ଗାଁଗଁଡ଼ାରେ ବଁଚିଛେ ଖେଜାବୁଜାର କୁଚନି ପସରା

ବିଜେପୁର, ୬।୩ (ଡି.ଏନ୍‌.ଏ.)- ସମିଆର ଛାଁଚେ ପଡି ସମାଜର ଚାଲିଚଲନ୍‌ ରିତି ରିକମା ବଦଲିଗଲାନ। ଯେନ୍‌ଥିର ଲାଗି ଚଲିତ ସମିଆରେ ସବୁକିଛି ଡିଜିଟାଲ ହେଇ ବସଲାନ। ହେଲେ ଦିନ୍‌ଥିଲା ମୁନୁଷର କାମକବାର, ମନତନ୍‌ ଅଲଗ୍‌ ଥିଲା। ଇ ଆଧୁନିକ ଯୁଗେ ଲୋକ୍‌ ବିନା ପଏସାପତରରେ ହାଟ୍‌ କରି ଯାଉଛନ୍‌। ଡିଜିଟାଲ ପେମେଣ୍ଟ କରୁଛନ୍‌। ଏନ୍‌ତା କି ଲୋକ୍‌ ଗୁଟେ ଜାଗାରେ କେନ୍‌ଥେଇ ସବୁ ଜିନିଷ ପାଇପାରବେ ସେଟାକେ ଦେଖୁଛନ୍‌। ସେନ୍‌ତା ଆଘକାଲେ ଗାଁଗଁଲିରେ ଖେଜାବୁଜା କୁଚନି ପସରାମାନ ଗୁଟେ ଡିଜିଟାଲ ବେବସ୍‌ତା ଲେଖେଁ ଲୁକ୍‌କୁ ସୁବିଧା ଯୁଗଉଥିଲା। ଅଏଜ୍‌ ବି ଅନେକ ଗାଁଗଁଡ଼ାଥି ଖେଜାବୁଜା କୁଚନି ପସରା ଦେଖ୍‌ବାକେ ମିଲୁଛେ। ଛୋଟମୋଟ ଦୁକାନୀକେ ଗଁାଗଁଲିଥି କୁଚନି କୁହାଯାଏସି। ଇଠାନେ କୁଚନି ଆଲୁ, ସାରୁ, ପଲଘଁଟା, ଶୁଖୁଆନୁ ମୂଲ କିରି ଭାଂଗ, ବିଡ଼ି ହରେକ୍‌ ରକମର ପସରା ମେଲେଇଥିସି। ଇନେ ପଏସା କଉଡନୁ ଖେଜାବୁଜା ବଦଲାବାର କାରବାରଟା ଜହଁ ହେସି। ଖେଜାବୁଜା ବଏଲେ ଲୋକ ନିଜର କମାଲା ଧାନଚାଉଳ, ମୁଗବିର୍‌ହି ବଦଲା ନିଜର ମନଚାହି ଜିନିଷ୍‌ କୁଚନି ଠାନୁ ଘିନ୍‌ବାରଟାକେ ବୁଝାସି। କିଏ ଗିନା ତାସ୍‌ଗିଁଥି ଆର କିଏ ଭୁଗଲି ଟୁପଲିଥି ଧାନଚାଉଳ ଧରି କୁଚନି ପସରାକେ ଆଏସନ। ଗରାଖ ଆନିଥିବାର୍‌ ଜିନିଷକେ ଉଜନ କରି କୁଚନି ବଜାରର ଦରଦାମ୍‌ ହିସାବେ ଗରାଖର ମନ ଚାହି ଜିନିଷପତର ତଉଲି କରି ଦେସି। ସମିଆକେ ସମିଆ ଲୁକ୍‌କଁର ଖେଜାବୁଜା ସାମାନ ବଦଲାବାରଟା ବି ବଦିଲସି। ଚାର, ମହୁଲ, ଟୋଲ ସମିଆକେ ଗରାଖ ସିଧାସଲଖ ଇଟାକେ କୁଚନିକେ ଦେଇ ନିଜର ମନଚାହି ଜିନିଷ ଆନିଥିସି। ଖେଜାବୁଜାନୁ ପାଇଥିବାର ଧାନଚାଉଳ, ଚାରମହୁଲକେ ଠୁଲେଇ କୁଚନି ସାହୁକାର ଠାନେ ନପେଇ ଦେସି। ଇ ରିକ୍‌ମାକେ ଦେଖ୍‌ଲେ ଇତିହାସ ଯୁଗର୍‌ କଥା ସୋରପଡସି। ସେ ସମିଆରେ ଲୁକକର ହାତେପନ୍‌ତେ ପଏସାକଉଡ ନାଇଁଥାଇ। ଯେନ୍‌ଥିର୍‌ ଲାଗି ଲୋକ ନିଜର ଜିନିଷ ଦେଇ ଆଉ ଗୁଟେ ଜିନିଷ ଘିନୁଥିଲେ। ଠିକ୍‌ ସେନ୍‌ତା ଇ ଆଧୁନିକ୍‌ ଯୁଗେ ବି ସିଧାସଲଖ ପଏସା ପତରର ଦେନଲେନଟା କମି ବସଲାନ। ସବୁ ଡିଜିଟାଲ ଲେନ୍‌ଦେନ ହେଇ ବସଲାନ। ଏନ୍‌ତା କି ଲୋକ ଘରେ ବସି ନିଜର ମନଚାହି ଜିନିଷ ମଗାବାର୍‌ ତରିକା ମୂଲ ହେଲାନ। ଭେଁଡିଆ ଚାଷୀ ସୁଶାନ୍ତ ପୁଟେଲକୁ ପଚରାଲାରୁ ଗଁାଗଁଲିଥି ଖେଜାବୁଜା ବଦଲା କାମ ଚାଲିଛେ। କଁାକରି ବଏଲେ ଚାଷୀର ହାତେପନ୍‌ତେ ସବୁବେଲେ ପଏସା ନାଇଁଥାଏ। କମାଲା ଧାନ, ମୁଗ, ବିରି, ଚାର, ମହୁଲ, ଟୋଲକେ ଛୋଟ ଚାଷୀ ଭାଇ ଗଁାର କୁଚନି ପସରାଥି ଖେଜାବୁଜା ଦେଇ ତୁନଶାଖ୍‌, ମିକ୍‌ଚର, ବିସକୁଟ ଘିନୁଛନ୍‌। ସେନ୍‌ତା କୁଚନି ପସରାବାଲି ହେମକାନ୍ତି ଡନସନାକୁଁ ପଚରାଲାରୁ ମହରଗର ଦୁନିଅଁାଥି ଦିନୁ ଦିନକେ ଦରଦାମ ବଢ଼ୁଛେ। ହେ କଁଟେ ଆର୍‌ ଆଘୋର ମିତାର୍‌ ଲାଭ୍‌ ନାଇଁ ମିଲ୍‌ବାର। ବାପଅଜା ଅମଲର ବୁର୍‌ତିକେ ବଁଚେଇ ରଖ୍‌ବାର ସାର୍‌ ହେଇଛେ ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

କୋର୍ଟରେ ହୋଇ ନ ଥିଲେ ହାଜର, ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ 

ଦିଗପହଣ୍ଡି,,୨୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଲିସ ବିଭିନ୍ନ ମାମଲାରେ ଫେରାର ଥିବା ୩ ଜଣ ଜାମିନବିହୀନ ୱାରେଣ୍ଟିଙ୍କୁ ଗିରଫ କରି…

ଜାଗିରି ସମ୍ପତ୍ତିକୁ ନେଇ ବିବାଦ, ଚାରି କୋର୍ଟ ଚାଲାଣ

ବାଲିପାଟଣା ୨୨।୭(ଅଭିମନ୍ୟୁ ନାୟକ): ବାଲିପାଟଣା ଥାନା ଅନ୍ତର୍ଗତ ଗାରେଡିପାଞ୍ଚଣ ଗ୍ରାମରେ ଏକ ଜାଗିରି ଜମି ଦଖଲକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଜଣେ…

ଦିଗପହଣ୍ଡିରେ ଖେମୁଣ୍ଡି ଲୋକ ମହୋତ୍ସବ ଉଦଯାପିତ: ଜିଲାପାଳ କହିଲେ- ସହରରେ ନିର୍ମାଣ ହେବ ସଂସ୍କୃତି ଭବନ

ଦିଗପହଣ୍ଡି,୨୧।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ସୋମବାରଠାରୁ ଦୁଇ ଦିନ ଧରି ଚାଲିଥିବା ଖେମୁଣ୍ଡି ଲୋକ କଳା ମହୋତ୍ସବ ମଙ୍ଗଳବାର ରାତିରେ ସଫଳତାର ସହ…

ପୂଜା ସାରି ଫେରୁଥିବା ବେଳେ ମହିଳାଙ୍କୁ ମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଥାନାରେ ମାମଲା

ଧାମନଗର,୨୧।୭(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ବରଗଡ଼ା ଗ୍ରାମରେ ପୂଜା ସାରି ଘରକୁ ଫେରୁଥିବା ଜଣେ ମହିଳାଙ୍କୁ ଆକ୍ରମଣ କରାଯିବା ଏବଂ ଚିକିତ୍ସାଧୀନ ଅବସ୍ଥାରେ…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

ଦ୍ୱିତୀୟ ପ୍ରଚେଷ୍ଟାରେ NEETରେ ଚମକିଲେ ଅରୋଶିଷ: ପୂରଣ ହେବ ଡାକ୍ତର ହେବାର ସ୍ବପ୍ନ

ଅମରପାଲି,୨୧।୭(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକର ଯାଲୋଏ ଗ୍ରାମର ମେଧାବୀ ଛାତ୍ର ଅରୋଶିଷ ପଣ୍ଡା ଚଳିତ ବର୍ଷର ଏନଇଇଟି (NEET UG) ପ୍ରବେଶିକା ପରୀକ୍ଷାରେ ଉଲ୍ଲେଖନୀୟ…

ପେ-ଲେଭଲ୍ ବୃଦ୍ଧି ଓ କ୍ୟାଡ଼ର ପୁନର୍ଗଠନ ଦାବି: ଏଓବିଏସଏସଓଏ ପକ୍ଷରୁ କଳାହାଣ୍ଡି ଜିଲାପାଳଙ୍କୁ ଦାବିପତ୍ର

ଭବାନୀପାଟଣା,୨୧।୭(ଉତ୍ତମ କୁମାର ଦାଶ): ଅଲ ଓଡ଼ିଶା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପରିଷଦ (ଏଓବିଏସଏସଓଏ) ପକ୍ଷରୁ ମଙ୍ଗଳବାର କଳାହାଣ୍ଡି ଜିଲାପାଳ ପାୱାର ସଚିନ ପ୍ରକାଶଙ୍କୁ ଏକ ୮…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri