ଗଣବଳାତ୍କାର ଶିକାର ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ ଦାବି :ଯାଦବ ମହାସଭା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ଭବାନୀପାଟଣା,୫।୧୦(ଡି.ଏନ.ଏ.)
କଳାହାଣ୍ଡି ଜିଲା ଜୁନାଗଡ ଥାନା ଅଞ୍ଚଳରେ ଗତ ୧୪ ତାରିଖରେ ଗଣବଳାତ୍କାର ଶିକାର ପୀଡ଼ିତାଙ୍କୁ ଆଇନ୍‌ ଅନୁମୋଦିତ ନ୍ୟାୟ ପ୍ରଦାନ ସହିତ ସରକାରୀ ପ୍ରୋତ୍ସାହନ ଯୋଗାଇଦେବା ପାଇଁ ଦାବି କରିଛି କଳାହାଣ୍ଡି ଯାଦବ ମହାସଭା। ଶୁକ୍ରବାର ଜିଲା ଯାଦବ ମହାସଭା ସଭାପତି ହରିଶଙ୍କର ବାଗଙ୍କ ନେତୃତ୍ୱରେ ମହାସଭାର କାର୍ଯ୍ୟକର୍ତ୍ତାମାନେ କଳାହାଣ୍ଡି ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଅତିରିକ୍ତ ଜିଲାପାଳ ଶରତଚନ୍ଦ୍ର ଶ୍ରୀଚନ୍ଦନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଯାଦବ ମହାସଭାର ଦାବି କରିଛି ଯେ, ପୀଡ଼ିତାଙ୍କୁ ସୁରକ୍ଷା ଯୋଗାଇ ଦିଆଯାଉ, ପୀଡ଼ିତାର ବଞ୍ଚତ୍ବା ଅଧିକାର ପାଇଁ ୩୦ ଲକ୍ଷ ଟଙ୍କା ପ୍ରଦାନ, ପୀଡ଼ିତା ଏଏନ୍‌ଏମ୍‌ ତାଲିମ୍‌ପୂର୍ଣ୍ଣ କରିବା ନିମନ୍ତେ ଏକ ସୁରକ୍ଷିତ ସରକାରୀ ଏଏନ୍‌ଏମ୍‌ ଟ୍ରେନିଂ ସେଣ୍ଟର ବ୍ୟବସ୍ଥା କରିବା, କମ୍‌ ସମୟ ମଧ୍ୟରେ ଏହି ମାମଲାକୁ ଚୁଡାନ୍ତ କରିବା ପାଇଁ କୋର୍ଟକୁ ଅବଗତ କରିବା ସହ ସମସ୍ତ ଅଭିଯୁକ୍ତଙ୍କୁ ଫାଶୀଦଣ୍ଡ ଦେବା ପାଇଁ କୋର୍ଟକୁ ଅନୁରୋଧ କରିବାକୁ ଦାବି କରାଯାଇଛି। ଦାବିପତ୍ର ପ୍ରଦାନ ସମୟରେ ଜିଲା ଯାଦବ ମହାସଭା ସଭାପତିଙ୍କ ସହ ଜିଲା ସମ୍ପାଦକ ସଞ୍ଜୟ ଧଙ୍ଗଡାମାଝି, ଜିଲା ଯୁବଯାଦବ ମହାସଭା ସଭାପତି ଗୋବିନ୍ଦ ବନଛୋର, ସମ୍ପାଦକ ଲିଙ୍ଗରାଜ ବେହେରାଙ୍କ ସହ ବିଭିନ୍ନ ବ୍ଲକ ସଭାପତି ଓ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀଛାତ୍ରଙ୍କ ଶୈକ୍ଷିକ ଉନ୍ନତି, ଶୃଙ୍ଖଳା ଉପରେ ଗୁରୁତ୍ୱ

କର୍ଲାମୁଣ୍ଡା,୬ା୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦରସ୍ଥିତ ସରସ୍ବତୀ ଶିଶୁମନ୍ଦିର ପରିସରରେ ଶିକ୍ଷା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ମାର୍କଣ୍ଡ ପାଢ଼ୀଙ୍କ…

ଗାଁରେ ମାଙ୍କଡ଼ ଆତଙ୍କ: ଦୁଇଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ ପରେ…

ବଞ୍ଚୋ,୬ା୯(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ମୋଚିନ୍ଦା ଗ୍ରାମରେ ଏକ ବୁଲା ମାଙ୍କଡ଼ର ଉତ୍ପାତକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଭୟ ଓ ଆତଙ୍କ ଦେଖାଦେଇଛି। ଗ୍ରାମ…

ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ହେଲେ ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସମ୍ପାଦକ:  ଚାରିଆଡୁ ଛୁଟୁଛି ଶୁଭେତ୍ସାର ସୁଅ 

ଦିଗପହଣ୍ଡି,୬|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡାଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି(ପିସିସି)ର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରାଯାଇଥିବା ଜଣାପଡିଛି।…

ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ…

ବଲାଙ୍ଗୀର,୬ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଓକିଲ ସଂଘ ପକ୍ଷରୁ ରବିବାର ହାଇକୋର୍ଟ ଜ୍ୟୋତିଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବଲାଙ୍ଗୀରଠାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରାଯିବାକୁ…

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସାମ୍ନାରେ ଦାଦାଗିରି, ୨ ଯୁବକ ରଡ୍‌-ଟାଙ୍ଗିଆ ଧରି ଖେଳାଇଥିଲେ ଆତଙ୍କ, ଆଜି…

ବଲାଙ୍ଗୀର,୬ା୯(ସୁନିଲ ମହାନ୍ତି): ବଲାଙ୍ଗୀର ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ଗେଟ୍‌ ସମ୍ମୁଖରେ କିଛିଦିନ ତଳେ ଗୁଣ୍ଡାଗର୍ଦ୍ଦି ଘଟଣାରେ ପୋଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ…

୪ ଥର ପାଇଁ ପିସିସି ସମ୍ପାଦକ ହେଲେ ସଂଗ୍ରାମ ଦାସ

କେନ୍ଦୁଝର,୬ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ବରିଷ୍ଠ କଂଗ୍ରେସ ନେତା ସଂଗ୍ରାମ ଦାସ ୪ ଥର ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି। ଏଆଇସିସିର…

ଠକେଇ-ବ୍ଲାକ୍‌ମେଲିଂ ଘଟଣାର ପର୍ଦ୍ଦାଫାଶ: ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଧରି…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ଘଟିଥିବା ଦୁଇଟି ପୃଥକ୍‌ ସାଇବର ଅପରାଧ ମାମଲାରେ ସାଇବର ପୋଲିସକୁ ବଡ଼ ସଫଳତା ମିଳିଛି। ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା…

ବରଗଡ଼ରେ ନୂଆଖାଇ ଲଗ୍ନ ଧାର୍ଯ୍ୟ, ଏହି ମୁହୂର୍ତ୍ତରେ ଶୁଭବେଳା…

ବରଗଡ଼,୬ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମଦେବୀ ସମଲେଶ୍ୱରୀଙ୍କ ପୀଠରେ ରବିବାର ନୂଆଖାଇ ଲଗ୍ନ ନିରୂପଣ କରାଯାଇଛି। ବିଧି ଓ ପରମ୍ପରା ଅନୁଯାୟୀ ଆସନ୍ତା ୧୪ ତାରିଖ ନିଶାର୍ଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri