ଗଞ୍ଜାମର ୫ ସରକାରୀ ଗୋଦାମରେ ଚାଉଳ ଅସୁରକ୍ଷିତ

ଛତ୍ରପୁର,୧୭ା୬(ଡି.ଏନ.ଏ.)-ଗଞ୍ଜାମ ଜିଲାର ୫ ସରକାରୀ ଗୋଦାମରେ ଚାଉଳ ଅସୁରକ୍ଷିତ ଭାବେ ରଖାଯାଉଛି। ସେଗୁଡିକ ମଧ୍ୟରେ ହିଞ୍ଜିିଳି ଚାଉଳ ରିସିଭିଂ ସେଣ୍ଟର ଗୋଦାମ, ଜଗନ୍ନାଥପୁରସ୍ଥିତ ଯୋଗାଣ ନିଗମ ଗୋଦାମ, କୁକୁଡାଖଣ୍ଡି, ଛତ୍ରପୁର କୃଷକ ବଜାର ଓ ବେଗୁନିିଆପଡା ଚାଉଳ ରିସିଭିଂ ସେଣ୍ଟର ଗୋଦାମ ରହିଛି। ମାର୍ଚ୍ଚ ୨୬ ଓ ୨୮ ତାରିଖରେ ଭୁବନେଶ୍ୱରସ୍ଥିତ ଭାରତ ସରକାରଙ୍କ କ୍ୱାଲିଟି କଣ୍ଟ୍ରୋଲ ସେଲ୍‌ ଆସିଷ୍ଟାଣ୍ଟ ରିଜିଓନାଲ ଡାଇରେକ୍ଟର ଅନୁପମ କୁମାର ଦେଙ୍କ ନେତୃତ୍ୱରେ ଆସିଥିବା ଟିମ୍‌ ୫ ଚାଉଳ ଗୋଦାମ ପରିଦର୍ଶନ କରି ରିପୋର୍ଟ ପ୍ରସ୍ତୁତ କରିଥିଲେ। ଗୋଦାମରେ ଚାଉଳ ଅସୁରକ୍ଷିତ ଥିବା ଏବଂ ବିଭିନ୍ନ ଅଭାବ ଥିବା ନେଇ ଦର୍ଶାଇ ରିପୋର୍ଟକୁ ରାଜ୍ୟ ଯୋଗାଣ ନିଗମକୁ ଏପ୍ରିଲ ୨୪ ତାରିଖରେ ଚିଠି (ନଂ.୭୦) କ୍ୱାଲିଟି କଣ୍ଟ୍ରୋଲ ସେଲ୍‌ ଆସିଷ୍ଟାଣ୍ଟ ରିଜିଓନାଲ ଡାଇରେକ୍ଟରଙ୍କଠାରୁ ଆସିଥିଲା। ଏହାପରେ ଉକ୍ତ ରିପୋର୍ଟ ଉପରେ ପଦକ୍ଷେପ ନେଇ ଜଣାଇବାକୁ ଜୁନ୍‌ ୧୩ ତାରିଖରେ ରାଜ୍ୟ ଯୋଗାଣ ନିଗମ ଜେନେରାଲ ମ୍ୟାନେଜର (ବୈଷୟିକ) ଅଶୋକ କୁମାର ପଣ୍ଡାଙ୍କ ପକ୍ଷରୁ ଗଞ୍ଜାମ ଜିଲା ଯୋଗାଣ ଅଧିକାରୀଙ୍କ ନିକଟକୁ ନିର୍ଦ୍ଦେଶନାମା (ନଂ-୮୪୮୩) ଆସିଛି। ଉକ୍ତ ଚିଠିରୁ ମିଳିଥିବା ସୂଚନା ଅନୁସାରେ, ହଞ୍ଜିିଳି ରାଇସ୍‌ ରିସିଭିଂ ସେଣ୍ଟରର ଗୋଦାମ ଚଟାଣ ଭଗ୍ନ ଅବସ୍ଥାରେ ରହିଛି। ଏହାର ମରାମତି ଆବଶ୍ୟକ ପଡୁଛି ା ଭେଣ୍ଟିଲେଟର ମଧ୍ୟ ଭାଙ୍ଗିଯାଇଛି ଏବଂ ଏହା ବଦଳାଇବା ଜରୁରୀ ହୋଇପଡିଛି। ଏଥିସହ ଉକ୍ତ ଗୋଦାମର ଛାତରୁ ପାଣି ଗଳୁଛି , ଅଗ୍ନିନିର୍ବାପକ ଯନ୍ତ୍ର ନାହିଁ , ମଏଶ୍ଚର ମିଟର କାମ କରୁ ନ ଥିବା, ବିଶୁଦ୍ଧ ପାଇଁ ସ୍ପ୍ରେୟର ଓ ପାନୀୟ ଜଳ ବ୍ୟବସ୍ଥା ନ ଥିବା ବେଳେ ପାଇଖାନା ମଧ୍ୟ ଠିକ୍‌ ଭାବେ କାର୍ଯ୍ୟ କରୁ ନ ଥିବା ରିପୋର୍ଟରେ ଦର୍ଶାଯାଇଛି। ଏହା ଉପରେ ପଦକ୍ଷେପ ନେଇ ରିପୋର୍ଟ ଦେବାକୁ ଜିଲା ଯୋଗାଣ ଅଧିକାରୀଙ୍କୁ ଚିଠି ଆସିଛି। ସେହିପରି ଜଗନ୍ନାଥପୁରସ୍ଥିତ ଯୋଗାଣ ନିଗମ ଗୋଦାମକୁ ଯିବା ପାଇଁ ଆପ୍ରୋଚ୍‌ ରୋଡ୍‌ ନ ଥିବାବେଳେ ପାଚେରି ଭାଙ୍ଗିଯାଇଛି। ଗୋଦାମ ମଧ୍ୟ ଭଗ୍ନ ଅବସ୍ଥାରେ ଅଛି। କାନ୍ଥ ଓ ଚଟାଣରେ ଫାଟ ଥିବା ବେଳେ ଶଟର୍‌ ଠିକ୍‌ ଭାବେ କାମ କରୁନି। ଗୋଦାମ ସାରା ଉଦ୍ଭିଦ ସମୂହ ଥିବାବେଳେ ପାନୀୟ ଜଳ ବ୍ୟବସ୍ଥା ନ ଥିବା ଯାଞ୍ଚ ବେଳେ କ୍ୱାଲିଟି କଣ୍ଟ୍ରୋଲ ସେଲ୍‌ କର୍ମଚାରୀମାନେ ଦେଖିବାକୁ ପାଇଥିଲେ ା କୁକୁଡାଖଣ୍ଡି ରାଇସ୍‌ ରିସିଭିଂ ସେଣ୍ଟରର ଗୋଦାମରେ ବୁଢିଆଣୀ ଜାଲ ରହିଥିବା ବେଳେ ବିଶୁଦ୍ଧ ପାଇଁ ସ୍ପ୍ରେୟର ନାହିଁ ା ଏଥିସହ ଗୋଦାମକୁ ଯିବା ପାଇଁ ଆପ୍ରୋଚ୍‌ ରୋଡ୍‌ ନାହିଁ ା ଷ୍ଟକ୍‌ ସମ୍ବନ୍ଧରେ ଡିସ୍‌ପ୍ଲେ ମଧ୍ୟ କରାଯାଉ ନ ଥିବା କ୍ୱାଲିଟି କଣ୍ଟ୍ରୋଲ ସେଲ୍‌ ଜାଣିବାକୁ ପାଇଥିଲା। ଛତ୍ରପୁର କୃଷକ ବଜାରରେ ଥିବା ରାଇସ୍‌ ରିସିଭିଂ ସେଣ୍ଟର ଗୋଦାମରେ ମଧ୍ୟ ଚାଉଳ ଅସୁରକ୍ଷିତ ଭାବେ ରହୁଥିବା କ୍ୱାଲିଟି କଣ୍ଟ୍ରୋଲ ସେଲ୍‌ ରିପୋର୍ଟରେ ଉଲ୍ଲେଖ ରହିଛି। ଏହି ଗୋଦାମରେ ସ୍ପ୍ରେୟର ନ ଥିବା ବେଳେ ଚାରିଆଡେ ଉଦ୍ଭିଦ ସମୂହ ରହିଛି। ପାଚେରି ମଧ୍ୟ ଭଗ୍ନ ଅବସ୍ଥାରେ ଅଛି। ଜିଲାର ବେଗୁନିଆପଡା ରାଇସ୍‌ ରିସିଭିଂ ସେଣ୍ଟର ଚାଉଳ ଗୋଦାମରେ ପ୍ରତିଷେଧକ ଓ କୀଟ ନାଶକ ବ୍ୟବସ୍ଥା ଏବଂ ବିଶୁଦ୍ଧ ପାଇଁ ସ୍ପ୍ରେୟର ନ ଥିବା କ୍ୱାଲିଟି କଣ୍ଟ୍ରୋଲ ସେଲ୍‌ ଟିମ୍‌ ଯାଞ୍ଚ ବେଳେ ଜାଣିବାକୁ ପାଇଥିଲେ। ଗୋଦାମର କାନ୍ଥ ଓ ଚଟାଣ ମଧ୍ୟ ଭଗ୍ନ ଅବସ୍ଥାରେ ଅଛି। ଆହୁରି ଜଣାଯାଇଛି, ହିଞ୍ଜିିଳି ଗୋଦାମରେ ୨ ହଜାର ମେଟ୍ରିକ୍‌ ଟନ୍‌, ଜଗନ୍ନାଥପୁର ଗୋଦାମରେ ୩ ହଜାର ମେଟ୍ରିକ୍‌ ଟନ୍‌, କୁକୁଡାଖଣ୍ଡି ଗୋଦାମରେ ୫୦୦ ମେଟ୍ରିକ୍‌ ଟନ୍‌, ଛତ୍ରପୁର କୃଷକ ବଜାର ଗୋଦାମରେ ୧ ହଜାର ମେଟ୍ରିକ୍‌ ଟନ୍‌ ଓ ବେଗୁନିଆପଡା ଗୋଦାମରେ ୫୦୦ ମେଟ୍ରିକ୍‌ ଟନ୍‌ ଚାଉଳ ରଖିବାର କ୍ଷମତା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋପାଳପୁର ଚିନ୍ତାରେ ବିଜେଡି: ପ୍ରଦୀପଙ୍କ ପଛେ ପଛେ ଭାଜପାରେ ସାମିଲ ହେଉଛନ୍ତି କର୍ମୀ

ଗୋପାଳପୁର,୨୮।୩(ନବୀନ ରାଜ ଆଚାରୀ): ସାଧାରଣ ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ରାଜନୀତି ତାତି ସେତେ ବଢୁଛି। ଗୁରୁବାର ଗୋପାଳପୁର ନିର୍ବାଚନ ମଣ୍ଡଳୀ ଗୋଳନ୍ଥରା ସ୍ଥିତ...

ନୀଳ ବିପ୍ଳବର ସାରଥି ସୁରେଶନ

ବ୍ରହ୍ମପୁର,୨୮ା୩(ସ୍ମୃତି ରଞ୍ଜନ ମହାଲିକ)ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ତରେଇପାଟପୁର ଗ୍ରାମର ସୁରେଶନ ବେହେରା। ବୟସ ୪୪। ଶିକ୍ଷାଗତ ଯୋଗ୍ୟତା ୭ମ ପାସ। ମାଛ ଯାଆଁଳ ଉତ୍ପାଦନ...

ମୁହାଣରେ ବୁଡ଼ି ଛାତ୍ରଙ୍କ ଜୀବନ ଗଲା

ଗୋପାଳପୁର,୨୭ା୩(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ହରିପୁର ମୁହାଣରେ ପାଣିରେ ବୁଡ଼ି ଜଣେ ଛାତ୍ରଙ୍କ ଜୀବନ ଯାଇଛି। ମୃତକ ଜଣକ ହେଲେ ନୂଆ ଗୋଳାବନ୍ଦ ଗ୍ରାମର...

ସୁବାସଙ୍କ ଉପରେ ପୁଣି ଭରସା କଲେ ମୁଖ୍ୟମନ୍ତ୍ରୀ

ଛତ୍ରପୁର,୨୭ା୩(ଦିଲ୍ଲୀପ ସାମଲ): ରାଜ୍ୟର ବିଭିନ୍ନ ବିଧାନସଭା ମଣ୍ଡଳୀର ଆସନ ପାଇଁ ବିଜୁ ଜନତା ଦଳ ପକ୍ଷରୁ ବୁଧବାର ବିଭିନ୍ନ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି ବିଜେଡି...

ଗାଁ ମୁଖିଆଙ୍କୁ ମରଣାନ୍ତକ ଆକ୍ରମଣ: ଶଳା-ଭିଣୋଇଙ୍କୁ ବାନ୍ଧିଲା ପୋଲିସ

ଗୋପାଳପୁର,୨୭ା୩(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଗୋଳନ୍ଥରା ଅଞ୍ଚଳରେ ଗାଁ ମୁଖିଆଙ୍କୁ ମରଣାନ୍ତକ ଆକ୍ରମଣ ମାମଲାରେ ବୁଧବାର ପୋଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ...

ବିଧାୟକ ଟିକେଟ୍‌ ମିଳିବା ପରେ ଖୁସିରେ ନାଚିଲେ ସମର୍ଥକ

ସୋରଡା,୨୭।୩ (ଲମ୍ବୋଦର ପାଣିଗ୍ରାହୀ): ବିଜୁ ଜନତା ଦଳର ସୋରଡା ବିଧାୟୀକା ପ୍ରାର୍ଥୀ ଭାବେ ଏଠାକାର ପୂର୍ବତନ ଏନଏସି ଅଧ୍ୟକ୍ଷା ତଥା ବିଧାୟକ ପୂର୍ଣ୍ଣଚନ୍ଦ୍ର ସାଇଁଙ୍କ ଧର୍ମପତ୍ନୀ...

ହୋଲିରେ ଅଘଟଣ: ପୋଖରୀରେ ବୁଡି ଜଣେ ବ୍ୟକ୍ତି ମୃତ

ଛତ୍ରପୁର, ୨୬।୩ (ଦିଲ୍ଲୀପ ସାମଲ) : ହୋଲି ଖେଳି ସାରି ଗାଧୋଇବାକୁ ଯାଉଥିବା ବେଳେ ଅଘଟଣ। ଚମାଖଣ୍ଡି ଥାନା ଅନ୍ତର୍ଗତ ମାଙ୍ଗୁଆରୀପେଟା ଗ୍ରାମରେ ଥିବା ଏକ...

ଛତ୍ରପୁର ବିଧାୟକଙ୍କ ଜନସମ୍ପର୍କ ଯାତ୍ରା ଦଳୀୟ ସଙ୍ଗଠନ ନେଇ…

ଗଞ୍ଜାମ,୨୬।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହରରେ ଦୋଳପୂର୍ଣ୍ଣିମା ଯାତ୍ରା ଚାଲିଥିବା ବେଳେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଶତାଧିକ ଯୁବକଙ୍କ ସହ ଜନସମ୍ପର୍କ ପଦଯାତ୍ରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri