କ୍ରୀଡ଼ାବିତ୍‌ଙ୍କ ସହଯୋଗ ଲୋଡ଼ିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୪ା୪ (ପି.ଟି.)-ଦେଶରେ କୋଭିଡ୍‌-୧୯ ମହାମାରୀର ପ୍ରକୋପ କ୍ରମେ ବୃଦ୍ଧି ପାଉଛି। ଏଥିଲାଗି ସଚେତନତା ଅଭିଯାନରେ ସାମିଲ ହେବା ଲାଗି ଦେଶର ପ୍ରମୁଖ କ୍ରୀଡ଼ାବିତ୍‌ଙ୍କ ସହଯୋଗ ଲୋଡ଼ିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶୁକ୍ରବାର ସେ କେତେଜଣ ଖେଳାଳିଙ୍କ ସହିତ ଏହି ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି କ୍ରିକେଟ ଆଇକନ୍‌ ବିରାଟ କୋହଲି ଏବଂ ଷ୍ଟାର ବ୍ୟାଡ୍‌ମିଣ୍ଟନ ଖେଳାଳି ପି.ଭି ସିନ୍ଧୁ। ଭାଇରସ୍‌ର ସଂକ୍ରମଣକୁ ରୋକିବା ଲାଗି ଦେଶରେ ବର୍ତ୍ତମାନ ୨୧ ଦିନିଆ ଲକ୍‌ଡାଉନ୍‌ କାର୍ଯ୍ୟକାରୀ କରାଯାଉଛି। ଭିଡିଓ କଲ୍‌ ଜରିଆରେ ଏହି ଆଲୋଚନା ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହୋଇ ୧ ଘଣ୍ଟା ଧରି ଚାଲିଥିଲା। ଏଥିରେ କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁଙ୍କ ବ୍ୟତୀତ ୪୦ରୁ ଊର୍ଦ୍ଧ୍ୱ ଆଥଲେଟ୍‌ ସାମିଲ ହୋଇଥିଲେ। ଭାରତରେ କୋଭିଡ୍‌-୧୯ ପଜିଟିଭ୍‌ଙ୍କ ସଂଖ୍ୟା ୨,୦୦୦ ଅତିକ୍ରମ କରିଯାଇଛି। ଏହି ସଙ୍କଟଜନକ ପରିସ୍ଥିତିରେ ପରିଷ୍କାର ପରିଚ୍ଛନ୍ନ ରହିବା ସହ ସାମାଜିକ ଦୂରତ୍ୱ ବଜାୟ ରଖିବା କେତେଟା ଜରୁରୀ ସେ ନେଇ ଜନସଚେତନତା ସୃଷ୍ଟି କରିବା କ୍ଷେତ୍ରରେ ଆଥଲେଟମାନଙ୍କ ସହଯୋଗ ଲୋଡିଥିଲେ ପ୍ରଧାନମନ୍ତ୍ରୀ। ସେ ଖେଳାଳିଙ୍କ ମତାମତ ମଧ୍ୟ ଚାହିଁଥିଲେ। ଆମକୁ ମହାମାରୀ ବିରୋଧରେ ଟିମ୍‌ ଇଣ୍ଡିଆ ଭଳି ଲଢିିବାକୁ ହେବ। ଏଥିପାଇଁ ଆପଣମାନଙ୍କ ପ୍ରେରଣା ଏକାନ୍ତ କାମ୍ୟ ବୋଲି ମୋଦି କହିଥିଲେ। ବିଶ୍ୱ ଚାମ୍ପିୟନଶିପ୍‌ରେ ବ୍ରୋଞ୍ଜ ପଦକ ଲାଭ କରିଥିବା ବ୍ୟାଡ୍‌୍‌ମିଣ୍ଟନ ଖେଳାଳି ବି. ସାଇ ପ୍ରଣିଥ୍‌ଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ହୋଇଥିବା ଆଲୋଚନାର ଏକ ଭିଡ଼ିଓ କ୍ଲିପ୍‌ ଦେଖିବାକୁ ମିଳିଥିଲା। ପ୍ରଧାନମନ୍ତ୍ରୀଙ୍କ ସହିତ ଭିଡ଼ିଓ କଲ୍‌ରେ ସାମିଲ ହୋଇଥିବା କ୍ରୀଡ଼ାବିତ୍‌ଙ୍କ ମଧ୍ୟରେ ରହିଛନ୍ତି, ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି, ଟପ୍‌ ବ୍ୟାଟ୍ସମ୍ୟାନ ରୋହିତ୍‌ ଶର୍ମା, ପୂର୍ବତନ ପେସ୍‌ ବୋଲର ଜାହିର ଖାଁ, ଯୁବରାଜ ସିଂ। ତାଲିକାରେ ରହିଥିବା ଅନ୍ୟମାନଙ୍କ ମଧ୍ୟରେ ରହିଛନ୍ତି, ଅଲିମ୍ପିକ ରୌପ୍ୟ ବିଜୟିନୀ ସିନ୍ଧୁ, ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରା, ଚେସ୍‌ ଯାଦୁକର ବିଶ୍ୱନାଥନ ଆନନ୍ଦ, ସ୍ପ୍ରିଣ୍ଟର ହୀମା ଦାସ, ବକ୍ସିଂ ଷ୍ଟାର ଅମିତ୍‌ ପଙ୍ଘାଲ, ରେସ୍‌ଲର ଭିନେଶ ଫୋଗତ୍‌। ସ୍ବଳ୍ପ ବୟସ୍କ ପ୍ରତିଭା ମନୁ ଭାକର। ପ୍ରଧାନମନ୍ତ୍ରୀ ୧୨ଜଣଙ୍କ ସହିତ ବର୍ତ୍ତମାନର ପରିସ୍ଥିତି ଉପରେ ୩ ମିନିଟ୍‌ ଲେଖାଏଁ କଥାବାର୍ତ୍ତା ହୋଇଥିବା ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଛି। ହେଲେ ସେମାନଙ୍କ ନାମ ପ୍ରକାଶ କରାଯାଇ ନ ଥିଲା। ପରେ ଜାଣିବାକୁ ମିଳିଥିଲା ଯେ, ମୋଦିଙ୍କ ସହିତ ଆଲୋଚନାରେ ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି, ଏମ୍‌.ସି ମେରୀକମ୍‌ ଓ ବିରାଟ କୋହଲି ସାମିଲ ହୋଇଥିଲେ। ନେଟଓ୍ବର୍କ ସମସ୍ୟା ଯୋଗୁ ମେରୀକମ୍‌ଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରି ନ ଥିଲା। ତେବେ ପୂର୍ବତନ ବିଶ୍ୱ ଚାମ୍ପିୟନ ଭରୋତ୍ତୋଳକ ମୀରାବାଈ ଚାନୁଙ୍କୁ ଏ ବିଷୟରେ ପଚରାଯିବାରେ କରୋନା ମହାମାରୀ ବିରୋଧରେ ଲଢେଇପାଇଁ ଆମ ସମସ୍ତଙ୍କୁ ଏକାଠି ହେବାକୁ ପଡ଼ିବ। ଭେଟେରାନ ଟେବୁଲ ଟେନିସ ଖେଳାଳି ଶରଥ କମାଲ ମଧ୍ୟ ଆଲୋଚନାରେ ସାମିଲ ହୋଇଥିଲେ। ବିଶ୍ୱ ଚାମ୍ପିୟନ ରୌପ୍ୟ ବିଜୟୀ ଶୁଟର ଅଭିଷେକ ବର୍ମା କହିଛନ୍ତି, ଆଥଲେଟ୍‌ମାନେ ସକାରାତ୍ମକ ହେବା ସହ ସକାରାତ୍ମକ ବାର୍ତ୍ତା ପ୍ରଚାର କରିବା ଉଚିତ୍‌। କୌଣସି ଚ୍ୟାଲେଞ୍ଜକୁ ସାମ୍ନା କରିବାକୁ ହେଲେ ଆତ୍ମ-ଶୃଙ୍ଖଳା, ସକାରାତ୍ମକ ମନୋଭାବ ଏବଂ ଆତ୍ମବିଶ୍ୱାସ ଜରୁରୀ। କ୍ରୀଡ଼ା କ୍ଷେତ୍ରରେ ଏହା ଅପରିହାର୍ଯ୍ୟ। ଭାଇରସ୍‌ର ସଂକ୍ରମଣକୁ ରୋକିବା କ୍ଷେତ୍ରରେ ମଧ୍ୟ ଏହା ପ୍ରଯୁଜ୍ୟ ବୋଲି ମୋଦି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସିଦ୍ଧ ୟୁଟ୍ୟୁବର୍‌ ଧ୍ରୁବ ରାଠୀ ଅଟକ: ଜନ୍ତରମନ୍ତରରେ CJPର ପ୍ରତିବାଦ ଆରମ୍ଭ

ନୂଆଦିଲ୍ଲୀ,୧୦।୧୦: SIR ଏବଂ ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଆଜି ଦିଲ୍ଲୀର ଜନ୍ତରମନ୍ତରଠାରେ କକରୋଚ ଜନତା ପାର୍ଟି (CJP) ପକ୍ଷରୁ ପ୍ରତିବାଦ…

ମହିଳା ସୁପରଭାଇଜରଙ୍କ ଅବହେଳା ଅଭିଯୋଗ: ଅଙ୍ଗନବାଡ଼ି କେନ୍ଦ୍ରରେ ବଢ଼ୁଛି ସମସ୍ୟା

କେସିଙ୍ଗା, ୧୦।୧୦ (ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲା କେସିଙ୍ଗା ସମନ୍ବିତ ଶିଶୁ ବିକାଶ ଯୋଜନା ଅଧୀନରେ ଥିବା ତୁଣ୍ଡଳା ସେକ୍ଟରର ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ପରିଚାଳନାକୁ ନେଇ ଅସନ୍ତୋଷ ପ୍ରକାଶ…

ପ୍ରକାଶ ପାଇଲା ପ୍ରାର୍ଥୀ ତାଲିକା: ମୌଳିକ ସୁବିଧା ଅଭାବକୁ ନେଇ ଅସନ୍ତୋଷ

ଥୁଆମୂଳ ରାମପୁର, ୧୦।୧୦ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ସରକାରୀ ସ୍ନାତକ ମହାବିଦ୍ୟାଳୟରେ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଛାତ୍ର ସଂସଦ ଓ ବିଭିନ୍ନ ସଂସଦର…

ଛାତ୍ର ସଂସଦ ନିର୍ବାଚନ, କଲେଜ କ୍ୟାମ୍ପସ୍‌ ସରଗରମ: ନାମାଙ୍କନ ନାକଚ୍‌, ଆଶାୟୀ ଅସନ୍ତୋଷ

ବରଗଡ଼,10।୧୦(ପ୍ରେମାନନ୍ଦ ଖମାରୀ):ଆସନ୍ତା ୧୫ତାରିଖ ଛାତ୍ର ସଂସଦ ନିର୍ବାଚନ। ଏହି ନିର୍ବାଚନ ଯେତିକି ପାଖେଇ ଆସୁଛି, କଲେଜ କ୍ୟାମ୍ପସ୍‌ ଗୁଡ଼ିକରେ ନିର୍ବାଚନୀ ବାତାବରଣ ସେତିକି ସରଗରମ ହୋଇ ପଡୁଛି।…

ହାରିବା ସତ୍ତ୍ୱେ ୩ ବଡ଼ ରେକର୍ଡ ଭାଙ୍ଗିଲା ଟିମ୍‌ ଇଣ୍ଡିଆ: ୩ ବ୍ୟାଟ୍‌ରଙ୍କ ବିସ୍ଫୋରକ ଇନିଂସ

ରାଞ୍ଚି,୧୦।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଟିମ ଇଣ୍ଡିଆ ଦମ୍‌ଦାର ବ୍ୟାଟିଂ କରିଥିଲେ ମଧ୍ୟ ପରାଜୟବରଣ କରିଛି। ଭାରତୀୟ ବ୍ୟାଟରମାନେ ଚୌକା ଓ ଛକା ବର୍ଷା…

ଲଜ୍ଜାଜନକ ପରାଜୟ ପରେ ମୁହଁ ଖୋଲିଲେ ଶ୍ରେୟସ ଆୟର: ସୁଯୋଗ ହାତଛଡ଼ା…

ରାଞ୍ଚି,୧୦।୧୦: ଭାରତ-ୱେଷ୍ଟଇଣ୍ଡିଜ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ୨୪୯ ରନ କରି ମଧ୍ୟ ହାରିଯାଇଛି ଟିମ ଇଣ୍ଡିଆ। ରାଞ୍ଚିରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଭାରତ ପ୍ରଥମେ ବ୍ୟାଟିଂ କରି…

ସମଲେଶ୍ଵରୀଙ୍କ ଧବଳମୁଖୀ ବେଶ: ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

ବରଗଡ଼,୧୦।୧୦(ପ୍ରେମାନନ୍ଦ ଖମାରୀ)- ଆଜି ମହାଳୟା । ଏହି ଅବସରରେ ବରଗଡର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ଭଗବତୀ ମାଁ ସମଲେଶ୍ବରୀ ଧବଳମୁଖୀ ବେଶରେ ଦର୍ଶନ ଦେଇଛନ୍ତି। ଏହି ବେଶରେ ଦେବୀଙ୍କୁ…

ଜୀବଜନ୍ତୁଙ୍କ ରଙ୍ଗ ପଛର ରହସ୍ୟ: ଖାଦ୍ୟରୁ ମିଳୁଛି ଆକର୍ଷଣୀୟ ରୂପ

ୱାଶିଂଟନ,୧୦ା୧୦:ଅନେକ ଜୀବଜନ୍ତୁ, ପକ୍ଷୀ ଓ ମାଛ ସେମାନଙ୍କର ନାଲି, ହଳଦିଆ, ନୀଳ, କମଳା ଆଦି ରଙ୍ଗ ପାଇଁ ବେଶ୍‌ ଆକର୍ଷଣୀୟ ହୋଇଥାନ୍ତି। କିନ୍ତୁ ଏହି ଜୀବମାନେ ଏତେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?