Posted inପୁରୀ

ଗାଁ ମୁଣ୍ଡରେ ଲାଗିଲା ବାଉଁଶ: ବାହାର ଲୋକ ଆସିବା ମନା

ଗୋପ,୨୬ା୩(ଡି.ଏନ୍‌.ଏ.)- ଦେଶରେ ଲକଡାଉନ ଘୋଷଣା ପରେ ଗୋପ ବ୍ଲକର ୧୦୦ରୁ ଊଦ୍ଧର୍‌ବ ଗାଁ ମୁଣ୍ଡରେ ଯୁବକମାନେ ବାଉଁଶ ଧଡ଼ା ଲଗାଇ ଦେଇଛନ୍ତି। ଏହାସହ କୌଣସି ବାହାର ଲୋକଙ୍କୁ ଗାଁ ଭିତରକୁ ପ୍ରବେଶ କରାଇ ଦେଉନାହାନ୍ତି। କାରଣ ଆମ ଗାଁରେ କରୋନା ଭଳି ରୋଗ ନ ପଶୁ ବୋଲି ଶାରଡା ଗ୍ରାମର ଯୁବକମାନେ ଶପଥ କରିଥିବା ଜଣାପଡିଛି। ସୂଚନାଯୋଗ୍ୟ, କରୋନା ଭଳି ମାରାତ୍ମକ ରୋଗ ସାରା ବିଶ୍ବ ପାଇଁ ଚିନ୍ତା ବଢ଼ିଯାଇଥିବାବେଳେ ଗୋପ ବ୍ଲକ ପ୍ରଶାସନ ସେଭଳି ପଦକ୍ଷେପ ନେଉ ନ ଥିବାରୁ ଗାଁରେ ମଧ୍ୟ ଅସନ୍ତୋଷ ଦେଖାଦେଇଛି। କେବଳ ଟିଭି ମାଧ୍ୟମରେ ଆମେ ଏଭଳି ରୋଗ ବ୍ୟାପିବା ଖବର ଶୁଣୁଥିବା ବେଳେ କୌଣସି ସରକାରୀ ଅଧିକାରୀ ଗାଁକୁ ଆସି ନ ଥିବା ଗ୍ରାମବାସୀ କହିଛନ୍ତିି। ବ୍ଲକର ଅଧିକାଂଶ ଗାଁକୁ କିଛିଦିନ ହେବ ବାହାର ରାଜ୍ୟରେ ଦାଦନ ଖଟିବାକୁ ଯାଇଥିବା ଯୁବକମାନେ ଫେରି ଥିବାବେଳେ ଗ୍ରାମବାସୀ ଭୟରେ ଅଛନ୍ତି। ଏହାସହ ସେମାନଙ୍କୁ ଡାକ୍ତରଖାନା କର୍ତ୍ତୃପକ୍ଷ ପରୀକ୍ଷା କରିବା ଲାଗି ଦାବି ହେଉଛି। ଅନ୍ୟପକ୍ଷେ ଡାକ୍ତରଖାନା ପକ୍ଷରୁ କୌଣସି ଅଧିକାରୀ ଗାଁରେ ଥିବା ନଳକୂପ, ଗଡ଼ିଆ ପୋଖରୀରେ ମଧ୍ୟ ବ୍ଲିଚିଙ୍ଗ ପାଉଡର ପକାଇ ନାହାନ୍ତି ବୋଲି ଅଭିଯୋଗ ହୋଇଛି। କିନ୍ତୁ ଏଥିପ୍ରତି ପ୍ରଶାସନ ପକ୍ଷରୁ କୌଣସି ପ୍ରତିକାର ନ କରିବାରୁ ଶାରଡ଼ା ଗ୍ରାମ ସମେତ ଅନେକ ଗ୍ରାମର ଯୁବକମାନେ ଏକାଠି ହୋଇ ଗ୍ରାମ ମୁଣ୍ଡକୁ ବାଉଁଶ ପକାଇ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। କରୋନ ଭଳି ମାରାତ୍ମକ ରୋକ ଆମ ଗ୍ରାମକୁ ନ ପଶିବାକୁ ଏଭଳି ନିଷ୍ପତ୍ତ ନେଇଥିବା ଶାରଡା ଗ୍ରାମର ଧନଞ୍ଜୟ ବେହେରା, ମୂରଲୀ ପରିଡ଼ା, ବଣିଆ ସାହି ଗ୍ରାମର ମଦନ ସାହୁ ପ୍ରମୁଖ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଜା ଦୋକାନୀଙ୍କୁ ଉଠାଇନେଲା ପୋଲିସ, ଲୋକେ ବୋହିନେଲେ ଖଜା, ଯିଏ ଯାହା ପାଇଲା…

ପୁରୀ,୨୯ା୫(ଅଜିତ ମହାନ୍ତି): ପୁରୀ ବଡ଼ଦାଣ୍ଡରେ ଏକ ନିଆରା ତଥା ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଯାହା ବିଭିନ୍ନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।…

ପୁରୀର ଏକ ରିସର୍ଟରୁ ଗିରଫ ହେଲେ TMC ବିଧାୟକ

ପୁରୀ,୨୭ା୫: ପଶ୍ଚିମବଙ୍ଗର ପୂର୍ବତନ ପରିବହନ ମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ(TMC)ର ବରିଷ୍ଠ ନେତା ଦିଲ୍ଲୀପ ମଣ୍ଡଳଙ୍କୁ ଏସ୍‌ଟିଏଫ୍‌ ଦ୍ୱାରା ଗିରଫ ହୋଇଥିବା ନେଇ ସୂଚନା ମିଳିଛି ।…

ନୀଳଚକ୍ର ବାନାରେ ବସିଲା ଚିଲ: ଅଶୁଭ ସଂକେତ, ଘଟିପାରେ…

ପୁରୀ,୨୬ା୩(ଅଜିତ୍‌ କୁମାର ମହାନ୍ତି):ଶ୍ରୀମନ୍ଦିର ନୀଳଚକ୍ର ଉପରେ ସୋମବାର ପୂର୍ବାହ୍ନରେ କିଛି ସମୟ ଧରି ଏକ ଚିଲ ବସିଥିବା ଦେଖିବାକୁ ମିଳିଥିଲା। କିଛି ମାସ ବ୍ୟବଧାନ ପରେ ଏହା…

ପୁରୀରେ ହେବ BRICS ସମ୍ମିଳନୀ: ଯୋଗଦେବେ ବିଭିନ୍ନ ରାଷ୍ଟ୍ରର…

ଭୁବନେଶ୍ୱର,୨୫।୫: ଓଡ଼ିଶାରେ ପୁଣି ଏକ ବିଶ୍ୱସ୍ତରୀୟ ସମ୍ମିଳନୀ ଆୟୋଜନ ହେବାକୁ ଯାଉଛି। ଆସନ୍ତା ଜୁନ ୩ରୁ ପୁରୀରେ ହେବ BRICS ଦ୍ୱିତୀୟ ବୈଷୟିକ ସମ୍ମିଳନୀ। ଏହି ସମ୍ମିଳନୀରେ…

୩ ଦିନ ହେବ ରାସ୍ତାରେ ପୂର୍ବମୁହାଁ ବସିଛନ୍ତି ବାପା: କାରଣ ଜାଣିଲେ ଆଖିରେ ଆସିଯିବ ଲୁହ

ଭୁବନେଶ୍ବର/ଜଗନ୍ନାଥପ୍ରସାଦ, ୨୧ା୫(ପ୍ରସନଜିତ୍‌ ସାହୁ)/ବିଭୁପ୍ରସାଦ ପଟ୍ଟନାୟକ):୭ ମାସ ତଳେ ନିଖୋଜ ହୋଇଥିବା ପୁଅକୁ ପାଇବାକୁ ଜଣେ ବାପା ଗଞ୍ଜାମରୁ ଭୁବନେଶ୍ୱର ଆସିଛନ୍ତି। ଜଣେ ବାବାଙ୍କ ପରାମର୍ଶକ୍ରମେ ବ୍ୟକ୍ତିଜଣକ ଖଣ୍ଡଗିରିସ୍ଥିତ…

ପଞ୍ଜାବରେ ଅଦିନିଆ ରଥଯାତ୍ରା ସ୍ଥଗିତ: ଶ୍ରୀମନ୍ଦିର ପ୍ରଶାସନର ହସ୍ତକ୍ଷେପ

ପୁରୀ,୨୧୫(ଅଜିତ୍‌ କୁମାର ମହାନ୍ତି):ପଞ୍ଜାବରେ ଅଦିନିଆ ରଥଯାତ୍ରା ଆୟୋଜନ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତତ୍ପରତା ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ପ୍ରଶାସନ ଚିଠି ଲେଖି…

ଶ୍ରୀଜିଉଙ୍କୁ ଦର୍ଶନ କଲେ ନୀତିନ ନବୀନ

ପୁରୀ,୧୮।୫(ଅଜିତ୍‌ କୁମାର ମହାନ୍ତି): ଶ୍ରୀକ୍ଷେତ୍ରରେ ଆଜି ଭକ୍ତିମୟ ପରିବେଶ ମଧ୍ୟରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି। ସେ ଶ୍ରୀମନ୍ଦିରକୁ ପହଞ୍ଚି ସିଂହଦ୍ୱାର ଦ୍ୱାରରେ…

ମୋ ପୁଅକୁ ବଞ୍ଚାଇଦିଅ….କାଳିଆ ଦୁଆରେ ମା’ବାପା

ପୁରୀ,୧୬ା୫(ଅଜିତ୍‌ କୁମାର ମହାନ୍ତି):ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଏକ ଭାବବିହ୍ବଳ ଦୃଶ୍ୟ ଦେଖିବାକୁ ମିଳିଛି, ଯାହା ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ମା’ବାପା ତାଙ୍କ ପୁଅର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri