ଖର୍ଚ୍ଚ ହୋଇପାରୁନି ରୁଷା ପାଣ୍ଠି

ବ୍ରହ୍ମପୁର ଅଫିସ୍‌,୨୦ା୬-ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଏବଂ ଏହା ଅଧୀନରେ ଥିବା ମହାବିଦ୍ୟାଳୟଗୁଡ଼ିକ ରାଷ୍ଟ୍ରୀୟ ଉଚ୍ଚତ୍ତର ଶିକ୍ଷା ଅଭିଯାନ(ରୁଷା) ପାଣ୍ଠି ଖର୍ଚ୍ଚ କରିପାରୁନାହାନ୍ତି। ଗୋଟିଏ ପଟେ ମହାବିଦ୍ୟାଳୟଗୁଡ଼ିକରେ ନାନା ସମସ୍ୟା ଦେଖାଦେଇଛି। ଭିତ୍ତିଭୂମି ଦୁର୍ବଳ ହୋଇଗଲାଣି। ଏହାର ସାମାଧାନ ପାଇଁ ରୁଷା ପାଣ୍ଠି ମିଳୁଛି। ଅଥଚ ଟଙ୍କା ଖର୍ଚ୍ଚ କରିବାରେ ବିଫଳ ହୋଇଛନ୍ତି ମହାବିଦ୍ୟାଳୟ କର୍ତ୍ତୃପକ୍ଷ। ମଙ୍ଗଳବାର ବିଶ୍ୱବିଦ୍ୟାଳୟରେ କୁଳପତି ପ୍ରଫେସର ଅମରେନ୍ଦ୍ର ନାରାୟଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ରୁଷା ପାଣ୍ଠି ସମ୍ପର୍କିତ ଏକ ବୈଠକରେ ମାନସମନ୍ଥନ କରାଯାଇଛି। ବୈଠକରେ କୁଳସଚିବ କିଶୋର ଚନ୍ଦ୍ର ଦାଶ, ସ୍ବୟଂ ଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ପ୍ରଶାନ୍ତ କୁମାର ଶତପଥୀ, ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ପ୍ରମିଳା ଖାଡ଼ଙ୍ଗା, ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଅଧ୍ୟକ୍ଷା ଡ. ପିଙ୍କିରାଣୀ ଦେବୀ, ଶଶିଭୂଷଣ ରଥ ସରକାରୀ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ଡ. ସଂଗୀତା ବାବୁ ଏବଂ ଗୋପାଳପୁର ମହାବିଦ୍ୟାଳୟ ଅଧ୍ୟକ୍ଷ ରମାକାନ୍ତ ଚୌଧୁରୀ ପ୍ରମୁଖ ଯୋଗଦେଇଥିଲେ।
ପ୍ରାୟ ଦୁଇ ତିନି ବର୍ଷ ପୂର୍ବେ ରୁଷା ପାଣ୍ଠିରୁ ୫୫କୋଟି ଟଙ୍କା ମଞ୍ଜୁର ହୋଇଥିଲା। ଭିତ୍ତିଭୂମି, ଶିକ୍ଷାଦାନ ବ୍ୟବସ୍ଥାରେ ଉନ୍ନତି ପାଇଁ ଏହି ଟଙ୍କା ମଞ୍ଜୁର କରାଯାଇଥିଲା। ସେଥିରୁ ୨୭କୋଟି ୫୦ଲକ୍ଷ ଟଙ୍କା ମିଳିସାରିଛି। ସେହି ଟଙ୍କା ମଧ୍ୟରୁ ଖଲ୍ଲିକୋଟ ସ୍ବୟଂଶାସିତ ମହାବିଦ୍ୟାଳୟକୁ ପ୍ରାୟ ୪ କୋଟି ୧୯ଲକ୍ଷ ଟଙ୍କା, ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟକୁ ୨କୋଟି ୭୫ଲକ୍ଷ ଟଙ୍କା, ଶଶିଭୂଷଣ ରଥ ସରକାରୀ ମହିଳା ମହାବିଦ୍ୟାଳୟକୁ ୨କୋଟି ୭୬ଲକ୍ଷ ଟଙ୍କା, ଗୋପାଳପୁର ମହାବିଦ୍ୟାଳୟକୁ ୨କୋଟି ୧୯ଲକ୍ଷ ଟଙ୍କା ଏବଂ ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟକୁ ୨କୋଟି ୪୪ଲକ୍ଷ ଟଙ୍କା ମିଳିଛି। ବିଶ୍ୱବିଦ୍ୟାଳୟ ନିଜସ୍ବ ଭିତ୍ତିଭୂମି ସଜାଡ଼ିବା ପାଇଁ ୧୨କୋଟି ୨୬ଲକ୍ଷ ଟଙ୍କା ରଖିଛି। ତେବେ ପାଣ୍ଠି ପହଞ୍ଚିଛି। କିନ୍ତୁ ମହାବିଦ୍ୟାଳୟଗୁଡ଼ିକ ଏହି ପାଣ୍ଠିକୁ ଖର୍ଚ୍ଚ କରିପାରୁ ନାହାନ୍ତି। ଫଳରେ ବିଭାଗ ତରଫରୁ ଚାପ ପକାଯାଉଛି। ଏପରିକି ଟଙ୍କା ଖର୍ଚ୍ଚ ହୋଇ ନ ପାରିଲେ, ଫେରାଇ ନେବାକୁ ମଧ୍ୟ ବିଭାଗ ଚେତାବନୀ ଦେଇଛି। ବିଭାଗ ତରଫରୁ ତାଗିଦ ପରେ ମଙ୍ଗଳବାର ଅଧ୍ୟକ୍ଷମାନଙ୍କୁ ନେଇ ବୈଠକ ବସିଥିଲା। ବିଶ୍ୱବିଦ୍ୟାଳୟର ନିଜସ୍ବ କ୍ୟାମ୍ପସ୍‌ ନ ଥିବା ଯୋଗୁ ଟଙ୍କା ଖର୍ଚ୍ଚ ହୋଇପାରୁ ନ ଥିବା ଆଲୋଚନା ହୋଇଥିଲା। ତେବେ ଅନ୍ୟ ମହାବିଦ୍ୟାଳୟର ଅଧ୍ୟକ୍ଷମାନେ ପାଣ୍ଠି ଖର୍ଚ୍ଚ କରିବାରେ ବିଫଳତାକୁ ସ୍ବୀକାର କରିଥିଲେ। ଖୁବ୍‌ ଶୀଘ୍ର ଯୋଜନା ପ୍ରସ୍ତୁତ କରି ପାଣ୍ଠି ଖର୍ଚ୍ଚ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୪ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

ବିରୋଧୀ କେବେ ସଫଳ ହେବେନି, ବିଜେଡି ବିପୁଳ ବିଜୟ ହାସଲ କରିବ: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଅପପ୍ରଚାର କରିବା ସହ ବିକାଶ କାମରେ ବାଧା...

ଓଡ଼ିଶାର ସାଢ଼େ ୪ କୋଟି ମୋର ପରିବାର: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ସମୟରେ ନିଜ ନିର୍ବାଚନ ମଣ୍ଡଳୀର ହିଞ୍ଜିଳିକାଟୁରେ...

ହିଞ୍ଜିଳିକାଟୁରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ବିଜେଡିର ଷ୍ଟାର ପ୍ରଚାରକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପାରମ୍ପରିକ ଆସନରୁ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଛନ୍ତି। ତାଙ୍କ ସହ ଫାଇଭ-ଟି...

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri