ କରୁଛନ୍ତି। ସମ୍ପ୍ରତି କାର୍ମିକ ଓ ପ୍ରଶିକ୍ଷଣ ବିଭାଗ (ଡିଓପିଟି) ଅପାରଗ ତଥା ଦୁର୍ନୀତିଗ୍ରସ୍ତ ବାବୁମାନଙ୍କୁ ବିଦାକରିବା ଲାଗି ସେମାନଙ୍କ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ତଥ୍ୟ ପଠାଇବା ନିମନ୍ତେ ୪୦ରୁ ଊର୍ଦ୍ଧ୍ୱ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। ଡିଓପିଟି ୬ ମାସ ପୂର୍ବରୁ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗକୁ ଅନୁରୂପ ଚିଠି ଦେଇଥିଲା। କିନ୍ତୁ ମନ୍ତ୍ରଣାଳୟଗୁଡିକ ଡିଓପିଟି ଚାହଁୁଥିବା ତଥ୍ୟ ଦେବାରେ ସବୁବେଳେ ଅବହେଳା କରିଆସିଛନ୍ତି। ତେବେ ଡିଓପିଟିର ଏବକାର ନିର୍ଦ୍ଦେଶରେ ସ୍ପଷ୍ଟ କରିଦିଆଯାଇଛି ଯେ, ତଥ୍ୟ ଦେବାରେ ବିଳମ୍ବ କଲେ ତାକୁ କ୍ଷମା ଦିଆଯାଇପାରିବ ନାହିଁ। ଡିଓପିଟିର ଛାଟ ଏବେ କାମ କରିବ ତ? ବର୍ତ୍ତମାନର ମନୋଭାବକୁ ଦେଖିଲେ ଜଣାପଡ଼ୁଛି ଯେ, ଦୁର୍ନୀତି ବିରୋଧରେ ସରକାର କୋହଳ ନୀତି ଅବଲମ୍ବନ କରିବାର କୌଣସି ସମ୍ଭାବନା ନାହିଁ।
ବାବୁଙ୍କ ନିଯୁକ୍ତିରେ ଅନିଶ୍ଚିତତା
ତେଲଙ୍ଗାନାରେ ଅନେକ ମାସ ଧରି ୨୦୧୬ ଓ ୨୦୧୭ ବ୍ୟାଚ୍‌ର ଅନୂ୍ୟନ ୧୮ ଜଣ ଆଇଏଏସ୍‌ ଅଧିକାରୀ ଉପଜିଲାପାଳ ଭାବେ ନିଯୁକ୍ତି ପାଇବା ଲାଗି ଅପେକ୍ଷାରେ ରହିଛନ୍ତି। ରାଜ୍ୟ ସରକାର ସେମାନଙ୍କ ନିଯୁକ୍ତି ଘୋଷଣା କରିବାରେ କାହିଁକି ବିଳମ୍ବ କରୁଛନ୍ତି ସେ ସମ୍ପର୍କରେ କିଛି ସ୍ପଷ୍ଟୀକରଣ ଦେଇପାରୁ ନାହାନ୍ତି। ଏପରିକି ତେଲଙ୍ଗାନା ଆଇଏଏସ୍‌ ଅଧିକାରୀ ସଂଘ ସରକାରଙ୍କଠାରୁ କୌଣସି ପ୍ରତିକ୍ରିୟା ପାଇବାରେ ବିଫଳ ହୋଇଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ, ୮ ଜଣ ଆଇଏଏସ୍‌ ଅଧିକାରୀ ଗତବର୍ଷ ଅକ୍ଟୋବର ସୁଦ୍ଧା ତାଙ୍କ ତାଲିମ ଶେଷ କରି ସାଧାରଣ ପ୍ରଶାସନ ବିଭାଗ (ଜିଏଡି)କୁ ନିଯୁକ୍ତି ଲାଗି ଜଣାଇଥିଲେ। ସରକାର ସେମାନଙ୍କୁ ୮ଟି ଜିଲାରେ ସ୍ବତନ୍ତ୍ର ଅଧିକାରୀ ଭାବେ ନିଯୁକ୍ତି ଦେଇଥିବା ବେଳେ ସେମାନେ ସେହି ପଦରେ ହିଁ କାର୍ଯ୍ୟ କରୁଛନ୍ତି। ୨୦୧୭ ବ୍ୟାଚ୍‌ର ୧୦ ଜଣ ଆଇଏଏସ୍‌ ଅଧିକାରୀ ବି ସମାନ ଦଶା ଭୋଗୁଛନ୍ତି। ଏହି ସମୟରେ ଅନ୍ୟ ରାଜ୍ୟରେ ଥିବା ସେମାନଙ୍କ ବ୍ୟାଚ୍‌ମେଟ୍‌ମାନେ ଉପଜିଲାପାଳ ହୋଇସାରିଥିବା ବେଳେ ଏହି ୧୮ ଜଣ ବାବୁ ସମାନ ପଦ ଲାଗି ଆଦେଶ ପାଇବା ଅପେକ୍ଷାରେ ରହିଛନ୍ତି। ଏହି ବିଳମ୍ବର କାରଣ କ’ଣ ଏବଂ ଏବକାର ସ୍ଥିତି କେତେଦିନ ବଳବତ୍ତର ରହିବ ତାହା କେହି ଜାଣିନାହାନ୍ତି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?