କେମ୍ବ୍ରିଜ ବିଶ୍ୱବିଦ୍ୟାଳୟ ଗବେଷକଙ୍କ ଯୁକ୍ତି: ଭାରତରେ ୪୯ ଦିନର ଲକ୍‌ଡାଉନ୍‌ ଜରୁରୀ

ନୂଆଦିଲ୍ଲୀ,୩୦ା୩: କରୋନା ଭାଇରସ୍‌ ଯୋଗୁ ବିଶ୍ୱ ଏବେ ଆତଙ୍କିତ ହୋଇପଡ଼ିଛି। ଏହି ମହାମାରୀକୁ ରୋକିବା ଲାଗି ବିଭିନ୍ନ ଦେଶ ପକ୍ଷରୁ ଭିନ୍ନ ଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ବିଶେଷକରି ଅଧିକାଂଶ ଦେଶ ଲକ୍‌ଡାଉନ୍‌ ଉପରେ ଗୁରୁତ୍ୱ ଦେଇଛନ୍ତି। ଭାରତରେ ମଧ୍ୟ ୨୧ ଦିନର ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ହେଲେ ଏହି ୨୧ ଦିନ ଭାରତରେ କରୋନା ଭାଇରସ୍‌କୁ ରୋକିବାରେ ସଫଳ ହେବ କି ନାହିଁ, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟିହୋଇଛି। ବ୍ରିଟେନର କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଗବେଷକ ଭାବେ କାର୍ଯ୍ୟ କରୁଥିବା ୨ ପ୍ରବାସୀ ଭାରତୀୟ ଏକ ନୂଆ ଗାଣିତିକ ସୂତ୍ର ବାହାର କରିଛନ୍ତି। ଭାରତରେ ୪୯ ଦିନର ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌କୁ ସେମାନେ ସମର୍ଥନ କରିଛନ୍ତି। ଏହାଦ୍ୱାରା କୋଭିଡ୍‌-୧୯ ହାର୍‌ ମାନିବ ଓ ଭାରତର ପୁନରୁତ୍ଥାନ ସମ୍ଭବ ହୋଇପାରିବ ବୋଲି ସେମାନେ ଯୁକ୍ତି ବାଢ଼ିଛନ୍ତି। ବିଶ୍ୱବିଦ୍ୟାଳୟର ଆପ୍ଲାଏଡ୍‌ ମ୍ୟାଥ୍‌ମାଟିକ୍ସ ବିଭାଗର ଗବେଷକ ରୋନୋଜୟ ଅଧିକାରୀ ଓ ଥିଓରିଟିକାଲ ଫିଜିକ୍ସର ଗବେଷକ ରାଜେଶ୍‌ ସିଂ ଦର୍ଶାଇଛନ୍ତି, ଭାରତ ସରକାର ଲଗାଇଥିବା ୨୧ ଦିନର ଲକ୍‌ଡାଉନ୍‌ ସେଭଳି ସଫଳ ହେବନାହିଁ। ଶେଷଆଡ଼କୁ କୋଭିଡ୍‌-୧୯ ପୁଣି ମୁଣ୍ଡ ଟେକିବାର ଆଶଙ୍କା ରହିଛି। ସେମାନଙ୍କ ସନ୍ଦଭର୍ର୍ ‘ଇଏଜ୍‌ ଷ୍ଟ୍ରକ୍‌ଚର୍ଡ ଇମ୍ପାକ୍ଟ ଅଫ୍‌ ସୋସିଆଲ ଡିଷ୍ଟାନ୍ସିଂ ଅନ୍‌ ଦ କୋଭିଡ୍‌-୧୯ ପାଣ୍ଡେମିକ୍‌ ଇନ୍‌ ଇଣ୍ଡିଆ’ରେ ବୟସ ଓ ଭାରତର ଜନସଂଖ୍ୟା ଘନତ୍ୱକୁ ଗୁରୁତ୍ୱ ଦିଆଯାଇଛି। ଏଥିସହ ଲକ୍‌ଡାଉନ୍‌ ବେଳେ ସ୍କୁଲ ବନ୍ଦ, କାର୍ଯ୍ୟସ୍ଥଳରେ ଅନୁପସ୍ଥିତି ଆଦିର ପ୍ରଭାବ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ସାମାଜିକ ଘନତ୍ୱ ଭାରତରେ କରୋନା ମହାମାରୀକୁ ବୃଦ୍ଧି କରିବାର ଆଶଙ୍କାକୁ ବୃଦ୍ଧି କରିବ ବୋଲି ସନ୍ଦଭର୍ର୍ରେ ଉଲ୍ଲେଖ ରହିଛି। ଏଭଳି ସ୍ଥିତିରେ ସାମାଜିକ ଦୂରତ୍ୱ ବଜାୟ ରଖିବା ଲାଗି ଲକ୍‌ଡାଉନ୍‌ ଅବଧି ବୃଦ୍ଧିକୁ ଗୁରୁତ୍ୱ ଦିଆଯାଇଛି। ଭାରତରେ ଲକ୍‌ଡାଉନ୍‌ ଲାଗୁ କରିବାର ସମୟ ବେଳେ କରୋନା ଆକ୍ରାନ୍ତଙ୍କ ସ୍ଥିତି ଓ ପରବର୍ତ୍ତୀ ସଂକ୍ରମଣ ପ୍ରକ୍ରିୟାକୁ ସନ୍ଦଭର୍ର୍ରେ ବିଚାରକୁ ନିଆଯାଇଛି। ତେଣୁ ବିଭିନ୍ନ ବିଚାରକୁ ଦେଖିଲେ ଭାରତରେ କରୋନା ସଂକ୍ରମଣକୁ ରୋକିବା ଲାଗି ଅତି କମ୍‌ରେ ୪୯ ଦିନର ଲକ୍‌ଡାଉନ୍‌ ଆବଶ୍ୟକ ବୋଲି ଗବେଷକ ଦର୍ଶାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କନ୍ୟା ଆସିଲେନି, ଫେରିଲେ ୪୨ ବର, ପୂରା ଘଟଣା ଜାଣିଲେ…

ଭୋପାଳ,୨୭ା୫: ବିବାହର ସ୍ବପ୍ନ ଦେଖାଇ ୪୨ଜଣ ଯୁବକଙ୍କଠାରୁ ଟଙ୍କା ଆଦାୟ କଲେ। ଏପରି କି ବିବାହ ପାଇଁ ଦିନ ଏବଂ ସ୍ଥାନ ଧାର୍ଯ୍ୟ କରି ଡକାଇଲେ। ସେହି…

OAS ପରୀକ୍ଷାରେ ବରଗଡ଼ ପୁଅଙ୍କ ବାଜିମାତ୍: ଅଧ୍ୟାପକଙ୍କ ପୁଅ ରାଜ୍ୟରେ ୩ୟ, ମନ୍ଦିର ସେବକଙ୍କ ପୁଅ…

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ)- ଓଡ଼ିଶା ଲୋକସେବା ଆୟୋଗ(ଓପିଏସି) ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌)ରେ ବରଗଡ଼ ଜିଲାର ୨ ଜଣ ସଫଳତା ଅର୍ଜନ କରିଛନ୍ତି। ବରଗଡ଼ କଲେଜ ରୋଡ୍‌ ବାସିନ୍ଦା…

କେସିଙ୍ଗା ଝିଅଙ୍କ କମାଲ: OAS ପରୀକ୍ଷାରେ ରଖିଛନ୍ତି ୪ର୍ଥ ର଼୍ୟାଙ୍କ, ଛୁଟୁଛି ଶୁଭେଚ୍ଛାର ସୁଅ

କେସିଙ୍ଗା, ୨୬।୫ (ତୁମେଶ୍ୱର ସାହୁ): ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସେସ (OCS) ପରୀକ୍ଷା-୨୦୨୪ର ଚୂଡ଼ାନ୍ତ ଫଳ ପ୍ରକାଶ ପାଇଛି। ଏହି…

ଇଞ୍ଜିନିୟରରୁ OAS ଅଫିସର: ୯୮ ର଼୍ୟାଙ୍କ ରଖି ଗଞ୍ଜାମର ଗୌରବ ବଢ଼ାଇଲେ ଖଗେଶ୍ୱର, ଛୁଟୁଛି ଶୁଭେଚ୍ଛାର ସୁଅ

ଗଞ୍ଜାମ, ୨୬।୫ (ବିଦ୍ୟାଧର ସାହୁ): ଓଡ଼ିଶା ପ୍ରଶାସନିକ ସେବା (OAS) ପରୀକ୍ଷାରେ ପୁଣି ଚମକିଛନ୍ତି ଗଞ୍ଜାମ ଜିଲାର ପୁଅ। ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପ୍ରକାଶିତ…

ଡିଏସ୍‌ପିରୁ OAS ଟପ୍ପର, ବୁବୁନ୍‌ଙ୍କ ସଫଳତାକୁ ନେଇ ଆନନ୍ଦପୁରରେ ଖୁସିର ଲହରୀ, ଯୁବପିଢ଼ୀଙ୍କ ପାଇଁ ସାଜିଲେ ପ୍ରେରଣା

ବଞ୍ଚୋ/ଆନନ୍ଦପୁର , ୨୬।୫(ପ୍ରଦୋଷ କୁମାର ବିଶ୍ୱାଳ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ପାଇଁ ଆସିଛି ଏକ ବଡ଼ ଗୌରବର ଖବର। ଓଡ଼ିଶା ଲୋକସେବା ଆୟୋଗ…

ଏଲପିଜି ସିଲିଣ୍ଡରକୁ ବାଏ-ବାଏ; ଏବେ ପାଣିରେ ଜଳିବ ରୋଷେଇ ଚୁଲି! ନୀତିନ ଗଡ଼କରୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୫: ଦେଶରେ ମହଙ୍ଗା ମାଡ଼ରେ ଅତିଷ୍ଠ ହେଉଥିବା ସାଧାରଣ ଗ୍ରାହକ ଏବଂ ଗୃହିଣୀମାନଙ୍କ ପାଇଁ ଏକ ବଡ଼  ଖବର ସାମ୍ନାକୁ ଆସିଛି। ବଜାରରେ ଉପଲବ୍ଧ କମର୍ଶିଆଲ୍ ତଥା…

ପୁରୁଷୋତ୍ତମପୁରରେ ଭାଜପା ଦୁଇ ଫାଳ: MPଙ୍କ ନାଁ ନ ଥିବାରୁ ଫଳକ ଭାଙ୍ଗିଲେ ସମର୍ଥକ, ଫ୍ଲେକ୍ସି ଲଗାଇ ଶିଳାନ୍ୟାସ କଲେ…

ପୁରୁଷୋତ୍ତମପୁର, ୨୬।୫ (ସବିତା ମିଶ୍ର):  ରାଜ୍ୟରେ ପ୍ରଥମ ଥର ପାଇଁ ଭାଜପା ସରକାର ଗଠନ ହେବାର ଦୁଇ ବର୍ଷ ମଧ୍ୟରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଦଳ…

କର୍ନାଟକ ରାଜନୀତିରେ ଭୂକମ୍ପ! ପଦ ଛାଡ଼ିବେ ସିଦ୍ଧାରାମୈୟା; ଡି.କେ ଶିବକୁମାରଙ୍କ ହାତକୁ ଯିବ କ୍ଷମତାର ଚାବିକାଠି?

ବେଙ୍ଗାଲୁରୁ,୨୬।୫: କର୍ନାଟକ ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ମିଳିଥିବା ସୂଚନା ଅନୁଯାୟୀ, କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଧାରାମୈୟା ନିଜ ପଦରୁ ଇସ୍ତଫା ଦେଇପାରନ୍ତି। ତାଙ୍କ ସ୍ଥାନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri