ଯୋଡ଼ା, ୨୯।୮(ଡିଏନଏ) କେନ୍ଦୁଝର ଜିଲା ଯୋଡା ଖଣି ମଣ୍ଡଳକୁ ଖଣି ମନ୍ତ୍ରୀ ପ୍ରଫୁଲ ମଲିକ ଯୋଡା ଗସ୍ତରେ ଆସି ଖଣି ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ସମ୍ପର୍କରେ ଖଣିଲିଜ୍ ଧାରୀଙ୍କ ସହିତ ଏକ ବୈଠକ କରିଥିଲେ। ଗୁରୁବାର ଅପରାହ୍ନ ୩ ଘଟିକା ସମୟରେ ମନ୍ତ୍ରୀ ପ୍ରଫୁଲ ମଲିକ ଓ ଖଣି ସଚିବ ରାଜକୁମାର ଶର୍ମା ଯୋଡାରେ ପହଞ୍ଚି ଯୋଡା ପୌରପାଳିକାର ସଭାଗୃହଠାରେ ଆୟୋଜିତ ଏକ ବୈଠକରେ ଯୋଗ ଦେଇ ଖଣି ଲିଜ୍ଧାରୀମାନଙ୍କ ସହ ଆଲୋଚନା କରିଥିଲେ। ଏହି ବୈଠକରେ ଖଣି ନିର୍ଦ୍ଦେଶକ ଦୀପକ କୁମାର ମହାନ୍ତି, କେନ୍ଦୁଝର ଜିଲାପାଳ ଆଶିଷ ଠାକରେ, ଚମ୍ପୁଆ ଉପଜିଲାପାଳ ପାରୁଲ ପାଟଓ୍ବରି ପ୍ରମୁଖ ଉପସ୍ଥିତ ଥିଲେ। ଯୋଡା ଖଣିମଣ୍ଡଳର ଖଣି ଗୁଡିକର ବିଭିନ୍ନ ସମସ୍ୟା ସେମାନଙ୍କର ସାମାଜିକ ଦାୟିତ୍ୱ କଣ, ଖଣି ଗୁଡିକୁ କିପରି ରାସ୍ତା ସଂଯୋଗ କରିପାରିବ ପ୍ରଭୃତି ବିଷୟରେ ବୈଠକରେ ଆଲୋଚନା ହୋଇଥିଲା। ନିଲାମ୍ ପ୍ରକ୍ରିୟା ସମ୍ପର୍କରେ ମନ୍ତ୍ରୀ କହିଥିଲେ ଯେ,‘ ୫ ଟି ଖଣିର ନିଲାମ ପ୍ରକ୍ରିୟା ଶେଷ ହୋଇଯାଇଛି। ଆଉ ୨୪ଟି ଖଣିର ନିଲାମ ହେବ। ନିଲାମ ପରେ କେନ୍ଦ୍ର ସରକାରଙ୍କ ଅନୁମୋଦନ ପରେ ଏହା ଜଣାପଡିବ’ ।
ଅପରପକ୍ଷରେ ଖଣି ଲିଜ୍ଧାରୀମାନଙ୍କର ପ୍ରତିନିଧି, ଖଣି ଲିଜ୍ଧାରୀ, ଖଣି ଠିକାଦାର, ପରିବହନ ଠିକାଦାର ସେମାନଙ୍କର ଖଣି କାର୍ଯ୍ୟରେ ହେଉଥିବା ଅସୁବିଧା ସମ୍ପର୍କରେ ମନ୍ତ୍ରୀ ମଲିକ, ସଚିବ ରାଜକୁମାର ଶର୍ମା, ଖଣି ନିର୍ଦ୍ଦେଶକ ଦୀପକ ମହାନ୍ତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଖଣି କମ୍ପାନୀମାନଙ୍କର ସାମାଜିକ ଦାୟିତ୍ୱବୋଧତା ଉପରେ ମଧ୍ୟ ଖଣି କମ୍ପାନୀଗୁଡ଼ିକୁ କାର୍ଯ୍ୟ ତ୍ୱରାନ୍ବିତ କରିବା ପାଇଁ ମନ୍ତ୍ରୀ କହିଥିଲେ। ଖଣି ଲିଜ୍ଧାରୀ ତାରିଣୀ ପ୍ରସାଦ ମହାନ୍ତି ଖଣିମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି କହିଥିଲେ ଯେ, ରାଜ୍ୟ ସରକାର ଖଣିଜ ପରିବହନ ପାଇଁ ନିର୍ଦ୍ଦିଷ୍ଟ ମୂଲ୍ୟ ନିର୍ଦ୍ଧାରଣ କରିଛନ୍ତି। ହେଲେ କିଛି ପରିବହନ ଠିକାଦାର ନିର୍ଦ୍ଧାରିତ ପରିବହନ ମୂଲ୍ୟଠାରୁ ଶହ ଶହ ଟଙ୍କା ଅଧିକ ଦାବି କରୁଛନ୍ତି। ଏହାର ଉତ୍ତର ରଖି କେନ୍ଦୁଝର ଜିଲାପାଳ ଆଶିଷ ଠାକରେ କହିଥିଲେ ଯେ, ଏପରି କ୍ଷେତ୍ରରେ ଲିଖିତ ଅଭିଯୋଗ କଲେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ସେହିପରି ଆବଶ୍ୟକତା ମାନର କୋଇଲା ଓଡିଶାରେ ମିଳୁ ନ ଥିବାରୁ କାରଖାନା ଚଳାଇବା ପାଇଁ ଅସମ୍ଭବ ହୋଇପଡୁଛି। ଏଣୁ ପଶ୍ଚିମବଙ୍ଗ ଓ ଝାଡଖଣ୍ଡ ରାଜ୍ୟରେ ଥିବା ରାଣୀଗ ଅଞ୍ଚଳରୁ କୋଇଲା ଆଣିବା ପାଇଁ ସରକାରଙ୍କ ପକ୍ଷରୁ ଚେଷ୍ଟା କରାଯାଉ ବୋଲି ଲିଜ୍ଧାରୀ ଓ କାରଖାନା ମାଲିକମାନେ କହିଥିଲେ। ମନ୍ତ୍ରୀ ମଲିକ ଏହାକୁ ମିଳିତ ଭାବେ ଓଡିଶା ସ୍ପଞ୍ଜଆଇରନ ମାନୁଫ୍ୟାକଚରିଂ ଆସୋସିଏସନ ଜରିଆରେ ସରକାରଙ୍କଠାରେ ନିବେଦନ କରିବା ପାଇଁ ଉଦ୍ୟୋଗପତି ମାନଙ୍କୁ କହିଥିଲେ। ରାସ୍ତା ସମ୍ପର୍କରେ କେନ୍ଦୁଝର ଜିଲାପାଳ ପ୍ରତିଶ୍ରୁତି ଦେଇଥିଲେ ଯେ, ରାସ୍ତା ଗୁଡିକର ନିର୍ମାଣ କାର୍ଯ୍ୟ ଖୁବ୍ ଶୀଘ୍ର ସମ୍ପୂର୍ଣ୍ଣ କରାଯିବ ଓ ଖଣିଗୁଡିକ ସହିତ ମଧ୍ୟ ସଂଯୋଗୀକରଣ କରାଯିବ। ରାଜ୍ୟ ରାଜପଥ ନଂ ୨ର ବାମେବାରୀ-ବାଂଶପାଣି ରାସ୍ତାର ନିର୍ମାଣ କାର୍ଯ୍ୟ କରୁଥିବା ଠିକାସଂସ୍ଥାକୁ ହଟାଇ ଆସନ୍ତା ସପ୍ତାହ ମଧ୍ୟରେ ୫୨୦ନଂ ଜାତୀୟ ରାଜପଥର ନିର୍ମାଣ କାର୍ଯ୍ୟ କରୁଥିବା ଠିକାସଂସ୍ଥା ମଣ୍ଟେକାର୍ଲୋକୁ ଦିଆଯିବ ବୋଲି ବୈଠକରେ ଆଲୋଚନା ହୋଇଛି।
Posted inଆମ ଜିଲା ଖବର, କେନ୍ଦୁଝର View All
ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି
ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…
କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ
କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…
ବିଧାୟକଙ୍କ ଦ୍ଵାରା ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ: ୭ ଟିମ୍ ଖେଳିଲେ ମ୍ୟାଚ୍, ରବିବାର ହେବ…
ଦିଗପହଣ୍ଡି, ,୧୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ୍ ଏବଂ ଏନ୍ଏସି କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ପବିତ୍ର ସ୍ଵାଧୀନତା ଦିବସ ଅବସରରେ…
ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ପାଳିତ: ମାନବ ଜୀବନର ଲକ୍ଷ୍ୟ କେବଳ…
ଭଞ୍ଜନଗର,୧୫। ୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀଅରବିନ୍ଦ ଶକ୍ତିପୀଠରେ ଶନିବାର ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି।…
ସ୍ବାଧୀନତା ଦିବସରେ ରକ୍ତଦାନ କଲେ ସ୍ବେଚ୍ଛାସେବୀ
ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ସ୍ବାଧୀନତା ଦିବସ ଅବସରରେ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜିଲାସ୍ତରୀୟ ସ୍ବାଧୀନତା ଦିବସ…
କଥା ଦେଇ କଥା ରଖିଲେ ଅକରୁଆ ସରପଞ୍ଚ: ପକ୍କା ହେଲା ବଡ଼ସାହି-କେନ୍ଦୁଗୁଡ଼ା ରାସ୍ତା , ଗ୍ରାମବାସୀଙ୍କ ମଧ୍ୟରେ ଖୁସିର…
ହାଟଡିହୀ/ଛେନାପଦୀ,୧୫।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଦିନେ ଯେଉଁ ରାସ୍ତାରେ ଆଣ୍ଠୁଏ କାଦୁଅ ଓ ପାଣି ଜମି ରହୁଥିବାରୁ ଯାତାୟାତ ଦୁର୍ବିସହ ହୋଇପଡ଼ୁଥିଲା, ଶେଷରେ ସେହି ରାସ୍ତା ପକ୍କା ରାସ୍ତାରେ…
ପତାକା ଉତ୍ତୋଳନକୁ ନେଇ ଟଣାଓଟରା
ଖଲ୍ଲିକୋଟ,୧୫।୮(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ପରିସରରେ ସ୍ବଧୀନତା ଦିବସ ପାଳନ ବେଳେ ପତାକା ଉତ୍ତୋଳନକୁ ନେଇ ବିଡିଓ ଦେବାଶିଷ ସାମଲ ଏବଂ ବ୍ଲକ…
ଦାରିଙ୍ଗବାଡ଼ିରେ ୮୦ତମ ସ୍ୱାଧୀନତା ଦିବସ ପାଳିତ: ଜନସେବାକୁ ଦେଶସେବା ବୋଲି କହି…
ଦାରିଙ୍ଗବାଡ଼ି, ୧୫।୮ (ଅରୁଣ ସାହୁ): ଦେଶ ସ୍ୱାଧୀନତାର ୮୦ତମ ବର୍ଷପୂର୍ତ୍ତି ଉତ୍ସବ ଅବସରରେ କନ୍ଧମାଳ ଜିଜିଲା ଦାରିଙ୍ଗବାଡ଼ି ଅଞ୍ଚଳ ସମ୍ପୂର୍ଣ୍ଣ ଉତ୍ସବମୁଖର ହୋଇପଡ଼ିଛି। ଏହି ପରିପ୍ରେକ୍ଷୀରେ ଦାରିଙ୍ଗବାଡ଼ିର…
Archives

