ଖୋର୍ଦ୍ଧା ଅଞ୍ଚଳରେ ପଥର ଚୋରା ଚାଲାଣ ଅଭିଯୁକ୍ତ ନିତୁ ମାନସିଂ ଗିରଫ

ଭୁବନେଶ୍ୱର,୯।୭(ବ୍ୟୁରୋ): ଖୋର୍ଦ୍ଧାରେ ଖଣି ମାଫିଆଙ୍କ ରାଜୁତି ଚାଲିଛି। ସେଠାକାର ପଥର ଖାଦାନଗୁଡ଼ିକ ଉପରେ ସେମାନଙ୍କ ଲୋଲୁପ ନଜର ପଡ଼ିଛି। ରାତାରାତି କୋଟି କୋଟି ଟଙ୍କା ରୋଜଗାର କରିବା ଲକ୍ଷ୍ୟରେ ସେମାନେ ଖଣିରୁ ପଥର ଖୋଳି ଚୋରା ଚାଲାଣ କରୁଛନ୍ତି। ଏ କଥା ସ୍ଥାନୀୟ ପ୍ରଶାସନ ଓ ପୋଲିସ ଜାଣିଥିଲେ ବି ଚୁପ୍‌ ରହୁଛନ୍ତି। ଅଞ୍ଚଳବାସୀ ମଧ୍ୟ ମୁହଁ ଖୋଲୁନାହାନ୍ତି। କାରଣ ଖଣି ମାଫିଆମାନଙ୍କ ପଛରେ ବଡ ବଡ ଗ୍ୟାଙ୍ଗଷ୍ଟର ଓ ନେତାଙ୍କ ହାତ ରହିଛି। କେହି ବିରୋଧ କଲେ ଡରାଇ ଧମକାଇ ତାଙ୍କ ମୁହଁଙ୍କୁ ବନ୍ଦ କରି ଦିଆଯାଉଛି। ପ୍ରଶାସନ ଓ ମାଫିଆମାନଙ୍କ ମଧୁଚନ୍ଦ୍ରିକାରେ ଏଭଳି କାରବାର ଚାଲୁଥିବା ଅଭିଯୋଗ ହେଉଛି। ତେବେ ଏହି ଖଣିମାଫିଆଙ୍କୁ ସାବାଡ଼ କରିବା ପାଇଁ ଏବେ ଏସ୍‌ଟିଏଫ୍‌ ଅଣ୍ଟା ଭିଡ଼ିଛି। ସୋମବାର ଏସ୍‌ଟିଏଫ୍‌ ଖୋର୍ଦ୍ଧା ବୋଲଗଡ଼ରୁ ବହୁ ଅପରାଧିକ ମାମଲାର ଅଭିଯୁକ୍ତ ନିତୁ ମାନସିଂଙ୍କୁ ଗିରଫ କରିଛି। ତାଙ୍କ ଘର ଖୋର୍ଦ୍ଧା ସଦର ଥାନା ଅଞ୍ଚଳରେ। ତାଙ୍କୁ ଏସଟିଏଫ୍‌ କାର୍ଯ୍ୟାଳୟକୁ ଅଣାଯାଇ ପଚରାଉଚରା କରାଯିବା ପରେ ଖୋର୍ଦ୍ଧା ସଦର ଥାନାକୁ ହସ୍ତାନ୍ତର କରାଯାଇଛି। ଏ ନେଇ ଖୋର୍ଦ୍ଧା ଥାନାରେ ଏକ ମାମଲା ରୁଜୁ ହୋଇଥିବାବେଳେ ନିତୁଙ୍କୁ କୋର୍ଟଚାଲାଣ କରାଯାଇଛି। ତାଙ୍କ ନାମରେ ଗୁଳିମାଡ଼, ବୋମାମାଡ଼ ଭଳି ସଙ୍ଗିନ ଅଭିଯୋଗ ରହିଛି। ତାଙ୍କ ଭାଇ ଜିତୁ ମାନସିଂଙ୍କ ନାମରେ ଅଭିଯୋଗ ଥିଲେ ମଧ୍ୟ ସେ ଫେରାର ଅଛନ୍ତି। ତାଙ୍କୁ ଧରିବା ପାଇଁ ଏସ୍‌ଟିଏଫ୍‌ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି।
ସୂଚନା ଅନୁଯାୟୀ, କିଛିଦିନ ତଳେ ୩ଜଣଙ୍କୁ ଏସ୍‌ଟିଏଫ୍‌ ଗିରଫ କରିଥିଲା। ଖଣିରେ ସେମାନେ ଶ୍ରମିକଙ୍କ କାର୍ଯ୍ୟ ତଦାରଖ କରୁଥିଲେ। ସେମାନଙ୍କୁ ପଚରାଉଚରା ଓ ତଦନ୍ତ ବେଳେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଛି ଏସ୍‌ଟିଏଫ୍‌। ଖୋର୍ଦ୍ଧା ଅଞ୍ଚଳରେ ଥିବା ଅନେକ ପଥର ଖଣିକୁ ଏକାଧିକ ଗ୍ୟାଙ୍ଗଷ୍ଟର ନିଜ କବ୍‌ଜାରେ ରଖିଛନ୍ତି। ସେମାନଙ୍କ ପଛରେ ଜଣେ ଲେଡି ଗ୍ୟାଙ୍ଗଷ୍ଟରଙ୍କ ହାତ ରହିଛି। ତାଙ୍କ ଇସାରାରେ ପଥର ଚୋରା ଚାଲାଣ କରାଯାଉଛି। ତାଙ୍କୁ ସ୍ଥାନୀୟ ନେତାଙ୍କ ସମର୍ଥନ ମିଳୁଥିବା କୁହାଯାଉଛି। ଏହି ଲେଡି ଗ୍ୟାଙ୍ଗଷ୍ଟର ଜଣକ କିଏ ଏବଂ କେଉଁମାନେ ତାଙ୍କ ସହ ସମ୍ପୃକ୍ତ ସେନେଇ ଏସ୍‌ଟିଏଫ୍‌ ତଦନ୍ତ ଚଳାଇଛି। ଏଥିସହ ଖଣିମାଫିଆମାନଙ୍କର ଏକ ତାଲିକା ପ୍ରସ୍ତୁତ କରିଛି। ଗିରଫ ହୋଇଥିବା ନିତୁ ସେହି ଲେଡି ଡନ୍‌ଙ୍କ ଇସାରାରେ କାମ କରୁଥିଲେ ବୋଲି ଜଣାପଡ଼ିଛି। ନିତୁ ଶ୍ରମିକମାନଙ୍କ ଦ୍ୱାରା ରାତିରେ ଖାଦାନରେ ବିସ୍ଫୋରଣ ଘଟାଇବା ପରେ ଜେସିିିବି ଓ ଟ୍ରକ ଦ୍ୱାରା ପଥର ଚାଲାଣ କରୁଥିଲେ। ଏଥିରୁ ଯେଉଁ ମୋଟା ଅଙ୍କର ଅର୍ଥ ଆସିଥାଏ ସେଥିରୁ ଲେଡି ଡନ୍‌ଙ୍କର କେବଳ ୫୦ ପ୍ରତିଶତ ଏବଂ ଅନ୍ୟମାନଙ୍କର ୫୦ ପ୍ରତିଶତ ଭାଗ ରହେ। ସମ୍ପୃକ୍ତ ଲେଡି ଡନ୍‌ ତଥା ମାଷ୍ଟରମାଇଣ୍ଡ ଏବଂ ତାଙ୍କ ସହଯୋଗୀମାନଙ୍କୁ ଧରିବାକୁ ଏସ୍‌ଟିଏଫ୍‌ ଜୋରଦାର ଉଦ୍ୟମ ଚଳାଇଥିବା ଏସ୍‌ଟିଏଫ୍‌ ଏସ୍‌ପି ରାହୁଲ ପି.ଆର୍‌ କହିଛନ୍ତି। ତେବେ ଏହି ଲେଡି ଡନ୍‌ଙ୍କ ନିକଟରେ ଏସ୍‌ଟିଏଫ୍‌ ପହଞ୍ଚି ପାରୁଛି ନା ରାଜନୈତିିକ ଚାପରେ ଚେପା ହୋଇ ତଦନ୍ତକୁ ଅଧାରୁ ବନ୍ଦ କରିଦେଉଛି ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?