Posted inଖେଳ

କ୍ଲାର୍କଙ୍କ ବିବାହ ବିଚ୍ଛେଦ

ମେଲବୋର୍ନ, ୧୩।୨ (ପି.ଟି.)- ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ମାଇକେଲ କ୍ଲାର୍କ ଓ ତାଙ୍କ ସ୍ତ୍ରୀ କେଲୀ ବୋଲ୍ଡିଙ୍କ ମଧ୍ୟରେ ବିବାହ ବିଚ୍ଛେଦ ଘଟିଛି। ବିବାହର ୭ ବର୍ଷ ପରେ ବିଚ୍ଛେଦ ପାଇଁ ଉଭୟ ବୁଝାମଣା ଭିତ୍ତିିରେ ଏହି ନିଷ୍ପତ୍ତି ନେଇଥିବା କ୍ଲାର୍କ ପ୍ରକାଶ କରିଛନ୍ତି। ତାଙ୍କର ୪ ବର୍ଷର ଏକ ଝିଅ କେଲସି ଲି ରହିଛି। ଏହି ବିଚ୍ଛେଦ ପାଇଁ କ୍ଲାର୍କ ୪୦ ମିଲିୟନ ଆମେରିକୀୟ ଡଲାର (ଭାରତୀୟ ମୁଦ୍ରାରେ ପାଖାପାଖି ୨,୮୫,୬୫,୬୨,୦୦୦ ଟଙ୍କା) ପ୍ରଦାନ କରିଥିବା ସ୍ଥାନୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ‘କିଛି ବର୍ଷ ଅଲଗା ହୋଇ ରହିବା ପରେ ଆମେ ପରସ୍ପର ବିଚ୍ଛେଦ ଭଳି କଠିନ ନିଷ୍ପତ୍ତି ନେଇଛୁ’ କ୍ଲାର୍କ ଓ କେଲୀ ଉଭୟ ଦି ଅଷ୍ଟ୍ରେଲିଆନ୍‌ ଖବରକାଗଜକୁ ସାକ୍ଷାତ୍‌କାର ଅବସରରେ କହିଛନ୍ତି। ‘ଆମେ ପରସ୍ପରକୁ ବହୁତ ସମ୍ମାନ କରୁ ଏବଂ ସହମତି ଭିତ୍ତିରେ ଅଲଗା ହେବା ପାଇଁ ନିଷ୍ପତ୍ତି ନେଇଛୁ। ଝିଅର ଦେଖାଶୁଣା ଆମେ ମିଳିତ ଭାବେ ନେବାକୁ ପ୍ରତିଶ୍ରୁତିବଦ୍ଧ’ ବୋଲି ଉଭୟ ଏହି ଅବସରରେ କହିଛନ୍ତି। ଉଭୟ କ୍ଲାର୍କ ଓ କେଲୀଙ୍କୁ ୩୮ ବର୍ଷ ହୋଇଥିବାବେଳେ ୨୦୧୨ରେ ପରସ୍ପର ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ୨୦୧୫ରେ କେଲ୍‌ସି ଜନ୍ମ ହୋଇଥିବାବେଳେ ଏହାର ଠିକ୍‌ ଗୋଟିଏ ମାସ ପରେ କ୍ଲାର୍କ କ୍ରିକେଟ୍‌ରୁ ଅବସର ଘୋଷଣା କରିଥିଲେ। ଗତ ୫ ମାସ ହେବ କ୍ଲାର୍କ ଓ କେଲୀ ପରସ୍ପର ଅଲଗା ରହୁଥିଲେ। ପୂର୍ବତନ ବିଶ୍ୱକପ୍‌ ବିଜେତା ଅଧିନାୟକ କ୍ଲାର୍ବ ଏହାପରେ ସିଡ୍‌ନୀସ୍ଥିତ କେଲୀଙ୍କ ବିଳାସମୟ ଘରୁ ବାହାରି ବୋଣ୍ଡି ବିଚ୍‌ ଆପାର୍ଟମେଣ୍ଟରେ ଏକାକୀ ରହୁଥିଲେ। ପ୍ରକାଶଯୋଗ୍ୟ, କ୍ଲାର୍କ ୨୦୦୪ରୁ ୨୦୧୫ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ପକ୍ଷରୁ ୧୧୫ ଟେଷ୍ଟ ଓ ୨୪୫ ଦିନିକିଆ ଖେଳି ଯଥାକ୍ରମେ ୮,୬୪୩ ଓ ୭,୯୮୧ ରନ ସଂଗ୍ରହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇନିଂସ ଅଗ୍ରଣୀ, ଦୃଢସ୍ଥିତିରେ ଭାରତ

ଲଣ୍ଡନ,୧୧ା୭: କ୍ରାନ୍ତି ଗୌଡ଼ (୫/୩୭)ଙ୍କ ଚମତ୍କାର ବୋଲିଂ ଯୋଗୁ ଲଡ୍ସରେ ଚାଲିଥିବା ଏକ ମାତ୍ର ମହିଳା କ୍ରିକେଟ ଟେଷ୍ଟରେ ଇଂଲଣ୍ଡର ପ୍ରଥମ ଇନିଂସ ସ୍କୋରକୁ ୧୭୦ରନରେ ସୀମିତ…

IPL in Australia: ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବ IPL ମ୍ୟାଚ? ବିସିସିଆଇକୁ ଖୋଲା ପ୍ରସ୍ତାବ ଦେଲା CA

ନୂଆଦିଲ୍ଲୀ,୧୧।୭: ଆଗାମୀ ବିଗ ବ୍ୟାସ ଲିଗ (BBL) ସିଜିନର ଉଦଘାଟନୀ ମ୍ୟାଚ ଭାରତରେ ଅନୁଷ୍ଠିତ ହେବ ବୋଲି ନିଶ୍ଚିତ ହୋଇଛି। ଏହି ମ୍ୟାଚ ଚେନ୍ନାଇର ଚେପକ କ୍ରିକେଟ…

BCCI ଡାକିଲା ଜରୁରୀ ବୈଠକ; ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା; ରୋହିତ-ବିରାଟ, ଏବଂ ଗମ୍ଭୀର-ଆୟରଙ୍କ ସମ୍ପର୍କରେ ପ୍ରମୁଖ ନିଷ୍ପତ୍ତି ଆଶା କରାଯାଉଛି

ନୂଆଦିଲ୍ଲୀ,୧୧।୭: ଭାରତୀୟ କ୍ରିକେଟରେ ସବୁକିଛି ଠିକ ଅଛି କି? ଏହା ବର୍ତ୍ତମାନ ଏକ ପ୍ରମୁଖ ପ୍ରଶ୍ନ ପାଲଟିଛି। ଭାରତୀୟ ଦଳ ଆୟରଲ୍ୟାଣ୍ଡ ବିପକ୍ଷରେ ଦୁଇ ମ୍ୟାଚ ବିଶିଷ୍ଟ…

ମିଷ୍ଟ୍ରି ଗର୍ଲଙ୍କ ସହ ଭାଇରାଲ ହେଉଛି ଶୁବମନ ଗିଲଙ୍କ ଫଟୋ, କିଏ ସେହି ରହସ୍ୟମୟୀ ଝିଅ? ସାରା ତେନ୍ଦୁଲକରଙ୍କୁ ଦେବେ ଟକ୍କର

ନୂଆଦିଲ୍ଲୀ,୧୧।୭: ଟିମ ଇଣ୍ଡିଆର ଟେଷ୍ଟ ଏବଂ ଏକଦିବସୀୟ ଅଧିନାୟକ ଶୁବମନ ଗିଲ ୱିମ୍ବଲଡନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ତାଙ୍କୁ ସଚିନ ତେନ୍ଦୁଲକର ଏବଂ ତାଙ୍କ ପରିବାର ସହିତ…

ମ୍ୟାଚ ପୂର୍ବରୁ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ଚେତାଇଲେ ଇଂଲଣ୍ଡ ଖେଳାଳି, କହିଦେଲେ ଏତେ ବଡ଼ କଥା

ନୂଆଦିଲ୍ଲୀ, ୧୧।୭: ଭାରତୀୟ କ୍ରିକେଟ ଦଳ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ ହରାଇ ସାରିଛି, କିନ୍ତୁ ଆଜି ଖେଳାଯିବାକୁ ଥିବା ପଞ୍ଚମ ତଥା ଅନ୍ତିମ ଟି-୨୦ ମ୍ୟାଚ…

ସଚିନଙ୍କ ସହ ୱିମ୍ବଲଡନ ଦେଖିବାକୁ ଗଲେ ଶୁବମନ ଗିଲ୍‌: ଲୋକେ କହିଲେ…

ନୂଆଦିଲ୍ଲୀ,୧୧।୭: ଭାରତର ଟେଷ୍ଟ ଏବଂ ଏକଦିବସୀୟ ଅଧିନାୟକ ଶୁବମନ ଗିଲଙ୍କୁ ୱିମ୍ବଲଡନରେ ରୟାଲ ବକ୍ସରେ କିମ୍ବଦନ୍ତୀ ଭାରତୀୟ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଏବଂ ତାଙ୍କ ସ୍ତ୍ରୀ ଅଞ୍ଜଳିଙ୍କ…

IND vs ENG: ବାହାନା ପରେ ବାହାନା… ଟିମ ଇଣ୍ଡିଆର ଦୁଃଖଦ ଅବସ୍ଥା ସମ୍ପର୍କରେ ଏକ ଆଶ୍ଚର୍ଯ୍ୟଜନକ ବୟାନ ଦେଲେ ଶ୍ରେୟସ ଆୟର

ନୂଆଦିଲ୍ଲୀ,୧୧।୭: ଭାରତର T20 ଦଳର ନୂତନ ଅଧିନାୟକ ଶ୍ରେୟସ ଆୟରଙ୍କ ପାଖରେ ଅସୀମ ବାହାନା ଥିବା ପରି ମନେହୁଏ। ସେ ଏବେ ଆଉ ଏକ ବାହାନା ବାହାର…

ଇଂଲଣ୍ଡ ଗସ୍ତ ସହ ଶେଷ ହେଲା ଏହି ୩ ଖେଳାଳିଙ୍କ T20 କ୍ୟାରିୟର! ଲଗାତାର ଫ୍ଲପ୍‌ ପରେ…

ନୂଆଦିଲ୍ଲୀ,୧୦।୭: ବ୍ୟାକ-ଟୁ-ବ୍ୟାକ ବିଶ୍ୱବିଜେତା ହେବା ପରେ ଟିମ ଇଣ୍ଡିଆ ଏବେ କ୍ରମାଗତ ୨ଟି ଟି-୨୦ ସିରିଜ ହାରିଛି। ପ୍ରଥମେ ଆୟରଲ୍ୟାଣ୍ଡ ଏବଂ ଏବେ ଇଂଲଣ୍ଡ, ଦୁଇ ଦେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri