ଗଣଶିକ୍ଷା ବିଭାଗର ‘ଜିରୋ ଏଫ୍‌’ ମିଶନ:ଛୁଟିଦିନରେ ଦଶମ ଶ୍ରେଣୀ ପିଲାଙ୍କୁ ପଢ଼ାଇବେ ଶିକ୍ଷକ

ଭୁବନେଶ୍ୱର, ୧୩।୧୦(ବ୍ୟୁରୋ): ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ଫେଲ୍‌ ହାର କମାଇବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଚିନ୍ତା କରିଛି। ଏଥିପାଇଁ ‘ଜିରୋ ଏଫ୍‌’ ମିଶନ ଆରମ୍ଭ କରିଛି। ପ୍ରଥମେ କଟକ ଜିଲାକୁ ପାଇଲଟ୍‌ ପ୍ରୋଜେକ୍ଟ ଭାବେ ନିଆଯାଇଛି। ଛୁଟିଦିନଗୁଡ଼ିକରେ ମଧ୍ୟ ପାଠ ପଢ଼ିବେ ଦଶମ ଶ୍ରେଣୀ ଛାତ୍ରୀଛାତ୍ର। ଏନେଇ ଜିଲା ଶିକ୍ଷାଧିକାରୀ ସମସ୍ତ ବ୍ଲକ ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଛନ୍ତି। ପିଲାଙ୍କ ପାଠ ପଢ଼ା ପ୍ରତି ଅଧିକ ଧ୍ୟାନ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବ୍ଲକ୍‌ ଶିକ୍ଷାଧିକାରୀଙ୍କ ଲିଖିତ ଅନୁମତି ବିନା ଶିକ୍ଷକମାନେ ଛୁଟି ନେଇପାରିବେ ନାହିଁ। ଶିକ୍ଷକଙ୍କ ଉପସ୍ଥାନ ଯାଞ୍ଚ କରିବାକୁ ବିଇଓମାନଙ୍କୁ ଅଚାନକ ପରିବର୍ଶନ କରିବାକୁ କୁହାଯାଇଛି। ଏହାସହ ବିଇଓମାନେ ନିଜ ଅଞ୍ଚଳର ପ୍ରଧାନଶିକ୍ଷକଙ୍କୁ ନେଇ ଏକ ହ୍ବାଟ୍‌ସଆପ୍‌ ଗ୍ରୁପ୍‌ କରିବେ। ଯେଉଁଥିରେ ପାଠପଢ଼ା ସମ୍ପର୍କିତ ସମସ୍ତ ତଥ୍ୟ ରହିବ। ଏହି କ୍ରମରେ କଟକ ଜିଲାରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଦଶହରା ଛୁଟିରେ ବି କଟକର ବିଭିନ୍ନ ସ୍କୁଲରେ ଦଶମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ପାଠପଢ଼ା ଚାଲିଥିଲା। ସୂଚନାଯୋଗ୍ୟ ଚଳିତବର୍ଷ ମାଟ୍ରିକ୍‌ ପରୀକ୍ଷାରେ ରାଜ୍ୟର ୮୨ ସ୍କୁଲର ଜିରୋ ରେଜଲ୍ଟ ହୋଇଥିଲା, ଯାହାକୁ ନେଇ ବିଭାଗ ଅନେକ ସମାଲୋଚନାର ଶିକାର ହୋଇଥିଲା। ତେଣୁ ସେହି ପରିସଂଖ୍ୟାନକୁ ସୁଧାରିବା ପାଇଁ ବିଭାଗ ପକ୍ଷରୁ ‘ଜିରୋ ଏଫ୍‌’ ମିଶନ ଆରମ୍ଭ ହୋଇଛି। ସେପେଟେ ଶିକ୍ଷକ ପଦବୀ ପୂରଣ ନ କରି ବିଭାଗ ଏଭଳି ନିଷ୍ପତ୍ତି ନେବା ଉଚିତ ନୁହେଁ ବୋଲି ଶିକ୍ଷକ ସଂଘ କହିଛି। ଓଷ୍ଟାର ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି କହିଛନ୍ତି ଯେ, ଛୁଟି ନେବା ଶିକ୍ଷକଙ୍କ ଅଧିକାର। ଶିକ୍ଷକଙ୍କ ଛୁଟିକୁ ବଳି ପକାଇ କେବଳ ଦଶମ ଶ୍ରେଣୀ ପିଲାଙ୍କୁ ପାଠ ପଢ଼ାଇଲେ ‘ଜିରୋ ଏଫ୍‌’ ମିଶନ କରିଦେଲେ ଏହା ସଫଳ ହେବ ନାହିଁ। ପ୍ରଥମରୁ ଆମୂଳଚୂଳ ପରିବର୍ତ୍ତନ ପାଇଁ ଶିକ୍ଷକ ନିଯୁକ୍ତି ପାଇଁ ଆମେ ସରକାରଙ୍କୁ ଅନୁରୋଧ କରୁଛୁ। ସେପଟେ ଫେଲ୍‌ ହାର କମାଇବା ଆମର ମୂଳ ଲକ୍ଷ୍ୟ ବୋଲି ବିଭାଗୀୟ ମନ୍ତ୍ରୀ ମୀର ରଞ୍ଜନ ଦାଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ

ଭୁବନେଶ୍ୱର,୨୪।୪: ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଚନ୍ଦକା ଅଞ୍ଚଳରେ। ଗତକାଲି ରାତିରେ...

ଆସନ୍ତା ୩ ଘଣ୍ଟା ପାଇଁ କାଳବୈଶାଖୀ, ବଜ୍ରପାତ ସୂଚନା

ଭୁବନେଶ୍ୱର,୨୪ା୪: ଦିନ ସାରା ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଅପରାହ୍ନରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଛି। ଅପରାହ୍ନ ସାଢ଼େ...

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୪ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

ଭୋଟରଙ୍କୁ ସଚେତନ କରୁଛନ୍ତି ପଦ୍ମଶ୍ରୀ ହଳଧର ନାଗ, କଂସ ମହାରାଜ ହୃଷୀକେଶ ଭୋଇ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନରେ ସମସ୍ତ ଭୋଟରଙ୍କ ଭାଗିଦାରୀ ସୁନିଶ୍ଚିତ କରିବା ତଥା ଭୋଟରଙ୍କୁ ସଚେତନ କରିବା ପାଇଁ ବରଗଡ଼ ଜିଲା ପ୍ରଶାସନ ଅଭିନୟ ପ୍ରୟାସ...

୪୫ ଡେଇଁବ ପାରଦ! ସାରା ରାଜ୍ୟକୁ ସିଭିୟର ହିଟ୍‌ ଓ୍ବେଭ ଆଲର୍ଟ

ଭୁବନେଶ୍ୱର,୨୪।୪:ତାତିରୁ ମିଳିବନି ତ୍ରାହି । ୫ ଦିନ ଧରି କଲବଲ କରିବ ଗ୍ରୀଷ୍ମ ପ୍ରବାହ । ବିଶେଷ କରି ୨୭ ଓ ୨୮ ତାରିଖରେ ଜଳିବ...

ମେ’ ପ୍ରଥମ ସପ୍ତାହରୁ ଓଜେଇଇ ପରୀକ୍ଷା

ଭୁବନେଶ୍ୱର,୨୪।୪(ଅସମାପିକା ସାହୁ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ୨୦୨୪ ମେ’ ୬ରୁ ଆରମ୍ଭ ହେବ। ସିବିଟି ମୋଡ୍‌ରେ ହେବାକୁ ଥିବା ଏହି ପରୀକ୍ଷା ମେ...

ଛୁଟିଦିନ ପାଇଁ ପିଲାଙ୍କୁ ମିଳିବ ଶୁଖିଲା ରାଶନ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ଛୁଟିଦିନ ପାଇଁ ଛାତ୍ରୀଛାତ୍ରଙ୍କୁ ପିଏମ୍‌ ପୋଷଣ ଯୋଜନାରେ ଚାଉଳ ଏବଂ ଅନ୍ୟାନ୍ୟ ସାମଗ୍ରୀ ଦିଆଯିବ। ମୋଟ ୧୨ଦିନର ମଧ୍ୟାହ୍ନ ଭୋଜନ ବାବଦକୁ ଶୁଖିଲା...

ଚମକାଇଲା ଅନୁଭବଙ୍କ ପୋଷ୍ଟ, ନବୀନଙ୍କୁ ମାଗିଲେ ଆର୍ଶୀବାଦ…

ଭୁବନେଶ୍ୱର,୨୪।୪: ଅନୁଭବ ମହାନ୍ତିଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବଢିଲା ଚର୍ଚ୍ଚା। ଗତ କିଛିଦିନ ପୂର୍ବରୁ ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିଲେ। ହେଲେ ବୁଧବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri