କ୍ରିସ୍‌ମାସ ପାଇଁ ଶୁଭରଙ୍ଗ

ଡିସେମ୍ବର ୨୫କୁ ପ୍ରଭୁ ଯିଶୁଙ୍କ ଜନ୍ମଦିବସ ବା କ୍ରିସ୍‌ମାସ ଭାବେ ପାଳନ କରାଯାଇଥାଏ। ଇସାଇ ଧର୍ମାବଲମ୍ବୀମାନେ ବେଶ୍‌ ଉତ୍ସାହର ସହ ଏହିଦିନକୁ ପାଳନ କରିଥାଆନ୍ତି। ରଙ୍ଗ ବେରଙ୍ଗର ଆଲୋକରେ ଘର ସଜାଇବାଠାରୁ ଆରମ୍ଭ କରି ଉପହାର ଦେବାର ପ୍ରଥା ମଧ୍ୟ ରହିଛି। ଏହି ସମୟରେ ଖ୍ରୀଷ୍ଟିଆନ୍‌ ଧର୍ମାବଲମ୍ବୀ ଲୋକେ ଅଧିକ ପରିମାଣରେ ଲାଲ, ସବୁଜ ଓ ଗୋଲଡେନ୍‌ ବା ସୁନାରଙ୍ଗକୁ ବ୍ୟବହାର କରିଥାଆନ୍ତି। ସାନ୍ତା କ୍ଲଜ ବି କେବଳ ଲାଲ ରଙ୍ଗର ହୋଇଥିବା ସମସ୍ତେ ଦେଖିଥିବେ। ହେଲେ ଏହା ପଛରେ ମଧ୍ୟ କିଛି କାରଣ ରହିଛି।

ଲାଲ ରଙ୍ଗ: କ୍ରିସ୍‌ମାସରେ ଲାଲ ରଙ୍ଗକୁ ଅଧିକ ମହତ୍ୱ ଦିଆଯାଏ। ଶାନ୍ତା ଲାଲ ରଙ୍ଗର ପୋଷାକ ପିନ୍ଧି ଶାନ୍ତି ବାଣ୍ଟିଥାଏ ବୋଲି କୁହାଯାଏ। ଆହୁରି ମଧ୍ୟ ଲାଲକୁ ପ୍ରଭୁ ଯିଶୁଙ୍କ ରକ୍ତର ପ୍ରତୀକ ବୋଲି କୁହାଯାଏ। ଏହାଦ୍ୱାରା ଯିଶୁଙ୍କ ଉଦ୍ଦେଶ୍ୟରେ ପ୍ରେମ ଭାବ ଜାଗ୍ରତ ହୋଇଥାଏ ବୋଲି ଅନେକେ ମତ ଦିଅନ୍ତି।

ସବୁଜ ରଙ୍ଗ: ଇସାଇ ଧର୍ମରେ ସବୁଜ ରଙ୍ଗକୁ ପ୍ରଭୁ ଯିଶୁଙ୍କ ଶାଶ୍ୱତ ଜୀବନର ପ୍ରତୀକ ବୋଲି ଧରାଯାଏ। ଏହା ପ୍ରକୃତି ସହ ମଧ୍ୟ ଜଡିତ। ସେଥିପାଇଁ କ୍ରିସ୍‌ମାସ ଅବସରରେ ଏହି ରଙ୍ଗକୁ ବେଶି ମହତ୍ୱ ଦିଆଯାଇଥାଏ।

ଗୋଲଡେନ୍‌ କଲର ବା ସୁନା ରଙ୍ଗ: ଏହାକୁ ଉପହାରର ପ୍ରତୀକ ବୋଲି କୁହାଯାଏ। ଏହାକୁ କ୍ରିସ୍‌ମାସରେ ବ୍ୟବହାର କରିବାର ଅର୍ଥ ହେଉଛି ଖୁସି ବାଣ୍ଟିବା। ସେଥିପାଇଁ କ୍ରିସ୍‌ମାସ ଅବସରରେ ଏହି ରଙ୍ଗ ବ୍ୟବହାର କରି ଖୁସି ବଣ୍ଟାଯାଇଥାଏ ବୋଲି କୁହାଯାଏ।

ଶାନ୍ତା କ୍ଲଜ କୁହନ୍ତୁ ଅବା କ୍ରିସ୍‌ମାସ ଟ୍ରି। ଏହା ଖ୍ରୀଷ୍ଟଧର୍ମର ପରମ୍ପରା ଅନୁଯାୟୀ ପ୍ରସ୍ତୁତ କରାଯାଇଥାଏ। ତା’ସହ ସମସ୍ତଙ୍କୁ ମିଠା ଓ ଉପହାର ମଧ୍ୟ ଦିଆଯାଏ ଏହି କ୍ରିସ୍‌ମାସରେ।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ମଣ୍ଡିରୁ ଆସିଲା ଚିନ୍ତାଜନକ ଚିତ୍ର: ବିକ୍ରି ଧାନରୁ ବାହାରିଲାଣି ଗଜା, ଚାଷୀଙ୍କୁ ମିଳିନି ପ୍ରାପ୍ୟ; କଟନୀ-ଛଟନୀ…

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ଗତମାସ ୩୦ତାରିଖରୁ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ସରିଯାଇଛି। କିନ୍ତୁ ବିଭାଗୀୟ ଅବ୍ୟବସ୍ଥା ଯୋଗୁ ଏପର୍ଯ୍ୟନ୍ତ ଧାନ କିଣାବିକାରେ ଚାଷୀଙ୍କ ଦୁଃଖ…

ସିଂହ ରାଶିରେ ଶୁକ୍ରଙ୍କ ଗୋଚର: ଜୁଲାଇ ୪ରୁ ଚମକିବ ଏହି ୪ ରାଶିର ଭାଗ୍ୟ, ଧନଲାଭ ସହ ମିଳିବ ସୁଖ-ସମୃଦ୍ଧି

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ର ଗ୍ରହଙ୍କୁ ସୁଖ, ସମୃଦ୍ଧି, ପ୍ରେମ, ସୌନ୍ଦର୍ଯ୍ୟ ଓ ଭୌତିକ ସୁଖ-ସୁବିଧାର କାରକ ବୋଲି କୁହାଯାଏ। ଯେତେବେଳେ ବି ଶୁକ୍ର ନିଜର ରାଶି ପରିବର୍ତ୍ତନ…

ଗଜପତି ଜିଲା ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚାର ନୂଆ ଟିମ ଘୋଷିତ

ମୋହନା,୨।୭,( ମନ୍ମଥ ମିଶ୍ର ): ଭାରତୀୟ ଜନତା ପାର୍ଟିର ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କ ସୁପାରିଶ ଓ ଗଜପତି ଜିଲା ସଭାପତି ନବ କିଶୋର…

ଜୁଆ ଖେଳୁଥିବା ସମୟରେ ବାଲାଜୀ ରାଇସ ମିଲରେ ପୋଲିସର ଚଢ଼ାଉ

ରିଷିଡା, ୨।୭,(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ଅନ୍ତର୍ଗତ ଗଜବାହଲ ପଞ୍ଚାୟତ ସ୍ଥିତ ବାଲାଜୀ ରାଇସ ମିଲ ଭିତରେ ଗୁରୁବାର କୌଣସି ସୂତ୍ରରୁ ଖବର ପାଇ…

ଘରେ ପାଠ ପଢିବାକୁ କହିବାରୁ ରାଜି ନ ହୋଇ ଚରମ ପଦକ୍ଷେପ ନେଲେ ନାବାଳିକା

ଦାରିଙ୍ଗବାଡି, ୨।୭, (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଘଟିଯାଇଛି ବଡ଼ ଅଘଟଣ ଜଣେ ଯୁକ୍ତ ୨ ପଢୁଥିବା ଛାତ୍ରୀ ପାଠ ପଢିବାକୁ…

ଜାତୀୟ ରାଜପଥର ଫୁଟ୍‌ପାଥରୁ ଲୁହା ରେଲିଂ କାଟି ନେଇଗଲେ ଦୁର୍ବୃତ୍ତ, ଠିକାସଂସ୍ଥାର ପ୍ରକଳ୍ପ ଅଧିକାରୀ କହିଲେ…

ଦାରିଙ୍ଗବାଡ଼ି,୨ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଦେଇ ଯାଇଥିବା ଗୋପାଳପୁରଠାରୁ ରାଇପୁର ରାସ୍ତାର ସିମନବାଡ଼ି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ନିକଟରେ ରାଜପଥର ଫୁଟ୍‌ପାଥରେ ଲାଗିଥିବା ଲୁହା ରେଲିଂଗୁଡିକୁ…

ଜାପାନ ପ୍ରଧାନମନ୍ତ୍ରୀ ସାନାଏ ତାକାଇଚିଙ୍କୁ ‘ସାନ ଭଉଣୀ’ ବୋଲି କାହିଁକି କହିଲେ ପ୍ରଧାନମନ୍ତ୍ରୀ ମୋଦି? ଜାଣନ୍ତୁ ସମ୍ପୂର୍ଣ୍ଣ କାହାଣୀ

ନୂଆଦିଲ୍ଲୀ,୨।୭: ଭାରତ ଏବଂ ଜାପାନ ମଧ୍ୟରେ ସମ୍ପର୍କକୁ ଗୁରୁବାର ଏକ ଗଭୀର ବ୍ୟକ୍ତିଗତ ଏବଂ ଭାବପ୍ରବଣ ମୁହୂର୍ତ୍ତ ଭାବରେ ଚିହ୍ନିତ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଥର…

ଅଙ୍ଗନଓ୍ବାଡ଼ି ପାଚିକାଙ୍କୁ ରୋଷେଇ କରିବାକୁ ବିରୋଧ, ଅଭିଯୋଗ ଆଣି କହିଲେ ମୋ’ ହାତରୁ…

ଝାରବନ୍ଧ,୨ା୭(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ଅନର୍ଗତ ଦଓ୍ବୋନପାଲି ଗ୍ରାମରେ ଜାତିବାଦକୁ ନେଇ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଅଭିଯୋଗ ଅନୁଯାୟୀ, ଦଓ୍ବୋନପାଲି ଗ୍ରାମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri