‘ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଅଧୀନରୁ ଅଲଗା କର’

ବ୍ରହ୍ମପୁର ଅଫିସ୍‌,୧୪ା୯-ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟ ନାନା ସମସ୍ୟା ଦେଇ ଗତି କରୁଛି। ଏହି ବିଶ୍ୱବିଦ୍ୟାଳୟ ଅଧିନସ୍ଥ ଗୋଟିଏ ପରେ ଗୋଟିଏ କଲେଜର ଛାତ୍ରୀଛାତ୍ରମାନେ ବିଭିନ୍ନ ସମସ୍ୟାକୁ ନେଇ ଅସନ୍ତୋଷ ପ୍ରକାଶ କରୁଛନ୍ତି । ବିଶେଷକରି ପରୀକ୍ଷା ପରିଚାଳନା ଏବଂ ଫଳାଫଳ ପ୍ରକାଶରେ ଗୁରୁତର ତ୍ରୁଟି ଦେଖାଦେଉଥିବା ଯୋଗୁ ଅସନ୍ତୋଷ କୁହୁଳିବାରେ ଲାଗିଛି । ଏଭଳି ସମୟରେ ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟଠାରୁ ଅଲଗା ହେବାକୁ ଛତ୍ରପୁର ସରକାରୀ ବିଜ୍ଞାନ କଲେଜର ଛାତ୍ରୀଛାତ୍ରମାନେ ଦାବି କରିଛନ୍ତି। ଶୁକ୍ରବାର ସେମାନେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ପରୀକ୍ଷା ପରିଚାଳନାରେ ଗୁରୁତର ବିଭ୍ରାଟ ହେଉଥିବା ଯୋଗୁ ଛତ୍ରପୁର କଲେଜକୁ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟରୁ ବାହାର କରି ପୂର୍ବଭଳି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧୀନରେ ରଖିବାକୁ ଛାତ୍ରୀଛାତ୍ର ଦାବି କରିଛନ୍ତି ।
ଅଭିଯୋଗ ଯେ, ପରୀକ୍ଷା ଫଳ ବାହାରିବାରେ ବହୁ ବିଳମ୍ବ ହେଉଛି। ୨୦୧୭ରେ ଯେଉଁ ପରୀକ୍ଷା ହୋଇଥିଲା, ତାହାର ଫଳାଫଳ ଗତ ସପ୍ତାହରେ ପ୍ରକାଶ ପାଇଛି। ସେଥିରେ ପୁଣି ୮୦ପ୍ରତିଶତ ଛାତ୍ରୀଛାତ୍ରଙ୍କ ପରୀକ୍ଷା ଫଳରେ ତ୍ରୁଟି ଦେଖାଦେଇଛି। ପୂର୍ବରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧୀନରେ ଥିଲା ଛତ୍ରପୁର କଲେଜ। ୨୦୧୫ରେ ଖଲ୍ଲିକୋଟ କ୍ଲଷ୍ଟର୍‌ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବା ପରେ କଲେଜ ଏହା ଅଧୀନକୁ ଆସିଲା । ତା’ ପରଠୁ ରେଗୁଲାର୍‌ ଏବଂ ଏକ୍ସ ରେଗୁଲାର୍‌ ପରୀକ୍ଷା ଠିକ୍‌ ସମୟରେ ହେଉନି । ଠିକ୍‌ ସମୟରେ ପରୀକ୍ଷା ଫଳ ବାହାରୁନି ।
ଯଦ୍ଦ୍ବାରା ଛାତ୍ରୀଛାତ୍ରମାନେ ଉଚ୍ଚ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି । ଏପରିକି ବ୍ୟାକ୍‌ ପେପର୍‌ ପରୀକ୍ଷା ଦେବା ପାଇଁ ମଧ୍ୟ ଅସୁବିଧା ହେଉଛି । ଯେଉଁମାନେ ଯୁକ୍ତ ୩ରେ ଉତୀନ୍ନ ହେଉଛନ୍ତି, ସେମାନଙ୍କୁ ପ୍ରମାଣପତ୍ର ମିଳୁ ନ ଥିବା ଯୋଗୁ ଅନ୍ୟ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇବାରେ ଅସୁବିଧା ହେଉଛି। ସିଲାବସ୍‌ ବାହାରୁ ପ୍ରଶ୍ନ ଆସୁଛି । ପୂର୍ବରୁ ବହୁଥର କୁଳପତିଙ୍କୁ ଏନେଇ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନି। କେବଳ ପରୀକ୍ଷା ନୁହେଁ ଅନ୍ୟାନ୍ୟ ଅସୁବିଧା ମଧ୍ୟ ଦୂର ହୋଇପାରୁନି। ଛତ୍ରପୁର କଲେଜରେ ପାଠ ପଢ଼ୁଥିବା ଅଧିକାଂଶ ଛାତ୍ରୀଛାତ୍ର କୃଷକ ଏବଂ ଶ୍ରମିକ ପରିବାରରୁ ଆସିଥାନ୍ତି ।
ସେମାନେ ଭଲ ପାଠ ପଢ଼ି ଜଣେ ସଫଳ ମଣିଷ ହେବାକୁ ଲକ୍ଷ୍ୟ ରଖିଥାନ୍ତି ।
କିନ୍ତୁ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ସେମାନଙ୍କ ଭବିଷ୍ୟତ ସହିତ ଖେଳୁଛି ।
ଗରିବ ଛାତ୍ରୀଛାତ୍ରଙ୍କ ନ୍ୟାଯ୍ୟ ଦାବିକୁ ପୂରଣ କରିବାରେ ଅବହେଳା କରୁଛି ବୋଲି ଅଭିଯୋଗ କରାଯାଇଛି। ଏସବୁ ସମସ୍ୟା ନେଇ ଗୁରୁବାର ଛତ୍ରପୁର କଲେଜ ଫାଟକ ସମ୍ମୁଖରେ ଛାତ୍ରୀଛାତ୍ରମାନେ ଧାରଣା ଦେଇଥିଲେ। ଶୁକ୍ରବାର ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଦାବିପତ୍ର ପ୍ରଦାନ କରିଛନ୍ତି । କୁଳପତିଙ୍କ ଅନୁପସ୍ଥିତିରେ ପରୀକ୍ଷା ନିୟନ୍ତ୍ରକଙ୍କ ସହ ଦୀର୍ଘ ସମୟ ପର୍ଯ୍ୟନ୍ତ ଆଲୋଚନା ହୋଇଥିଲା । ଖୁବ୍‌ ଶୀଘ୍ର ବୈଠକ ଡକାଇ ସମସ୍ୟାର ସମାଧାନ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।
ଛାତ୍ରନେତା ଇଜୁ ଅମିନ ଖାନଙ୍କ ନେତୃତ୍ୱରେ ଜଲାଲ ଖାନ, ମହେଶ ଗୌଡ଼, ଜ୍ଞାନ ରଞ୍ଜନ ସାହୁ, ତାପସ ରଥ, ଅନିଲ ରାଉଳ, ଚିଦାନନ୍ଦ ପ୍ରଧାନ, ପି. ୟାମିନି ରେଡ୍ଡୀ, ପ୍ରିୟଙ୍କା ସାହୁ ପ୍ରମୁଖ ଆନ୍ଦୋଳନରେ ଭାଗନେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୪ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

ବିରୋଧୀ କେବେ ସଫଳ ହେବେନି, ବିଜେଡି ବିପୁଳ ବିଜୟ ହାସଲ କରିବ: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଅପପ୍ରଚାର କରିବା ସହ ବିକାଶ କାମରେ ବାଧା...

ଓଡ଼ିଶାର ସାଢ଼େ ୪ କୋଟି ମୋର ପରିବାର: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ସମୟରେ ନିଜ ନିର୍ବାଚନ ମଣ୍ଡଳୀର ହିଞ୍ଜିଳିକାଟୁରେ...

ହିଞ୍ଜିଳିକାଟୁରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ବିଜେଡିର ଷ୍ଟାର ପ୍ରଚାରକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପାରମ୍ପରିକ ଆସନରୁ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଛନ୍ତି। ତାଙ୍କ ସହ ଫାଇଭ-ଟି...

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri