କୋଣାର୍କ-ପୁରୀ ବେଳାଭୂମି ମାର୍ଗରେ ଦୁର୍ଘଟଣା: ଦୁଇ ବସ୍‌ ଧକ୍କାରେ ୮ ଗୁରୁତର, ୯ ଆହତ

କୋଣାର୍କ, ୩୦।୧(ଡି.ଏନ୍‌.ଏ.): କୋଣାର୍କ ଥାନା ଅଧୀନ କୋଣାର୍କ -ପୁରୀ ବେଳାଭୂମି ମାର୍ଗ ରାସ୍ତାରେ ଗୁରୁବାର ଏକ ଟୁରିଷ୍ଟ ବସକୁ ପଛପଟୁ ଯାତ୍ରୀବାହୀ ବସ୍‌ ଧକ୍କା ଦେବା ଫଳରେ ୮ ଯାତ୍ରୀ ଗୁରୁତର ହୋଇଥିବା ବେଳେ ୯ଜଣ ଆହତ ହୋଇଛନ୍ତି।

ପ୍ରକାଶ ଯେ, କାକଟପୁର ମା’ ମଙ୍ଗଳାଙ୍କ ଦର୍ଶନ ସାରି ପାଟକୁରା ଥାନା ଅଞ୍ଚଳର ଏକ ଟୁରିଷ୍ଟ ବସ୍‌ (ଓଡି୨୯ଜି ୦୫୧୫) ଯୋଗେ ପୁରୀ ବୁଲିବାକୁ ଯାଉଥିବା ବେଳେ କୋଣାର୍କରୁ ପୁରୀ ଅଭିମୁଖେ ଯାଉଥିବା ‘ଷୋଳପୁଅ ମା’ ନାମକ ବସ (ଓଆର ୧୩-୯୬୦୬) ପଛପଟୁ ପିଟିଥିଲା। ଏହି ଦୁର୍ଘଟଣାରେ ଦୁଇଟି ବସ୍‌ର ୮ ଯାତ୍ରୀ ଗୁରୁତର ହୋଇଥିବା ବେଳେ ୯ ଆହତ ହୋଇଛନ୍ତି। ଗୁରୁତରମାନଙ୍କୁ ଚିକିତ୍ସା ପାଇଁ କୋଣାର୍କ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପରେ ଗୋପ ଗୋଷ୍ଠୀ ସ୍ବାସ୍ଥ୍ୟ ଓ ପୁରୀ ସଦର ମହକୁମା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। କୋଣାର୍କ ଥାନା ପୋଲିସ ଗାଡି ଦୁଇଟିକୁ ଜବତ କରି ଡ୍ରାଇଭରଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କପି କରୁଥିଲେ ପରୀକ୍ଷାର୍ଥୀ: ମାଡ଼ି ବସିଲେ ସ୍କ୍ବାଡ

ପାଟଣା,୧୯।୩(ବୀର କିଶୋର ଦାଶ): ଧରଣୀଧର ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ଯୁକ୍ତ ୩ ବିଜ୍ଞାନ ଏବଂ କଳା ପ୍ରଥମ ବର୍ଷ ଛାତ୍ରୀଛାତ୍ରଙ୍କ ପରୀକ୍ଷା ମଙ୍ଗଳବାରଠାରୁ ଆରମ୍ଭ ହୋଇଛି।...

ଯଦି ସାହାସ ଅଛି, ମେଣ୍ଟ ହେବ ନାହିଁ ବୋଲି ଘୋଷଣା କରନ୍ତୁ ନବୀନ, କହିଲେ…

ଭୁବନେଶ୍ୱର,୧୯।୩: ଜାତୀୟ ଗଣମାଧ୍ୟମକୁ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ବୟାନ ପରେ ପିସିସି ସଭାପତି ଶରତ ପଟ୍ଟନାୟକ ନିଜର ପ୍ରତିକ୍ରିୟା ରଖିଛନ୍ତି। ଦିଲ୍ଲୀରେ ପାଣ୍ଡିଆନ ଦେଇଥିବା...

ବ୍ଲାକରୋଜ ଜାହାଜ ବୁଡ଼ି ମାମଲା; ହାଇକୋର୍ଟରେ ସିବିଆଇର୍ ସତ୍ୟପାଠ ଦାଖଲ

କଟକ,୧୯।୩ (କାର୍ତ୍ତିକ ସାହୁ) ବ୍ଲାରୋଜ ଜାହାଜ ବୁଡ଼ି ଘଟଣାର ସିବିଆଇ ତଦନ୍ତ ଦାବି ନେଇ ରୁଜୁ ମାମଲାରେ ସିବିଆଇ ପକ୍ଷରୁ ହାଇକୋର୍ଟରେ ମଙ୍ଗଳବାର ସତ୍ୟପାଠ ଦାଖଲ...

ମେଣ୍ଟ ନେଇ ବଡ଼ ବୟାନ ଦେଲେ ପାଣ୍ଡିଆନ୍‌, କହିଲେ…

ଭୁବନେଶ୍ୱର,୧୯।୩: ରାଜ୍ୟରେ  ମେଣ୍ଟ ନେଇ ମୁହଁ ଖୋଲିଲେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ସରକାର ଗଠନ ପାଇଁ ବିଜେଡିକୁ କୌଣସି ମେଣ୍ଟର ଆବଶ୍ୟକତା ନାହିଁ...

ଦୁଇ ବନ କର୍ମଚାରୀଙ୍କୁ ବାଜିଥିଲା ଗୁଳି : ଏସସିବି ସର୍ଜରୀ ବିଭାଗରେ ଭର୍ତ୍ତି

କଟକ,୧୯।୩(ଶିଳ୍ପା ପ୍ରିୟଦର୍ଶିନୀ): ଏସ୍‌ସିବି ମେଡିକାଲରେ ଗୁରୁତର ହୋଇ ଭର୍ତ୍ତି ହେଲେ ବାଲେଶ୍ୱର ଜିଲାର ଦୁଇ ବନ କର୍ମଚାରୀ । ସୋମବାର ବିଳମ୍ବିତ ରାତିରେ ପଞ୍ଚଲିଙ୍ଗେଶର ଅଭୟାରଣ୍ୟରେ...

ଚା’ ଖଟିରେ ଛତିଶଗଡ଼ ଉପ-ମୁଖ୍ୟମନ୍ତ୍ରୀ: କର୍ମୀଙ୍କ ସହ ପିଇଲେ ଚା’

ଭୁବନେଶ୍ୱର,୧୯।୩: ଓଡ଼ିଶାରେ ପହଞ୍ଚିଛନ୍ତି ଛତିଶଗଡ଼ ଉପ-ମୁଖ୍ୟମନ୍ତ୍ରୀ ବିଜୟ ଶର୍ମା। ସ୍ବତନ୍ତ୍ର ହେଲିକପ୍ଟରରେ ଆସି ସେ ନବରଙ୍ଗପୁରର ଉମରକୋଟରେ ପହଞ୍ଚିଛନ୍ତି। ବିଜୟ। ଉମରକୋଟ ବିଜୁ ପଟ୍ଟନାୟକ ପାର୍କରେ...

ପରୀକ୍ଷା ଦେବାକୁ ଯାଉଥିଲେ ୨ ଛାତ୍ର: ଧକ୍କା ଦେଲା ଅଜଣା ଗାଡ଼ି, ଚାଲିଗଲା ଜୀବନ

ପାପଡ଼ାହାଣ୍ଡି,୧୯।୩(ସ୍ବପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି-ନବରଙ୍ଗପୁର ରାସ୍ତା ମୃଗବିହାର ନିକଟରେ ମଙ୍ଗଳବାର ଏକ ଗାଡ଼ି ଧକ୍କାରେ ଜଣେ କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ...

ଦୋଳ ପୂର୍ଣ୍ଣିମାରେ ଶ୍ରୀଜିଉଙ୍କ ସୁନାବେଶ

ପୁରୀ,୧୯।୩: ଶ୍ରୀମନ୍ଦିରରେ ଦୋଳ ପୂର୍ଣ୍ଣିମା ପାଇଁ ଛତିଶା ନିଯୋଗ ବୈଠକରେ ନୀତିକାନ୍ତି ଚୂଡାନ୍ତ ହୋଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ...

Advertisement
Business Eminence Awards 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri