Posted inଖେଳ

କୋଭିଡ୍‌-୧୯ ପ୍ରଭାବ: କରୋନା ନିୟନ୍ତ୍ରଣକୁ ନ ଆସିଲେ ବାତିଲ ହେବ ଅଲିମ୍ପିକ୍ସ

ଟୋକିଓ, ୨୮।୪(ଏଏଫ୍‌ପି): କୋଭିଡ୍‌-୧୯ ମହାମାରୀ ଶେଷ ନ ହେଲେ ବିଶ୍ୱର ସର୍ବୋଚ୍ଚ କ୍ରୀଡ଼ା ମହାକୁମ୍ଭ କୁହାଯାଉଥିବା ଅଲିମ୍ପିକ୍ସ ଶେଷରେ ବାତିଲ ହେବ। ଏକଥା କହିଛନ୍ତି ଟୋକିଓ ୨୦୨୦ ଅଧ୍ୟକ୍ଷ ୟୋସରୋ ମୋରି। କରୋନା ଭାଇରସ୍‌ ସଂକ୍ରମଣ କାରଣରୁ ଟୋକିଓରେ ଆୟୋଜନ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ସକୁ ଗୋଟିଏ ବର୍ଷ ଘୁଞ୍ଚାଇ ଦିଆଯାଇଥିଲା। ତେବେ ଯଦି ଏହି ମହାମାରୀ ନିୟନ୍ତ୍ରଣକୁ ନ ଆସେ ତାହାଲେ ଆସନ୍ତା ବର୍ଷ ଆୟୋଜନ ହେବାକୁ ଥିବା ଅଲିମ୍ପିକ୍ସ ବାତିଲ ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି। ଅଲିମ୍ପିକ୍ସ ୨୦୨୧ ଜୁଲାଇ ୨୩ ତାରିଖରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ଏହି ମହାମାରୀ କାରଣରୁ ଆଉଥରେ ସ୍ଥଗିତ ରଖିବା କିମ୍ବା ଘୁଞ୍ଚାଇବା ସମ୍ଭବ ନୁହଁ ବୋଲି ଜାପାନର ‘ନିକ୍କାନ ସ୍ପୋଟର୍‌ସ ଡେଲି’କୁ ସାକ୍ଷାତ୍‌କାର ଦେବା ଅବସରରେ ସେ ଏହି କଥା କହିଛନ୍ତି। ଯଦି ଏହି ଭାଇରସ୍‌ର ପ୍ରକୋପ ପୂର୍ବଭଳି ଆସନ୍ତାବର୍ଷ ବଜାୟ ରହେ ତା’ହେଲେ ଅଲିମ୍ପିକ୍ସକୁ ବାତିଲ କରିବା ଛଡ଼ା ଅନ୍ୟ ଉପାୟ ନାହିଁ। ପୂର୍ବରୁ ଅଲିମ୍ପିକ୍ସ ପ୍ରଥମ ଓ ଦ୍ୱିତୀୟ ବିଶ୍ୱଯୁଦ୍ଧ କାରଣରୁ ବାତିଲ ହୋଇଥିଲା। ତେବେ ଏଥର ଏକ ଅଦୃଶ୍ୟ ଶତ୍ରୁ ବିରୋଧରେ ଲଢେଇ ଚାଲିଛି। ଯଦି ଏହି ଭୂତାଣୁ ନିୟନ୍ତ୍ରଣକୁ ଆସେ ତା’ହେଲେ ଅଲିମ୍ପିକ୍ସ ଆୟୋଜନ ହେବାରେ କୌଣସି ସମସ୍ୟା ନାହିଁ ବୋଲି ସେ କହିଛନ୍ତି।

ତେବେ ଅଲିମ୍ପିକ୍ସ ବାତିଲ ହେବା ସମ୍ପର୍କରେ ଟୋକିଓ ୨୦୨୦ ମୁଖପାତ୍ର ମାସା ଟାକାୟା କିଛି କହିବାକୁ ମନା କରିଦେଇଛନ୍ତି। ମୋରି ଦେଇଥିବା ମନ୍ତବ୍ୟ ତାଙ୍କର ସମ୍ପୂର୍ଣ୍ଣ ବ୍ୟକ୍ତିଗତ ବୋଲି ସେ କହିଛନ୍ତି। ପୂର୍ବରୁ ଆଥଲେଟ, ବିଭିନ୍ନ ଅନ୍ତର୍ଜାତୀୟ ସ୍ପୋଟର୍‌ସ ଫେଡେରେଶନଗୁଡିକର ଚାପ ଆଗରେ ମୁଣ୍ଡ ନୁଆଁଇ ଜାପାନ ଆୟୋଜକ ଓ ଅନ୍ତର୍ଜାତୀୟ ଅଲିମ୍ପିକ୍‌ (ଆଇଓସି) ଅଲିମ୍ପିକ୍ସକୁ ଗୋଟିଏ ବର୍ଷ ଘୁଞ୍ଚାଇବାକୁ ନିଷ୍ପତ୍ତି ନେଇଥିଲେ। କରୋନା ଭାଇରସ୍‌ ବିରୋଧରେ ଚାଲିଥିବା ଏହି ଲଢେଇରେ ବିଜୟୀ ହେବା ପାଇଁ ପ୍ରୟାସ ଜାରି ରହିଥିବା ବେଳେ ଗୋଟିଏ ବର୍ଷ ପର୍ଯ୍ୟାପ୍ତ ହେବ କି ନା ସେ ନେଇ ଆଶଙ୍କା ପ୍ରକାଶ ପାଇଛି। ଏହି ଭାଇରସ ପାଇଁ ଯଦି କୌଣସି ଭ୍ୟାକ୍‌ସିନ ବା ଟିକା ପ୍ରସ୍ତୁତ ନ କରାଯାଇପାରେ ତା’ହେଲେ ଆସନ୍ତାବର୍ଷ ଅଲିମ୍ପିକ୍ସ ଆୟୋଜନ କରିବା କଷ୍ଟକର ହୋଇପଡିବ ବୋଲି ଜାପାନ ମେଡିକାଲ ଆସୋସିଏଶନ ମୁଖ୍ୟ ୟୋଶିଟାକେ ୟୋକୋକୁରା କହିଛନ୍ତି। କରୋନା ଭାଇରସକୁ ନିୟନ୍ତ୍ରଣ କରିବାରେ ଜାପାନ ମଧ୍ୟ ଆଖିଦୃଶିଆ ସଫଳତା ହାସଲ କରିପାରି ନାହିଁ। ତେବେ ବର୍ତ୍ତମାନ ଏ ନେଇ ଆକଳନ କିମ୍ବା ଆଶଙ୍କା ପ୍ରକାଶ କରିବା ଠିକ୍‌ ହେବ ନାହିଁ ବୋଲି ଟୋକିଓ ୨୦୨୦ ମୁଖପାତ୍ର ଟାକାୟା କହିଛନ୍ତି।

ଖର୍ଚ୍ଚକାଟ ପାଇଁ ଆୟୋଜକମାନେ ଅଲିମ୍ପିକ୍ସ ଓ ପାରା ଅଲିମ୍ପିକ୍ସର ଉଦ୍‌ଘାଟନୀ ଓ ଉଦ୍‌ଯାପନୀ ଉତ୍ସବକୁ ମିଳିତ ଭାବେ ଆୟୋଜନ କରିବାକୁ ଆଲୋଚନା କରୁଛନ୍ତି। ଏହି ଯୋଜନା ଅନୁସାରେ ଅଲିମ୍ପିକ୍ସ ଓ ପାରା ଅଲିମ୍ପିକ୍ସର ଉଦ୍‌ଘାଟନୀ ଉତ୍ସବ ଜୁଲାଇ ୨୩ରେ ଆୟୋଜନ ହେବ। ସେହିପରି ଅଲିମ୍ପିକ୍ସ ଓ ପାରା ଅଲିମ୍ପିକ୍ସ ଉଦ୍‌ଯାପନୀ ଉତ୍ସବ ସେପ୍ଟେମ୍ବରରେ ମିଳିତ ଭାବେ ଆୟୋଜନ ହେବ। ତେବେ ଏ ନେଇ ଆଇଓସି ଓ ପାରା ଅଲିମ୍ପିକ୍ସ କର୍ତ୍ତୃପକ୍ଷଙ୍କ ଆଲୋଚନା କରାଯାଇନାହିଁ। ଏହି ଭାଇରସ କାରଣରୁ ସାରା ବିଶ୍ୱରେ ମହାବିପତ୍ତି ଦେଖାଦେଇଛି। ଏହି ଭାଇରସ ବିରୋଧ ବିଜୟ ହାସଲ କରିବା ଆଦୌ ସହଜ ନୁହେଁ ବୋଲି ମୋରି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୨ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର କାଏମ: କ୍ୟାମ୍ପସ୍‌ରେ ରାଜନୈତିକ ଉଷ୍ମତା

ପାଟଣା, ୯/୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲାର ସ୍ୱାମପାଟଣାସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥିପତ୍ର ଯାଞ୍ଚ ଶେଷ ହୋଇଛି। ନାମାଙ୍କନ…

ସୁପରଷ୍ଟାର ସଲମାନଙ୍କ ନୂଆ ଇନିଂସ, କିଛି ଏଭଳି ଘୋଷଣା କରି ଚମକାଇଲେ

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନଙ୍କ ନୂଆ ଇନିଂସ। ଆପଣ ଯଦି ଭାବୁଛନ୍ତି ସେ ବୋଧହୁଏ ବିବାହ କରିବାକୁ ଯାଉଛନ୍ତି, ତେବେ ନା। କେତେବେଳେ ସିନେମା ତ…

ପ୍ରଥମେ ସୋସିଆଲ ମିଡିଆରେ ପୋଷ୍ଟ, ଏବେ ଭାଜପାରୁ ଇସ୍ତଫା ଦେଇ ଚମକାଇଲେ ଧର୍ମେନ୍ଦ୍ର

ଲକ୍ଷ୍ନୌ, ୯।୧୦: ଉତ୍ତର ପ୍ରଦେଶରେ ରାଜ୍ୟ ସଭା ନିର୍ବାଚନ ପାଇଁ ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ଭାରତୀୟ ଜନତା ପାର୍ଟିର ପୂର୍ବତନ MP ଧର୍ମେନ୍ଦ୍ର କଶ୍ୟପ…

ବାଲିଯାତ୍ରାରେ ରକ୍ତପାତ: ଛୁରାମାଡ଼ରେ ଜଣେ ମୃତ, ଅନ୍ୟଜଣେ ଗୁରୁତର

କଲ୍ୟାଣସିଂହପୁର, ୯।୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଶିଖରପାଇ ବାଲିଯାତ୍ରାରେ ଘଟିଛି ଏକ ଅଭାବନୀୟ ଘଟଣା। ସାମାନ୍ୟ ବଚସାକୁ କେନ୍ଦ୍ର କରି…

କେତେ ପଢ଼ିଛନ୍ତି ଫେମସ ୟୁଟ୍ୟୁବର ଧ୍ରୁବ ରାଠୀ? ନେଟ୍ ୱର୍ଥ ଶୁଣିଲେ ଉଡ଼ିଯିବ ହୋସ୍

ଗତ କିଛି ବର୍ଷ ମଧ୍ୟରେ ଧ୍ରୁବ ରାଠିଙ୍କ ନାମ ଭାରତୀୟ ସୋସିଆଲ ମିଡିଆ ଜଗତରେ ଅଧିକ ଲୋକପ୍ରିୟ ହୋଇଛି। ପ୍ରାରମ୍ଭିକ ଦିନରେ ଟ୍ରାଭେଲ ଭିଡିଓ ଯୋଗୁଁ ଫେମସ…

ସୌରାଷ୍ଟ୍ରରୁ ଖେଳିବେ ଜାଡେଜା

ରାଜକୋଟ,୯ା୧୦: ରଣଜୀ ଟ୍ରଫି ୨୦୨୬-୨୭ ସିଜନରେ ଛତିଶଗଡ଼ ବିପକ୍ଷ ଓପନିଂ ମ୍ୟାଚରେ ସୌରାଷ୍ଟ୍ର ପକ୍ଷରୁ ଭାରତ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜା ଖେଳିବେ। ଜୟଦେବ ଉନାଡକଟ ତାଙ୍କ ଅଧିନାୟକ…

୧୦୦ରୁ ଊର୍ଦ୍ଧ୍ୱ ଅଫିସକୁ ଅଗ୍ନିଶମ ବିଭାଗର କଡ଼ା ନୋଟିସ

ପାରଳାଖେମୁଣ୍ଡି,୯ା୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର କେତେକ ପ୍ରମୁଖ ସରକାରୀ କାର୍ଯ୍ୟାଳୟରେ ଅଗ୍ନି ର୍ନିବାପକ ଯନ୍ତ୍ର ନ ଥିବା ଅଭିଯୋଗ ହୋଇଛି। ତହସିଲ, ଜିଲା କୋଷାଗାର ଓ ନିବନ୍ଧକ…

ଗଞ୍ଜାମ କଲେଜ ଛାତ୍ର ସଂସଦ ନିର୍ବାଚନ: ବିଜୁ ଛାତ୍ର ଜନତା ଦଳ ସମର୍ଥିତ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ଗଞ୍ଜାମ, ୯।୧୦ (ବିଦ୍ୟାଧର ସାହୁ): ଆସନ୍ତା ୧୫ ତାରିଖରେ ଗଞ୍ଜାମ କଲେଜରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ନେଇ କଲେଜ ପରିସର ଚଳଚଞ୍ଚଳ ହୋଇଉଠିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?