Posted inଜାତୀୟ

କ୍ଲାସକୁ ବିଳମ୍ବରେ ଆସିଲେ ଲଗାଇବାକୁ ପଡିବ ଗୋଟିଏ ଚାରା

ଗୁଜରାଟ,୨୫।୮: ପରିବେଶ ପ୍ରଦୂଷଣ କମ୍‌ କରିବାକୁ ଓ ବୃକ୍ଷ ସଂଖ୍ୟା ବଢାଇବାକୁ ଯାଇ ବିଶ୍ୱବିଦ୍ୟାଳୟର ଜଣେ ପ୍ରଫେସର ଭିନ୍ନ ଏକ ଉପାୟ ଅବଲମ୍ବନ କରିଛନ୍ତି। ଏଥିପାଇଁ ପ୍ରଫେସରଙ୍କ ନିୟମ ହେଲା ଯେଉଁ ଛାତ୍ରୀଛାତ୍ରମାନେ ବିଳମ୍ବରେ କ୍ଲାସକୁ ଆସିବେ ସେମାନଙ୍କୁ ଦଣ୍ଡ ସ୍ବରୂପ ବିଶ୍ୱବିଦ୍ୟାଳୟ ପରିସରରେ ଏକ ଚାରା ରୋପଣ କରିବାକୁ ପଡିବ। ପ୍ରାୟ ୮ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିବା ଏହି ନିଆରା ଦଣ୍ଡ ପାଇଁ ଏବେ ବୀର ନର୍ମଦ ସାଉଥ୍‌ ଗୁଜରାଟ ଯୁନିର୍ଭସିଟି ପରିସରରେ ପାଖାପାଖି ୫୫୦ ବୃକ୍ଷ ଦେଖିବାକୁ ମିଳିଛି। ଏଥିରେ କିଛି ଗଛର ଉଚ୍ଚତା ପ୍ରାୟ ୨୦ ଫୁଟ ହୋଇ ଗଲାଣି। ପ୍ରଫେସର ମେହୁଲ ପଟେଲ ସେଠାରେ ଆର୍କିଟେକଚର ବିଭାଗରେ କାମ କରୁଥିବଳେ ସେ ତାଙ୍କ ବିଭାଗର ଛାତ୍ରୀଛାତ୍ରଙ୍କୁ ଦେଉଥିବା ଦଣ୍ଡ ସ୍ବରୂପ ଏବେ ତାଙ୍କ ବିଭାଗ ନିକଟରେ ଏକ ସବୁଜ ପରିବେଶ ସୃଷ୍ଟି ହୋଇଛି ବୋଲି ସେ କୁହନ୍ତି। ଯାହା ଫଳରେ ଏବେ ସେଠାରେ ବିଭିନ୍ନ ପକ୍ଷୀଙ୍କ କଳରବ ଶୁଣିବାକୁ ମିଳୁଥିବା ବେଳେ ବିଭିନ୍ନ ପ୍ରକାରର ପ୍ରଜାପତି ଓ ମହୁମାଛିଙ୍କୁ ମଧ୍ୟ ଦେଖିବାକୁ ମିଳୁଛି। ନିକଟରେ ଏକ ପୁଷ୍କରିଣୀ ଥିବାରୁ ପରିବେଶ ବେଶ୍‌ ମନମୁଗ୍ଧକର ହୋଇଥିବା ସେ ପ୍ରକାଶ କରନ୍ତି। ତେବେ କେବଳ କ୍ଲାସକୁ ବିଳମ୍ବରେ ଆସିଲେ ନୁହେଁ ଅନ୍ୟ ଛୋଟମୋଟ ଭୁଲ୍‌ ପାଇଁ ମଧ୍ୟ ପ୍ରଫେସର ମେହୁଲ ପଟେଲ ମଧ୍ୟ ଏହି ଦଣ୍ଡ ଦେଇଥାଆନ୍ତି। ଯେମିତିକି ଯଦି କେହି ଶିକ୍ଷାର୍ଥୀ ବିଳମ୍ବରେ ପ୍ରୋଜେକ୍ଟ ଦାଖଲ କରିଥାଆନ୍ତି, କାହାର ଫୋନ୍‌ ଯଦି କ୍ଲାସରେ ବାଜି ଉଠିଥାଏ ତେବେ ତାଙ୍କୁ ଗଛ ଲଗାଇବା ଭଳି ଦଣ୍ଡ ଦିଅନ୍ତି ପ୍ରଫେସର ମେହୁଲ ପଟେଲ। ଏଥିରେ ପିଲାମାନେ ଖୁସି ଅନୁଭବ କରିବା ସହ ଅନ୍ୟପଟେ ପରିବେଶକୁ ପ୍ରଦୂଷଣରୁ ମଧ୍ୟ ରକ୍ଷା କରାଯାଇ ପାରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ସନ୍ଦେଶଖାଲି ମାମଲାରେ ସିବିଆଇ ଚଢ଼ାଉ

କୋଲକାତା,୨୬ା୪: କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି (ସିବିଆଇ) ପଶ୍ଚିମବଙ୍ଗର ସନ୍ଦେଶଖାଲି ମାମଲାରେ ଶୁକ୍ରବାର ଅନେକ ସ୍ଥାନରେ ଚଢ଼ାଉ କରିଛି। ଅନୁସନ୍ଧାନକାରୀ ସଂସ୍ଥା ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ...

ନୋଟାକୁ ସର୍ବାଧିକ ଭୋଟ ମିଳିବାରୁ ପୁନର୍ବାର ନିର୍ବାଚନ କରିବାକୁ ଦାବି, ନିର୍ବାଚନ କମିଶନଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୬।୪: ଭୋଟ ସମ୍ବନ୍ଧୀୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଶୁକ୍ରବାର ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ସମୟରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା।...

ସିସୋଡିଆଙ୍କୁ ଝଟ୍‌କା, ମେ’ ୮ ପର୍ଯ୍ୟନ୍ତ ରହିବେ ଜେଲରେ

ନୂଆଦିଲ୍ଲୀ,୨୬।୪: ଦିଲ୍ଲୀ ଏକ୍ସାଇଜ ମାମଲାରେ ହୋଇଥିବା ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ମନୀଷ ସିସୋଡିଆଙ୍କ ନ୍ୟାୟିକ ହେପାଜତକୁ ଆସନ୍ତା ମେ ୮ ପର୍ଯ୍ୟନ୍ତ...

ରାହୁଲଙ୍କୁ ଶାହାଙ୍କ ପ୍ରଶ୍ନ

ନୂଆଦିଲ୍ଲୀ,୨୬।୪: ଲୋକ ସଭା ନିର୍ବାଚନ ପାଇଁ ଚାଲିଥିବା ଦ୍ୱିତୀୟ ପର୍ଯ୍ୟାୟ ମତଦାନ ମଧ୍ୟରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ ଦାବି କରିଛନ୍ତି...

ପୂର୍ବାହ୍ନ ୧୧ଟା ସୁଦ୍ଧା ଏହି ରାଜ୍ୟରେ ହୋଇଛି ସବୁଠୁ ଅଧିକ ମତଦାନ

ନୂଆଦିଲ୍ଲୀ,୨୬ା୪: ଆଜି ଅର୍ଥାତ୍‌ ଏପ୍ରିଲ ୨୬ରେ ଲୋକ ସଭାର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି। ଏହି ପର୍ଯ୍ୟାୟରେ ୧୨୦୦ରୁ ଅଧିକ ପ୍ରାର୍ଥୀ ୧୩ଟି ରାଜ୍ୟର...

ପଶ୍ଚିମବଙ୍ଗରେ ଟିଏମସି ଘୋଟାଲା କରୁଛି: ମୋଦି

କୋଲକାତା,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପଶ୍ଚିମବଙ୍ଗର ମାଲଦାଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି।...

ମମତା ଗଡ଼ରେ ମୋଦିଙ୍କ ହୁଙ୍କାର

ନୂଆଦିଲ୍ଲୀ,୨୬ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପଶ୍ଚିମବଙ୍ଗର ମାଲଦାଠାରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଛନ୍ତି।...

EVM-VVPAT ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୨୬।୪: ନିର୍ବାଚନ ମତଦାନ ବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ସହ ଭୋଟର ଭେଭିଫିଏବଲ୍‌ ପେପର ଅଡିଟ୍‌ ଟ୍ରାଏଲ (ଭିଭିପିଏଟି) ମେଶିନ୍‌ରୁ ବାହାରୁଥିବା ପେପର ସ୍ଲିପ୍‌ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri