ରାହୁ ଏବଂ କେତୁ ରାଶି ପରିବର୍ତ୍ତନରୁ ମେଷ, ମିଥୁନ ଏବଂ କନ୍ୟା ରାଶିର ଲୋକମାନଙ୍କୁ ଲାଭ ମିଳିପାରେ। ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଆଜି ଗୋଚର ପରେ ଏହି ରାଶିଗୁଡ଼ିକର ଭଲ ସମୟ ଆରମ୍ଭ ହୋଇପାରେ।
ରାହୁ ଗୋଚର ୨୦୨୬
ସ୍ପଷ୍ଟ ରାହୁ ଗ୍ରହର ରାଶି ପରିବର୍ତ୍ତନ ଆଜି ସଂଧ୍ୟାରେ ହେବାକୁ ଯାଉଛି। ଆଜି ୨୫ ନଭେମ୍ୱର ସଂଧ୍ୟା ୪ଟା ୩୪ ମିନିଟରେ ରାହୁ ଗ୍ରହ କୁମ୍ଭ ରାଶିରୁ ମକର ରାଶିରେ ପ୍ରବେଶ କରିବେ। ଏହି ଗୋଚରର ପ୍ରଭାବ ରାଶିଗୁଡ଼ିକ ଉପରେ ଦେଖିବାକୁ ମିଳିବ।
କେତୁ ଗୋଚର ୨୦୨୬
କେତୁ ଗ୍ରହର ରାଶି ପରିବର୍ତ୍ତନ ଆଜି ୨୫ ନଭେମ୍ୱର ସନ୍ଧ୍ୟା ୪ଟା ୩୪ ମିନିଟରେ ହେବ। କେତୁ ଗ୍ରହ ସିଂହ ରାଶିରୁ କର୍କଟ ରାଶିରେ ପ୍ରବେଶ କରିବେ। ସୂଚନାଯୋଗ୍ୟ ଯେ, ରାହୁ ଏବଂ କେତୁ ସର୍ୱଦା ଓଲଟା ଚାଲି (ବକ୍ରୀ ଗତି) କରନ୍ତି।
ମେଷ ରାଶି
ରାହୁ-କେତୁଙ୍କ ଗୋଚର ମେଷ ରାଶିର ଜୀବନରେ ସକାରାତ୍ମକତା ଆଣିବ। ପରିବାର ସହିତ ସମୟ ବିତାଇ ପାରିବେ। ସମ୍ପର୍କ ସୁଦୃଢ଼ ହେବ। କାର୍ଯ୍ୟକ୍ଷେତ୍ରରେ ବରିଷ୍ଠ ଅଧିକାରୀମାନଙ୍କ ସହଯୋଗ ମିଳିବ। ଆପଣମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ହେବ।
ମିଥୁନ ରାଶି
ମିଥୁନ ରାଶିର ଲୋକମାନେ ଆର୍ଥିକ କ୍ଷେତ୍ରରେ ଉନ୍ନତି କରିବେ। ଆପଣମାନଙ୍କୁ ଦୀର୍ଘ ଦିନ ଧରି ଅଟକି ରହିଥିବା ଟଙ୍କା ଫେରସ୍ତ ମିଳିପାରେ। ନିବେଶ କରିବା ପାଇଁ ସମୟ ଭଲ ରହିବ। ରାହୁ-କେତୁ ଗୋଚରରୁ ଶୁଭ ଫଳାଫଳ ମିଳିବ। ଜୀବନରେ ସୁଖ-ସମୃଦ୍ଧିର ଆଗମନ ହେବ।
କନ୍ୟା ରାଶି
କନ୍ୟା ରାଶିର ଲୋକମାନଙ୍କୁ ରାହୁ-କେତୁ ଗ୍ରହଙ୍କ ରାଶି ପରିବର୍ତ୍ତନ ଦ୍ୱାରା ଲାଭ ମିଳିପାରେ। କ୍ୟାରିୟରରେ ଉନ୍ନତିର ଯୋଗ ରହିଛି। ଆର୍ଥିକ ସ୍ଥିତିରେ ସୁଧାର ଦେଖିବାକୁ ମିଳିବ। ଚାକିରି ଖୋଜୁଥିବା ଲୋକମାନଙ୍କୁ ସଫଳତା ମିଳିପାରେ।

