Posted inଖେଳ

କ୍ରିକେଟରଙ୍କ ମା’ଙ୍କ ଜୀବନ ବଞ୍ଚାଇଲେ ବିରାଟ କୋହଲି

ମୁମ୍ବାଇ,୨୦।୫:ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି କେବଳ ଜଣେ ମହାନ ବ୍ୟାଟ୍ସମ୍ୟାନ ନୁହଁନ୍ତି ବରଂ ସେ ଜଣେ ଭଲ ବ୍ୟକ୍ତି ମଧ୍ୟ ଅଟନ୍ତି। ବିରାଟ କୋହଲି କ୍ରିକେଟ ବ୍ୟତୀତ ସର୍ବଦା ସାମାଜିକ କାର୍ଯ୍ୟରେ ନିୟୋଜିତ ରହି ଲୋକଙ୍କୁ ସାହାଯ୍ୟ କରନ୍ତି। ଶ୍ରେଷ୍ଠ ବ୍ୟାଟିଂ ସହ ହୃଦୟ ଜିତିଥିବା ବିରାଟ କୋହଲି ପୁଣି ଥରେ ପ୍ରଶଂସକଙ୍କ ମନ ଜିଣିଛନ୍ତି। ସେ ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟରଙ୍କ ମା’ଙ୍କ ଜୀବନ ରକ୍ଷା କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।
ବିରାଟ କୋହଲି ପୂର୍ବତନ ଭାରତୀୟ କ୍ରିକେଟର କେ.ଏସ ଶ୍ରାବନ୍ତୀ ନାଇଡୁଙ୍କ ମା’ ଏସ.କେ ସୁମନଙ୍କ ଜୀବନ ରକ୍ଷା କରିଛନ୍ତି। ନାଇଡୁଙ୍କ ମା’ କରୋନା ଆକ୍ରାନ୍ତ ହୋଇଥିଲେ ଏବଂ ତାଙ୍କ ଅବସ୍ଥା ଗୁରୁତର ଥିଲା। ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ମଧ୍ୟ ତାଙ୍କ ଚିକିତ୍ସା ପାଇଁ ନାଇଡୁଙ୍କ ପାଖରେ ଅଧିକ ଟଙ୍କା ନ ଥିଲା। ଏହି ଅବସରରେ ବିରାଟ କୋହଲି ଏହି ପୂର୍ବତନ ମହିଳା କ୍ରିକେଟରଙ୍କୁ ସାହାଯ୍ୟ କରି ତାଙ୍କୁ ୬.୭୭ ଲକ୍ଷ ଟଙ୍କା ଦେଇଥିଲେ। ଶ୍ରୀବନ୍ତୀ ବିସିସିଆଇ ଏବଂ ହାଇଦ୍ରାବାଦ କ୍ରିକେଟ ଆସୋସିଏସନରୁ ମଧ୍ୟ ସାହାଯ୍ୟ ମାଗିଥିଲେ। ବିରାଟ କୋହଲିଙ୍କୁ ଟୁଇଟର୍‌ ମାଧ୍ୟମରେ ଶ୍ରାବନ୍ତୀଙ୍କ ଆର୍ଥିକ ଅସୁବିଧା ବିଷୟରେ ଜାଣିବାକୁ ପାଇଥିଲେ। ବିସିସିଆଇର ଦକ୍ଷିଣ ଜୋନ ସଂଯୋଜକ ଏନ. ବିଦ୍ୟା ଯାଦବ ଏକ ଟୁଇଟ୍‌ରେ ଶ୍ରାବନ୍ତୀଙ୍କ ମା’ଙ୍କ ସହାୟତା ଲୋଡିଥିଲେ। ଏଥିରେ ସେ ବିରାଟ କୋହଲିଙ୍କୁ ମଧ୍ୟ ଟ୍ୟାଗ କରିଥିଲେ। ବିରାଟ କୋହଲି ତୁରନ୍ତ ତାଙ୍କ ଟୁଇଟ୍‌ର ଜବାବ ଦେଇ ଶ୍ରାବନ୍ତୀଙ୍କ ମାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ।
ନିକଟରେ ସ୍ତ୍ରୀ ଅନୁଷ୍କା ଶର୍ମାଙ୍କ ସହ ମିଶି ବିରାଟ କୋହଲି କରୋନା ରୋଗୀଙ୍କୁ ସାହାଯ୍ୟ କରିବା ପାଇଁ ୧୧ କୋଟି ଟଙ୍କା ଜମା କରିଥିଲେ। ଏଥିରେ ଅନୁଷ୍କା ଏବଂ ବିରାଟ କୋହଲି ନିଜେ ୨ କୋଟି ଟଙ୍କା ଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିବାହ ପୂର୍ବରୁ ଏହି ଅଭିନେତ୍ରୀଙ୍କୁ ଡେଟ୍‌ କରୁଥିଲେ ଧୋନୀ, ଜାଣିଲେ…

ନୂଆଦିଲ୍ଲୀ,୨୦।୪: ମହେନ୍ଦ୍ର ସିଂ ଧୋନି ଆଜିକାଲି ଆଇପିଏଲ୨୦୨୪ରେ ଖେଳୁଥିବା ନଜର ଆସିଛନ୍ତି । ଧୋନୀ ଚଳିତ ସିଜନରେ ଚେନ୍ନାଇ ପାଇଁ ଅଧିନାୟକ ଭାବରେ ନୁହେଁ ବରଂ...

ଋତୁରାଜ-ରାହୁଲଙ୍କ ଉପରେ ବିସିସିଆଇର କାର୍ଯ୍ୟାନୁଷ୍ଠାନ, ଗୋଟିଏ ଭୁଲ ଯୋଗୁ ଦେବାକୁ ପଡ଼ିଲା ଜରିମାନା

ନୂଆଦିଲ୍ଲୀ,୨୦।୪: ଆଇପିଏଲ ୨୦୨୪ ଦିନକୁ ଦିନ ଅଧିକ ରୋମାଞ୍ଚକର ହୋଇଯାଉଛି। ଟୁର୍ନାମେଣ୍ଟର ୩୪ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ ମଧ୍ୟରେ...

ଚେନ୍ନାଇର ସମ୍ମାନଜନକ ସ୍କୋର

ଲକ୍ଷ୍ନୌ, ୨୦।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଶୁକ୍ରବାର ଅନୁଷ୍ଠିତ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ବିପକ୍ଷ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ସମ୍ମାନଜନକ ସ୍କୋର କରିଛି। ରବୀନ୍ଦ୍ର...

ସେମିଫାଇନାଲରେ ଓଡ଼ିଶା ଏଫ୍‌ସି

ଭୁବନେଶ୍ୱର, ୨୦।୪(ତପନ ସ୍ବାଇଁ): ଇତିହାସ ରଚିଲା ଓଡ଼ିଶା ଏଫ୍‌ସି। ଅତିରିକ୍ତ ସମୟରେ ଇସାକ ଭନଲାଲରୁଆତଫେଲାଙ୍କ ଗୋଲ ବଳରେ ଓଡ଼ିଶା ଏଫ୍‌ସି ପ୍ରଥମଥର ପାଇଁ ଇଣ୍ଡିଆନ ସୁପର...

ଶେଷ ଓଭରରେ ରୋହିତ ଶର୍ମାଙ୍କ ଏହି ଗୋଟିଏ ନିଷ୍ପତ୍ତି, ପଲଟାଇଦେଲା ବାଜି

ନୂଆଦିଲ୍ଲୀ,୧୯।୪: ଇଣ୍ଡିଆନ ପ୍ରିମିୟର ଲିଗ ଟି-୨୦ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗ୍ସକୁ ନଅ ରନ୍‌ରେ ପରାସ୍ତ କରିଛି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଟସ ଜିତିବା...

ଆଇପିଏଲ୍‌ରେ ଧମାଲ୍‌ କରୁଛନ୍ତି ଏହି ୫ ଅନ୍‌କ୍ୟାପ୍‌ଡ୍‌ ଖେଳାଳି: ଟି-୨୦ ବିଶ୍ୱକପ୍‌ରେ ମିଳିପାରେ ସ୍ଥାନ

ନୂଆଦିଲ୍ଲୀ,୧୯।୪:ସନରାଇଜର୍ସ ହାଇଦ୍ରାବାଦ ଓପନର୍‌ ଅଭିଷେକ ଶର୍ମାଙ୍କ ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ଚଳିତ ସିଜନରେ ଏପର୍ଯ୍ୟନ୍ତ ଅଭିଷେକ ୬ଟି ମ୍ୟାଚରେ ୨୧୧ ରନ ସଂଗ୍ରହ କରିଛନ୍ତି।...

ରୋଚକ ହେଉଛି ପର୍ପଲ-ଅରେଞ୍ଜ କ୍ୟାପ୍‌ ରେସ୍‌: ଜାଣନ୍ତୁ ଏବେ କିଏ ଅଛନ୍ତି…

ମୁମ୍ବାଇ,୧୯।୪: ପଞ୍ଜାବ କିଙ୍ଗସ ବିପକ୍ଷରେ ଜସପ୍ରୀତ ବୁମ୍‌ରା ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ। ଜସପ୍ରୀତ ବୁମ୍‌ରା ୩ ବ୍ୟାଟ୍ସମ୍ୟାନ ୪ ଓଭରରେ ୨୧ ରନ...

ମୁମ୍ବାଇ ଜିତିବା ସତ୍ତ୍ୱେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଲାଗିଲା ବଡ଼ ଝଟ୍‌କା

ମୁମ୍ବାଇ,୧୯।୪: ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସ ବିପକ୍ଷରେ ଏକ ରୋମାଞ୍ଚକର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସକୁ ୯...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri