ଖାଦ୍ୟ ସୁରକ୍ଷା ସବ୍‌ସିଡି ୧୪,୨୯୨,୫୧ କୋଟି ଦିଅ

ଭୁବନେଶ୍ୱର,୨୦ା୧୨(ବ୍ୟୁରୋ):କେନ୍ଦ୍ର ସରକାରଙ୍କ ଉପରେ ୧୪,୨୯୨,୫୧ କୋଟି ଟଙ୍କା ସବ୍‌ସିଡି ବକେୟା ପଡ଼ିଛି। ଏଥିସହିତ ନଭେମ୍ବର ୩୦ ସୁଦ୍ଧା ଏହି ଟଙ୍କାର ୬,୧୮୭ କୋଟି ଟଙ୍କା ସୁଧ ବାବଦ ବକେୟା ପଡ଼ିରହିଛି। ଉକ୍ତ ବକେୟା ଅର୍ଥକୁ ତୁରନ୍ତ ଦେବା ଲାଗି ବିଜେଡି ସଂସଦୀୟ ଦଳ ସୋମବାର କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ଭେଟି ଦାବି ପତ୍ର ଦେଇଛି। ଦାବିପତ୍ରରେ ଉଲ୍ଲେଖ କରାଯାଇଛି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ଖାଦ୍ୟଶସ୍ୟ ଉତ୍ପାଦନରେ ରେକର୍ଡ ସୃଷ୍ଟି କରିବା ସହ ସାଧାରଣ ବଣ୍ଟନ ବ୍ୟବସ୍ଥା(ପିଡିଏସ୍‌)ରେ ତୃତୀୟ ବୃହତ୍‌ ଯୋଗାଣକାରୀ ରାଜ୍ୟ ହୋଇପାରିଛି। ରାଜ୍ୟରୁ ଚାଉଳ ସଂଗ୍ରହ କରିବା କେନ୍ଦ୍ର ସରକାରଙ୍କ କାର୍ଯ୍ୟ। ରାଜ୍ୟର ଚାଷୀମାନେ ଯେପରି ଅସୁବିଧାରେ ନ ପଡ଼ିବେ ସେଥିପାଇଁ କେନ୍ଦ୍ର ସରକାରଙ୍କ ସହ ଓଡ଼ିଶା ସରକାର ଧାନ ସଂଗ୍ରହ ବିକେନ୍ଦ୍ରୀକରଣ ପାଇଁ ବୁଝାମଣା ପତ୍ର(ଏମ୍‌ଓୟୁ) ସ୍ବାକ୍ଷର କରିଛନ୍ତି। ଖାଦ୍ୟ ସୁରକ୍ଷା ବାବଦରେ ଓଡ଼ିଶା ସରକାର ପାଇବାକୁ ଥିବା ୧୪,୨୯୨.୫୧ କୋଟି ଟଙ୍କା ବକେୟା କେନ୍ଦ୍ର ସରକାରଙ୍କ ଉପରେ ରହିଛି। ସେଥିରୁ ୧୧,୬୮୯.୨୧ କୋଟି ପ୍ରୋଭିଜନାଲ ସବ୍‌ସିଡି ଏବଂ ୨୬୦୩.୩୦ କୋଟି ଆଡ୍‌ଭାନ୍ସ ସବ୍‌ସିଡି ବାକି ରହିଛି। ଏହାଛଡ଼ା ୨୦୨୨ ନଭେମ୍ବର ୩୦ ସୁଦ୍ଧା ଓଡ଼ିଶା ରାଜ୍ୟ ଯୋଗାଣ ନିଗମ ୬୧୮୭ କୋଟି ଅତିରିକ୍ତ ସୁଧ ବାବଦକୁ ପାଇବାକୁ ରହିଛି। ଏପର୍ଯ୍ୟନ୍ତ ଏହି ଅର୍ଥ କେନ୍ଦ୍ର ସରକାରଙ୍କ ନିକଟରେ ବକେୟା ରହିଛି। ସବ୍‌ସିଡି ମିଳିବାରେ ବିଳମ୍ବ ଯୋଗୁ ଯୋଗାଣ ନିଗମର ୬,୧୮୭ କୋଟି ଟଙ୍କା ବକେୟା ବାବଦରେ ପଡ଼ି ରହିଛି। ଉକ୍ତ ଅର୍ଥ ଦେବା ପାଇଁ ସଂସଦୀୟ ଦଳ ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କ ନିକଟରେ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଟକ-ବାରବାଟୀରୁ ଲଢ଼ିବେ ମୋକିମ୍‌ଙ୍କ ଝିଅ ସୋଫିଆ, ନାଁ ସୁପାରିସ କଲା କଂଗ୍ରେସ

କଟକ,୨୭ା୪: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ରାଜନୀତିକୁ ଓହ୍ଲାଇବା ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ତେବେ ସୋଫିଆଙ୍କୁ ବିଧାୟିକା ପ୍ରାର୍ଥୀ କରିବା...

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ

କୋକସରା,୨୭ା୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାର ନିର୍ବାଚନୀ ପ୍ରଚାରରେ ଭି.କାର୍ତ୍ତିକ ପାଣ୍ଡିଆନ କଳାହାଣ୍ଡି ଗସ୍ତରେ ଆସିଥିଲେ। ପ୍ରଥମେ କଳାହାଣ୍ଡି ଜିଲା କୋକସରା ବ୍ଲକ ଦଣ୍ଡପାଟ ଅଞ୍ଚଳର ଗୋତମୁଣ୍ଡା...

ଖୋର୍ଦ୍ଧାରେ ପ୍ରଶାନ୍ତ-ରାଜେନ୍ଦ୍ର ଲଢ଼େଇ

ଖୋର୍ଦ୍ଧା,୨୭।୪: ସାଧାରଣ ନିର୍ବାଚନକୁ ନେଇ ପୂର୍ବତନ ବେଗୁନିଆ ବିଧାୟକ ତଥା ଚିଲିକାର ବର୍ତ୍ତମାନର ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧା ବିଧାନସଭା ଆସନରୁ ଟିକେଟ ଦେଇଛି ଭାଜପା।...

ସାଲେପୁରରୁ ଟିକେଟ ମିଳିବା ପରେ ଏମିତି ପ୍ରତିକ୍ରିୟା ଦେଲେ ଅରିନ୍ଦମ, କହିଲେ…

ଭୁବନେଶ୍ୱର,୨୭।୪: ଭାଜପା ପକ୍ଷରୁ ଶନିବାର ଓଡ଼ିଶାର ୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରାଯାଇଛି। ଏହି ତାଲିକାରେ ସାଲେପୁରରୁ ଅରିନ୍ଦମ ରାୟଙ୍କୁ ଟିକେଟ ମିଳିଛି।...

ଗୌତମବୁଦ୍ଧଙ୍କୁ ଟିକେଟ୍‌, ଅନନ୍ତ ଦାସଙ୍କ ପୁଅ ନିରାଶ

ଭୋଗରାଇ,୨୭।୪: ୩ଟି ଆସନରେ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି। ଏଥିରେ ଗୌତମବୁଦ୍ଧ ଦାସଙ୍କୁ ଟିକେଟ୍‌ ମିଳିଛି। ଗୌତମଙ୍କୁ ଭୋଗରାଇ ଆସନରୁ ଟିକେଟ୍‌ ମିଳିଛି।...

ତେଲକୋଇରୁ ଫକୀରମୋହନ, ଚମ୍ପୁଆରୁ ଲଢ଼ିବେ ମୁରଲୀ

କେନ୍ଦୁଝର,୨୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଦୀର୍ଘଦିନ ଧରି ଘୋଷଣା ହୋଇ ପାରୁ ନ ଥିବା ଚମ୍ପୁଆ ଏବଂ ତେଲକୋଇ ନିର୍ବାଚନ ମଣ୍ଡଳୀ ପାଇଁ ଭାଜପା ଶନିବାର ତା’ର...

ଏହି ୨ ବିଧାୟକଙ୍କ ଟିକେଟ୍‌ କାଟିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଜେଡି ପକ୍ଷରୁ ଶନିବାର ୩ ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରାଯାଇଛି। ଏହି ଆସନରୁ ୨ ବିଧାୟକଙ୍କ ଟିକେଟ କଟିଥିବା ଦେଖାଯାଇଛି। ଖୋର୍ଦ୍ଧା...

୩ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୭ା୪: ଶନିବାର ବିଜେଡି ତା’ର ଆଉ ୩ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଭୋଗରାଇରୁ ଗୌତମବୁଦ୍ଧ ଦାସ, ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁ ଏବଂ ବେଗୁନିଆରୁ ପ୍ରଦୀପ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri