ଗିନିଜ୍‌ ବୁକ୍‌ରେ ସ୍ଥାନ ପାଇବା ଲକ୍ଷ୍ୟ ୧୦୬ ଦେଶର ୪୪୧୪ ଖବରକାଗଜ ପ୍ରଦର୍ଶିତ

ଭୁବନେଶ୍ୱର,୧ା୧୨ (ବ୍ୟୁରୋ) ଖବରକାଗଜ ସଂଗ୍ରହ କରିବା ତାଙ୍କର ଏକ ସଉକ। ଏପରିକି ଭିନ୍ନ ଭିନ୍ନ ଦେଶର ସବୁ ଖବରକାଗଜ ସଂଗ୍ରହ ତାଙ୍କର ଏବେ ନିଶା ପାଲଟିଯାଇଛି। ସେ ହେଉଛନ୍ତି ୪ଥର ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଥିବା ପେରମ୍ୟାନ ଶଶାଙ୍କ ଶେଖର ଦାସ। ଏବେ ସେ ଗିନିଜ୍‌ ବୁକ୍‌ ଅଫ୍‌ ରେକର୍ଡରେ ନିଜ ନାମ ସ୍ଥାନିତ କରିବା ପାଇଁ ଚେଷ୍ଟା କରିଛନ୍ତି। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଇଡ୍‌କଲ ଅଡିଟୋରିୟମ୍‌ ପ୍ରୋକ୍ଷାଳୟରେ ଏକ ଖବରକାଗଜ ପ୍ରଦର୍ଶନୀ ଅନୁଷ୍ଠିତ କରି ସେ ଗିନିଜ୍‌ ବୁକ୍‌ ଅଫ୍‌ ରେକର୍ଡରେ ନିଜ ନାମ ସାମିଲ କରିବାକୁ ଦାବି କରିଛନ୍ତି। ସେ ୧୦୬ ଦେଶରୁ ତଥା ୮୮ଟି ଭାଷାର ୪ହଜାର ୪୧୪ଟି ଖବରକାଗଜ ପ୍ରଦର୍ଶିତ କରି ଗିନିଜ୍‌ ବୁକ୍‌ ଅଫ୍‌ ରେକର୍ଡ କର୍ତ୍ତୃପକ୍ଷଙ୍କୁ ଭିଡିଓ ପଠାଇଛନ୍ତି। ଏବେ ଗିନିଜ୍‌ ବୁକ୍‌ ଅଫ୍‌ ରେକର୍ଡ କର୍ତ୍ତୃପକ୍ଷ ସମସ୍ତ ଦିଗକୁ ଯାଞ୍ଚ କରିବା ପରେ ଏହି ରେକର୍ଡ ତାଙ୍କ ନାମରେ ହେଉଛି କି ନାହିଁ ଜଣାଇବେ ବୋଲି ଶଶାଙ୍କ କହିଛନ୍ତି। କାର୍ଯ୍ୟକ୍ରମକୁ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଦର୍ଶନୀକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ କିନ୍ନର ମହାସଂଘର ସଭାପତି ମୀରା ପରିଡ଼ା, ସାମାଜିକ କର୍ମୀ ରୁଦ୍ର ସାମନ୍ତରାୟ, ଓୟୁଏଟି ମୁଖ୍ୟ ବିତ୍ତ ଅଧିକାରୀ ସଂଗ୍ରାମ ସାମନ୍ତରାୟ ଓ ସଂଗ୍ରାମ ପାଇକ୍‌ରାୟ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୩ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ, ପୋଲିସକୁ ଦେଖି ଡ୍ରାଇଭର…

ଅମରପାଲି,୧୦ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ପୋଲିସକୁ ମିଳିଛି ବଡ଼ ସଫଳତା। ଏକ କଣ୍ଟେନରରୁ ୧୨ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧୩…

ଧାନବିକ୍ରି ପଞ୍ଜୀକରଣ ଆରମ୍ଭରୁ ଏଗ୍ରିଷ୍ଟାକ କଟକଣାକୁ ବିରୋଧ, ସବୁଠି ତେଜିଲା ଚାଷୀ ଅସନ୍ତୋଷ, ଆଜି ହେବ…

ବରଗଡ଼,୧୦ା୮(ପ୍ରେମାନନ୍ଦ ଖମାରୀ): ଧାନବିକ୍ରି ନେଇ ରାଜ୍ୟ ସରକାର ଦିନକୁ ଦିନ ଗୋଟିଏ ପରେ ଗୋଟିଏ ନିୟମ ଲାଗୁ କରୁଛନ୍ତି। ଏଥିପାଇଁ ପ୍ରତି ୬ମାସରେ ଥରେ ଚାଷୀ ପଞ୍ଜୀକରଣ…

କାର୍‌-ମୋଟରସାଇକେଲ ମୁହାଁମୁହିଁ, ୨ ଭାଇ ଗୁରୁତର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ନିଜ କାର୍‌ରେ ନେଇ…

ପଟାଙ୍ଗି,୧୦ା୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ଗିର୍ଲିଗୁଡ଼ା ଛକ ନିକଟରେ ମାରୁତି କାର୍‌ ସହ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ କାର୍‌ରେ…

ଢେପାଗୁଡ଼ାରେ ପୁଣି ଭୂସ୍ଖଳନ, ୪ ପରିବାର ଅନ୍ୟତ୍ର ସ୍ଥାନାନ୍ତର

ରାଇକିଆ,୧୦ା୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ ଇନ୍ଦ୍ରଗଡ ପଞ୍ଚାୟତର ଢେପାଗୁଡ଼ା ଗ୍ରାମରେ ପୁଣି ଭୂସ୍ଖଳନ ହୋଇଛି। ଏହାକୁ ନେଇ ଗ୍ରାମବାସୀ ଭୟଭୀତ ହୋଇ ରହିଛନ୍ତି। ଗାଁକୁ…

ପୁଣି ଖୋଲିଲା ହୀରାକୁଦର ୪ ଗେଟ

ସମ୍ବଲପୁର,୯ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ରବିବାର ପୁଣି ଥରେ ବିପୁଳ ପରିମାଣର ବନ୍ୟାଜଳ ଜଳଭଣ୍ଡାରକୁ ପ୍ରବେଶ କରିବା ଆରମ୍ଭ କରିଛି।…

ବରଗଡ଼ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ: କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇବ ଓକିଲ ସଂଘ

ବରଗଡ଼,୯।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନେଇ ଅସନ୍ତୋଷ ବଢ଼ି ଚାଲିଛି । ଗତ କିଛିଦିନ ତଳେ ବରଗଡ଼ ସହରସ୍ଥିତ କୋର୍ଟ ସମ୍ମୁଖ ରାସ୍ତାରେ…

ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାର ମୁକାବିଲା ପାଇଁ ଆହ୍ବାନ, ଏକାଠି ହେଲେ ବିଭିନ୍ନ ସଂଗଠନ

ବରଗଡ଼,୯।୮(ପ୍ରେମାନନ୍ଦ ଖମାରୀ) : ବରଗଡ଼ ସହର ସମେତ ଜିଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ହୁଗୁଳା ହୋଇ ପଡିଛି । ଏହାକୁ ନେଇ ସ୍ଥାନୀୟ ନାଗରିକମାନେ ନିଜକୁ ଅସୁରକ୍ଷିତ…

ଗାଡ଼ି ଧକ୍କାରେ ଚାଲିଗଲା ପାର୍ଥଙ୍କ ଜୀବନ, ମୃତଦେହ ଜବତ କରି ପୋଲିସ…

ଦିଗପହଣ୍ଡି,୯ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପୋଡ଼ାମାରି ଫାଣ୍ଡି ପୋଲିସ ରବିବାର ସକାଳେ ଜଣେ ଯୁବକଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇବା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri