Posted inଖେଳ

କୋହଲିଙ୍କ ୪୩ତମ ଶତକ: ସିରିଜ୍‌ ଜିତିଲା ଭାରତ

ପୋର୍ଟ ଅଫ ସ୍ପେନ, ୧୫।୮: ସ୍ବାଧୀନତା ଦିବସ ପୂର୍ବରୁ ଭାରତୀୟ କ୍ରିକେଟ ଦଳ ଦେଶବାସୀଙ୍କୁ ବଡ ଉପହାର ଦେଇଛି। ୱେଷ୍ଟଇଣ୍ଡିଜକୁ ତୃତୀୟ ଦିନିକିଆରେ ୬ ଉଇକେଟରେ ପରାସ୍ତ କରି ଦିନିକିଆ ସିରିଜକୁ ୨-୦ରେ ପୋଛି ନେଇଛି ଭାରତ। ଅଧିନାୟକ ବିରାଟ କୋହଲିଙ୍କ ମ୍ୟାଚ୍‌ରେ ରେକର୍ଡ ୪୩ତମ ଶତକ ହାସଲ କରି ସଚିନ ତେନ୍ଦୁଲକରଙ୍କ ୪୯ତମ ଶତକର ନିକଟତର ହୋଇଛନ୍ତି। କୋହଲି ଉଭୟ ମ୍ୟାନ ଅଫ ଦି ମ୍ୟାଚ ଓ ମ୍ୟାନ ଅଫ ଦି ସିରିଜ ବିବେଚିତ ହୋଇଛନ୍ତି।
ମ୍ୟାଚ୍‌ ଆରମ୍ଭରୁ ବାଧା ସାଜିଥିଲା ବର୍ଷା। ଫଳରେ ୩୫ ଓଭର ବିଶିଷ୍ଟ ମ୍ୟାଚ୍‌ ଖେଳାଯିବା ନେଇ ଧାର୍ଯ୍ୟ ହୋଇଥିଲା। ଏଭଳି ସ୍ଥିତିର ଫାଇଦା ଉଠାଇବା ପାଇଁ ଟସ୍‌ ଜିତି ଓ୍ବେଷ୍ଟଇଣ୍ଡିଜ ଦଳ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଓପନର କ୍ରିସ୍‌ ଗେଲ ଓ ଇଭିଲ ଲଓ୍ବେିସ ପ୍ରଥମ ଉଇକେଟ ପାଇଁ ୧୦.୫ ଓଭରରେ ବିସ୍ଫୋରକ ୧୧୫ ରନ୍‌ କରିଥିଲେ। ଲଓ୍ବେିସ ୪୩ ରନ୍‌ କରି ଆଉଟ୍‌ ହେବା ପରେ ଅର୍ଦ୍ଧଶତକ ଲଗାଇସାରିଥିବା ଗେଲ କ୍ରିଜରେ ଅଧିକ ସମୟ ତିଷ୍ଠି ପାରି ନ ଥିଲେ। ସେ ଆଉଟ ହେବା ପୂର୍ବରୁ ୪୧ ବଲରୁ ୮ ଚୌକା ଓ ୫ ଛକା ବଳରେ ୭୨ ରନ୍‌ କରିଥିଲେ। ଏହାପରେ ଓ୍ବେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନମାନେ ଭଲ ଆରମ୍ଭ ପାଇଥିଲେ ମଧ୍ୟ ତାହାକୁ ବଡ଼ ସ୍କୋରରେ ପରିଣତ କରିପାରି ନ ଥିଲେ। ଫଳରେ ଧାର୍ଯ୍ୟ ୩୫ ଓଭରରେ ଘରୋଇ ଦଳ ୭ ଉଇକେଟ ବିନିମୟରେ ୨୪୦ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଦଳ ପକ୍ଷରୁ ନିକୋଲାସ ପୁରାନ ୩୦, ଶିମରୋନ ହେଟମେର ୨୫ ଓ ଶାଇ ହୋପ ୨୪ ରନ୍‌ କରିଥିଲେ। ଟିମ୍‌ ଇଣ୍ଡିଆ ପକ୍ଷରୁ ଖଲିଲ ଅହମ୍ମଦ ୩, ମହମ୍ମଦ ସାମି ୨, ରବୀନ୍ଦ୍ର ଜାଡେଜା ଓ ୟୁଜବେନ୍ଦ୍ର ଚହଲ ଗୋଟିଏ ଲେଖାଏ ଉଇକେଟ ନେଇଥିଲା। ଏହାପରେ ଡିଏଲ୍‌ଏସ୍‌ ନିୟମ ଅନୁଯାୟୀ ଭାରତ ଆଗରେ ୨୫୫ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଜବାବରେ ଇନିଂସ ଆରମ୍ଭରୁ ଭାରତ ରୋହିତ ଶର୍ମା (୧୦)ଙ୍କ ଉଇକେଟ ହରାଇଥିଲା। ଅନ୍ୟତମ ଓପନର ଶିଖର ଧାଓ୍ବନଙ୍କ ସହ ଅଧିନାୟକ ବିରାଟ କୋହଲି ମିଶି ଦଳୀୟ ସ୍କୋରରେ ୬୬ ରନ୍‌ ଯୋଡ଼ିଥିଲେ। ୧୩ତମ ଓଭରରେ ଦଳକୁ ଡବଲ ଝଟ୍‌କା ଲାଗିଥିଲା। ଧାଓ୍ବନ (୩୬) ଓ ରିଷଭ ପନ୍ତ (୦) ଘରୋଇ ପେସର ଫାବିଆନ ଆଲେନଙ୍କ ବଲରେ ଆଉଟ୍‌ ହୋଇ ପ୍ୟାଭେଲିଅନ ଫେରିଥିଲେ। ସଙ୍କଟଜନକ ସ୍ଥିତିରେ କୋହଲି ଓ ଶ୍ରେୟାସ ଆୟାର ୪ର୍ଥ ଉଇକେଟ ଲାଗି ୧୨୦ ରନ୍‌ର ଭାଗୀଦାରି କରିଥିଲେ। ଅର୍ଦ୍ଧଶତକ ପୂରଣ କରିବା ପରେ ଆୟର (୬୫ ରନ୍‌, ୩ ଚୌକା ଓ ୫ ଛକା) ଆଉଟ ହୋଇଥିଲେ। ଏହାପରେ କୋହଲି ଓ କେଦାର ଯାଦବ ଦଳର ବିଜୟ ଲାଗି ଆବଶ୍ୟକ ଥିବା ରନ୍‌ ସଂଗ୍ରହ କରିନେଇଥିଲେ। ଭାରତ ୩୨.୩ ଓଭରରେ ୪ ଉଇକେଟ ହରାଇ ୨୫୬ ରନ୍‌ ବିଜୟ ହାସଲ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମେଟାର ବଡ଼ ଘୋଷଣା: ଏବେ ମାଗଣାରେ ଚାଲିବନି Instagram, WhatsApp, Facebook; ମୋବାଇଲ ଭଳି ହେବ ମାସିକ ରିଚାର୍ଜ!

ନୂଆଦିଲ୍ଲୀ:୨୮।୫: ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଫେସବୁକ, ଇନଷ୍ଟାଗ୍ରାମ ଏବଂ ହ୍‌ବାଟସଆପର ମାଲିକାନା କମ୍ପାନୀ ‘ମେଟା’ (Meta) ଏକ ବଡ଼…

ବେକରେ ଗାମୁଛା ବାନ୍ଧି ଘରେ ଝୁଲିପଡ଼ିଲେ ଯୁବକ, ପୁଅକୁ ହରାଇ ମା-ବାପା…

ଝରିଗାଁ,୨୮ା୫(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସଦର ମହକୁମାର ରବିନ ମଣ୍ଡଳଙ୍କ ପୁଅ ଶୁଭେନ୍ଧୁ (୨୭) ନିଜ ଘରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା…

ମଝି ନଦୀରେ ବୁଡ଼ିଗଲା ଡଙ୍ଗା: ୧୪ ରୁ ୧୫ ଜଣ କରୁଥିଲେ ଯାତ୍ରା

ପାଟନା,୨୮।୫: ପାଟନା ଜିଲାର ଉମାନାଥ ଗଙ୍ଗା ଘାଟରେ ଏକ ମର୍ମନ୍ତୁଦ ଡଙ୍ଗା ଦୁର୍ଘଟଣା ସମଗ୍ର ଅଞ୍ଚଳକୁ ଥରାଇ ଦେଇଛି। ଚାଷୀମାନେ ଦିଆରା ଅଞ୍ଚଳକୁ ଜୀବିକା ନିର୍ବାହ ପାଇଁ…

୧,୪୦୦ କୋଟିରୁ ଅଧିକ ସମ୍ପତ୍ତିର ମାଲିକ ଡି.କେ. ଶିବକୁମାର, ଜାଣନ୍ତୁ ନୂଆ ମୁଖ୍ୟମନ୍ତ୍ରୀଙ୍କ ନେଟଓ଼୍ବର୍ଥ

ବେଙ୍ଗାଲୁରୁ,୨୮।୫: କର୍ନାଟକ କଂଗ୍ରେସର ପ୍ରମୁଖ ନେତା ତଥା ଉପମୁଖ୍ୟମନ୍ତ୍ରୀ ଡି. କେ. ଶିବକୁମାର (D.K. Shivakumar) ନିଜର ନିର୍ୱାଚନୀ ସପଥପତ୍ର (Affidavit) ଦାଖଲ କରିଛନ୍ତି । ଏହି…

ବଦଳିଲା ପାଗ, IMD ଦେଲା ଚେତାବନୀ, ଆଗାମୀ ୩ ଦିନରେ ଭୟଙ୍କର…

ନୂଆଦିଲ୍ଲୀ, ୨୮।୫: ଆଇଏମଡି ଅନୁଯାୟୀ, କେନ୍ଦ୍ରୀୟ ଉତ୍ତର ପ୍ରଦେଶ ଏବଂ ସଂଲଗ୍ନ ଅଞ୍ଚଳ ଉପରେ ଏକ ଘୂର୍ଣ୍ଣିବଳୟ ଜାରି ରହିଛି। ଏକ ଘୂର୍ଣ୍ଣିବଳୟ ଉତ୍ତର ପଶ୍ଚିମ ପ୍ରଦେଶରୁ…

Rule Change 1st June: ଜୁନ ୧ରୁ ବଦଳିଯିବ ୬ଟି ବଡ଼ ନିୟମ ପରିବର୍ତ୍ତନ ହେବ, ଆପଣଙ୍କ ପକେଟକୁ କରିବ ପ୍ରଭାବିତ

ନୂଆଦିଲ୍ଲୀ, ୨୮।୫: ମେ ମାସ ଶେଷ ହେବାକୁ ଯାଉଛି, ଏବଂ ଏହା ସହିତ, ଜୁନ ୧ ରୁ ଅନେକ ବଡ଼ ଆର୍ଥିକ ପରିବର୍ତ୍ତନ କାର୍ଯ୍ୟକାରୀ ହେବାର ଆଶା…

ଇଦ୍‌-ଉଜ୍‌-ଜୁହାରେ ଏମିତି ମେସେଜ୍‌ ଦେଲେ ପ୍ରଧାନମନ୍ତ୍ରୀ: ଆମ ସମାଜରେ…

ନୂଆଦିଲ୍ଲୀ,୨୮।୫: ସାରା ଦେଶରେ ଆଜି ଇଦ୍‌-ଉଜ୍‌-ଜୁହା ପର୍ବ ପାଳନ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ଅବସରରେ ନାଗରିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ‘ଏକ୍ସ’ ରେ ଏକ…

କର୍ନାଟକ ରାଜନୀତିରେ ରୋଚକ ଦୃଶ୍ୟ, ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟାଙ୍କ ପାଦ ଛୁଇଁଲେ ଶିବକୁମାର

ବେଙ୍ଗାଲୁରୁ, ୨୮।୫: କର୍ନାଟକ ରାଜନୀତିରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଚାଲିଥିବା କଳ୍ପନାଜଳ୍ପନା ମଧ୍ୟରେ, ଗୁରୁବାର ବେଙ୍ଗାଲୁରୁସ୍ଥିତ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟାଙ୍କ ବାସଭବନରେ ଏକ ଗୁରୁତ୍ୱପୂର୍ଣ୍ଣ ଜଳଖିଆ ବୈଠକ ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri