କୋଭିଡ୍‌-୧୯ ପୃଷ୍ଠଭୂମିରେ ଧର୍ମର ସ୍ବରୂପ

ବିନୟ ଭୂଷଣ ପାଣିଗ୍ରାହୀ

ସମାଜରେ ବସବାସ କରୁଥିବା ନାରୀ ଓ ପୁରୁଷମାନଙ୍କ ମଧ୍ୟରୁ ଯେଉଁମାନେ ସାମାଜିକ ନୀତିନିୟମ, ରୀତିନୀତି, ପାରସ୍ପରିକ ବିଶ୍ୱାସ ଓ ସହନଶୀଳତା ଆଦି ପାଳନ ପୂର୍ବକ ସାମଗ୍ରିକ ଭାବେ ସମାଜକୁ ସୁସ୍ଥ ଜୀବନଯାପନ ନିମନ୍ତେ ଉପଯୋଗୀ କରିବାରେ ସହଯୋଗ କରିଥାନ୍ତି ସେଇମାନଙ୍କୁ ସାମାଜିକ ପ୍ରାଣୀ କୁହାଯାଏ। ଯଦି କେବଳ ‘ମଣିଷ ଏକ ସାମାଜିକ ପ୍ରାଣୀ’ ଉକ୍ତିଟିକୁ ଭିତ୍ତିକରି ସମାଜ ଭିତରେ ରହି ସମାଜକୁ ବିପନ୍ନ କରୁଥିବା ସବୁ ମଣିଷଙ୍କୁ ସାମାଜିକ ପ୍ରାଣୀ କୁହାଯିବ ତେବେ ପୋଲିସ ବ୍ୟବସ୍ଥା, ନ୍ୟାୟାଳୟ, ଦଣ୍ଡବିଧି ଆଇନ, ବନ୍ଦୀଶାଳା, ସୁଧାର ଗୃହ ଇତ୍ୟାଦିର ସାମାନ୍ୟତମ ଆବଶ୍ୟକତା ରହିବ ନାହିଁ। ତେଣୁ, ମୁଖ୍ୟ ବିଷୟବସ୍ତୁ ଉପରେ ଆଲୋଚନା କରିବା ଆଗରୁ ଆମେ ନିଶ୍ଚିନ୍ତ ହୋଇଯିବା ଉଚିତ ଯେ ସମାଜରେ ଦୁଇ କିସମର ମଣିଷ ବସବାସ କରନ୍ତି ଯଥା; ସାମାଜିକ ଓ ଅସାମାଜିକ ମଣିଷ।
ନିଜ ଘର-ପରିବାର, ନିଜ ନିକଟତମ ପରିବେଷ୍ଟନୀ, ଅନୁସୃତ ଧର୍ମୀୟ ଭାବନା, ନିଜନିଜର ମାନସିକ ଭିତ୍ତିଭୂମି ଆଦି ଅନେକ ଉତ୍ସରୁ ପ୍ରାପ୍ତ ହେଉଥିବା ସଂସ୍କାର ଏବଂ ସେଇ ସଂସ୍କାରର ସୁପରିଚାଳନା ମଣିଷ ଭିତରେ ସାମାଜିକତାର ଢାଞ୍ଚା ତିଆରି କରିଥାଏ। ସର୍ବଜନାଦୃତ ସାମାଜିକତା ମନୁଷ୍ୟକୁ ସଫଳ ଜୀବନଯାପନ ପାଇଁ ପଥ ପ୍ରଦର୍ଶନ କରିବା ସହିତ ଧୀରେ ଧୀରେ ଏକ ନୈସର୍ଗିକ ବନ୍ଧନରେ ସମାଜକୁ ବାନ୍ଧି ରଖିବାର ସୂତ୍ର ପାଲଟିଯାଏ, ଯାହାକୁ ଆମେ ସଂକ୍ଷେପରେ ‘ଧର୍ମ’ ବୋଲି କହିଥାଉ। ‘ଧର୍ମ’ର ଅନେକ ସଂଜ୍ଞା ଓ ବ୍ୟାଖ୍ୟା ମାନ ରହିଛି, ଯାହା ବର୍ତ୍ତମାନ ଆଲୋଚ୍ୟ ବିଷୟବସ୍ତୁ ପରିପ୍ରେକ୍ଷୀରେ ବିଶ୍ଳେଷଣ କରିବା ଅପରିହାର୍ଯ୍ୟ ନୁହେଁ। ତେବେ, ମୋ ଦ୍ୱାରା ପ୍ରଦତ୍ତ ଉପରୋକ୍ତ ସଂଜ୍ଞାଟିକୁ ଯଥାର୍ଥ ତର୍କ ଦ୍ୱାରା ସମ୍ପୂର୍ଣ୍ଣ ଭୁଲ୍‌ ସାବ୍ୟସ୍ତ କରିବା ସେତେଟା ସହଜ କଥା ବୋଲି ମୁଁ ଭାବୁନାହିଁ। ଏକଥା ମଧ୍ୟ ଆପଣ ମାନଙ୍କୁ ସ୍ବୀକାର କରିବାରେ କୌଣସି ଅସୁବିଧା ନାହିଁ ଯେ ଧର୍ମ ମଣିଷକୁ ଉଚିତ-ଅନୁଚିତ, ଭଲ-ଭେଲ, କରଣୀୟ-ଅକାର୍ଯ୍ୟ, ଗ୍ରହଣୀୟ-ବର୍ଜନୀୟ ଭିତରେ ଥିବା ପାର୍ଥକ୍ୟକୁ ବୁଝିବା ପାଇଁ ସମର୍ଥ କରାଏ ଏବଂ ସର୍ବଶ୍ରେଷ୍ଠ କର୍ତ୍ତବ୍ୟ ସମ୍ପାଦନ କରିବା ପାଇଁ ସତତ ଅନୁପ୍ରେରିତ କରାଇଥାଏ। ବୁଭୁକ୍ଷୁକୁ ଖାଦ୍ୟ ପ୍ରଦାନ କରିବା, ରୋଗୀକୁ ସେବା ଶୁଶ୍ରୂଷା ଯୋଗାଇଦେବା, ନିରାଶ୍ରୟକୁ ଆଶ୍ରୟ ପ୍ରଦାନ କରିବା, ଅନ୍ଧର ମାର୍ଗ ଦର୍ଶନ କରେଇବା, ଅଜ୍ଞ ଜନଙ୍କୁ ଜ୍ଞାନ ବିତରଣ, କୁପଥଗାମୀ ଓ ବିପଥଗାମୀମାନଙ୍କୁ ସାମାଜିକ ମୁଖ୍ୟସ୍ରୋତରେ ସାମିଲ କରେଇବା ପାଇଁ ସେମାନଙ୍କର ବୌଦ୍ଧିକ ବିକାଶ ସାଧନ କରିବା ଇତ୍ୟାଦି ସକଳ ସକାରାତ୍ମକ ଭାବନା ପ୍ରଣୋଦିତ କାର୍ଯ୍ୟ ଅନୁସୃତ ଧର୍ମ ଓ ଧର୍ମୀୟ ଭାବନାର ନିଚ୍ଛକ ପ୍ରତିଫଳନ।
ଯେଉଁ ଧର୍ମ ଯେତେ ପୁରାତନ ସେ ଧର୍ମ ସେତେ ପରିପୁଷ୍ଟ, ପରିପକ୍ୱ, ଅନୁଭବୀ ଏବଂ ସେଇ ଅନୁସାରେ ଅଧିକ ପ୍ରଭାବୀ ମଧ୍ୟ ହୋଇଥାଏ; ଏହା ଅନସ୍ବୀକାର୍ଯ୍ୟ ହୋଇଥିଲେ ମଧ୍ୟ ଆମେ ଆଖିବୁଜି କହିପାରିବା ନାହିଁ ଯେ ସଦ୍ୟଜାତ ଏବଂ ଅପରିପକ୍ୱ ଯେତେସାରା ଧର୍ମ ପୃଥିବୀରେ ଅଛନ୍ତି ସେଇସବୁ ଧର୍ମମାନେ ସେମାନଙ୍କର ଅନୁଗାମୀମାନଙ୍କୁ ସାମାଜିକତା ସମ୍ବନ୍ଧରେ ବହୁତ ଭିନ୍ନ ଅବଧାରଣା ପ୍ରଦାନ କରନ୍ତି ବୋଲି। ତେବେ, କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ଧର୍ମାବଲମ୍ବନ କରୁଥିବା ଲୋକମାନଙ୍କ ଭିତରୁ ବହୁସଂଖ୍ୟକ ଲୋକ ଯେତେବେଳେ ଉଦ୍ଦେଶ୍ୟ ପ୍ରଣୋଦିତ ହୋଇ ସୁସ୍ଥ ସାମାଜିକ ବିଚାରଧାରାର ଖୋଲାଖୋଲି ଉଲ୍ଲଂଘନ କରୁଥିଲାବେଳେ ଯଦି ସେଇ ଧର୍ମର ଅନୁପାଳନ ଓ ପୃଷ୍ଠପୋଷକତା କରୁଥିବା ଅନେକ ଲୋକ ସେଇ ଉଚ୍ଛୃଙ୍ଖଳ ବ୍ୟକ୍ତିବିଶେଷମାନଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ସେମାନଙ୍କ ସପକ୍ଷବାଦୀ ହୋଇ ସେମାନଙ୍କୁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ସହଯୋଗ ଓ ସମର୍ଥନ କରନ୍ତି ସେତେବେଳେ ସବୁ ଦୋଷ ସେଇ ବ୍ୟକ୍ତିମାନଙ୍କ ଦ୍ୱାରା କରାଯାଉଥିବା ଅସାମାଜିକ , ଅମାନବୀୟ ଏବଂ ମାନବଧର୍ମ ପରିପନ୍ଥୀ କାର୍ଯ୍ୟ ପାଇଁ ସେମାନଙ୍କର ଧର୍ମ, ଧର୍ମୀୟ ଭାବନା ଓ ଧାର୍ମିକ ଶିକ୍ଷାର କାନ୍ଧ ଉପରେ ଲଦାଯିବା ଅତ୍ୟନ୍ତ ସ୍ବାଭାବିକ କଥା।
ଆଲୋଚନାର ପରିସରକୁ ସଙ୍କୁଚିତ କରି, ସାମ୍ପ୍ରତିକ ସମୟରେ ସାରା ବିଶ୍ୱ ସମେତ ଆମ ଦେଶ ଭାରତବର୍ଷ ବୈଶ୍ବିକ ବିପଦ ମହାମାରୀ କରୋନା ବିପକ୍ଷରେ ‘କର ଅବା ମର’ ଲଢ଼େଇର ପୃଷ୍ଠଭୂମିରେ କେନ୍ଦ୍ରିତ କରି ଏକ ପରୀକ୍ଷଣ କରିବା ନିଶ୍ଚିତ ଭାବରେ ସମୀଚୀନ ହେବା ସହିତ ସମୟୋଚିତ ମଧ୍ୟ ହେବ। କରୋନା ଭୂତାଣୁଜନିତ ମହାମାରୀ କୋଭିଡ୍‌-୧୯ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ତୃତୀୟ ବିଶ୍ୱ ସମ୍ମୁଖରେ ସବୁଠାରୁ ବଡ଼ ସମସ୍ୟା ଭାବରେ ଉଭାହୋଇ ଶତାବ୍ଦୀ ଶତାବ୍ଦୀ ଧରି ମଣିଷ ସଜାଡିଥିବା ପ୍ରତ୍ୟେକ ବ୍ୟବସ୍ଥାକୁ ଅପ୍ରମିତ ଭାବେ କ୍ଷତିଗ୍ରସ୍ତ କରିଚାଲିଥିବା ବେଳେ ଉନ୍ନତ, ଅନୁନ୍ନତ ଓ ପ୍ରଗତିଶୀଳ ପ୍ରତ୍ୟେକ ରାଷ୍ଟ୍ର ତ୍ରାହି ତ୍ରାହି ଡାକୁଛନ୍ତି। ସେତିକି ବେଳେ ପାଖାପାଖି ୧୩୫ କୋଟି ଜନସଂଖ୍ୟା ବିଶିଷ୍ଟ ଧର୍ମନିରପେକ୍ଷ ଜନମଙ୍ଗଳକାରୀ ରାଷ୍ଟ୍ର ଭାରତ ସରକାର ଜନସାଧାରଣଙ୍କ ଜୀବନକୁ ସୁରକ୍ଷିତ ରଖିବା ସହିତ ଏ ମହାସମରକୁ ଜିତିବା ପାଇଁ ଛାତିରେ ପଥର ଲଦି ନିଜର ବିକାଶଶୀଳ ଅର୍ଥନୀତିକୁ ଗୋଟାପଣ ବାଜିରେ ଲଗାଇ ଦେଇଛନ୍ତି ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ।
mailto:binayabhusan_s@yahoo.co.in


Enter your email to get our daily news in your inbox.

All Right Reserved By Dharitri.Com

ଦୟନୀୟ ଶିକ୍ଷା ଅବସ୍ଥା

ବିଦ୍ୟାଳୟରେ ଅଧ୍ୟୟନରତ ଅଧିକାଂଶ ଛାତ୍ରୀଛାତ୍ର ନିଜ ନାମ ଠିକ୍‌ ରୂପେ ଲେଖିପାରନ୍ତି ନାହିଁ’- ଏହି ତଥ୍ୟ ପ୍ରକାଶ କରିଛନ୍ତି ମହାଲେଖା ନିୟନ୍ତ୍ରକ ବା ସିଏଜି। କାହାକୁ ଦୋଷ…

ଜିଡିପି ବୃଦ୍ଧିର ରହସ୍ୟ

ଭାରତରେ ୨୦୨୬ ଏପ୍ରିଲ-ଜୁନ ତ୍ରୈମାସିକରେ ପ୍ରକାଶିତ ୭.୮% ବାସ୍ତବ ଜିଡିପି ବୃଦ୍ଧି କେବଳ ଅର୍ଥନୀତି କେତେ ଦ୍ରୁତ ବଢ଼ୁଛି ତାହା ନୁହେଁ, ବରଂ ସେହି ବୃଦ୍ଧିକୁ କିପରି…

ଅସଫଳତାକୁ ସ୍ବୀକାର

ବିଶ୍ୱକପ୍‌ ଫୁଟ୍‌ବଲ-୨୦୨୬ରେ ଆର୍ଜେଣ୍ଟିନାକୁ ହରାଇ ସ୍ପେନ୍‌ ଚାମ୍ପିୟନ ହେବା ଦୁଇମାସ ବିତିଗଲାଣି। ଭାରତରେ ଗୋଟେ ଚର୍ଚ୍ଚା ଚାଲିଛି ଆମ ଦେଶ କେବେ ଫୁଟ୍‌ବଲ ବିଶ୍ୱ ମଞ୍ଚରେ ଖେଳିବାକୁ…

ଏଇ ଭାରତରେ

ମୁମ୍ବାଇର ବାଲ୍‌ ଗୋପାଲ ମିତ୍ର ମଣ୍ଡଳ ଦ୍ୱାରା ଏବେ ନିଆରା ଢଙ୍ଗରେ ଗଣେଶ ମୂର୍ତ୍ତି ନିର୍ମାଣ କରାଯାଉଛି। ସିଦ୍ଧିବିନାୟକ ସୋସାଇଟି ଦ୍ୱାରା ପରିଚାଳିତ ଏହି ମଣ୍ଡଳରେ ପ୍ରଥମରୁ…

ଯୋଗାଯୋଗର ଭାଷା ଜାଣିବା ଜରୁରୀ

ମୋର ୨ଜଣ ପୁତୁରା କେନ୍ଦ୍ରୀୟ ବିଦ୍ୟାଳୟରେ ପଢୁଛନ୍ତି। ମୁଁ ସେମାନଙ୍କୁ ପାଠ ପଢ଼ାଇବା ବେଳେ ସେମାନେ କୁହନ୍ତି, ଦାଦା ସରଳ ଭାଷାରେ ବିଷୟଗୁଡିକ ବୁଝାଇଦିଅ, ଯେମିତି ବିଦ୍ୟାଳୟରେ…

ଡିଜିଟାଲ କାରବାରରେ ସନ୍ଦେହ

କୌଶଳକରି ଅନ୍‌ଲାଇନ ଅର୍ଥ ହସ୍ତାନ୍ତର ବ୍ୟବସ୍ଥା ୟୁନିଫାଏଡ୍‌ ପେମେଣ୍ଟ ଇଣ୍ଟରଫେସ୍‌ (ୟୁପିଆଇ) ଉପରେ କେନ୍ଦ୍ର ସରକାର ଚାପ ଦେଇଛନ୍ତି । ଅର୍ଥାତ୍‌ ପ୍ରଚଳନହେବା ପରଠାରୁ ନଗଦ ଟଙ୍କା…

ଫୁଟ୍‌ପାଥରୁ ବି ବିଦା

ଭାରତୀୟ ଅର୍ଥନୀତି ୮ ନଭେମ୍ବର ୨୦୧୬ରେ ବିମୁଦ୍ରୀକରଣ ପରେ ଏପରି ତଳକୁ ଖସିଯାଇଛି ଯେ, ତାହା ଆଜିଯାଏ ସଳଖି ଠିଆ ହୋଇପାରୁନାହିଁ। ସେତେବେଳେ ସୂକ୍ଷ୍ମ, କ୍ଷୁଦ୍ର ଓ…

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?