ଉଜୁଡ଼ି ଯାଇଛି ଫସଲ, ଭାଙ୍ଗିଛି ଚାଷୀଙ୍କ ମେରୁଦଣ୍ଡ, କୃଷି ଋଣ ଛାଡ଼ ସହ ସ୍ୱତନ୍ତ୍ର ପ୍ୟାକେଜ୍‌ ଦାବି କଲା ବିଜେଡି

ଛତ୍ରପୁର,୨୫ା୧୧(ଦିଲ୍ଲୀପ ସାମଲ): ସମ୍ପ୍ରତି ହୋଇଥିବା ବାତ୍ୟା, ପ୍ରବଳ ବର୍ଷା ଓ ଭୟଙ୍କର ବନ୍ୟା ଯୋଗୁ ଗଞ୍ଜାମ ଜିଲାରେ କୃଷି ଓ ଜୀବିକା କ୍ଷେତ୍ରରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏହାର ତୁରନ୍ତ ପ୍ରତିକାର ଦାବି କରି ଗଞ୍ଜାମ ଜିଲା ବିଜୁ ଜନତା ଦଳ ପକ୍ଷରୁ ଜିଲାପାଳଙ୍କ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ୧୫ ଦଫା ଦାବିପତ୍ର ପ୍ରଦାନ କରାଯାଇଛି। ଜିଲାରେ ଚାଷଜମି ଜଳମଗ୍ନ ହେବା ସହ ଧାନ ଓ ପନିପରିବା ଚାଷ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଛି, ଯାହା ହଜାର ହଜାର ଚାଷୀଙ୍କ ମେରୁଦଣ୍ଡକୁ ଭାଙ୍ଗି ଦେଇଛି।

ସେହିପରି ଏହି ମନୁଷ୍ୟକୃତ ବନ୍ୟାରୁ ଛୋଟ ବ୍ୟବସାୟୀ ଓ ଉଠା ଦୋକାନୀମାନେ ମଧ୍ୟ ବର୍ତ୍ତମାନ ସୁଦ୍ଧା ମୁକୁଳି ପାରିନାହାନ୍ତି। ଗତ ନଭେମ୍ବର ୭ରେ ବିଜେଡି ସଭାପତି ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ପ୍ରଭାବିତ ଅଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ଆଲୋଚନା କରିବା ସହ ତୁରନ୍ତ ରିଲିଫ ଓ ପୁନରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଥିଲେ। ଦାବିପତ୍ରରେ ମୁଖ୍ୟତଃ ସମ୍ପୂର୍ଣ୍ଣ ଫସଲ ନଷ୍ଟ ହୋଇଥିବା ଚାଷୀଙ୍କ କୃଷି ଋଣ ଛାଡ଼, ନିର୍ଦ୍ଦିଷ୍ଟ ସମୟରେ ଫସଲ ବୀମା ଫଏସଲା ଏବଂ ଏସ୍‌ଡିଆରଏଫ୍‌ ନିୟମାବଳୀ ବ୍ୟତୀତ ସ୍ବତନ୍ତ୍ର ଆର୍ଥିକ ପ୍ୟାକେଜ ପ୍ରଦାନ କରିବାକୁ ଦାବି କରାଯାଇଛି। କ୍ଷତିପୂରଣ ମାପଦଣ୍ଡ ବୃଦ୍ଧି କରି ଅଣଜଳସେଚିତ ଜମି ପାଇଁ ହେକ୍ଟର ପିଛା ୨୦ ହଜାର, ଜଳସେଚିତ ପାଇଁ ୩୦ ହଜାର ଏବଂ ବାର୍ଷିକ ଫସଲ ପାଇଁ ୪୦ ହଜାର ଟଙ୍କା ସହାୟତା ଦେବାକୁ କୁହାଯାଇଛି। ସେହିପରି ସମ୍ପୂର୍ଣ୍ଣ ଭାଙ୍ଗିଥିବା ଘର ପିଛା ୫ ଲକ୍ଷ ଓ ଆଂଶିକ କ୍ଷତିଗ୍ରସ୍ତ ଘର ପିଛା ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି ହୋଇଛି। ଏହା ବ୍ୟତୀତ ରବି ଚାଷ ପାଇଁ ବିହନ, ସାର ଓ କୃଷି ଉପକରଣ ଯୋଗାଣ, ବିଦ୍ୟୁତ୍‌ ଭିତ୍ତିଭୂମି ଓ ସଡ଼କ ମରାମତି ସହ ବିଦ୍ୟୁତ୍‌ ବିଲ୍‌ ଛାଡ଼, ମଣ୍ଡିରେ ଧାନ ବିକ୍ରି ପାଇଁ ଏଫ୍‌ଏକ୍ୟୁ ମାନକରେ ଶିଥିଳତା, ଆଖୁ ଓ ପନିପରିବା ଚାଷୀଙ୍କୁ ସହାୟତା, ସବ୍‌ସିଡିରେ ଆଧୁନିକ କୃଷି ଯନ୍ତ୍ରପାତି ଏବଂ ଛୋଟ ବ୍ୟବସାୟୀଙ୍କୁ କ୍ଷତିପୂରଣ ଦେବାକୁ ଦାବି କରାଯାଇଛି।

ଏଥିସହ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଘୋଡ଼ାହାଡ଼ ଓ ଋଷିକୁଲ୍ୟା ନଦୀବନ୍ଧ ଦୃଢ଼ୀକରଣ, ନଦୀ ଓ ନାଳର ପୁନରୁଦ୍ଧାର ଏବଂ ପ୍ରଭାବିତ ଦିନମଜୁରିଆ ଓ ଶ୍ରମିକମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଦଳ ଅନୁରୋଧ କରିଛି। ଜିଲାବାସୀଙ୍କ ସ୍ବାର୍ଥ ରକ୍ଷା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଜିଲା ବିଜେଡି ସଭାପତି ବିକ୍ରମ କୁମାର ପଣ୍ଡାଙ୍କ ସମେତ ପୂର୍ବତନ ଏମ୍‌ପି ଚନ୍ଦ୍ର ଶେଖର ସାହୁ, ପୂର୍ବତନ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ,ପୂର୍ବତନ ବିଧାୟକ ସୁବାସ ବେହେରା, ଅଞ୍ଜଳି ସ୍ବାଇଁ, ମେୟର ସଂଘମିତ୍ରା ଦଳେଇ, ଇ. ବିବେକ ରେଡ୍ଡୀ, ସୁବାସ ଚନ୍ଦ୍ର ମହାରଣା, ଏମ୍‌. ସୁଜାତା ପାତ୍ର, ଶ୍ୱେତା ପ୍ରଜ୍ଞା ପଟ୍ଟନାୟକ ଓ ଅନ୍ୟାନ୍ୟ ନେତୃବୃନ୍ଦ ଦାବିପତ୍ରରେ ସ୍ବାକ୍ଷର କରି ନିବେଦନ କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

‘ଡିସେମ୍ବର ୧୬ ସୁଦ୍ଧା ବାଂଲାଦେଶକୁ କବ୍‌ଜା କରିବୁ’, ଭାଜପା ମନ୍ତ୍ରୀଙ୍କ ବୟାନକୁ ନେଇ ହଇଚଇ

କୋଲକାତା,୨୫।୧୧: ବାଂଲାଦେଶକୁ ନେଇ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି ପଶ୍ଚିମବଙ୍ଗ ଭାଜପା ସରକାରର ପରିବହନ ମନ୍ତ୍ରୀ ଅର୍ଜୁନ ସିଂ । ୨୦୨୬ ଡିସେମ୍ବର ୧୬ ତାରିଖରେ…

ନିର୍ବାଚିତ ବିଧାୟକମାନେ ସ୍ଥିର କରିବେ ମୁଖ୍ୟମନ୍ତ୍ରୀ କିଏ ହେବ, କେଶ ମୌର୍ଯ୍ୟଙ୍କ ବୟାନକୁ ନେଇ ରାଜନୀତି ହେଲାଣି ସରଗରମ

ଲକ୍ଷ୍ନୌ,୨୫।୧୧: ଉତ୍ତର ପ୍ରଦେଶରେ ରାଜନୈତିକ ଉଷ୍ମତା ଚରମ ସୀମାରେ ପହଞ୍ଚିଛି ଏବଂ ଆଗାମୀ ବିଧାନସଭା ନିର୍ବାଚନକୁ ନେଇ ବୟାନବାଜି ତୀବ୍ର ହେବାରେ ଲାଗିଛି। ବୁଧବାର ଉତ୍ତର ପ୍ରଦେଶର…

ଏହି ୬ ଭାରତୀୟ କ୍ରିକେଟର୍‌ଙ୍କ ଗୁରୁ ହେଉଛନ୍ତି ଯୁବରାଜ, ଗିଲ୍‌ଙ୍କଠୁ ବୈଭବ… ତାଲିକାରେ କିଏ କିଏ?

ନୂଆଦିଲ୍ଲୀ,୨୫।୧୧: ୨୦୧୧ ବିଶ୍ୱକପ୍‌ ବିଜୟର ଅନ୍ୟତମ ନାୟକ ତଥା ପୂର୍ବତନ ଭାରତୀୟ କ୍ରିକେଟ୍‌ ତାରକା ଯୁବରାଜ ସିଂହ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ନ୍ୟାସ ନେବା ପରେ ମଧ୍ୟ ଭାରତୀୟ…

ମଞ୍ଚରେ ଅଭିନୟବେଳେ ଟଳିପଡ଼ିଲେ ହନୁମାନ କଳାକାର ମିଥୁନ, ଲୁହରେ ଭିଜିଲା ପୂରା ଗାଁ…

ଦିଗପହଣ୍ଡି,୨୫ା୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଉଡ଼ିଆ ଗ୍ରାମର ଲୋକପ୍ରିୟ ମଞ୍ଚ କଳାକାର ମିଥୁନ ପ୍ରଧାନ (୩୫)ଙ୍କର ମଙ୍ଗଳବାର ରାତିରେ ହୃଦ୍‌ଘାତରେ ପରଲୋକ ହୋଇଛି।…

ଆଜି ସ୍ପଷ୍ଟ ରାହୁ-କେତୁ ଗୋଚର: ୩ ରାଶି ଭାରି ଭାଗ୍ୟଶାଳୀ, ଖୋଲିଲା ଧନଲାଭ ଯୋଗ!

ରାହୁ ଏବଂ କେତୁ ରାଶି ପରିବର୍ତ୍ତନରୁ ମେଷ, ମିଥୁନ ଏବଂ କନ୍ୟା ରାଶିର ଲୋକମାନଙ୍କୁ ଲାଭ ମିଳିପାରେ। ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଆଜି ଗୋଚର ପରେ…

ଲିଙ୍ଗଭିତ୍ତିକ ହିଂସା ନିରୋଧ ଅଭିଯାନ, ମହିଳାଙ୍କ ସୁରକ୍ଷା ପାଇଁ ସାମୂହିକ ସଂକଳ୍ପ

ଛତ୍ରପୁର,୨୫ା୧୧(ଦିଲ୍ଲୀପ ସାମଲ): ମହିଳାଙ୍କ ପ୍ରତି ହିଂସା ନିରୋଧ ଅନ୍ତର୍ଜାତୀୟ ଦିବସ ଅବସରରେ ଗଞ୍ଜାମ ଜିଲାରେ ଲିଙ୍ଗଭିତ୍ତିକ ହିଂସା ନିରୋଧ ୧୬ ଦିନିଆ ସଚେତନତା ଅଭିଯାନର ଶୁଭାରମ୍ଭ ହୋଇଛି।…

୨୮ ଛକା ମାରି ରେକର୍ଡ କଲେ ବୈଭବ ସୂର୍ଯ୍ୟବଂଶୀ, ବଡ଼ ରାଜ୍ ଖୋଲିଲେ ମେଣ୍ଟର

ନୂଆଦିଲ୍ଲୀ,୨୫।୧୧: ଏସିଆ କପ୍‌ ରାଇଜିଂ ଷ୍ଟାର୍ସରେ ୟୁଏଇ ବିପକ୍ଷ ମ୍ୟାଚ୍‌ରେ ରେକର୍ଡଭରା ପାଳି ଖେଳି ଚର୍ଚ୍ଚାକୁ ଆସିଛନ୍ତି ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ । ମାତ୍ର ୫୩ଟି…

ଦିନ ଦ୍ୱିପ୍ରହରରେ କୋର୍ଟ ବାହାରେ ଯୁବକଙ୍କୁ ହତ୍ୟା: ହାଜର ହେବାକୁ ଆସିଥିବା ବେଳେ ଫୁଟିଲା ଗୁଳି

ପୁଣେ,୨୫।୧୧: ମହାରାଷ୍ଟ୍ରର ପୁଣେରେ ବୁଧବାର ଅପରାହ୍ନରେ ଏକ ଭୟଙ୍କର ଘଟଣା ଘଟିଯାଇଛି। ଏକ ହତ୍ୟା ମାମଲାର ଅଭିଯୁକ୍ତ ଜଣେ ବ୍ୟକ୍ତି ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ କୋର୍ଟକୁ ଆସୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?