କ.ନୂଆଗାଁ ବ୍ଲକରେ ଅର୍ଥ ହେର୍‌ଫେର୍‌

ଫୁଲବାଣୀ ଅଫିସ, ୧୬ା୯-କନ୍ଧମାଳ ଜିଲା ବାଲିଗୁଡ଼ା ବ୍ଲକରେ ୭୫ଲକ୍ଷ ଟଙ୍କାର ଦୁର୍ନୀତିକୁ ଏବେ ସବୁ କ୍ଷେତ୍ରରେ ଚପାଇ ଦିଆଯାଇଛି। ଯେଉଁମାନେ ଟଙ୍କା ହଡପ କରିଥିଲେ ସେମାନଙ୍କ ପାଖରୁ ଅଦ୍ୟାବଧି ଏହା ଆଦାୟ କରାଯାଇ ପାରୁନାହିଁ । ପୁଣି ସେହିପରି କ.ନୂଆଗାଁ ବ୍ଲକ କଞ୍ଜାମେଣ୍ଡି ପଞ୍ଚାୟତରେ ଏହି ଦୁର୍ନିତୀ ହୋଇଥିବା ଲୋକାଲ ଫଣ୍ଡ ଅଡିଟ ରିପୋର୍ଟ ପ୍ରକାଶ ପାଇଛି। ଫୁଲବାଣୀ ଭିଜିଲାନ୍ସ ବିଭାଗ ଏହି ରିପୋର୍ଟ ଆଧାରରେ ମାମଲାର ତଦନ୍ତ କରୁଛି। ହେଲେ ଭିଜିଲାନ୍ସର କାର୍ଯ୍ୟକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବାଲିଗୁଡା ଭଳି ପରିସ୍ଥିତି ଏଠାରେ ମଧ୍ୟ ଉପୁଜିବା ସମ୍ଭାବନା ରହିଛି। ଟଙ୍କା ନେଇଥିବା ବ୍ୟକ୍ତି ଏହାକୁ ପରିଶୋଧ କରିବେ ନାହିଁ । ଭିଜିଲାନ୍ସ ଅଧିକାରୀ ଏବଂ ଅର୍ଥ ହଡପକାରୀଙ୍କ ମଧ୍ୟରେ ସଲାସୁତରା ହୋଇଥିବା ଆଲୋଚନା ଜୋର ଧରିଛି।
୨୦୧୭-୧୮ ଆର୍ଥିକ ବର୍ଷରେ ଚତୁର୍ଥ ରାଜ୍ୟ ଅର୍ଥ କମିସନ ଏବଂ ଚତୁର୍ଦଶ କେନ୍ଦ୍ରୀୟ ଅର୍ଥ କମିଶନ ଟଙ୍କା ହଡ଼ପ କରାଯାଇଛି ା ଟଙ୍କା ହେରଫେରରେ ସେତବେଳର ଯନ୍ତ୍ରୀ, ସରପଞ୍ଚ ଏବଂ ନିର୍ବାହୀ ଅଧିକାରୀ ସାମିଲ ରହିଛନ୍ତି। ସରକାର ଗ୍ରାମାଞ୍ଚଳରେ ଯୋଜନାର କାର୍ଯ୍ୟ କାରିତା ଉପରେ ପ୍ରାଧାନ୍ୟ ଦେଉଛନ୍ତି। ଟଙ୍କା ସିଧା ସଳଖ ପଞ୍ଚାୟତ ଆକାଉଣ୍ଟକୁ ଯାଉଛି ା ହେଲେ ଏଠାରେ ଅର୍ଥ ବିନା କାମରେ ହଡପ କରାଯାଉଛି ।
ସୁଚନା ଅନୁସାରେ, ୨୦୧୭ ଫେବୃୟାରୀ ୧୩ରେ ଚତୁର୍ଦଶ କେନ୍ଦ୍ରୀୟ ଅର୍ଥ କମିଶନ ଟଙ୍କାକୁ ବିନା କାର୍ଯ୍ୟାଦେଶରେ ଏନ୍‌ଇଏଫଟି/ଆରଟିଜିଏସ୍‌ ମାଧ୍ୟମରେ ଚେକ୍‌ ନଂ.୦୦୧୫୫୧ରେ ୫ ଜଣଙ୍କ ଖାତାକୁ ୯ଲକ୍ଷ ୩୦ ହଜାର ଏବଂ ଚେକ୍‌ ନଂ ୦୦୧୫୫୨ରେ ମାର୍ଚ୍ଚ ୩ ରେ ୪ଜଣଙ୍କ ଖାତାକୁ ୫ଲକ୍ଷ ୫୯ହଜାର ଟଙ୍କା ପଠାଯାଇଛି। ସରୋଜ ମଲ୍ଲିକଙ୍କ ଏଡ଼ିବି ଖାତା ନଂ. ୧୧୮୨୦୯୬୯୩୫୬କୁ ଦୁଇ ଥରରେ ୧ ଲକ୍ଷ ୮୫ ହଜାର ଓ ୬୫ ହଜାର, ରଜନୀକାନ୍ତ ସାହୁଙ୍କ ଏଡ଼ିବି ଖାତା ନଂ. ୧୧୮୨୦୯୮୩୧୪୪କୁ ୫ଲକ୍ଷ ୧୨ ହଜାର ଓ ୪୦ ହଜାର, କାଲାରାମ ବିସିମାଝିଙ୍କ ଖାତା ନଂ. ୧୮୨୦୯୯୮୯୧୩କୁ ୩୮ହଜାର, ବାବୁ ମଳିକଙ୍କ ଏଡ଼ିବି ଖାତା ନଂ. ୩୨୦୭୨୮୪୦୯୯୩କୁ ୨୫ ହଜାର, ଅନସୂୟା ପାତ୍ରଙ୍କ ଏଡ଼ିବି ଖାତା ନଂ. ୩୧୦୪୮୧୮୪୦୩୮କୁ ୧ଲକ୍ଷ ୭୦ ହଜାର ଓ ୫୫ ହଜାର ୯ଶହ ଟଙ୍କା, ପଞ୍ଚାନନ କହଁରଙ୍କ ଖାତା ନଂ. ୧୧୬୯୩୯୮୮୬୪୫କୁ ୩ ଲକ୍ଷ ୯୮ ହଜାର ୧୦୦ ଟଙ୍କା ଯାଇଛି। ଯାହାର କୌଣସି ହିସାବ କି କେଉଁ ପ୍ରକଳ୍ପ ପାଇଁ ଏହି ଟଙ୍କା ଖର୍ଚ୍ଚ ହୋଇଛି ତାହା ପଞ୍ଚାୟତ କ୍ୟାସ୍‌ବୁକରେ ଦର୍ଶାଯାଇନାହିଁ। ଏହି ଅର୍ଥ ହଡପ୍‌ ହୋଇଥିବା ଲୋକାଲ ଫଣ୍ଡ ଅଡ଼ିଟ ରିପୋର୍ଟରେ ଦର୍ଶଯାଇଛି।
ସେହିପରି ୨୦୧୭-୧୮ରେ ସାଧାରଣ ବଣ୍ଟନ ଓ ବାର୍ଦ୍ଧକ୍ୟ ଭତ୍ତାର ଅଗ୍ରୀମ ୧ ଲକ୍ଷ ୯୪ ହଜାର ୯୫୪ ଟଙ୍କା ୫ ଜଣ ନିର୍ବାହୀ ଅଧିକାରୀ ନେଇଥିଲେ। ପର୍ଯ୍ୟାୟ କ୍ରମେ ସେମାନଙ୍କ ବଦଳି ହୋଇଛି। ହେଲେ ସେମାନେ ପଞ୍ଚାୟତ କିମ୍ବା ବ୍ଲକକୁ ଏହାର ହିସାବ ଦେଇ ନାହାନ୍ତି। ଏହି ଟଙ୍କା ଆତ୍ମସାତ ହୋଇଥିବା ଅଡ଼ିଟ ରିପୋର୍ଟରେ ପ୍ରକାଶ ପାଇଛି। ଘଟଣା ସମ୍ପର୍କରେ ଜିଲାପାଳଙ୍କୁ ଅବଗତ କରାଯାଇଛି। ଭିଜିଲାନ୍ସ ନିଜ ତରଫରୁ ମାମଲା କରିଥିବା ଅଡିଟ ସୁପରିଣ୍ଟେଣ୍ଡେଣ୍ଟ ଜନାର୍ଦ୍ଦନ ତ୍ରିପାଠୀ ପ୍ରକାଶ କରିଛନ୍ତିି। ଭିଜିଲାନ୍ସ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହା ଦେଖିବାକୁ ବାକି ରହିଛ। ଏ ନେଇ ଭିଜିଲାନ୍ସ ଡିଏସ୍‌ପି ରବିକାନ୍ତ ସୁନାଙ୍କୁ ପଚାରିବାରୁ ତଦନ୍ତ କେଉଁ ଯାଏ ଯାଇଛି ତାହା ମୁଁ ବୁଝିଲା ପରେ କହିବି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଳପ୍ରପାତରେ ଗାଧୋଉଥିବା ବେଳେ ଖସିପଡ଼ିଲେ ଶିକ୍ଷକ, ତାପରେ….

ବରଗଡ଼,୧୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ଅଞ୍ଚଳରେ ଥିବା ପର୍ଯ୍ୟଟନସ୍ଥଳୀ ବାରବଖରା ଜଳପ୍ରପାତରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି । ଏହି ଜଳପ୍ରପାତରେ ଗାଧୋଉଥିବା…

ବର୍ଷାରେ ଧସିଲା ଗାର୍ଡ଼ ୱାଲ୍‌, ନଦୀକୂଳ ବାସୀ ଭୟଭିତ

ଆଳି,୧୬।୮(ବନମାଳୀ ସେନାପତି): କେନ୍ଦ୍ରାପଡ଼ା ଜିଲା ଆଳି ରିଙ୍ଗ ବନ୍ଧର ବଉଳଯୋଡି ନିକଟରେ ଥିବା ସଲୁଇସ୍‌ ଗେଟର ଗାର୍ଡ ୱାଲ୍‌ ବର୍ଷା ଯୋଗୁ ଧସି ଯାଇଛି। ଗାର୍ଡୱାଲ ଧସିବା…

ଦିନ ଦ୍ବିପ୍ରହରରେ ଆତଙ୍କ ମଚାଇଲେ ଦୁର୍ବୃତ୍ତ, ଦିବ୍ୟାଙ୍ଗଙ୍କ ଘର କବାଟ ଭାଙ୍ଗି ଲୁଟିନେଲେ…

ଦାରିଙ୍ଗବାଡି,୧୬।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ପଞ୍ଚାୟତ କାରିପାଙ୍ଗା ସାହିରେ ରବିବାର ଦିନ ଦ୍ବିପ୍ରହରରେ ଏକ ଲୁଟ୍ ଘଟଣା ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି…

ଦିଗପହଣ୍ଡିରେ ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି, ଜନନାୟକ…

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଆସିକା ଜାତୀୟ ରାଜପଥ କଡ଼ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ପରିସରରେ ଥିବା ଶ୍ରୀ ମୁକ୍ତେଶ୍ଵର ଶୈବପୀଠ କଲ୍ୟାଣ…

ଖୁଣ୍ଟରେ ଚଢ଼ି ମରାମତି ବେଳେ ଲାଗିଲା ବିଦ୍ୟୁତ ଝଟକା, ତାପରେ ହଠାତ୍….

ଦେବଗଡ଼,୧୬।୮(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ଥାନା କଲା ଗ୍ରାମରେ ଅଘଟଣ । ବିଦ୍ୟୁତ ସ୍ପର୍ଶରେ ଆସି ଚାଲିଗଲା ବିଦ୍ୟୁତ କର୍ମଚାରୀଙ୍କ ଜୀବନ । ମୃତ…

ଅନ୍ତରୀଣ ଡିଜିପି ଭାବେ ଦାୟିତ୍ୱ ନେଲେ ବିନୟତୋଷ ମିଶ୍ର, ଆସୁଆସୁ କଲେ ବଡ଼ ଘୋଷଣା…

କଟକ,୧୬।୮: ୧୯୯୩ ବ୍ୟାଚ୍‌ ଆଇପିଏସ୍‌ ଅଫିସର ବିନୟତୋଷ ମିଶ୍ର ରବିବାରେ ଅନ୍ତରୀଣ ପୋଲିସ ଡିଜିପି ଭାବେ କଟକ ସ୍ଥିତ ପୋଲିସ ମୁଖ୍ୟାଳୟରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟୀତ୍ୱ…

ଜିଲା ମୁଖ୍ୟ ଚିକିତ୍ସାଳୟରେ ସ୍ବାସ୍ଥ୍ୟ ସେବାର ସମୀକ୍ଷା କଲେ ସ୍ବାସ୍ଥ୍ୟମନ୍ତ୍ରୀ, ଅଧିକାରୀମାନଙ୍କୁ କହିଲେ…

କୋରାପୁଟ/ଜୟପୁର,୧୬ା୮(ଅମିତାଭ ବେହେରା/ପବନ ପାଣିଗ୍ରାହୀ): କୋରାପୁଟ ଜିଲାର ଜୟପୁରସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ନୂତନ କ୍ରିଟିକାଲ କେୟାର ୟୁନିଟ୍‌ ଉଦ୍‌ଘାଟିତ ହୋଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ…

କୂଳ ଲଙ୍ଘିଲା ବ୍ରାହ୍ମଣୀ ନଦୀ, ବନ୍ୟାପାଣିରେ ଫସିଲେ ୩ ଶହ ସ୍କୁଲ୍‌ ପିଲା

ପଟ୍ଟାମୁଣ୍ଡାଇ,୧୬।୮(କଳ୍ପତରୁ ନାୟକ): ବନ୍ୟାପାଣିରେ ଫସିଲେ ୩ ଶହ ସ୍କୁଲ୍‌ ପିଲା । ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ୍ କୁଳସାହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri