‘କ୍ଷେତ୍ର ପରିଦର୍ଶନରେ ଯାଇ ବାସ୍ତବ ସ୍ଥିତି ଅନୁଧ୍ୟାନ କର’

ବାଲେଶ୍ୱର ଅଫିସ, ୧।୧୦-ରାଜ୍ୟ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ସୋମବାର ବାଲେଶ୍ୱର ଗସ୍ତରେ ଆସି ବାଲେଶ୍ୱର ଓ ଭଦ୍ରକ ଜିଲାର ସମବାୟ ବିଭାଗର କାର୍ଯ୍ୟାବଳୀ ଏବଂ ୫-ଟି କାର୍ଯ୍ୟାନ୍ବୟନ ସମ୍ପର୍କରେ ସମୀକ୍ଷା କରିଛନ୍ତି। ପୂର୍ବାହ୍ନରେ ସ୍ଥାନୀୟ ବାଲେଶ୍ୱର -ଭଦ୍ରକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ମନ୍ତ୍ରୀ ଚାଷୀ ଏବଂ ଜନସାଧାରଣଙ୍କ ସହ ସମନ୍ବୟ ରକ୍ଷା କରି ସମବାୟ ବିଭାଗ କାର୍ଯ୍ୟ କରିବାକୁ ଉପସ୍ଥିତ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ ସମ୍ପ୍ରତି ୫-ଟି ଉପରେ ଗୁରୁତ୍ୱାରୋପ କରିଥିବା ବେଳେ ତାହାକୁ ନିଷ୍ଠାର ସହ କାର୍ଯ୍ୟକାରୀ କରିବାକୁ ସେ କହିଥିଲେ। ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ କରି ଦଳଗତ ଭାବେ ସମୟସୀମା ମଧ୍ୟରେ ସ୍ବଚ୍ଛତାର ସହ କାର୍ଯ୍ୟ କଲେ ରାଜ୍ୟର ବିକାଶ ତ୍ୱରାନ୍ବିତ ହୋଇପାରିବ ବୋଲି ମନ୍ତ୍ରୀ ମତବ୍ୟକ୍ତ କରିଥିଲେ। ଏଥିରେ ଅବହେଳା କଲେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ଚେତାବନୀ ଦେଇଥିଲେ। ରାଜ୍ୟ ତଥା ଦେଶର ଅର୍ଥନୈତିକ ପ୍ରଗତି ଏଥିସହ ଜଡ଼ିତ ଥିବାରୁ ଏ ଦିଗରେ ଯୋଜନାବଦ୍ଧ ଭାବେ କାମ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ବ୍ୟାଙ୍କର ସଭାପତି ରଘୁନାଥ ଲେଙ୍କା ଏଥିରେ ଅଧ୍ୟକ୍ଷତା କରିଥିଲେ ା
ଚାଷୀମାନେ ଧାନ ବିକ୍ରି ଟଙ୍କା ଠିକ୍‌ ସମୟରେ ପାଇପାରୁ ନ ଥିବା ଏବଂ ସେବା ସମବାୟ ସମିତିର ୨୦୧୪-୧୫ ପାଖରୁ ମଣ୍ଡି ଶ୍ରମ ପ୍ରାପ୍ୟ ପାଇ ନ ଥିବା ସିଏସଓ ଏବଂ ଏସିଏସ୍‌ଓଙ୍କୁ ଡକାଇ ଏହି ସମସ୍ୟାର ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସମବାୟ ବ୍ୟାଙ୍କ ଓ ପ୍ରାଥମିକ ସମବାୟ କୃଷି ସମିତିଗୁଡିକ ଦ୍ୱାରା ଚାଷୀମାନଙ୍କୁ ଦିଆଯାଇଥିବା ଋଣ ଏବଂ ବାଲେଶ୍ୱର, ଭଦ୍ରକ ଜିଲାର ଜନସାଧାରଣ ସମବାୟ ବ୍ୟାଙ୍କରେ ଜମା କରିଥିବା ଟଙ୍କା ଉପରେ ମନ୍ତ୍ରୀ ସମୀକ୍ଷା କରିଥିଲେ। ଋଣ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସମବାୟ ବ୍ୟାଙ୍କ ଓ ସମିତିଗୁଡ଼ିକର ନିୟମିତ ଅଡିଟ୍‌ ସହ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନରେ ଯାଇ ବାସ୍ତବ ସ୍ଥିତି ଅନୁଧ୍ୟାନ କରିବାକୁ ସେ କହିଥିଲେ। ଆଜିର ସମୀକ୍ଷା ପରେ ପୁନର୍ବାର ୪ ମାସ ପରେ ଆଉ ଏକ ସମୀକ୍ଷା ବୈଠକ କରି ଏହାର ଅଗ୍ରଗତି ସମ୍ପର୍କରେ ତଦାରଖ କରିବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଟ୍ରାକ୍ଟର ଓ ପାୱାର ଟିଲର ସମେତ କୃଷି ଯନ୍ତ୍ରପାତି କିଣିବା ଦିଗରେ ଋଣ ପ୍ରଦାନ, ଖରିଫ ଋତୁରେ ଚାଷୀମାନେ ଯେପରି ଧାନର ଉଚିତ୍‌ ମୂଲ୍ୟ ଠିକ୍‌ ସମୟରେ ପାଇପାରିବେ ସେଦିଗରେ ପଦକ୍ଷେପ ନେବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଗ୍ରାମାଞ୍ଚଳରେ ସମବାୟ ସଚେତନତା କାର୍ଯ୍ୟକ୍ରମ, ସାଧାରଣ ସେବା କେନ୍ଦ୍ର, ଚାଷୀମାନଙ୍କ ଆଧାରକାର୍ଡ଼ ଲିଙ୍କ, ଚାଷୀମାନଙ୍କଠାରୁ ଧାନ ସଂଗ୍ରହ ଏବଂ ସେମାନଙ୍କର ପ୍ରାପ୍ୟ ପ୍ରଦାନ ପ୍ରସଙ୍ଗରେ ମନ୍ତ୍ରୀ ସମୀକ୍ଷା କରିଥିଲେ। ସେହିପରି ସମବାୟ ବ୍ୟାଙ୍କ ଓ ସମବାୟ ସମିତିଗୁଡ଼ିକ ନିମନ୍ତେ ଧାର୍ଯ୍ୟ ହୋଇଥିବା ଲକ୍ଷ୍ୟ ଯେପରି ପୂରଣ ହୋଇପାରିବ ତାହା ସୁନିଶ୍ଟିତ କରିବାକୁ ସେ ଅଧିକାରୀମାନଙ୍କୁ କହିଥିଲେ। ସମବାୟ ସମିତିଗୁଡ଼ିକରେ ଖାଲିପଡ଼ିଥିବା ପଦବୀ ଏବଂ କମ୍ପ୍ୟୁଟରୀକରଣ ଉପରେ ସେ ଅଧିକାରୀମାନଙ୍କଠାରୁ ତଥ୍ୟ ହାସଲ କରିଥିଲେ। ବୈଠକରେ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ଡିଆରସିଏସ ଦାୟିତ୍ୱରେ ଥିବା ବ୍ୟାଙ୍କ ଉପସଭାପତି ଅନୀତା ଭୂୟାଁ, ନିର୍ଦ୍ଦେଶକ ଅଜୟ ସାମଲ, ମାନସ ଜେନା, ଗିରୀଶ ଦାସ, ଭାଗବତ ଖିଲାର, ରମେଶ ଭାରତୀ, ନିର୍ମଳ ମଣ୍ଡଳ, ଅସ୍ମିତା ମହାପାତ୍ରଙ୍କ ସମେତ ସେବା ସମବାୟ ସମିତିରୁ ୩ଜଣ ସଭାପତି ଓ ୩ଜଣ ସମ୍ପାଦକ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏଆରସିଏସ, ଅଡିଟର ଓ ବିଭାଗୀୟ ଅଧିକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧ ଲୋକ ସଭା, ୪ ବିଧାନସଭା ପ୍ରାର୍ଥୀ ଘୋଷଣା କଲା ଏସ୍‌ୟୁସିଆଇ

କଟକ,୨୯ା୩(ଶିଳ୍ପା ପ୍ରିୟଦର୍ଶିନୀ):ଏସ୍‌ୟୁସିଆଇ (କମ୍ୟୁନିଷ୍ଟ) ପାର୍ଟିର କେନ୍ଦ୍ରୀୟ କମିଟି ନିଷ୍ପତ୍ତିକ୍ରମେ ଆସନ୍ତା ନିର୍ବାଚନରେ କଟକ ଲୋକ ସଭା ଆସନରୁ ରାଜକିଶୋର ମଲ୍ଲିକ, କଟକ ସଦର ବିଧାନସଭା ଆସନରୁ...

ପିଏଚ୍‌.ଡି. ପାଇଁ ଏନ୍‌ଇଟି ସ୍କୋର

ଭୁବନେଶ୍ୱର, ୨୯ା୩(ଅସମାପିକା ସାହୁ):ଏଣିକି ପିଏଚ୍‌.ଡି ପଢ଼ିବା ପାଇଁ ଜାତୀୟ ଯୋଗ୍ୟତା ପରୀକ୍ଷା ବା ଏନ୍‌ଇଟି ସ୍କୋର୍‌ ଆବଶ୍ୟକ ହେବ। ଆଶାୟୀ ଛାତ୍ରୀଛାତ୍ର ଏନ୍‌ଇଟି ପରୀକ୍ଷାରେ ରଖିଥିବା...

ମନରେଗା ମଜୁରି ବୃଦ୍ଧି: ଓଡ଼ିଶା ଶ୍ରମିକଙ୍କ ଏତିକି ଟଙ୍କା ମଜୁରି ବଢିଲା

ନୂଆଦିଲ୍ଲୀ,୨୯ା୩(ପି.ଟି.):ବିଭିନ୍ନ ରାଜ୍ୟରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌) ମଜୁରିକୁ ୪ରୁ ୧୦ ପ୍ରତିଶତ ବୃଦ୍ଧି କରାଯାଇଛି। ଏହି ଯୋଜନାରେ ଓଡ଼ିଶାରେ...

ଭାଜପା ଛାଡ଼ିଲେ ପ୍ରକାଶ ବେହେରା

ଭୁବନେଶ୍ୱର,୨୯ା୩: ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା ଭାଜପା ଛାଡ଼ିଛନ୍ତି। ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି। ସେ ତାଙ୍କର ଇସ୍ତଫାପତ୍ର ଭାଜପା...

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ରାଜ୍ୟରେ ବଢିବ ତାପମାତ୍ରା, ୨ଦିନରେ ୪୦ ଛୁଇଁବ

ଭୁବନେଶ୍ୱର,୨୮।୩(ଅସମାପିକା ସାହୁ): ମାର୍ଚ୍ଚ ମାସ ଶେଷ ନ ହେଉଣୁ ରାଜ୍ୟରେ ପାରଦ ଉପରମୁହାଁ ହୋଇଛି। ଗୁରୁବାର ରାଜ୍ୟର ୧୬ଟି ସହରରେ ତାପମାତ୍ରା ୩୮ଡିଗ୍ରୀ ଅତିକ୍ରମ କରିଥିବାବେଳେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri