ଖୋଲିବ ଅନୁପ ସାଏଙ୍କ ପରକୀୟା ପାପର ପେଡ଼ି : ତଦନ୍ତ ପାଇଁ ଆସିବ ଛତିଶଗଡ଼ ପୋଲିସ

ଭୁବନେଶ୍ୱର, ୧୬ା୨ (ବ୍ୟୁରୋ): ଝାରସୁଗୁଡା ଜିଲା ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କ ପରକୀୟା ପାପର ପେଡ଼ି ଖୋଲିବାକୁ ଓଡ଼ିଶା ଆସିବ ଛତିଶଗଡ଼ ପୋଲିସ। ଛତିଶଗଡ଼ରେ ମା’ ଓ ଝିଅଙ୍କୁ ହତ୍ୟା ପାଇଁ ଓଡ଼ିଶାରେ ହୋଇଥିବା ବ୍ଲୁ-ପ୍ରିଣ୍ଟ ପଛରେ ଲୁଚି ରହିଥିବା ଆଉ କିଛି ରହସ୍ୟ ଖୋଜିବ ପୋଲିସ ଟିମ୍‌। ଏଥିସହ ହତ୍ୟାକାଣ୍ଡ ସହ ଜଡିତ ସମସ୍ତ ଘଟଣା ଓ ସ୍ଥାନକୁ ନେଇ ମଧ୍ୟ ଖୋଳତାଡ଼ ହେବ। ତଦନ୍ତ ପାଇଁ ପର୍ଯ୍ୟାୟକ୍ରମେ ୩ ସ୍ବତନ୍ତ୍ର ଟିମ୍‌ ଓଡ଼ିଶା ଆସି ବିଭିନ୍ନ ସ୍ଥାନରେ ଚଢ଼ାଉ କରିବା ସହ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଧରିବ। ରାୟଗଡ଼ ଏସ୍‌ପି ସନ୍ତୋଷ ସିଂଙ୍କ ସୂଚନା ମୁତାବକ, ଭୁବନେଶ୍ୱର ସୁନ୍ଦରପଦାରେ ଥିବା ଅନୁପଙ୍କ ଫ୍ଲାଟରେ ମଧ୍ୟ ଛାନ୍‌ଭିନ୍‌ କରିବ ଛତିଶଗଡ଼ ପୋଲିସ। ମୃତ ମହିଳା ବ୍ରଜରାଜନଗରର କଳ୍ପନା ଦାଶ (୩୨)ଙ୍କୁ ରଖିବା ପାଇଁ ୨୦୧୧ରେ ଅନୁପ ଉକ୍ତ ଜମିକୁ ନିଜ ସ୍ତ୍ରୀଙ୍କ ନାମରେ କିଣି ସେଠାରେ ଫ୍ଲାଟ ତିଆରି କରିଥିଲେ। ପରବର୍ତ୍ତୀ ସମୟରେ ସେ ଫ୍ଲାଟରେ କଳ୍ପନାଙ୍କ ସହ ସମୟ ବିତାଉଥିଲେ। ଏପରି କି ବିଧାୟକ ଥିବାବେଳେ ସେ ଅଧିକାଂଶ ସମୟରେ ସେହି ଘରେ ରହୁଥିଲେ। ନିକଟରେ ଥିବା ଏକ ସ୍କୁଲରେ କଳ୍ପନାଙ୍କ ଝିଅ ବବ୍‌ଲିର ନାମ ଲେଖାଇବାବେଳେ ଅନୁପ ଅଭିଭାବକ ଭାବେ ଉଲ୍ଲେଖ କରିଥିଲେ। ହେଲେ କଳ୍ପନା ତାଙ୍କୁ ବିବାହ କରିବା ସହ ଉକ୍ତ ଫ୍ଲାଟକୁ ତାଙ୍କ ନାମରେ କରିବା ପାଇଁ ଅନୁପଙ୍କୁ କହିଥିଲେ। ନିଜର ସ୍ତ୍ରୀ ଓ ପିଲା ଥିବାରୁ ଅନୁପ ଏଥିରେ ରାଜି ହୋଇ ନ ଥିଲେ। ଏହା ଆଗକୁ ତାଙ୍କ ରାଜନୈତିକ କ୍ୟାରିୟର ପାଇଁ ବିପଦ ଆଣିବ ବୋଲି ଆଶଙ୍କା କରି ଅନୁପ ଉଭୟ ମା’ ଓ ଝିଅଙ୍କୁ ରାସ୍ତାରୁ ହଟାଇବା ପାଇଁ ଉକ୍ତ ଫ୍ଲାଟରୁ ହିଁ ଯୋଜନା କରିଥିଲେ। ତେଣୁ ଛତିଶଗଡ଼ ପୋଲିସ ଭୁବନେଶ୍ୱର ଆସି ଉକ୍ତ ଫ୍ଲାଟକୁ ଯିବ। ଆଖପାଖରେ ରହୁଥିବା ଲୋକଙ୍କୁ ପଚରାଉଚରା କରିବ। ଝିଅ ପଢ଼ୁଥିବା ସ୍କୁଲକୁ ଯାଇ ମଧ୍ୟ ଖୋଳତାଡ଼ କରିବ। ତେବେ ଛତିଶଗଡ଼ ପୋଲିସ ଟିମ୍‌କୁ କମିଶନରେଟ ପୋଲିସ ସମସ୍ତ ସହଯୋଗ କରିବ ବୋଲି ସୂଚନା ମିଳିଛି। ଅନ୍ୟପକ୍ଷରେ ଏହି ପରକୀୟା ପ୍ରୀତିକୁ ଲୁଚାଇବାକୁ ଯାଇ ଅନୁପ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟାଇଥିଲେ। କଳ୍ପନା ଓ ତାଙ୍କ ନାବାଳିକା ଝିଅଙ୍କୁ ଲୁହାରଡ଼ରେ ନିର୍ମମଭାବେ ହତ୍ୟାକରିବା ପରେ ଛତିଶଗଡ଼ର ରାୟଗଡ଼ ଜିଲା ଚକ୍ରଧରନଗର ଥାନା ଅନ୍ତର୍ଗତ ହମିରପୁର ଜଙ୍ଗଲ ରାସ୍ତାରେ ପକାଇ ଦେଇଥିଲେ। ଏହାପରେ ପରିଚୟ ଜଣା ନ ପଡ଼ିବା ପାଇଁ ଅନୁପଙ୍କ ନିର୍ଦ୍ଦେଶରେ ତାଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋ ଦୁଇ ମୃତଦେହ ଉପରେ ଗାଡ଼ି ଚଢ଼ାଇ ଦେଇଥିଲେ। ଶନିବାର ଡ୍ରାଇଭର ଟପ୍ପୋଙ୍କୁ ଗିରଫ କରିବା ପରେ ହତ୍ୟାରେ ବ୍ୟବହୃତ ଗାଡ଼ି ଓ ଲୁହାରଡ୍‌ ଜବତ ପାଇଁ ଛତିଶଗଡ଼ ପୋଲିସ ଉଦ୍ୟମ ଆରମ୍ଭ କରିଛି। ଏଥିସହ ଦୁଇ ଅଭିଯୁକ୍ତଙ୍କୁ ଯେପରି ଉପଯୁକ୍ତ ଦଣ୍ଡ ମିଳିବ ସେଥିପାଇଁ ଆଉକିଛି ପ୍ରମାଣ ନିହାତି ଆବଶ୍ୟକ। ଓଡ଼ିଶା ଆସିଲେ ଏସବୁ ପ୍ରମାଣ ପାଇବାକୁ ଲକ୍ଷ୍ୟ ରଖିଛି ଛତିଶଗଡ଼ ପୋଲିସ ଟିମ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଦଳରେ ମିଶୁମିଶୁ ମିଳିଗଲା ଟିକେଟ

ଭୁବନେଶ୍ୱର,୧୨।୪: ଭାଜପା ମଙ୍ଗଳବାର ୨୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ କୋରାପୁଟ ଜିଲା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ପାଇଁ ପୂର୍ବତନ ବିଧାୟକ କୈଳାଶ...

ଏଥର ବି ଝୁଲି ରହିଲା କଟକର ୨ ଆସନ

ଭୁବନେଶ୍ୱର,୧୬।୪: ଓଡ଼ିଶାରେ ହେବାକୁ ଥିବା ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ଭାରତୀୟ ଜନତା ପାର୍ଟି (ଭାଜପା)। ଏଥର...

ଭାଜପା ପ୍ରାର୍ଥୀ ତାଲିକାରେ ଆଉ ୨୧ ଜଣଙ୍କ ନାଁ: ୨ଟି ସ୍ଥାନରେ ବଦଳିଲେ ପ୍ରାର୍ଥୀ

ଭୁବନେଶ୍ୱର,୧୬।୪: ମଙ୍ଗଳବାର ଭାଜପା ଆଉ ୨୧ ବିଧାନସଭା ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏଥିରେ ୨ ବିଧାନସଭା ପ୍ରାର୍ଥୀଙ୍କୁ ଭାଜପା ବଦଳାଇଛି। ରଣପୁର ଏବଂ ପଟାଙ୍ଗୀ...

ଭାଜପା ପ୍ରାର୍ଥୀ ତାଲିକା: ରାଉଲକେଲାରୁ ଲଢିବେ ଦିଲ୍ଲୀପ ରାୟ

କରିଛି। ରାଉଲକେଲାରୁ ଭାଜପା ଦିଲ୍ଲୀପ ରାୟଙ୍କୁ ଟିକେଟ୍‌ ଦେଇଛି। ଦିଲ୍ଲୀପ ରାୟ ଭାଜପାରୁ ପ୍ରାର୍ଥୀ ହୋଇଥିବା ବେଳେ ବିଜେଡି ସାରଦା ପ୍ରସାଦ ନାୟକଙ୍କୁ ଟିକେଟ୍‌ ଦେଇଛି।...

ଘୋଷଣା ହେଲା ଭାଜପା ବିଧାନସଭା ପ୍ରାର୍ଥୀ ତାଲିକା, ଜାଣନ୍ତୁ କେଉଁଠୁ କିଏ ପାଇଲେ ଟିକେଟ୍‌

ଭୁବନେଶ୍ୱର,୧୬।୪: ମଙ୍ଗଳବାର ଭାଜପା ଆଉ ୨୧ ବିଧାନସଭା ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ରାଉଲକେଲାରୁ ପ୍ରାର୍ଥୀ ହୋଇଛନ୍ତି ଦିଲ୍ଲୀପ ରାୟ। ସେହିପରି ପାଟଣାରୁ ଅଖିଲ ଚନ୍ଦ୍ର...

ଯାଜପୁର ବସ୍‌ ଦୁର୍ଘଟଣାର କାରଣ ଜଣାପଡିଲା: ଏମିତି ହୋଇଥିଲା ଦୁର୍ଘଟଣା

ଭୁବନେଶ୍ୱର,୧୫ା୪: ଯାଜପୁର ଜିଲା ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥର ବାରବାଟୀ ଛକ ନିକଟ ଓଭରବ୍ରିଜ୍‌ରୁ ‘କାଳିଆନନା’ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍‌...

ମରୀଚି କୁଣ୍ଡ ପାଣି ନିଲାମ: ଏତିକି ଟଙ୍କା ଦେଇ ପ୍ରଥମ ଗରାପାଣି କିଣିଲେ ଏହି ମହିଳା

ପୁରୁଣା ଭୁବନେଶ୍ୱର,୧୬ା୪(ସୁବାସ ଚନ୍ଦ୍ର ପ୍ରଧାନ):ରୁକୁଣା ରଥ ପ୍ରତିଷ୍ଠା ପାଇଁ ମୁକ୍ତେଶ୍ୱର ମନ୍ଦିର ପରିସରରେ ଥିବା ମରୀଚି କୁଣ୍ଡରୁ ପାଣି ଆସିଥିଲା। ସୋମବାର ବିଳମ୍ବିତ ରାତିରେ ଏହି...

ସିଝୁଛି ସାରା ଓଡ଼ିଶା: ସକାଳ ୮ ସୁଦ୍ଧା ତାପମାତ୍ରା ୩୪ ପାର୍‌

ଭୁବନେଶ୍ୱର,୧୬।୪(ଅସମାପିକା ସାହୁ): ଦିନକୁ ଦିନ ବଢ଼ିବାରେ ଲାଗିଛି ତାପମାତ୍ରା। ଗରମ ସହ ଗୁଳୁଗୁଳିରେ ଲୋକେ ଛଟପଟ ହେଉଥିବାବେଳେ ସିଝୁଛି ସାରା ଓଡ଼ିଶା। ସକାଳ ୮ଟା ପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri