ଗୁଜରାଟ ସିଣ୍ଡ୍ରୋମ୍‌

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌
କେନ୍ଦ୍ରରେ ଯେତେବେଳେ ଅଧିକ ବିଶ୍ୱସ୍ତ ଅଧିକାରୀଙ୍କ ଆବଶ୍ୟକତା ପଡୁଛି ସେତେବେଳେ ମୋଦି ସରକାର ଗୁଜରାଟ ଆଡକୁ ମୁହଁାଉଛନ୍ତି। ତାଙ୍କ ସମୟରେ ରାଜଧାନୀ ଦିଲ୍ଲୀରେ ଗୁଜରାଟୀ ବାବୁମାନଙ୍କର ବିଷମାନୁପାତିକ ଉପସ୍ଥିତି ରହିଆସିଛିି। ମୋଦି ବହୁଦିନ ଧରି ଗୁଜରାଟର ମୁଖ୍ୟମନ୍ତ୍ରୀ ରହିବା ପରେ ଯେତେବେଳେ ଦେଶର ପ୍ରଧାନମନ୍ତ୍ରୀ ହେଲେ ସେତେବେଳେ ତାଙ୍କ ପ୍ରିୟ ଓ ଅନୁଗତ ବାବୁମାନେ ଧୀରେ ଧୀରେ ତାଙ୍କୁ ଅନୁସରଣ କରି ଦିଲ୍ଲୀ ଚାଲିଆସିଲେ। ଏପରିକି ଏହି ଧାରା ମୋଦିଙ୍କ ଦ୍ୱିତୀୟ ପାଳିରେ ବି ଲାଗିରହିଛି। ପ୍ରାପ୍ତ ସୂତ୍ରରୁ ଜଣାପଡ଼େ, ଗୁଜରାଟ କ୍ୟାଡର ଭାରତୀୟ ବନସେବା ଅଧିକାରୀ (ଆଏଫ୍‌ଓଏସ୍‌) ନିରଞ୍ଜନ କୁମାର ସିଂଙ୍କୁ ତୈଳ ଉଦ୍ୟୋଗ ବିକାଶ ବୋର୍ଡର ସଚିବ ଭାବେ ଯୁଗ୍ମସଚିବ ପାହ୍ୟାରେ ଦୁଇବର୍ଷ ପାଇଁ ନିଯୁକ୍ତି ଦିଆଯାଇଛି। ସେ ଦିବାକରନାଥ ମିଶ୍ରଙ୍କ ସ୍ଥାନରେ ଏହି ନିଯୁକ୍ତି ପାଇଛନ୍ତି। ନାଥ ଏହି ବର୍ଷ ବାଣିଜ୍ୟ ବିଭାଗର ଯୁଗ୍ମସଚିବ ଭାବେ ବଦଳି ହେବା ପରେ ପଦଟି ଖାଲି ପଡ଼ିଥିଲା। ୧୯୮୭ ବ୍ୟାଚ୍‌ର ଅଧିକାରୀ ସିଂ ଖଣି ମନ୍ତ୍ରଣାଳୟରେ ଯୁଗ୍ମସଚିବ ରହିବା ସହ କେନ୍ଦ୍ର ଓ ରାଜ୍ୟର ବିଭିନ୍ନ ପଦରେ ଦାୟିତ୍ୱ ନିର୍ବାହ କରିଛନ୍ତି। ତୈଳ ଉଦ୍ୟୋଗ ବିକାଶ ଅଧିନିୟମ, ୧୯୭୪ ଅନୁଯାୟୀ ୧୯୭୫ ଜାନୁୟାରୀ ୧୩ରେ ତୈଳ ଉଦ୍ୟୋଗ ବିକାଶ ବୋର୍ଡ ଗଠନ କରାଯାଇଥିତ୍ଲା। ଉଦ୍ୟୋଗର ବିକାଶ ଲାଗି ଆବଶ୍ୟକ ଆର୍ଥିକ ସହାୟତା ଯୋଗାଇ ଦେବା ଏହି ବୋର୍ଡ ଗଠନର ଲକ୍ଷ୍ୟ। ଏହା ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରଣାଳୟର ପ୍ରଶାସନିକ ନିୟନ୍ତ୍ରଣରେ ରହି କାର୍ଯ୍ୟ କରୁଛି।
ଡିଓପିଟି ଛାଟ
ମୋଦି ସରକାର ଧୀରେ ଧୀରେ ପ୍ରଶାସନରେ ଥିବା ଅଳିଆ ସଫା କରିବାରେ ଲାଗିଛନ୍ତି। ଅପାରଗ ତଥା ଦୁର୍ନୀତି ଅଭିଯୁକ୍ତ ଅଧିକାରୀମାନଙ୍କୁ ବିଦାକରିବା ସରକାରଙ୍କ ମୁଖ୍ୟ ଲକ୍ଷ୍ୟ। ଏହି କିଛିମାସ ଭିତରେ ଅନେକ ଟିକସ ବାବୁ ଏପରି କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇଛନ୍ତି। ଗତ ସେପ୍ଟେମ୍ବର ମାସରେ ଦୁର୍ନୀତି ଓ ଅନ୍ୟ ଅଭିଯୋଗ ଥିବା ୧୫ ଜଣ ବରିଷ୍ଠ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ଚଳିତବର୍ଷ ଜୁନ୍‌ମାସ ସୁଦ୍ଧା ସରକାର କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡର ୧୨ ଜଣ ଅଧିକାରୀଙ୍କ ସମେତ ୪୯ ଜଣ ଉଚ୍ଚପାହ୍ୟାର ଟିକସ ବାବୁଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି। ଏବେ ମୋଦି ସରକାର ଏହି ଧାରାକୁ ବ୍ୟାପକ କରୁଛନ୍ତି। ସମ୍ପ୍ରତି କାର୍ମିକ ଓ ପ୍ରଶିକ୍ଷଣ ବିଭାଗ (ଡିଓପିଟି) ଅପାରଗ ତଥା ଦୁର୍ନୀତିଗ୍ରସ୍ତ ବାବୁମାନଙ୍କୁ ବିଦାକରିବା ଲାଗି ସେମାନଙ୍କ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ତଥ୍ୟ ପଠାଇବା ନିମନ୍ତେ ୪୦ରୁ ଊର୍ଦ୍ଧ୍ୱ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। ଡିଓପିଟି ୬ ମାସ ପୂର୍ବରୁ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗକୁ ଅନୁରୂପ ଚିଠି ଦେଇଥିଲା। କିନ୍ତୁ ମନ୍ତ୍ରଣାଳୟଗୁଡିକ ଡିଓପିଟି ଚାହଁୁଥିବା ତଥ୍ୟ ଦେବାରେ ସବୁବେଳେ ଅବହେଳା କରିଆସିଛନ୍ତି। ତେବେ ଡିଓପିଟିର ଏବକାର ନିର୍ଦ୍ଦେଶରେ ସ୍ପଷ୍ଟ କରିଦିଆଯାଇଛି ଯେ, ତଥ୍ୟ ଦେବାରେ ବିଳମ୍ବ କଲେ ତାକୁ କ୍ଷମା ଦିଆଯାଇପାରିବ ନାହିଁ। ଡିଓପିଟିର ଛାଟ ଏବେ କାମ କରିବ ତ? ବର୍ତ୍ତମାନର ମନୋଭାବକୁ ଦେଖିଲେ ଜଣାପଡ଼ୁଛି ଯେ, ଦୁର୍ନୀତି ବିରୋଧରେ ସରକାର କୋହଳ ନୀତି ଅବଲମ୍ବନ କରିବାର କୌଣସି ସମ୍ଭାବନା ନାହିଁ।
ବାବୁଙ୍କ ନିଯୁକ୍ତିରେ ଅନିଶ୍ଚିତତା
ତେଲଙ୍ଗାନାରେ ଅନେକ ମାସ ଧରି ୨୦୧୬ ଓ ୨୦୧୭ ବ୍ୟାଚ୍‌ର ଅନୂ୍ୟନ ୧୮ ଜଣ ଆଇଏଏସ୍‌ ଅଧିକାରୀ ଉପଜିଲାପାଳ ଭାବେ ନିଯୁକ୍ତି ପାଇବା ଲାଗି ଅପେକ୍ଷାରେ ରହିଛନ୍ତି। ରାଜ୍ୟ ସରକାର ସେମାନଙ୍କ ନିଯୁକ୍ତି ଘୋଷଣା କରିବାରେ କାହିଁକି ବିଳମ୍ବ କରୁଛନ୍ତି ସେ ସମ୍ପର୍କରେ କିଛି ସ୍ପଷ୍ଟୀକରଣ ଦେଇପାରୁ ନାହାନ୍ତି। ଏପରିକି ତେଲଙ୍ଗାନା ଆଇଏଏସ୍‌ ଅଧିକାରୀ ସଂଘ ସରକାରଙ୍କଠାରୁ କୌଣସି ପ୍ରତିକ୍ରିୟା ପାଇବାରେ ବିଫଳ ହୋଇଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ, ୮ ଜଣ ଆଇଏଏସ୍‌ ଅଧିକାରୀ ଗତବର୍ଷ ଅକ୍ଟୋବର ସୁଦ୍ଧା ତାଙ୍କ ତାଲିମ ଶେଷ କରି ସାଧାରଣ ପ୍ରଶାସନ ବିଭାଗ (ଜିଏଡି)କୁ ନିଯୁକ୍ତି ଲାଗି ଜଣାଇଥିଲେ। ସରକାର ସେମାନଙ୍କୁ ୮ଟି ଜିଲାରେ ସ୍ବତନ୍ତ୍ର ଅଧିକାରୀ ଭାବେ ନିଯୁକ୍ତି ଦେଇଥିବା ବେଳେ ସେମାନେ ସେହି ପଦରେ ହିଁ କାର୍ଯ୍ୟ କରୁଛନ୍ତି। ୨୦୧୭ ବ୍ୟାଚ୍‌ର ୧୦ ଜଣ ଆଇଏଏସ୍‌ ଅଧିକାରୀ ବି ସମାନ ଦଶା ଭୋଗୁଛନ୍ତି। ଏହି ସମୟରେ ଅନ୍ୟ ରାଜ୍ୟରେ ଥିବା ସେମାନଙ୍କ ବ୍ୟାଚ୍‌ମେଟ୍‌ମାନେ ଉପଜିଲାପାଳ ହୋଇସାରିଥିବା ବେଳେ ଏହି ୧୮ ଜଣ ବାବୁ ସମାନ ପଦ ଲାଗି ଆଦେଶ ପାଇବା ଅପେକ୍ଷାରେ ରହିଛନ୍ତି। ଏହି ବିଳମ୍ବର କାରଣ କ’ଣ ଏବଂ ଏବକାର ସ୍ଥିତି କେତେଦିନ ବଳବତ୍ତର ରହିବ ତାହା କେହି ଜାଣିନାହାନ୍ତି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ମାଗଣା କିଏ କିଛି ଦିଏନା

ସୁପ୍ରିମକୋର୍ଟ ଫେବୃଆରୀ ୧୫ରେ ଇଲେକ୍ଟୋରାଲ ବଣ୍ଡ୍‌ ବା ନିର୍ବାଚନୀ ବଣ୍ଡ୍‌ ଉପରେ ବଡ଼ ରାୟ ଦେଇଥିଲେ। ଏହି ବଣ୍ଡ୍‌ ସମ୍ବିଧାନର ଅନୁଚ୍ଛେଦ ୧୯(୧)(ଏ)ରେ ପ୍ରଦତ୍ତ ସୂଚନା...

ଯକ୍ଷ୍ମା ଦୂରୀକରଣରେ ଏଆଇ

ଏବେ ଟେକ୍‌ନୋଲୋଜି କ୍ଷେତ୍ରରେ ଅଭୂତପୂର୍ବ ବିକାଶ ଘଟୁଛି। ଗୋଟିଏ ପରେ ଗୋଟିଏ ଅଧିକ ସଂଖ୍ୟାରେ ନୂଆ ଟେକ୍‌ନୋଲୋଜି ସାମ୍ନାକୁ ଆସୁଛି। ଏହି କ୍ରମରେ ନଭେମ୍ବର ୨୦୨୨ରେ...

ଅବଧାରିତ ଅପରାହ୍ନ

ମାର୍ଚ୍ଚ ୨୯ ତାରିଖ ପ୍ରାୟ ତିନିଟା ତିରିଶ ମିନିଟ – ଏକ ଅବଧାରିତ ଅପରାହ୍ନ, ଶ୍ରୀମା ଶ୍ରୀଅରବିନ୍ଦଙ୍କୁ ପ୍ରଥମେ ସାକ୍ଷାତ କରିଥିଲେ। ସ୍ଥାନଟି ଥିଲା ବର୍ତ୍ତମାନର...

ଏଇ ଭାରତରେ

ଗୁଗ୍‌ଲରେ ସର୍ଚ୍ଚ କରିବା ସମୟରେ ‘ଲିଓପାର୍ଡ କଣ୍ଟ୍ରି’ରେ କୌଣସି ଦେଶ ପାଇବେ ନାହିଁ , ବରଂ ରାଜସ୍ଥାନର ଜଓ୍ବାଇ ଭଳି ଏକ ଛୋଟ ଅଞ୍ଚଳ ପାଇବେ...

ଏଇ ଭାରତରେ

ଖରାଦିନ ଆରମ୍ଭରୁ ବେଙ୍ଗାଲୁରୁ ଜଳ ସଙ୍କଟ ଏବେ ଚିନ୍ତାର ବିଷୟ ହୋଇଛି। ପରିସ୍ଥିତି ଏମିତି ଯେ ସେଠାରେ ଲୋକେ ସହର ଛାଡ଼ିବାକୁ ବାଧ୍ୟ ହେଉଛନ୍ତି। ଏହି...

ଅଦୃଶ୍ୟ ଶତ୍ରୁ

ମାୟାଧର ନାୟକ   ସତ୍ୟ, ତ୍ରେତୟା, ଦ୍ୱାପର, କଳିକାଳରେ ଯେତେ ଯୁଦ୍ଧ ହୋଇଯାଇଛି- ଶତ୍ରୁକୁ ଜାଣି ହେଉଥିଲା- କିନ୍ତୁ ଏ ମହାକଳିକାଳରେ ଅଜଣା ରୋଗ ଓ...

ଚୋରକୁ ବୁଦ୍ଧି

ଅଲେଖ ଚନ୍ଦ୍ର ମିଶ୍ର   ‘ଚୋରକୁ ବୁଦ୍ଧି ଶିଖେଇବା’ ଆପ୍ତବାଣୀଟି ଯେଉଁ ପୃଷ୍ଠଭୂମି ଉପରେ ଆଧାରିତ ତାହା ଥିଲା ଏକ ବାସ୍ତବଧର୍ମୀ କାହାଣୀ, ଯାହାର ମର୍ମ...

ଅପ୍ରକାଶ୍ୟ ଋଣ ସମସ୍ୟା

ଗତ କିଛି ବର୍ଷ ମଧ୍ୟରେ କୋଭିଡ୍‌-୧୯ ମହାମାରୀଠାରୁ ଆରମ୍ଭକରି ଉନ୍ନତ-ଅର୍ଥ ବ୍ୟବସ୍ଥାର ସୁଧ ହାର ବୃଦ୍ଧି ଭଳି ଘଟଣା ଭିନ୍ନ ସ୍ଥିତି ସୃଷ୍ଟି କରିଛି। ଏଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri