ଭାଟସାହି ଗ୍ରାମରେ ଖଟ ବୁଲିବା ଘଟଣା: ଗିରଫ ହେଲେ ଗୁଣିଆ

ନୟାଗଡ଼ ଅଫିସ,୩।୧୧-ନୟାଗଡ଼ ଟାଉନ ଥାନା ଭାଟସାହି ଗ୍ରାମରେ ଖଟବୁଲା ଘଟଣାରେ ପୋଲିସ ଶନିବାର ସମ୍ପୃକ୍ତ ଗୁଣିଆକୁ ଗିରଫ କରିଛି। ଗିରଫ ଗୁଣିଆ ଜଣଙ୍କ ହେଲେ ବେଲବଣି ଗ୍ରାମର ବାଙ୍କନିଧି ନାହାକ ଓରଫ ହାଡ଼ିବନ୍ଧୁ। ଏ ନେଇ ଥାନାରେ ନଂ.୧୬୧/୧୯ରେ ଏକ ମାମଲା ରୁଜୁ କରାଯାଇ ହାଡ଼ିବନ୍ଧୁଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିବା ଟାଉନ ଥାନା ଅଧିକାରୀ ଜୟଦୀପ ମହାନ୍ତି ପ୍ରକାଶ କରିଛନ୍ତି।
ମିଳିଥିବା ସୂଚନା ଅନୁସାରେ ଭାଟସାହି ଗ୍ରାମ ତୋଟାସାହିର ବିଜୟ ବେହେରାଙ୍କ ଘରୁ ୨ ସପ୍ତାହ ତଳେ ୨୦ ହଜାର ଟଙ୍କା ଚୋରି ହୋଇଥିଲା। ଚୋରି ହେବା ନେଇ ସେ ଗ୍ରାମ କମିଟିକୁ ଜଣାଇଥିଲେ। ପରେ ଗ୍ରାମରେ ବୈଠକ ବସି ଚୋର ଧରିବା ପାଇଁ ପୋଲିସଠାରେ ଅଭିଯୋଗ କରିବା ବଦଳରେ ଖଟ ବୁଲାଇବାକୁ ନିଷ୍ପତ୍ତି ହୋଇଥିଲା। ନିଷ୍ପତ୍ତିରେ ଗ୍ରାମର କୌଣସି ବ୍ୟକ୍ତି ଖଟବୁଲା ବିଷୟରେ ବାହାରେ କାହାକୁ ନ କହିବା ପାଇଁ ତାଗିଦ୍‌ କରାଯାଇଥିଲା। ସେହିଭଳି ଯିଏ ଏ ଘଟଣା ବିଷୟରେ ବାହାରେ ପ୍ରଘଟ କରିବେ ତାଙ୍କୁ ୨ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା। ଗୁଣିଆ ହାଡ଼ିବନ୍ଧୁଙ୍କୁ ଯୋଗାଯୋଗ କରିବାରୁ ସେ ୩୭ ହଜାର ଟଙ୍କା ନେବେ ବୋଲି କହିଥିଲେ। ପରେ ଗ୍ରାମବାସୀ ୩ ହଜାର ଟଙ୍କା ଆଗୁଆ ଦେଇଥିବା ବେଳେ ଅବଶିଷ୍ଟ ଟଙ୍କା ଚୋର ଧରିଲା ପରେ ଦେବେ ବୋଲି ତୁଟିଥିଲା। ଶୁକ୍ରବାର ଗ୍ରାମକୁୂ ଗୁଣିଆ ଆସି ଖଟ ବୁଲାଉଥିବା ବେଳେ ୩ ଥର ଟାଉନ ପୋଲିସ ଯାଇଥିଲେ ମଧ୍ୟ ଗୁଣିଆଙ୍କୁ ଧରି ପାରି ନ ଥିଲା। ପରେ ପୋଲିସ ସନ୍ଧ୍ୟାରେ ଗୁଣିଆ ହାଡିବନ୍ଧୁଙ୍କୁ ଧରି ଅଟକ ରଖିଥିଲା। ଶନିବାର ଗିରଫ କରିଛି। ପ୍ରକାଶ ଯେ, ଜୁନ୍‌ ୧୦ ତାରିଖରେ ରଣପୁର ଥାନା କୋଟଗଡ଼ ଗ୍ରାମରେ ଓ ଜୁନ୍‌ ୨୨ତାରିଖରେ ସଦର ଥାନା ବାଲିପାଟଣା ଗ୍ରାମରେ ଖଟ ବୁଲାଇବା ଘଟଣାରେ ପୋଲିସ ୨ ଜଣ ଗୁଣିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

ବ୍ରହ୍ମପୁର ଆସୁଥିବା ବେଳେ ବାଟରେ ମର୍ମନ୍ତୁଦ ଦୁର୍ଘଟଣା, ଡିଭାଇଡର ପିଟି ହୋଇ ୨ ବାଇକ ଆରୋହୀ ମୃତ

ଗଞ୍ଜାମ,୧୪।୬(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ମର୍ମନ୍ତୁଦ ଦୁର୍ଘଟଣା ହୋଇଛି ।  ଅପରାହ୍ନରେ ଏକ ବାଇକ ଡିଭାଇଡର ପିଟି…

ପୂର୍ବ ଶତ୍ରୁତାରୁ ଅଟୋ ଚାଳକଙ୍କୁ ହତ୍ୟା ଉଦ୍ୟମ! ଗାଁ ମେଡ଼ିକାଲ ଛକରେ ଠିଆ ହୋଇଥିଲେ, କାରରେ ଆସି ହାଣି ଚାଲିଲେ…

ଦିଗପହଣ୍ଡି,୧୪।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମ ମେଡ଼ିକାଲ ଛକରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ରବିବାର ସନ୍ଧ୍ୟା ପ୍ରାୟ…

ନଦୀରେ ଗୋଧୋଇବାକୁ ଯିବା ହେଲା କାଳ, ପାଣିରେ ବୁଡ଼ି ଚାଲିଗଲା ୨ଜୀବନ

ଝାରସୁଗୁଡ଼ା,୧୪।୬(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସଦର ଥାନା ଅନ୍ତର୍ଗତ ଇବ ନଦୀକୁ ରବିବାର ଅପରାହ୍ନରେ ଗାଧୋଇ ଯାଇଥିବା ସମୟରେ ପାଣିରେ ବୁଡ଼ି ଦୁଇ ଜଣ ଯୁବକଙ୍କର ଅକାଳ…

ଭାରସାମ୍ୟ ହରାଇ ଗଛକୁ ପିଟିଲା ବୁଲେଟ୍, ୩….

ଭଞ୍ଜନଗର,୧୪।(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସୋରଡ଼ା ରାସ୍ତାର କଣ୍ଟେଇପଲ୍ଲୀ ଛକ ନିକଟରେ ଥିବା ଜଳଭଣ୍ଡାର ଗୋଲେଇ ଠାରେ ବଡ଼ ସଡ଼କ ଦୁର୍ଘଟଣା ହୋଇଛି । ରବିବାର…

ଚାମେଲି ଓଝାଙ୍କ ସମର୍ଥନରେ ବେତାଳିଗାଁ ବଜାରରେ ବିଶାଳ ପ୍ରତିବାଦ ସଭା, ଗର୍ଜିଲେ ଜନସାଧାରଣ

ତିହିଡ଼ି,୧୪।୬(କାଳନ୍ଦୀ ବେହେରା): ଭଦ୍ରକ ଜିଲା ଧାମନଗର ବ୍ଲକ ଅନ୍ତର୍ଗତ ବେତାଳିଗାଁ ବଜାରଠାରେ ପାଳାସାହି ଗ୍ରାମପଞ୍ଚାୟତ ପକ୍ଷରୁ ଏକ ବିଶାଳ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି । କେନ୍ଦ୍ରାପଡା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri