ଖୋର୍ଦ୍ଧା ଅଞ୍ଚଳରେ ପଥର ଚୋରା ଚାଲାଣ ଅଭିଯୁକ୍ତ ନିତୁ ମାନସିଂ ଗିରଫ

ଭୁବନେଶ୍ୱର,୯।୭(ବ୍ୟୁରୋ): ଖୋର୍ଦ୍ଧାରେ ଖଣି ମାଫିଆଙ୍କ ରାଜୁତି ଚାଲିଛି। ସେଠାକାର ପଥର ଖାଦାନଗୁଡ଼ିକ ଉପରେ ସେମାନଙ୍କ ଲୋଲୁପ ନଜର ପଡ଼ିଛି। ରାତାରାତି କୋଟି କୋଟି ଟଙ୍କା ରୋଜଗାର କରିବା ଲକ୍ଷ୍ୟରେ ସେମାନେ ଖଣିରୁ ପଥର ଖୋଳି ଚୋରା ଚାଲାଣ କରୁଛନ୍ତି। ଏ କଥା ସ୍ଥାନୀୟ ପ୍ରଶାସନ ଓ ପୋଲିସ ଜାଣିଥିଲେ ବି ଚୁପ୍‌ ରହୁଛନ୍ତି। ଅଞ୍ଚଳବାସୀ ମଧ୍ୟ ମୁହଁ ଖୋଲୁନାହାନ୍ତି। କାରଣ ଖଣି ମାଫିଆମାନଙ୍କ ପଛରେ ବଡ ବଡ ଗ୍ୟାଙ୍ଗଷ୍ଟର ଓ ନେତାଙ୍କ ହାତ ରହିଛି। କେହି ବିରୋଧ କଲେ ଡରାଇ ଧମକାଇ ତାଙ୍କ ମୁହଁଙ୍କୁ ବନ୍ଦ କରି ଦିଆଯାଉଛି। ପ୍ରଶାସନ ଓ ମାଫିଆମାନଙ୍କ ମଧୁଚନ୍ଦ୍ରିକାରେ ଏଭଳି କାରବାର ଚାଲୁଥିବା ଅଭିଯୋଗ ହେଉଛି। ତେବେ ଏହି ଖଣିମାଫିଆଙ୍କୁ ସାବାଡ଼ କରିବା ପାଇଁ ଏବେ ଏସ୍‌ଟିଏଫ୍‌ ଅଣ୍ଟା ଭିଡ଼ିଛି। ସୋମବାର ଏସ୍‌ଟିଏଫ୍‌ ଖୋର୍ଦ୍ଧା ବୋଲଗଡ଼ରୁ ବହୁ ଅପରାଧିକ ମାମଲାର ଅଭିଯୁକ୍ତ ନିତୁ ମାନସିଂଙ୍କୁ ଗିରଫ କରିଛି। ତାଙ୍କ ଘର ଖୋର୍ଦ୍ଧା ସଦର ଥାନା ଅଞ୍ଚଳରେ। ତାଙ୍କୁ ଏସଟିଏଫ୍‌ କାର୍ଯ୍ୟାଳୟକୁ ଅଣାଯାଇ ପଚରାଉଚରା କରାଯିବା ପରେ ଖୋର୍ଦ୍ଧା ସଦର ଥାନାକୁ ହସ୍ତାନ୍ତର କରାଯାଇଛି। ଏ ନେଇ ଖୋର୍ଦ୍ଧା ଥାନାରେ ଏକ ମାମଲା ରୁଜୁ ହୋଇଥିବାବେଳେ ନିତୁଙ୍କୁ କୋର୍ଟଚାଲାଣ କରାଯାଇଛି। ତାଙ୍କ ନାମରେ ଗୁଳିମାଡ଼, ବୋମାମାଡ଼ ଭଳି ସଙ୍ଗିନ ଅଭିଯୋଗ ରହିଛି। ତାଙ୍କ ଭାଇ ଜିତୁ ମାନସିଂଙ୍କ ନାମରେ ଅଭିଯୋଗ ଥିଲେ ମଧ୍ୟ ସେ ଫେରାର ଅଛନ୍ତି। ତାଙ୍କୁ ଧରିବା ପାଇଁ ଏସ୍‌ଟିଏଫ୍‌ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି।
ସୂଚନା ଅନୁଯାୟୀ, କିଛିଦିନ ତଳେ ୩ଜଣଙ୍କୁ ଏସ୍‌ଟିଏଫ୍‌ ଗିରଫ କରିଥିଲା। ଖଣିରେ ସେମାନେ ଶ୍ରମିକଙ୍କ କାର୍ଯ୍ୟ ତଦାରଖ କରୁଥିଲେ। ସେମାନଙ୍କୁ ପଚରାଉଚରା ଓ ତଦନ୍ତ ବେଳେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଛି ଏସ୍‌ଟିଏଫ୍‌। ଖୋର୍ଦ୍ଧା ଅଞ୍ଚଳରେ ଥିବା ଅନେକ ପଥର ଖଣିକୁ ଏକାଧିକ ଗ୍ୟାଙ୍ଗଷ୍ଟର ନିଜ କବ୍‌ଜାରେ ରଖିଛନ୍ତି। ସେମାନଙ୍କ ପଛରେ ଜଣେ ଲେଡି ଗ୍ୟାଙ୍ଗଷ୍ଟରଙ୍କ ହାତ ରହିଛି। ତାଙ୍କ ଇସାରାରେ ପଥର ଚୋରା ଚାଲାଣ କରାଯାଉଛି। ତାଙ୍କୁ ସ୍ଥାନୀୟ ନେତାଙ୍କ ସମର୍ଥନ ମିଳୁଥିବା କୁହାଯାଉଛି। ଏହି ଲେଡି ଗ୍ୟାଙ୍ଗଷ୍ଟର ଜଣକ କିଏ ଏବଂ କେଉଁମାନେ ତାଙ୍କ ସହ ସମ୍ପୃକ୍ତ ସେନେଇ ଏସ୍‌ଟିଏଫ୍‌ ତଦନ୍ତ ଚଳାଇଛି। ଏଥିସହ ଖଣିମାଫିଆମାନଙ୍କର ଏକ ତାଲିକା ପ୍ରସ୍ତୁତ କରିଛି। ଗିରଫ ହୋଇଥିବା ନିତୁ ସେହି ଲେଡି ଡନ୍‌ଙ୍କ ଇସାରାରେ କାମ କରୁଥିଲେ ବୋଲି ଜଣାପଡ଼ିଛି। ନିତୁ ଶ୍ରମିକମାନଙ୍କ ଦ୍ୱାରା ରାତିରେ ଖାଦାନରେ ବିସ୍ଫୋରଣ ଘଟାଇବା ପରେ ଜେସିିିବି ଓ ଟ୍ରକ ଦ୍ୱାରା ପଥର ଚାଲାଣ କରୁଥିଲେ। ଏଥିରୁ ଯେଉଁ ମୋଟା ଅଙ୍କର ଅର୍ଥ ଆସିଥାଏ ସେଥିରୁ ଲେଡି ଡନ୍‌ଙ୍କର କେବଳ ୫୦ ପ୍ରତିଶତ ଏବଂ ଅନ୍ୟମାନଙ୍କର ୫୦ ପ୍ରତିଶତ ଭାଗ ରହେ। ସମ୍ପୃକ୍ତ ଲେଡି ଡନ୍‌ ତଥା ମାଷ୍ଟରମାଇଣ୍ଡ ଏବଂ ତାଙ୍କ ସହଯୋଗୀମାନଙ୍କୁ ଧରିବାକୁ ଏସ୍‌ଟିଏଫ୍‌ ଜୋରଦାର ଉଦ୍ୟମ ଚଳାଇଥିବା ଏସ୍‌ଟିଏଫ୍‌ ଏସ୍‌ପି ରାହୁଲ ପି.ଆର୍‌ କହିଛନ୍ତି। ତେବେ ଏହି ଲେଡି ଡନ୍‌ଙ୍କ ନିକଟରେ ଏସ୍‌ଟିଏଫ୍‌ ପହଞ୍ଚି ପାରୁଛି ନା ରାଜନୈତିିକ ଚାପରେ ଚେପା ହୋଇ ତଦନ୍ତକୁ ଅଧାରୁ ବନ୍ଦ କରିଦେଉଛି ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri