କ୍ରଶର, ଖଣି କାଗଜପତ୍ର ଯାଞ୍ଚ କଲେ ଉପଜିଲାପାଳ

ଖଇରା, ୨୫।୯(ଡି.ଏନ.ଏ.)-ବାଲେଶ୍ୱର ଉପଜିଲାପାଳ ନିଲୁ ମହାପାତ୍ରଙ୍କ ନେତୃତ୍ୱରେ ଏକ ଟିମ୍‌ ମଙ୍ଗଳବାର ଶାରୀଶୂଆ ପାହାଡ଼ ପାଦଦେଶରେ ବେଆଇନ ଭାବେ ଚାଲୁଥିବା ବିଭିନ୍ନ କ୍ରଶରର କାଗଜପତ୍ର ଯାଞ୍ଚ କରିବା ସହ ଖଣି ପରିଦର୍ଶନ କରିଛନ୍ତି। ପ୍ରବଳ ବର୍ଷା ଯୋଗୁ ଯାଞ୍ଚରେ ବାଧା ଉପୁଜିଥିଲା। ପ୍ରଥମେ ଉପଜିଲାପାଳ ମହାପାତ୍ର ବ୍ରିଜ ଗୋପାଳ କ୍ରଶର ଓ ଦିବିଏଲ ମୋବାଇଲ କ୍ରଶର ଯାଞ୍ଚ କରିଥିଲେ। ମହାପାତ୍ର ଟିମ୍‌ରେ ସୋର ତହସିଲଦାର ଦେବୀପ୍ରସନ୍ନ ଦାଶ, କୁପାରୀ ଫରେଷ୍ଟର କିଶୋରଚନ୍ଦ୍ର ଭୂୟାଁ, ପରିବେଶ ବିଭାଗର ସହକାରୀ ଯନ୍ତ୍ରୀ ସନ୍ଧ୍ୟାରାଣୀ ମାରାଣ୍ଡି, ଖଇରା ତହସିଲଦାର ପ୍ରଦୀପ କୁମାର ସାହୁ, ଅତିରିକ୍ତ ତହସିଲଦାର ବିଭାସ ରଞ୍ଜନ ପାଣିଗ୍ରାହୀ ପ୍ରମୁଖ ସାମିଲ ଥିଲେ। ସରକାରୀ ଜାଗାରେ ଚାଲୁଥିବା ଏହି କ୍ରଶରର ଆବଶ୍ୟକ କାଗଜପତ୍ର ଅଭାବରୁ ଜମି ଚିହ୍ନଟ ପାଇଁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହିଭଳି ସୁଦର୍ଶନ ଷ୍ଟୋନ କ୍ରସରରେ କୌଣସି କର୍ମଚାରୀ ନ ଥିବାରୁ କାଗଜପତ୍ର ଯାଞ୍ଚ କରି ନ ପାରି ଅଧିକାରୀମାନେ କ୍ରଶରକୁ ସିଲ କରିଦେଇଥିଲେ। ଏହାଛଡ଼ା ପାହାଡର ୧୪୪ ଧାରା ଥିବା କିଛି କ୍ରଶରରୁ ମାଲ ଉଠାଯାଉଥିବା ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ସେହିଭଳି ଖଣିଗୁଡ଼ିକ ଚତୁଃପାର୍ଶ୍ୱରେ ଗଛ ଲଗାଯାଇ ନ ଥିବାରୁ ଅଧିକାରୀମାନେ ଉଦ୍‌ବେଗ ପ୍ରକାଶ କରିଥିଲେ।
ଉପଜିଲାପାଳ ନିଲୁ ମହାପାତ୍ରଙ୍କ ସହ ଏ ସମ୍ପର୍କରେ ଯୋଗାଯୋଗ କରିବାରୁ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି ା ଏହା ଆଗକୁ ମଧ୍ୟ ଚାଲିବ ବୋଲି କହିଛନ୍ତି ା ସେହିଭଳି ଟିମ୍‌ରେ ସାମିଲ ଥିବା ସହାକାରୀ ପରିବେଶବିତ୍‌ ଯନ୍ତ୍ରୀ ସନ୍ଧ୍ୟାରାଣୀ ମାରାଣ୍ଡିଙ୍କୁ ଏ ସମ୍ପର୍କରେ ପଚାରିବାରେ ପଥର ଉତ୍ତୋଳନ ପରେ ଖଣି ପାର୍ଶ୍ୱରେ ଗଛ ଲଗାଯିବାର ନିୟମ ଥିଲେ ହେଁ କୌଣସି ଖଣିରେ ଗଛ ଲାଗିନାହିଁ ା ସେହିଭଳି କ୍ରଶରଗୁଡ଼ିକ ଲୋଡ଼ିଂ ଓ ଅନଲୋଡ଼ିଂ ପରେ ସ୍ପ୍ରିଙ୍କଲର ମେଶିନ ବ୍ୟବହାର କରିବାର


Enter your email to get our daily news in your inbox.

All Right Reserved By Dharitri.Com

ନିର୍ମାଣ କାମ ବେଳେ ଧସିଲା ମାଟି ଅତଡ଼ା

କଟକ,୧୮ା୪(କାର୍ତ୍ତିକ ସାହୁ): ମାଲଗୋଦାମ ଅଞ୍ଚଳରେ ଏକ ନିର୍ମାଣ କାମ ଚାଲୁଥିବା ବେଳେ ମାଟି ଅତଡ଼ା ଧସି ଜଣେ ଶ୍ରମିକ ସେଥିରେ ପୋତି ହୋଇଯାଇଥିଲେ। ଖବର ପାଇ...

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

ନିର୍ବାଚନ ପୂର୍ବରୁ ଝଟ୍‌କା: ବିଜେଡି ଛାଡ଼ିଲେ ପୂର୍ବତନ ପୌରାଧ୍ୟକ୍ଷ

ଝାରସୁଗୁଡ଼ା,୧୮ା୪(ସଞ୍ଜୟ ମାଲି): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଟାଉନ ବିଜେଡି ସଭାପତି ତଥା ବେଲପାହାଡ଼ ପୌର ପରିଷଦ ପୂର୍ବତନ ଅଧ୍ୟକ୍ଷ କୈଳାସ ନାଏକ ବିଜେଡି ଛାଡିଥିବା ନେଇ...

ସଡ଼କ ଦୁର୍ଘଟଣାରେ ୨ ମୃତ: ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ

ଗୋପାଳପୁର,୧୮।୪(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା କନିସି-ତୁଳୁ ରାସ୍ତା ମଝିରେ ବୁଧବାର ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା l ମୃତକମାନେ ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri