କ୍ରିକେଟ ଖେଳରୁ ଦୁର୍ଘଟଣା:  ବଲ ବାଜି ମେଡିକାଲ ଛାତ୍ରଙ୍କ ମୃତ୍ୟୁ

ବ୍ରହ୍ମପୁର ଅଫିସ,୧୬ା୧୧-ଗଞ୍ଜାମ ଜିଲା ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର ବଡ ମେଡିକାଲ ଖେଳ ପଡ଼ିଆରେ ଶୁକ୍ରବାର କ୍ରିକେଟ ଖେଳ ବେଳେ ଏକ ଦୁର୍ଘଟଣା ଘଟିଛି। କ୍ରିକେଟ ବଲ ବାଜି ଜଣେ ମେଡିକାଲ ଛାତ୍ରଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ବିଶ୍ୱଭୂଷଣ ସାହୁ (୨୪)। ତାଙ୍କ ଘର ପୋଲସରା ଥାନା ଅନ୍ତର୍ଗତ ଚଞ୍ଚଣିଆପଲ୍ଲୀ ବୋଲି ମେଡିକାଲ ଫାଣ୍ଡି ପୋଲିସ ସୂଚନା ଦେଇଛି। ଛାତ୍ରଙ୍କ ମୃତଦେହ ଜବତ କରି ପୋଲିସ ନଂ.୬୦୪/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।
ପ୍ରକାଶ ଯେ, ବିଶ୍ୱଭୂଷଣ କୋରାପୁଟ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ୨ୟ ବର୍ଷ ଏମ୍‌ବିବିଏସ୍‌ ଛାତ୍ର ଥିଲେ। ତାଙ୍କ ବାପା ଲିଙ୍ଗରାଜ ବ୍ରହ୍ମପୁର ଲାଞ୍ଜିପଲିରେ ଏକ ଘର ଭଡା ନେଇ ରହୁଛନ୍ତି। କିଛିଦିନ ତଳେ ବିଶ୍ୱଭୂଷଣ ଛୁଟିରେ ଘରକୁ ଆସିଥିଲେ। ସେ ଶୁକ୍ରବାର ସକାଳେ ସାଙ୍ଗମାନଙ୍କ ସହ କ୍ରିକେଟ ଖେଳିବା ପାଇଁ ମେଡିକାଲ କଲେଜ ଖେଳ ପଡିଆକୁ ଯାଇଥିଲେ। ବିଶ୍ୱଭୂଷଣ ବ୍ୟାଟିଂ କରୁଥିବା ବେଳେ ଅନ୍ୟପଟୁ ବୋଲିଂ ହେଉଥିଲା। ଏକ ବଲ ତାଙ୍କ କାନରେ ବାଜିଥିଲା। ଫଳରେ ସେ ତଳେ ଅଚେତ ହୋଇ ପଡିଯାଇଥିଲେ। ସାଙ୍ଗମାନେ ତାଙ୍କୁ ତୁରନ୍ତ ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍‌ପିଟାଲରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିନା ଅନୁମତିରେ ସାଉଣ୍ଡ ବାଜିଲେ ଜବତ ହେବ ଡିଜେ ଗାଡ଼ି, ସିଧା ହେବେ ଗିରଫ: ପାର୍ବଣ ପୂର୍ବରୁ ପୋଲିସର ଚେତାବନୀ

ପୁରୁଷୋତ୍ତମପୁର,୯।୯(ସବିତା ମିଶ୍ର): ଆଗାମୀ ପୂଜାପାର୍ବଣ ସମୟରେ ଶବ୍ଦ ପ୍ରଦୂଷଣ ରୋକିବା ପାଇଁ ପୁରୁଷୋତ୍ତମପୁର ପୋଲିସ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଉପଜିଲାପାଳଙ୍କ ବିନା ଅନୁମତିରେ କୌଣସି ସ୍ଥାନରେ…

ଗଣେଶ ପୂଜାକୁ ନେଇ ପୋଲିସର କଡ଼ା ଆଭିମୁଖ୍ୟ: ଡିଜେ ଶୋଭାଯାତ୍ରା ସମ୍ପୂର୍ଣ୍ଣ ନିଷେଧ

ଗଞ୍ଜାମ,୯ା୯(ବିଦ୍ୟାଧର ସାହୁ): ଚଳିତ ମାସ ୧୪ରେ ପାଳିତ ହେବ ଅଗ୍ର୍ୟ ପୂଜ୍ୟ ମହାବିନାୟକ ଗଣେଶ ପୂଜା l ଚଳିତ ବର୍ଷ ଗଣେଶ ପୂଜା ନିମନ୍ତେ କଡା ଆଭିମୁଖ୍ୟ…

ଘର ଆଗରୁ ବାଇକ୍‌ ଚୋରି କରି ନେଇଗଲେ ଦୁର୍ବୃତ୍ତ

ଦିଗପହଣ୍ଡି,୯ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ରାଜନଗର ମେନ୍‌ରୋଡ୍‌ରେ ଥିବା ଏ. ମୁନା ଦୋରାଙ୍କ ଘର ସମ୍ମୁଖରୁ କେହି ଦୁର୍ବୃତ୍ତ ତାଙ୍କ ବାଇକ୍‌କୁ ଚୋରି କରି…

ଦ୍ୱିତୀୟ ସେମିଷ୍ଟାର ପରୀକ୍ଷା ଫଳକୁ ନେଇ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ: ମୂଲ୍ୟାଙ୍କନ ଉପରେ ପ୍ରଶ୍ନବାଚୀ

ଭଞ୍ଜନଗର,୯।୯(ବାବୁଲା ପ୍ରଧାନ): ବ୍ରହ୍ମପୁର ବିଶବିଦ୍ୟାଳୟ ପକ୍ଷରୁ ମଙ୍ଗଳବାର ସନ୍ଧ୍ୟାରେ ଯୁକ୍ତ ୩ ଦ୍ୱିତୀୟ ସେମିଷ୍ଟର ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ଏଥିରେ ଅନେକ ଛାତ୍ରୀଛାତ୍ରଙ୍କ ପେପର ବ୍ୟାକ…

ସିକନ୍ଦରାବାଦରୁ ଓଡ଼ିଆ ଶ୍ରମିକ ନିଖୋଜ: ସୁପରଫାଷ୍ଟ ଟ୍ରେନରେ ଗାଁକୁ ଫେରୁଥିବାବେଳେ ବାଟରୁ ଉଭାନ୍‌

ଦିଗପହଣ୍ଡି,୯।୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ନନ୍ଦ ଗାଁ ର ସମୀର ଗୌଡ଼(୨୬) ଦାଦନ ଶ୍ରମିକ ଭାବେ ମହାରାଷ୍ଟ୍ରର ପୁଣେ ନିକଟ…

ବାଟରେ ଅଟକାଇ ମୁଣ୍ଡ ଫଟାଇଲେ, ଟଙ୍କା ଲୁଟିଥିଲେ: ତୃତୀୟ ଅଭିଯୁକ୍ତ ଭୋଳାଙ୍କୁ ଗିରଫ କଲା ପାଟପୁର ପୋଲିସ

ଦାଦା ବଟି ପାଇଁ ହତ୍ୟା ଉଦ୍ୟମ ମାମଲା: ପୁଣି ଜଣେ ଅଭିଯୁକ୍ତ ଗିରଫ, ସଂଖ୍ୟା ୩କୁ ବୃଦ୍ଧି ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା…

ଗଣେଶ ପୂଜା ପାଇଁ ଗଞ୍ଜାମ ଏସ୍‌ପିଙ୍କ କଡ଼ା ନିର୍ଦ୍ଦେଶ: ରାତି ୧୦ଟା ପରେ ବାଜିବନି ଲାଉଡସ୍ପିକର, ଜୋରଜବରଦସ୍ତ ଚାନ୍ଦା ଆଦାୟ ମନା

ଛତ୍ରପୁର,୮।୯(ଦିଲ୍ଲୀପ ସାମଲ): ଆଗାମୀ ଗଣେଶ ପୂଜା ସମେତ ପୂଜା ପାର୍ବଣ ସମୟରେ ଆଇନ ଶୃଙ୍ଖଳା ରକ୍ଷା ଓ ଶାନ୍ତିଶୃଙ୍ଖଳା ବଜାୟ ରଖିବା ନିମନ୍ତେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ…

ଛୁଟିରେ ଘରକୁ ଆସି ଆଖି ବୁଜିଲେ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁରୀ ସ୍ୱର୍ଗଦ୍ୱାରରେ BSF ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବାଗଡା ଗ୍ରାମର ବିଏସଏଫ୍ (BSF) ସିନିୟର ହାବିଲଦାର ବି. କାନା (୫୩)ଙ୍କ ଆକସ୍ମିକ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri