Posted inଜାତୀୟ

କେମିତି ଆରମ୍ଭ ହୋଇଥିଲା ରାଜୀବ-ସୋନିଆଙ୍କ ପ୍ରେମ ସମ୍ପର୍କ

ନୂଆଦିଲ୍ଲୀ, ୨୧।୫: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୨୮ତମ ପୁଣ୍ୟତିଥି ମଙ୍ଗଳବାର ସାରା ଦେଶରେ ପାଳନ କରାଯାଉଛି। ଦିଲ୍ଲୀର ବୀରଭୂମିରେ ଥିବା ତାଙ୍କ ସମାଧିପୀଠରେ ଅନେକ ଗଣମାନ୍ୟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ରାଜୀବ ଏବଂ ସ୍ତ୍ରୀ ସୋନିଆ ଗାନ୍ଧୀଙ୍କ ବିବାହକୁ ନେଇ ଅନେକ ସମୟରେ ଚର୍ଚ୍ଚା ବିଷୟବସ୍ତୁ ପାଲଟିଛି। ଜଣେ ବିଦେଶିନୀଙ୍କୁ ବିବାହ କରିବା ପରେ ଏହାକୁ ନେଇ ଦେଶରେ ତାଙ୍କୁ ସମାଲୋଚନାର ଶିକର ହେବାକୁ ପଡିଥିଲା। କିନ୍ତୁ ଇଟାଲୀ ଝିଅ ସୋନିଆଙ୍କ ପ୍ରେମରେ କେମିତି ପଡିଥିଲେ ରାଜୀବ ତାକୁ ନେଇ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି। ରାଜୀବ ପାଠ ପଢିବା ପାଇଁ ଇଂଲଣର କେମ୍ଭ୍ରିଜ ବିଶ୍ୱବିଦ୍ୟାଳୟ ଯାଇଥିଲେ। ସେଠାରେ ତାଙ୍କ ଭେଟ ହୋଇଥିଲା ଏମ୍ବ୍ଲିନା ମାଇନୋ ଓରଫ୍‌ ସୋନିଆ ଗାନ୍ଧୀଙ୍କ ସହ ତାଙ୍କ ଭେଟ ହୋଇଥିଲା। ଇଟାଲୀର ମଧ୍ୟବିତ୍ତ ପରିବାରରୁ ଆସିଥିବା ସୋନିଆ ଅର୍ଥାଭାବରୁ ଏକ ରେଷ୍ଟୁରାଣ୍ଟରେ ପାର୍ଟ ଟାଇମ୍‌ ଚାକିରି କରୁଥିଲେ। ଏହିସମୟରେ ଉଭୟ ରାଜୀବ ଏବଂ ସୋନିଆଙ୍କ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ପାଠପଢା ଶେଷ ପରେ ଉଭୟ ଏହି ସମ୍ପର୍କକୁ ବିବାହର ରୂପ ଦେବା ପାଇଁ ଚାହିଁଥିଲେ କିନ୍ତୁ ରାଜୀବଙ୍କ ମା’ ତଥା ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏଥିଲେ ଅରାଜି ଥିଲେ। ଇନ୍ଦିରା ପୁଅର ବିବାହ ସୋନିଆଙ୍କ ସହସହ ନୁହେଁ, ଆଉ ଜଣଙ୍କ ସହ କରିବାକୁ ଚାହୁଁଥିଲେ। ସେ ଆଉ କେହି ନୁହଁନ୍ତି , ସେ ହେଉଛନ୍ତି ଲୋକପ୍ରିୟ ଅଭିନେତା ରାଜ କପୁରଙ୍କ ଝିଅ ଋତୁ ନନ୍ଦା। ବରିଷ୍ଠ ପତ୍ରକାର ରସିଦ କିଦବଇ ନିଜ ପୁସ୍ତକ ନେତା ଅଭିନେତା: ବଲିଉଡ ଷ୍ଟାର୍‌ ପାୱର୍‌ ଇନ ଇଣ୍ଡିଆନ ପଲିଟିକ୍ସ ରେ ଏହି କଥା ଉଲ୍ଲେଖ କରିଛନ୍ତି । ରସିଦ ଲେଖିଛନ୍ତି, ଦେଶର ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ଏବଂ ବର୍ଷିୟାନ ଅଭିନେତା ପୃଥ୍ବୀରାଜ କପୁରଙ୍କ ପରିବାର ସହ ଖୁବ ଗଭୀର ବନ୍ଧୁତ୍ୱ ଥିଲା। ଆଉ ଇନ୍ଦିରା ଗାନ୍ଧୀ ଏହି ବନ୍ଧୁତାକୁ ସମ୍ପର୍କରେ ପରିଣତ କରିବାକୁ ଚାହୁଁଥିଲେ। ଏହି କାରଣରୁ ରାଜ କପୁରଙ୍କ ଝିଅ ଋତୁ ନନ୍ଦାଙ୍କୁ ନିଜ ଘରର ବୋହୂ କରିବାକୁ ଇଛା ରଖିଥିଲେ ଇନ୍ଦିରା ଗାନ୍ଧୀ। କିନ୍ତୁ ପୁଅର ଜିଦ୍‌ ଆଗରେ ହାର୍‌ ମାନିଥିଲେ ଇନ୍ଦିିରା। ଶେଷରେ ୨୫ ଫେବ୍ରୁଆରୀ ୧୯୬୮ରେ ରାଜୀବ ଏବଂ ସୋନିଆଙ୍କ ବିବାହ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

OAS ପରୀକ୍ଷାରେ ବରଗଡ଼ ପୁଅଙ୍କ ବାଜିମାତ୍: ଅଧ୍ୟାପକଙ୍କ ପୁଅ ରାଜ୍ୟରେ ୩ୟ, ମନ୍ଦିର ସେବକଙ୍କ ପୁଅ…

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ)- ଓଡ଼ିଶା ଲୋକସେବା ଆୟୋଗ(ଓପିଏସି) ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌)ରେ ବରଗଡ଼ ଜିଲାର ୨ ଜଣ ସଫଳତା ଅର୍ଜନ କରିଛନ୍ତି। ବରଗଡ଼ କଲେଜ ରୋଡ୍‌ ବାସିନ୍ଦା…

କେସିଙ୍ଗା ଝିଅଙ୍କ କମାଲ: OAS ପରୀକ୍ଷାରେ ରଖିଛନ୍ତି ୪ର୍ଥ ର଼୍ୟାଙ୍କ, ଛୁଟୁଛି ଶୁଭେଚ୍ଛାର ସୁଅ

କେସିଙ୍ଗା, ୨୬।୫ (ତୁମେଶ୍ୱର ସାହୁ): ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସେସ (OCS) ପରୀକ୍ଷା-୨୦୨୪ର ଚୂଡ଼ାନ୍ତ ଫଳ ପ୍ରକାଶ ପାଇଛି। ଏହି…

ସାବଧାନ! ଜୁନ୍ ୩୦ e-KYC ର ଶେଷ ତାରିଖ, ନିୟମ ନମାନିଲେ ଆସିବନି ଗ୍ୟାସ୍‌ ସିଲିଣ୍ଡର…

ନୂଆଦିଲ୍ଲୀ,୨୬।୫: ଯଦି ଆପଣ ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଗ୍ୟାସ ସିଲିଣ୍ଡର ଯୋଗାଣରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ ବଡ଼ ଖବର: ତତ୍କାଳ ଟିକେଟ୍ ପାଇଁ ଆସିଲା ନୂଆ ‘ଟୋକନ ନିୟମ’

ନୂଆଦିଲ୍ଲୀ,୨୬।୫: ରେଳଯାତ୍ରୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ତତ୍କାଳ ଟିକେଟ୍ କାଉଣ୍ଟରରେ ହେଉଥିବା ପ୍ରବଳ ଭିଡ଼ ଅନିୟମିତତାକୁ ରୋକିବା ପାଇଁ ଭାରତୀୟ ରେଳବାଇ ଏକ ବଡ଼ ପଦକ୍ଷେପ…

ଇଞ୍ଜିନିୟରରୁ OAS ଅଫିସର: ୯୮ ର଼୍ୟାଙ୍କ ରଖି ଗଞ୍ଜାମର ଗୌରବ ବଢ଼ାଇଲେ ଖଗେଶ୍ୱର, ଛୁଟୁଛି ଶୁଭେଚ୍ଛାର ସୁଅ

ଗଞ୍ଜାମ, ୨୬।୫ (ବିଦ୍ୟାଧର ସାହୁ): ଓଡ଼ିଶା ପ୍ରଶାସନିକ ସେବା (OAS) ପରୀକ୍ଷାରେ ପୁଣି ଚମକିଛନ୍ତି ଗଞ୍ଜାମ ଜିଲାର ପୁଅ। ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପ୍ରକାଶିତ…

ଡିଏସ୍‌ପିରୁ OAS ଟପ୍ପର, ବୁବୁନ୍‌ଙ୍କ ସଫଳତାକୁ ନେଇ ଆନନ୍ଦପୁରରେ ଖୁସିର ଲହରୀ, ଯୁବପିଢ଼ୀଙ୍କ ପାଇଁ ସାଜିଲେ ପ୍ରେରଣା

ବଞ୍ଚୋ/ଆନନ୍ଦପୁର , ୨୬।୫(ପ୍ରଦୋଷ କୁମାର ବିଶ୍ୱାଳ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ପାଇଁ ଆସିଛି ଏକ ବଡ଼ ଗୌରବର ଖବର। ଓଡ଼ିଶା ଲୋକସେବା ଆୟୋଗ…

ଏଲପିଜି ସିଲିଣ୍ଡରକୁ ବାଏ-ବାଏ; ଏବେ ପାଣିରେ ଜଳିବ ରୋଷେଇ ଚୁଲି! ନୀତିନ ଗଡ଼କରୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୫: ଦେଶରେ ମହଙ୍ଗା ମାଡ଼ରେ ଅତିଷ୍ଠ ହେଉଥିବା ସାଧାରଣ ଗ୍ରାହକ ଏବଂ ଗୃହିଣୀମାନଙ୍କ ପାଇଁ ଏକ ବଡ଼  ଖବର ସାମ୍ନାକୁ ଆସିଛି। ବଜାରରେ ଉପଲବ୍ଧ କମର୍ଶିଆଲ୍ ତଥା…

ସାହାଯ୍ୟ ମାଗିବା ବାହାନାରେ ଶିକ୍ଷକଙ୍କଠାରୁ ବାଇକ୍‌ ନେଇ ଚମ୍ପଟ ମାରିଲେ ଦୁର୍ବୃତ୍ତ, ଢ଼ାବା ଆଗରେ…

ଗଞ୍ଜାମ, ୨୬।୫ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ଅଞ୍ଚଳରେ ଏକ ଚମକାଇ ଦେଲା ଭଳି ବାଇକ ଚୋରି ଘଟଣା ସାମ୍ନାକୁ ଆସିଛି। ଜଣେ ଦୁର୍ବୃତ୍ତ ସାହାଯ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri