Posted inଫୁରସତ

ଗଣିତ, ବିଜ୍ଞାନକୁ ଡରି ପାଠପଢ଼ା ଛାଡ଼ି ଦେଇଥିବା ବ୍ୟକ୍ତିଜଣକ ୮୫ ବର୍ଷରେ କଲେ ଗ୍ରାଜୁଏଶନ୍‌

ଦୃଢ଼ ଇଚ୍ଛାଶକ୍ତି ଥିଲେ ମଣିଷ ସବୁ ଅସମ୍ଭବ ସମ୍ଭବ କରିପାରେ। ଏଥିପାଇଁ ବୟସ ମଧ୍ୟ ପ୍ରତିବନ୍ଧକ ସାଜେ ନାହିଁ। ଏମିତି ଏକ ଉଦାହରଣ ସୃଷ୍ଟି କରିଛନ୍ତି ଲସ୍‌ ଏଞ୍ଜଲସ୍‌ର ଜଣେ ୮୫ ବର୍ଷୀୟ ବୃଦ୍ଧ। ଗଣିତ ଏବଂ ବିଜ୍ଞାନକୁ ଡରି ଯିଏ ଦିନେ ସ୍କୁଲ ଛାଡ଼ିଦେଇଥିଲେ ସେ ଆଜି ଗ୍ରାଜୁଏଟ୍‌। ଏକାଧାରରେ ଜଣେ ଲେଖକ, ସ୍ତମ୍ଭକାର ଏବଂ ପେଣ୍ଟିଂ ଡିଜାଇନ ବ୍ୟବସାୟ କରୁଥିବା ସାଉଲ୍‌ ଇସ୍‌ଲର ପରିଣତ ବୟସରେ ସାଣ୍ଟା ମୋନିକା କଲେଜରୁ ଗ୍ରାଜୁଏଶନ ପାସ କରିଛନ୍ତି। ସ୍କୁଲ ସିନା ଛାଡ଼ିଦେଇଥିଲେ କିନ୍ତୁ ଲେଖାଲେଖି ଅଭ୍ୟାସ ଜାରି ରଖିଥିଲେ। ପାଠପଢ଼ା ପ୍ରତି ଏତେ ଆଗ୍ରହ ବଢ଼ିଗଲା ସେ ସାଣ୍ଟା ମୋନିକା କଲେଜରେ ଆଡମିଶନ ନେଇଗଲେ। ଚଳିତବର୍ଷ ସାଉଲ୍‌ ୮୫ ବର୍ଷ ବୟସରେ ଗ୍ରାଜୁଏସନ ଡିଗ୍ରୀ କରିଛନ୍ତି। ସେ କୁହନ୍ତି, ଜୀବନରେ ଆସିଥିବା ଝଡ଼ଝଞ୍ଜାରୁ ବହୁତ କିଛି ଶିଖିଛନ୍ତି। ତାଙ୍କୁ ଆଗକୁ ଯିବାକୁ ଏଥିରୁ ପ୍ରେରଣା ମିଳିଛି। ସାଉଲ୍‌ କୁହନ୍ତି, ପିଲାଦିନେ ପିତା ଚାହୁଁଥିଲେ ମଁୁ ତାଙ୍କ ପରି ଓକିଲ ହୁଏ। କିନ୍ତୁ ମୋର ଗଣିତ ଏବଂ ବିଜ୍ଞାନ ଭଲ ହେଉ ନ ଥିବାରୁ ପାଠପଢ଼ା ଛାଡ଼ିଦେଇଥିଲି। ଏହା ପରେ ତାଙ୍କର ସାହିତ୍ୟ ପ୍ରତି ଆଗ୍ରହ ସୃଷ୍ଟି ହେଲା। ସେ ଲେଖାପଢ଼ାରେ ମନ ଦେଲେ। ୬୧ ବର୍ଷରେ ତାଙ୍କର ଲେଖନୀ ଚାଳନା କରି ପ୍ରଥମେ ‘ବୁଡ୍‌ ବଚର’ ଲେଖିଥିଲେ। ଏଥିରୁ ଝିଅମାନଙ୍କ କାମ କରିବା ସମ୍ପର୍କରେ ବହୁ କଥା ଜାଣିବା ପାଇଁ ଲେଖା ଥିଲା। ଇତିମଧ୍ୟରେ ତାଙ୍କର ୩ଟି ଉପନ୍ୟାସ ଏବଂ ଲଘୁ କଥାବଳି ପ୍ରକାଶିତ ହୋଇସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବସ୍‌ଷ୍ଟାଣ୍ଡରେ ବିକୁଥିଲେ ମଦ: ଚଢ଼ାଉ କରି ଧରିଲା ପୋଲିସ

ବଞ୍ଚୋ,୧।୬(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ସରକାରୀ ବସ୍‌ଷ୍ଟାଣ୍ଡ ନିକଟରେ ଦୀର୍ଘଦିନ ଧରି ବେଆଇନ ଭାବେ ମଦ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତି…

ସ୍ୱୟଂ ସହାୟକ ଗୋଷ୍ଠୀର ବ୍ୟାଙ୍କ ଖାତା ଖୋଲିବା ପାଇଁ ଯାଇଥିଲେ: ମୁକୁଳା ବିଏସଏନଏଲ୍ ତାର ନେଲା ଜୀବନ

ମୋହନା,୧।୬ (ମନ୍ମଥ ମିଶ୍ର): ମୁକୁଳା ଭାବେ ପଡ଼ିଥିବା ବିଏସଏନଏଲ୍ ତାର ନେଲା ଜଣେ ମହିଳାଙ୍କ ଜୀବନ। ଏଭଳି   ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲା ଆର.ଉଦୟଗିରି ଥାନା…

ଜୋର ଧରିଲା ‘ମାଳି ସୁରକ୍ଷା ଆନ୍ଦୋଳନ’: ଖଣି ଖନନ ବିରୋଧରେ ଏକଜୁଟ ହେଲେ ଆଦିବାସୀ, କହିଲେ ଆମକୁ ଭତ୍ତା ନୁହଁ…

ଥୁଆମୂଳ ରାମପୁର, ୧।୬ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଅଞ୍ଚଳରେ ‘ମାଆ, ମାଟି ଓ ମାଳି’ର ସୁରକ୍ଷା ପାଇଁ ଚାଲିଥିବା ଗଣ-ଆନ୍ଦୋଳନ ଏବେ ତୀବ୍ର…

ଟେଲିଫୋନ ଏକ୍ସଚେଞ୍ଜରୁ ବ୍ୟାଟେରୀ ଚୋରି: ବିଜୁଳି ଚାଲିଗଲେ ଉପଭୋକ୍ତା ସେବାରୁ ବଞ୍ଚିତ

ଭଞ୍ଜନଗର, ୧।୬(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ ଟେଲିଫୋନ ଏକ୍ସଚେଞ୍ଜରୁ ଗତ ଶୁକ୍ରବାର ମୂଲ୍ୟବାନ ସବୁ ବ୍ୟାଟେରୀ ଚୋରି ହୋଇଯାଇଛି । ଏହାପୂର୍ବରୁ…

ପାଣି ପାଇଁ ବ୍ଲକ ସମ୍ମୁଖରେ ଅନଶନ କଲେ ସମିତି ସଭ୍ୟ, ବାଲଟି ଧରି ମହିଳାମାନେ

ବଲାଙ୍ଗୀର,୧।୬(ସୁନିଲ କୁମାର ମହାନ୍ତି): ପାଣି ପାଇଁ ସମିତି ସଭ୍ୟ ବ୍ଲକ ସମ୍ମୁଖରେ ଅନଶନ କରିଥିବା ବେଳେ ମହିଳାମାନେ ରାସ୍ତା ଅବରୋଧ କରିଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ…

Featured Video Play Icon

ପୋଲିସ ଟିମ୍‌ ନେଇ ଶାଶୂ ଘରେ ପହଞ୍ଚିଲେ ତ୍ରିଷ୍ଣା, ତା’ପରେ…

ଭୁବନେଶ୍ୱର, ୧।୬: ୟ୍ୟୁଟବର ତ୍ରିଷ୍ଣା ପୋଲିସ ଉପସ୍ଥିତରେ ଶାଶୂ ଘରେ ପହଞ୍ଚି ସମସ୍ତ ଯୌତୁକ ଜିନିଷ…

RCB ଜିତିବା ପରେ ରୋମାଣ୍ଟିକ ହେଲେ ଅନୁଷ୍କା: ଶେୟାର କଲେ ଏମିତି ଫଟୋ

ନୂଆଦିଲ୍ଲୀ,୧।୬: ଲଗାତାର ଦ୍ୱିତୀୟ ବର୍ଷ ପାଇଁ ଇଣ୍ଡିଆନ ପ୍ରିମିୟର ଲିଗର ଫାଇନାଲ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିଜୟୀ ହୋଇଛି। ବିରାଟ କୋହଲିଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ…

ପୁଣି ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ସହ ଖେଳ: ଅନଲାଇନରେ ମହାପ୍ରସାଦ, ଖଜା ବିକ୍ରି ନେଇ…

ପୁରୀ, ୧।୬ (ଅଜିତ କୁମାର ମହାନ୍ତି): ପୁଣିଥରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ଅପମାନ ହେଉଥିବା ସହ ଭକ୍ତମାନଙ୍କ ଭାବାବେଗ ସହିତ ଖେଳାଯାଉଥିବା ଘଟଣା ସାମ୍ନାକୁ ଆସିଛି। ଅନଲାଇନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri